STORYMIRROR

Akshayakumar Dash

Action Classics Inspirational

3  

Akshayakumar Dash

Action Classics Inspirational

ବ୍ରହ୍ମ ଜ୍ଞାନ

ବ୍ରହ୍ମ ଜ୍ଞାନ

2 mins
188


ବଂଧୁ ଗଣ, ବୋକା ଲୋକରେ ବ୍ରହ୍ମ ଜ୍ଞାନ ଲେଖିବା ମନେ କଲି ଏଇଥି ପାଇଁ, ସମ୍ପୂର୍ଣ୍ଣ ବିଷୟ ଟିକୁ ପଡି ଜଣାଇବେ।

ଥରେ ଜଣେ ଧନବାନ ବ୍ୟକ୍ତି ସନ୍ଥଙ୍କ ନିକଟକୁ ଆସିଲେ। ତାଙ୍କର ସୁନ୍ଦର୍ ସାଜସଜ୍ଜା ପ୍ରାସାଦ, ଗାଡ଼ି, ସୁନ୍ଦର୍ ଉଦ୍ୟାନ ବହୁମୂଲ୍ୟସାମଗ୍ରୀ ,ଜମି ,ଓ ବ୍ୟାଙ୍କରେ ପର୍ଯ୍ୟାପ୍ତ ଧନ ରାଶି ଗଚ୍ଛିତ ଥିଲା। ସେ ବ୍ୟକ୍ତି ବ୍ରହ୍ମ ଜ୍ଞାନ ନିର୍ମିତ ସନ୍ଥଙ୍କପାଖରେ ବିନତି କଲେ। ସନ୍ଥ ତାଙ୍କୁ ଶ୍ରଦ୍ଧା ପୂର୍ଣ୍ଣ ଭାବେ ପାଖରେ ବସାଇଲେ। କହିଲେ, ଲୋକମାନେ ସାଂସାରିକ ବାସନା ରଖି ମୋ ନିକଟକୁ ଆସନ୍ତି। ତୁମେ ବ୍ରହ୍ମ ଜ୍ଞାନ ଜାଣିବା ପାଇଁ ଆଗ୍ରହୀ, ମୋ ପାଇଁ ସୋଭାଗ୍ୟର କଥା, ତୁମକୁ ନିଶ୍ଚୟ ବ୍ରହ୍ମ ଜ୍ଞାନ କହିବି। ଏହାକହି ଜଣେ ବାଳକକୁ ଡାକି ସନ୍ଥ ଚନ୍ଦୁ ମାରୱାଡ଼ି ଠାରୁ ପାଞ୍ଚ ଟଙ୍କା ଆଣିବାକୁ ପଠେଇଲେ। ବାଳକ ଯାଇ ଫେରିଲା ଓ ମାରୱାଡି ଘର ତାଲା ପଡ଼ିଛି ବୋଲି କହିଲା, ଏମିତି ତିନ ଜଣଙ୍କ ପାଖକୁ ପଠେଇ ପିଲାଟି ଫେରିଲା ଓ ଟଙ୍କା ମିଳିଲା ନାହିଁ। ଏବେ ସନ୍ଥଙ୍କ ପାଖରେ ବସିଥିବା ଧନୀକ ବ୍ୟକ୍ତି ବିରକ୍ତ ହୋଇ କହିଲା, ମୋ ପାଖରେ ସମୟ କମ୍, ମତେ ଶୀଘ୍ର କୁହନ୍ତୁ। ସନ୍ଥ କହିଲେ, ତେବେ ତୁମ ପାଖରେ ଥିବା ଟଙ୍କା ମତେ ଦିଅ। ବ୍ୟକ୍ତିଟି ପାଞ୍ଚ ଟଙ୍କା ବାହାର କରନ୍ତେ ସନ୍ଥ କହିଲେ, ତୁମ ପାଖରେ ଥିବା ଦଶଟଙ୍କିଆ ନୋଟ ପୂଳା ବାହାର କର। ଧନୀକ ବ୍ୟକ୍ତି ଆଶ୍ଚର୍ଯ୍ୟ ହୋଇ ମନେ ମନେ କହିଲେ, ଏହି ଟଙ୍କା କେମିତି ଜାଣିଲେ। ସମସ୍ତ ଟଙ୍କା ବାହାରକରି ସନ୍ଥଙ୍କ ପାଖରେ ରଖିଲେ। ସନ୍ଥ ତାଙ୍କ ଟଙ୍କା ନେଇଯିବାକୁ କହିଲେ।

ସନ୍ଥ କହିଲେ, ତୁମେ ପାଞ୍ଚ ଟଙ୍କା ଦେଇପାରି ଥାଆନ୍ତ୍। ଶୁଣ ଆସକ୍ତି ଓ ଲୋଭ ବ୍ରହ୍ମ ଜ୍ଞାନର ପ୍ରତିବନ୍ଧକ। ବ୍ରହ୍ମ ଜ୍ଞାନ ଲାଭ ପାଇଁ ଯୋଗ୍ୟତା ଆବଶ୍ୟକ। ସେଇ ଯୋଗ୍ୟତା ଗୁଡ଼ିକ ହେଲା, ପାଞ୍ଚ ପ୍ରାଣ, ପାଞ୍ଚ ଇନ୍ଦ୍ରିୟ, ମନ ବୁଦ୍ଧି,ଓ ଅହଂକାର ଶୂନ୍ୟ ହେବା ଯୋଗ୍ୟତା। ସଂସାର ଭିତରେ ରହି ନିତ୍ଯ ଓ ଅନିତ୍ୟ ବିଷୟରେ ଉଦାସୀନ ରହିବା ଅର୍ଥାତ୍ ବିଷୟ ଲାଳସା ଠାରୁ ମୁକ୍ତ ରହି ଈଶ୍ୱର ଆରାଧନା ରେ ରହିବା। ଦୁଃଖ ଓ ସୁଖକୁ ଏକାକାର କରିବା, ଇନ୍ଦ୍ରିୟସଂଜମ ରଖିବା ଓ ମନ ବିଷୟ ଠାରୁ ଦୂରେଇ ନେଇ ଭଗବତ ଆଶ୍ରୟ ନେବା ବୁଦ୍ଧିକୁ ସମାଜ ମଂଗଳ କାର୍ଯ୍ୟରେ ଲଗେଇ ଅହଂକାର ବଳୀ ଦେବାର ମାର୍ଗରେ ଗଲେ ବ୍ରହ୍ମ ସାକ୍ଷାତ ମାର୍ଗ ସରଳ ହେବ। ଯେପରି ରାତ୍ରୀ ଓ ସୂର୍ଯ୍ୟ କଦାପି ଏକଠିି ରୁହନ୍ତି ନାହିଁ।ଧନୀକ ବ୍ୟକ୍ତି ନିଜର ଭୁଲକୁ ବୁଝି ସନ୍ଥଙ୍କ ଆର୍ଶୀବାଦ ନେଇ ଫେରିଲା।

ବଂଧୁ ଗଣ୍ ଆମେ ସେଇ ପରି ଅର୍ଥ ଧନ ନଥିଲେବି ବିଷୟ ବାସନା ଓ ଇନ୍ଦ୍ରିୟ ଉପଭୋଗ ବଶବର୍ତ୍ତୀ। ନିତ୍ଯ ଓ ଅନିତ୍ୟ ଦୁଇ ମଂଗରେ ଆମର ଗୋଡ।ମନ ବୁଦ୍ଧି ଅହଙ୍କାର ଆମର ଆୟତରେ ନାହିଁ। ଆମେ ସାମାଜିକ ବାତାବରଣ ମଧ୍ୟରେ ଗତି କରି ଚାଲୁଛେ। ତଥାପି ଆମକୁ କୃପା ଲାଭ କରିବା ଦିଗରେ ଅଗ୍ରସର ହେବା। ତାହା ସତ୍ ଗୁରୁଙ୍କ ଦ୍ଵାରା ସମ୍ଭବ ହେବ। ନଚେତ୍ ବୋକା ପରି ଅନ୍ଧାରରେ ବାଡ଼ି ବୁଲେଇବା ସାର ହେବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Action