ଅଧ ରାତିରେ ଭୂତ ଡର
ଅଧ ରାତିରେ ଭୂତ ଡର
ପିଲାମାନେ, ତୁମେ ସବୁ ଭୂତ ଦେଖିଛ? ନା ଭୂତ କାହାଣୀ ଶୁଣି ଡରୁଛ। ଆମେ ସବୁ ଭୂତ କାହାଣୀ ଶୁଣି ଦରୁଛେ ଏହା ସତ୍ୟ। କିନ୍ତୁ ଭୂତକୁ କିଏ ଦେଖିନା। ଠିକ୍ ନା।
ମୁଁ ତୁମକୁ ଭୂତ କାହାଣୀ ଟିଏ ଶୁଣେଇବି।
ସହରର କିଛି ଦୂରରେ ମୋ କକାଙ୍କ ନୂଆ ଘର ଥିଲା। ମୁଁ ଓ ମୋର ଜଣେ ସାଙ୍ଗ ସେଇ ଘରେ ରହି ପାଠ ପଢ଼ୁଥିଲୁ। ସେଠାରେ ପାଖାପାଖି ଘର ନଥିଲା। ଆମେ ହାତରେ ରୋଷେଇ କରି ଖାଉଥିଲୁ। ସହରରେ କାମ ସାରି ରାତି ନଅଟା ବା ପାଖାପାଖି ସମୟରେ ଘରକୁ ଫେରୁଥିଲୁ
। ରାତିରେ ରୁଟି ଡାଲମା ଖାଇସୋଇଯାଇଥିଲୁ ଦିନ ତମାମ ସାଇକେଲ ଚଲାଇ ଥକି ପଡ଼ିଥିଲୁ ତେଣୁ ନିଦରେ ଶୋଇ ପଡ଼ୁଥିଲୁ। ଦିନ ରାତିରେ ନିଦ ଭାଙ୍ଗିଗଲା। ପରିଶ୍ରା ଲାଗିଲା। ମୁଁ ଉଠି ଶୁଣିବାକୁ ପାଇଲି ଗୋଟିଏ ଶବ୍ଦ। ଘର ଘର ସର୍ ସର୍ ହୋଇ ଶୁଭୁଛି। ମୋ ପରିଶ୍ରା ବନ୍ଦ ହୋଇଗଲା। ଯାଇଁ ଚୁପ ଚାପ୍ ଚାଦର ଘୋଡେ଼ଇ ଶୋଇପଡ଼ିଲି। ସକାଳ ହେଲା, ମୋ ସାଙ୍ଗକୁ ସବୁ କହିଲି। ସେ ବି ସେଇକଥା କହିଲା। ସେ ମଧ୍ୟ ପରିଶ୍ରା କରିବାକୁ ଉଠି ସେଇ ଶବ୍ଦ ଶୁଣିଛି। ଏବଂ କହିଲା, ଏହା ଭୂତର କାମ। ଆମେ ଆଉ ଏଠାରେ ରହିବା ନାହିଁ। ମୁଁ ତାର କଥା ଶୁଣି, ଡରି ଗଲି। ସାହସ ବାନ୍ଧି କହିଲି, ସେ,ତ ' ଆଉ ଆମ ଘର ଭିତରକୁ ଆସୁନାହିଁ, ଦେଖିବା କଣ ପରିସ୍ଥିତି ହେଉଛି। ଆମେ ବିନା ଘର ଭଡ଼ାରେ ସେଠାରେ ରହୁଥିଲୁ। ଅନ୍ୟ କୌଣସି ଘର ନେଲେ ଆମକୁ ଭଡ଼ା ଦେବାକୁ ପଡ଼ିବ। ସହଜେ ଅନଟନ ଅଭାବ ଭିତରେ ପାଠ ପଢ଼ୁଥିଲୁ। ଆମେ କୁଆଡୁ ଯାଇ ଶୀଘ୍ର ଫେଇଆସିଲୁ। ରୋଷେଇ କରି ଖାଇ ଶୀଘ୍ର ସୋଇପଡୁ। ରାତି ଅଧ ବେଳକ
ୁ ନିଦ ଭାଙ୍ଗିଲେ ସେଇ ଶବ୍ଦ ଶୁଣିବାକୁ ପାଇଲୁ। ଡ଼ରରେ ଛାନିଆଁ ହୋଇ ଦୁଜଣ କୁଣ୍ଢା କୁଣ୍ଢି ହୋଇ ଚେଇଁ ରହୁ। ପାହାନ୍ତିଆ ପହରେ ବେଳକୁ ଆଉ ଶବ୍ଦ ଶୁଣାଯାଏ ନାହିଁ। ଆମେ ନିଶ୍ଚିତ ହେଲୁ ଏହିସବୁ ଭୁତର କାମ। ଶୀତ ରାତି। ଆମେ ମାସକ ଧରି ଏଇମିତି ଶୁଣିଲା ପରେ ଆମର ଭୟ କ୍ରମସ କମି କମି ଆସୁଥାଏ। କାରଣ ଆମେ ଜାଣିଲୁ, ଭୂତ ତାର ଶବ୍ଦ କରି ପଳେଇ ଯାଉଛି। ଆମର କ୍ଷତି କିଛି କରୁନାହିଁ।
ଦିନ ଆମେ ରାତିରେ ସାହସ ବାନ୍ଧି ଟ୍ରଚ ଧରି କବାଟ ଖୋଲିଲୁ। ଘରର ପଛ ପାଚେରୀ ଆର ପଟରୁ ଶବ୍ଦ ଶୁଣାଗଲା। ମୁଁ ମୋର ସାଙ୍ଗ ତାକୁ ଡାକୁଥାଏ, ସେ ଭୟ କରି ପଛରେ ରହିଲା। ମତେ ବି ଭୟ ଲାଗୁଥାଏ। ଶୁଣିଛି ପାଖରେ ଲୁହା ଥିଲେ ଭୂତ ଆସିବ ନାହିଁ। ତେଣୁ ଗୋଟିଏ ପୁରୁଣା ଶାବଳ ହାତରେ ଧରିଲି। ଦିଆଲ ପଖୁ ଯାଇଁ ଟ୍ରଚ ମାରି ଦେଖିଲି। ପ୍ରଥମ ଦେଖି ଗୋଟିଏ କଳା ରୂପ ଛାନିଆ ହୋଇ ଦୌଡ଼ି ପଳେଇ ଆସିଲା। ମୋର ସାଙ୍ଗକୁ କହିଲି କଳା ହାଣ୍ଡି ପରି ଭୁତର ଚେହେରା। ସେ ଡରି ଗଲା। ମତେ ଯିବାକୁ ବାରଣ କଲା। ମୁଁ ସାହସ ବାନ୍ଧି ପୁଣି ଆଗେଇଲି। ଟ୍ରଚ ମାରି ଦେଖେତ, ଗୋଟିଏ ମଇଁଷି। କାନ୍ଥରେ ଘସି ହେଉଛି। ମୋର ସାଙ୍ଗକୁ ଡାକିଲି। କହିଲି ଦେଖ, ତୋର ଭୂତ, ମଇଁଷି ଟି ଆମକୁ ଦେଖି ପଳେଇଲା। ସାଙ୍ଗ କହିଲା, ଆଉ ଶୁଭୁନାହିଁ। ମୁଁ ତାକୁ ଟ୍ରଚ ମାରି ଦେଖେଇଲି। ଦେଖି ସେ କହିଲା, ଏହି ମହିଷି ଆମକୁ ଦରଉଥିଲା । ଏବ
ପିଲାମାନେ, ସବୁ ଭୂତ ଗପ କେବଳ ଭୟ ସୃଷ୍ଟି କରେ। ସତ ଅନୁସନ୍ଧାନ କଲେ, ଭୂତ ପଛରେ କିଛି ସତ ର ସନ୍ଧାନ ମିଲେ। କାହାଣୀଟି କେମିତି ଲାଗିଲା ଜଣାଇବ।