STORYMIRROR

Akshayakumar Dash

Action Inspirational Others

3  

Akshayakumar Dash

Action Inspirational Others

ଭିଜା ଭିଜା ବର୍ଷା

ଭିଜା ଭିଜା ବର୍ଷା

1 min
158

ମାଟିର ମଣିଷ କ୍ଷେତରେ। ଚାଷ କରି ତଳି ରୋଉଛି। ମୁଣ୍ଡରେ ଟେକା, ଅଣ୍ଟାରେ ଗମୁଛା ଭିଡିଛି। ଦେହ ଫୁଙ୍ଗୁଳା। ନଇଁ ପଡ଼ି କାମ କରୁଛି। କେତୋଟି ବଗ ହିଡ ଉପରେ ଧ୍ୟାନ ରତ। ବେଳେ ବେଳେ ପୋକ ଯୋକ କି ଦଣ୍ଡୁକୁରି ଥଂଟରେ ଟେକି ନେଇ ଜଳଖିଆ କରୁଛନ୍ତି। ତେଣେ ମାଛରଙ୍କା ଚକି କାଟୁଛି। ଉପରେ ଭାସି ଆସିଲା କଳାହାଣ୍ଡିଆ ମେଘ୍। ଝା ଡିଦେଲା ବର୍ଷା। ଯେମିତି ଜିଦିକରି ଛୁଆ ମାନେ ମିଠା ଖାଇ ବସନ୍ତି। ଅସଢେ ବର୍ଷରେ ଭିଜି ଭିଜି ତଳି ରୋଇ ଚାଲିଛି ଦାମ ଭାଇ। ଆଗରେ ଧଣ୍ଡ ଟିର ନଜର ପଡିଗଲା, ବେଙ୍ଗ ଉପରେ। ବେଙ୍ଗଟି ଡେଇଁ ଡେଇଁ ପ୍ରାଣ ବିକଳରେ ଧାଉଛି। ଧଣ୍ଡ, ତାର ପଛେ ପଛେ ଯାଇଁ ଖାପ କରି ମାଡି ବସିଲା। ବେଙ୍ଗଟି ପ୍ରାଣ ବିକଳରେ ଗର୍ଜନ କଲା। ନଜର ପଡ଼ିଗଲା, ଦାମ ଭାଇର। ନିଜ ବାଉଁଙ୍ଗି ରେ ପାହାରେ ଦେଲା। ଧଣ୍ଡ ଓଲଟି ପଡ଼ିଲା, ପ୍ରାଣ ଉଡିଗଲା। ହିଡ଼ ତଳକୁ ଛାଡି ଦେଇ କାମରେ ମାତିଲା। ରୁଆ ସାରିବାକୁ ହେବ। ଦିନନାଥଙ୍କ ଦେଖା ନାହିଁ। ବୋଧେ ଦିନ ଗଡି ଗଲାଣି। ଆକାଶରେ ମେଘ ମାଳ ମାଳ ଭାସୁଛି। ବେଳେ ବେଳେ ଛେଚିଦେଉଛି। ଦାମ ଭାଇ ତଳି ରୁଆ ସରିଗଲା। ମୁଣ୍ଡରୁ ଓଡା ଗାମୁଛା ଖୋଳି ପୋଛିହେଲା। ଗୋଡ ହାତ ପାଖ ଖାଲରେ ଜମିଥିବା ପାଣିରେ ଧୋଇହେଲା ନଈରେ ଗାଧୋଇ ଘରକୁ ଫେରିଲା। ବର୍ଷା କୁଟି ଚାଲିଲା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Action