ଆନନ୍ଦ
ଆନନ୍ଦ
ଥରେ ଜଣେ ବ୍ୟକ୍ତି ମାନସିକ ଦୁଶ୍ଚିନ୍ତାରେ ପଡିଗଲେ। ତାଙ୍କର କୌଣସି କାମରେ ସନ୍ତୁଷ୍ଟ ରହିବା ଦେଖା ଗଲା ନାହିଁ। ବହୁ ପୁସ୍ତକ ଅଧ୍ୟୟନ କଲେ। ଆଧ୍ୟାତ୍ମିକ ମାର୍ଗରେ ଚାଲିଲେ। ସମସ୍ତ ପୁରାଣ, ବେଦ, ଓ ବଡ ବଡ ସାଧୁ ସନ୍ଥଙ୍କ ବାଣୀ ଶୁଣିଲେ। କିନ୍ତୁ ଖୁସି ବା ଆନନ୍ଦ ପାଇଲେ ନାହିଁ। ଥରେ ଉପନିଷଦ ପଢ଼ୁଥିଲା ବେଳେ ଗୋଟିଏ ଶୁକ୍ତି ବୁଝି ପାରିଲେ ନାହିଁ। ସେଇ ସୁକ୍ତିଟି ସୁଖ ଓ ଶାନ୍ତି ଉପରେ କୁହାଯାଇଥିଲା। ତେଣୁ ବହୁ ପଣ୍ଡିତ ମାନଙ୍କ ପରାମର୍ଶ ନେଲେ। କିଏ ହେଲେ ମଧ୍ୟ ଯଥାର୍ଥ ଉତ୍ତର ଦେଇପାରି ନଥିଲେ। ଶେଷରେ ସବୁଆଡୁ ହତାଶ ହୋଇ ମନ ଦୁଃଖରେ ସମୟକୁ ଅପେକ୍ଷା କଲେ। ଏମନ୍ ଭାବୁଥାଏ ଯାହା, କାଳେ ପ୍ରାପତ୍ ହୁଏ ତାହା। ଦିନେ ଜଣେ ବଂଧୁ ତାଙ୍କ ଘରକୁ ଆସିଥିଲେ। ବନ୍ଧୁଜଣଙ୍କୁ ନିଜର ଦୁଃଖ କହିଲେ। ବଂଧୁ ତାଙ୍କୁ ଜଣେ ସତ୍ ଗୁରୁଙ୍କ ନିକଟକୁ ଯିବାପାଇଁ ପରାମର୍ଶ ଦେଲେ। ଏକଥା ତାଙ୍କ ମନକୁ ପାଇଲା। ତେଣୁ ସତଗୁରୁଙ୍କ ନିକଟକୁ ଯାଇ ତାଙ୍କର ଦୁଃଖ ଯଥା ବୁଝି ପାରୁ ନଥିବା ବେଦାନ୍ତ ଶ୍ଳୋକଟି ବୁଝିବା ପାଇଁ ଅନୁରୋଧ କଲେ। ସାଧୁ ଜଣଙ୍କ ତାଙ୍କର ମନର କ୍ଷୋଭ କୁ ଜାଣି ପାରିଲେ। ସୁଖ କଣ ଓ ଏହାର ଅଭାବ ହେଲେ ମଣିଷ ଭିତରେ କିପରି ପ୍ରଭାବ ବିସ୍ତାର କରେ ତାହାର ପ୍ରତ୍ୟକ୍ଷ ଦର୍ଶନ ନିମିତ୍ତ ସାଧୁ ଜଣେ ବ୍ୟକ୍ତିଙ୍କ ଘରକୁ ଯିବାପାଇଁ ତାଙ୍କୁ କହିଲେ। ଯେଉ ବ୍ୟକ୍ତିଙ୍କ ଘରକୁ ଯିବାପାଇଁ ସାଧୁ ପରାମର୍ଶ ଦେଲେ, ସେ ବ୍ୟକ୍ତି ଜଣେ ଧନବାନ ବ୍ୟତି ଥିଲେ। ଏହି ବିଦ୍ୱାନ ଜଣକ ସାଧୁଙ୍କ କଥାକୁ ମାନି ସେଠାରେ ପହଞ୍ଚିଲେ। ସେ ଏହି ପଣ୍ଡିତଙ୍କ ଦେଖି ନିଜ ଘରେ ରହିବାକୁ ବ୍ୟବସ୍ଥା କରିଦେଲେ। ଖାଇବା ସହିତ ବିଭିନ୍ନ ଶାସ୍ତ୍ର ଆଲୋଚନା କରି ଦୁହେଁ ସମୟ କଟାଇଲେ। ଦିନେ ଭୋରୁ ସୁନ୍ଦର ଗୀତଟିଏ ତାଙ୍କ କାନରେ ବାଜିଲା। ନିଦ ଭାଙ୍ଗିଗଲା। ଗୀତଟି ଥିଲା, ସୁନ୍ଦର ତୁମ ସଂସାର ପୁଣି ସୁନ୍ଦର ମୋର ମନ, ସୁନ୍ଦର କରି ଗଢ଼ିଛ ମତେ ହେ କେତେ ସୁନ୍ଦର ଧନ। ପଣ୍ଡିତ ମହାଶୟ ଝରକା ଆଡ଼କୁ ଚାହିଁଲା। ଏହି ଗୀତଟି ଝିଅଟିଏ ବୋଲୁଥାଇ। ଝିଅଟି ତେର ଚଉଦ ବର୍ଷର ହେବ। ଚିରା ଫଟା ଶାଢ଼ୀ ଟିଏ ପିନ୍ଧିଛି। ବାସନ ମାଜୁଛି। ଅତି ଖୁସିରେ ଗୀତ ଗାଇ ତାର କାମ କରୁଛି। ପଣ୍ଡିତେ ତାର ପାଖକୁ ଯାଇ, ତାକୁ ପଚାରିଲେ ଝିଅ ତୁମ ନାମ କଣ। ସେ କହିଲା ସାଇନା। ଆଉଥରେ ତୁମ ଗୀତ ଗାଅତ, ସେ ଲାଜେଇ ଗଲା, କହିଲା କଣ ଭୂଲ୍ ହେଲାକି। ନା, ମତେ ଭାରି ଭଲ ଲାଗିଲା ତୁମ କଣ୍ଠ ଓ ଗୀତଟି। ସେଥିପାଇଁ କହୁଛି। ଝିଅଟି ପୁଣି ଆହୁରି ସୁନ୍ଦର ଭାବରେ ଗିତଟିକୁ ଗାଇ ଦେଲା। ଗୀତଟି ପଣ୍ଡିତଙ୍କ ଅତ୍ୟନ୍ତ ଆନନ୍ଦ ଦେଲା।
ବନ୍ଧୁଙ୍କୁ ସେଇ ବାଳିକା ବିଷୟରେ ପଚାରିଲେ ପଣ୍ଡିତ। ବଂଧୁ କହିଲେ, ଝିଅଟି ର ଭଉଣୀ ଆମ ଘରେ ବାସନ ମାଜେ। ଆଜି ତାର ସାନ ଭଉଣୀ କୁ ଏଠାକୁ ପଠେଇଛି। ପଣ୍ଡିତେ ତାକୁ ଡାକିଲେ ଓ ଶାଢ଼ୀ ଗୋଟେ ଦେଲେ। ଝିଅଟି ଭାରି ଖୁସିହୋଇ ଶାଢ଼ୀ ଦେହରେ ଗୁଡେ଼ଇ ନା ଚିଲା। ତାର ମନରେ ପରମ ଖୁସି ଥିଲା। ଘରକୁ ଚାଲିଗଲା।
ତାଆର ଦିନ ଭୋରୁ ସେଇଝିଆଟି ବାସନ ମାଜିବା ପାଇଁ ଆସିଲା। ତାର ଦେହରେ ସେପରି ଚିରା ଶାଢ଼ୀ ଥିଲା। ସେକିନ୍ତୁ ଖୁସିରେ ଥିଲା। ପଣ୍ଡିତ ମହାଶୟ ପଚାରିଲେ, ତୁମକୁ କାଲି ଦେଇଥିବା ନୂଆ ଲୁଗା କାହିଁ। ଏହି ପୁରୁଣା ଲୁଗାଟା ଚିରି ଗଲାଣି, ଅଥଚ ତୁମେ ପିନ୍ଦୁଛ। ଝିଅଟି ଏତେ ଖୁସି ଥିଲା ଯେ କହିଲା, କଣ ମୋର ନୂଆ ଶାଢ଼ୀ ପିନ୍ଧି ବାସନ ମାଜିବା ଦରକାର। କୁଆଡେ ବାହାରକୁ ଗଲେ ନୂଆ ଶାଢ଼ୀ ପିଧନ୍ତି।
ପଣ୍ଡିତ ମହାଶୟ ତାର ମନର ଖୁସି ମାପୁଥିଲେ। ନିଜ ମନକୁ ପଚାରିଲେ, ତେବେ ଖୁସି କେଉଁଠି। ଉତ୍ତର ତାଙ୍କ ପାଖରେ, ସେଇ ଝିଅଟିର ଖୁସିକୁ ଦେଖି। ପଣ୍ଡିତ ମହାଶୟ ତାଙ୍କର ପ୍ରଶ୍ନର ଉତ୍ତର ଓ ଏଠାକୁପଠାଇଥିବା ଉତ୍ତର ପାଇଲେ।