Akshayakumar Dash

Romance Action Inspirational

4  

Akshayakumar Dash

Romance Action Inspirational

ପେଷା ଚକି

ପେଷା ଚକି

2 mins
299



ରେବତୀଙ୍କ ଆଖି ପଡ଼ିଗଲା ପେଷା ଉପରେ। ଏହି ଘରକୁ ସାଙ୍ଗରେ ପେଷା ଆଣିଥିଲେ। ଯେଉଦିନ ବୋହୂ ହୋଇ ଆସିଥିଲେ, ସେଇ ଦିନରୁ ଏହି ପେଷା ହଳକ ସାଥିରେ ଅଛି। କେତେ ଭଡ଼ା ଘର ଛାଡ଼ିଲେଣି। ନିଜ ରୋଷେଇ ଘର କାନ୍ଥକୁ ଲାଗି ଥୁଆହୋଇଛି। ଆକୁ ତାଂକ ମା କିଣିଦେଇଥିଲେ। ଆଉ ସେଇ ପେଷା ବାପ ଘରୁ ଶାଶୂ ଘରକୁ ଆସିଥିଲା। ଆଜକୁ ତିରିଶି ବର୍ଷ ତଳର କଥା। ଏହିଘରେ ବୋହୂ ହେଲେ। ସେତେବେଳେ ଏହି ପେଷାରେ ରେ ବିରି ପେଶି ବଢ଼ି ପକାଉଥିଲେ। କେତେବେଳେ କେମିତି ଗହମ, କୋଳଥ, ମୁଗ, ଆଦି ପେଷ ନ୍ତି। ସେତେବେଳେ ଯାହା କାମ କଲେବି ଥକି ଯାଉଁନଥିଲେ। ଘର ଖରକା, ରୋଷେଇ, ଲୁଗା କାଚିବା ସହିତଚିରା ଲୁଗା ପଟାଗୁଡ଼ିକୁ ଚୁଞ୍ଚିରେ ସିଲେଇ କରିବାକୁ ପଡୁଥିଲା। ତାସହିତ ଦୁଇଟା ଛୁଆଙ୍କର ସବୁଯତ୍ନ ନେବାକୁ ପଡ଼େ। ଛୁଆ ଆଜି ବଡ଼ ହେଲେ। ସ୍କୁଲ କଲେଜ ପଢା ସରିଲା, ଝିଅ ବିବାହ କଲାଣି। ପୁଅ ବି ଚାକିରୀ କଲାଣି। ସଂସାର ଜଞ୍ଜ।ଳ ଭିତରେ ପେଷା ପରି ପେଶି ହୋଇଯାଉଛନ୍ତି ସେବତୀ। ଚୁଟି ପାଚିଗଲାଣି, ଆଖିକୁ ଆଗପାରି ଦିଶୁନାହିଁ। ବିଷ୍ମରଣ ହେଲାଣି, କାମ କରିବାକୁ ଆଉ ଦେହ ଚଲୁନି। ନିଆଁ ଲଗା ଆଣ୍ଠୁ ଗଣ୍ଠିରୋଗଟା ଧରୁଛି। ରାତିକୁ ତେଲ ମାଲିସ କରି ବାକୁ ପଡୁଛି। ପିଲା ମାନେ ଘରକୁ ଆସିଲେ ପଡ଼ି ଉଠି କରିବାକୁ ତ ପଡ଼ିବ।

ପେଷା ଆଉ ଦରକାର ପଡୁନି। ଗ୍ରାଇଣ୍ଡର, ୱାସିଂ ମେସିନ, ଆଦି ଆଧୁନିକ ସରଞ୍ଜାମରେ କାମ ଚାଲିଛି। ସେତେବେଳେ ସ୍ଵାମୀଙ୍କ କମ୍ ଦରମା ଥିଲା, ଶିକ୍ଷକ ଚାକିରୀ। ମାପି ଚୁପି ଚଳିବାକୁ ପଡୁଥିଲା। ଝିଅ ବଡ଼, ଚାକିରୀ କରି ୱାଶିଂ ମେସିନ, ଗ୍ରାଉଣ୍ଡର କିଣି ଆଣିଲା। ମାମାନଙ୍କ ର କଷ୍ଟ ଝିଅ ବୁଝନ୍ତି। ଘରେ ବହୁଦିନ ହେବ କୋଣାର୍କ ଟିଭି ଥିଲା, ଝିଅ ଫ୍ଲାଟ୍ ଟିଭି କିଣିଆଣିଲା। ଆସ୍ତେ ଆସ୍ତେ ସବୁ ସରଞ୍ଜାମରେ ଘର୍ ପୁରିଗଲା। ଝିଅ ବିଭାଘରେ ହେଲା, ଆଗରୁ ରହିଆସୁଥିବା ଭଡ଼ା ଘର ବଦଳରେ ଜାଗା କିଣି କୋଠା ଘର ହେଲା। ସବୁ ଆର୍ଥିକ କଷ୍ଟ ଜାଙ୍କ ଦେବତାଙ୍କ ଆର୍ଶୀବାଦରୁ ସୁଧାରି ଗଲା। ପୁଅ ଚାକିରୀ ପାଇଲା। ଇଷ୍ଟ ଯାଙ୍କଙ୍ କଟିଗଲା ବୋଲି ଯାଣ।ସ୍ବାମୀ ଚାକିରୀରୁ ଅବସର ନେଲେ। ପୁଅ ଉପରେ ଭରସା ରଖି ଚଳିବାକୁ ପଡ଼ିବ। ପୁଅ ମଧ୍ୟ ଆଇଟି ଇଂଜିନିୟର। ଗୋଟାଏ କମ୍ପାନୀରେ ଚାକିରୀ।

ସୁଖ ପରେ ଦୁଃଖ ଦୁନିଆଁର ଗତି। ପୁଅ ଆର୍ଥିକ ସମ୍ବଳ ବଢେଇ ବାକୁ ଯାଇ ବହୁ ଅର୍ଥ ଲଟେରୀ ଖେଳି, ସେଥିରୁ ବହୁ ଅର୍ଥ କ୍ଷତିରେ ପଡ଼ିଲା। ଏହି ଅର୍ଥ ଭରଣ କରିବାକୁ ବିଭିନ୍ନ ପବ୍ଲିକ ସେକ୍ଟର ବ୍ୟାଙ୍କ୍ରରୁ ପିତା ମାତାଙ୍କ ଅଜ୍ଞାତ ସାର ରେ ଲୋନ୍ କରିଦେଲା। ଏତେଗୁଡିଏ ଅର୍ଥକୁ ସୁଝି ନପାରି ମାନସିକ ଭାର ସାମ୍ୟ ହରେଇ ବସିଲା। ଚାକିରୀ ଛାଡ଼ି କେଉଁ ଆଡ଼େ ପାଲେଇଯିବାକୁ ଅଥବା ଆତ୍ମ ହତ୍ୟା କରିବାକୁ ମନେ ମନେ ପଦକ୍ଷେପ ନେଲା। ପୁଅର ମାନସିକ ଭାବନାକୁ ଲକ୍ଷ କରି ପିତା ମାତା ସମସ୍ତ ବିଷୟ ଅବଗତ ହେଲେ।ଫଳରେ ପିତାଙ୍କ ଉପରେ ୠଣ ସୁଝିବାର ବୋଝ ପଡ଼ିଲା। ନଚେତ୍ ଜୀବନ ପ୍ରତି ପୁଅର ବିପଦ। ଏତେ ଗୁଡିଏ ଅର୍ଥ ଯୋଗାଡ଼ କରିବାକୁ ଯାଇ ପିତା କିଛି ଜମି ବିକ୍ରୀକରି ପୁଅ କରିଥିବା ୠଣ ସୁଧମୂଳ ସୂଜିବାକୁ ଗଲେ। ଘୋର ଆର୍ଥିକ ଅଭାବରେ ପାରିବାର ସାରା ରହିବାକୁ ପଡିଲା।

 ରେବତୀ ବାପ ଘରୁ ଆଣିଥିବା ନିଜର ପେଷାକୁ ଦେଖି ଅତୀତର କଥା ସବୁ ମନେ ପକାଉଛନ୍ତି। ସ୍ବାମୀ ଶିକ୍ଷକତା ଚାକିରି। ଅଳ୍ପ ଦରମାରେ ଦୁଇଛୁଆଙ୍କୁ ଇଂଜିନିୟର କଲେ। ଝିଅ ବାୟୋଟେକ୍ ଇଂଜିନିୟର ଓ ପୁଅ ଆଇଟିଆରରେ ଇଣ୍ଟୁ ମେଟେନ୍ଶନ ଇଂଜିନିୟର ପାସ କରି ଚାକିରି ଘରଅବସ୍ଥ। ସୁଧୁରୀ ଯାଇଥିଲା । କିଏ କହିପାରେ ଭାଗ୍ୟର ଗତି କୁଆଡେ ସମୟ ଚକ୍ରରେ ଅକାମୀ ପେଷାଟି ଘରେ ପଡିଛନ୍ତି। ସୋଚନା କରି କେଉଁଟା ଭୂଲ ଠିକ୍ କଳନା କରିପାରୁନାହାଁନ୍ତି।


రచనకు రేటింగ్ ఇవ్వండి
లాగిన్

Similar oriya story from Romance