ଦୁଃଖ ସୁଖ ଜୀବନ
ଦୁଃଖ ସୁଖ ଜୀବନ
ବନ୍ଧୁ ଗଣ, ଜୀବନ ସାରା ହିସାବ କଲେ, ବୋଧେ ପ୍ରାୟ ସମସ୍ତଙ୍କର ପାଇଁ ସୁଖ ଓ ଦୁଃଖ ଦିନ ରାତି ପରି ସମାନ। ସମସ୍ତେ କିନ୍ତୁ ସୁଖ ଆଶା କରନ୍ତି। ସୁଖ ଓ ଦୁଃଖ ଯେମିତି ଅଭିନୟ ପରି ଖରା ପରେ ବର୍ଷା ଋତୁ ଆସେ। ଏହି ରହସ୍ୟ ଜାଣିବାର ଜ୍ଞାନ ଆମ ପାଖରେ ନାହିଁ। ଯାହାସବୁ ଶାସ୍ତ୍ର କୁହେ, ତାହା ବୋଧେ କର୍ମ ଉପରେ ନିର୍ଭର କରେ। ତେବେ ମା ସୀତାଙ୍କର କଣ ଏମିତି କର୍ମ ଥିଲା ଅଶୋକ ବନରେ ରହିଲେ। ରାମ, କୃଷ୍ଣ, ବି ପାଣ୍ଡବ ମାନେ ଦୁଃଖରୁ ବାଦ ପଡ଼ିନାହଁନ୍ତି।
ବନ୍ଧୁ ଗଣ, ଜୀବନ ମାନେ କଷ୍ଟ, ଦୁଃଖ ଝଡ, କ୍ଷତି, ଗ୍ରହଣ କରିବା। ତେବେ କଷ୍ଟ ସହିବାକୁ ଆମେ କେତେ ସକ୍ଷମ ତାହାହିଁ ପରୀକ୍ଷା। ଏହି ପରୀକ୍ଷା ସମସ୍ତଙ୍କ ଜୀବନରେ ଆସେ। ଯିଏ ସହିଥାଏ, ସିଏ ଉତିର୍ଣ୍ଣ ହୁଏ। ଯିଏ ଅସହ୍ୟ ହୁଏ, ସେ ହାରିଯାଏ ଅଥବା ଆତ୍ମ ହତ୍ୟା କରେ। ଆତ୍ମହତ୍ୟା କଲାପରେ ତାହାର ବାକି ଥିବା ଭୋଗା ଭୋଗ ଅର୍ଥାତ୍ କଷ୍ଟ ପୁନ ଜନ୍ମ୍ ନେଇ ଭୋଗିବାକୁ ହୁଏ। କେତେକ ଲୋକ ଏହି କର୍ମ, ପୁନର୍ଜନ୍ମ, ଭୋଗ, ଆଦି ଉପରେ ଯୁକ୍ତି ବାଢ଼ନ୍ତି ବା ବିଶ୍ବାସ କରନ୍ତି ନାହିଁ। ପ୍ରମାଣ ପ୍ରକୃତି ଦିଏ। ଦିନ ରାତି ମାସ ବର୍ଷ ସବୁ ଜାଗତିକ ପ୍ରକ୍ରିୟା, ନିର୍ଦ୍ଧିଷ୍ଟ ସମୟରେ ଗଛରେ ଫଳ ହୁଏ। ଏହି କାର୍ଯ୍ୟ ଘର୍ଣ୍ଣନ ଚକ ପରି । ତେବେ ଜୀବନରେ ଦୁଃଖ ସମଚକ୍ରରେ ଆସେ। ଏହି ଦୁଃଖକୁ କେମିତି ସାମ୍ନା କରିବା ତାହାହିଁ ଆମ ପାଇଁ ଶେଷ୍ଟ ସାଧନା ।
ବନ୍ଧୁଗଣ, କିଛି ବର୍ଷ ତଳର କଥା, ଜଣେ ବ୍ୟକ୍ତି ଯେକି ଆତ୍ମୀୟ ଥିଲେ, ପରିବାର ବିବାଦ ନେଇ ଘର ଛାଡି ପଳେଇ ଆସିଲେ। ନିଜ ପରିବାରର ଭରଣ ପୋଷଣ କରିବା ତାଙ୍କ ପାଇଁ କଠିନ ହେଲା। ପିଲାମାନଙ୍କୁ ଶିକ୍ଷାଦେବା ଓ ନିଜ ଗୃହ ଟିଏ ନିର୍ମାଣ କରିବା ତଥା ଝିଅ ବିଭାଘର ଆଦି ବିଷୟର ଚିନ୍ତାରେ ରହିଲେ। ଅତ୍ୟଧିକ ଚିନ୍ତା ଓ ପରିଶ୍ରମ ହେତୁ ମାନସିକ ବ୍ୟଧିରେ ପଡ଼ିଲେ। ଏପରିକି ସଦାବେଳେ ଭୟ କରିବା, ଭୁଲିଯିବା, ଏକା ରହିବା ଓ ଆହାର ମଧ୍ୟ ଛାଡ଼ିଦେଲେ। ଏପରି ପରିସ୍ଥିତିରେ ତାଙ୍କର ସମସ୍ତେ ଥାଇଁ, ଯଥା ଭାଇ, ବନ୍ଧୁ, ସାଙ୍ଗ ଓ ପତ୍ନୀ କୌଣସି ଆଡୁ ସହଯୋଗ ନଥିଲା। ସେ ଜଣେ ସ୍ଵାଭିମାନୀ ବ୍ୟକ୍ତି ଥିଲେ, କାହାଠାରୁ ସହଯୋଗର ହାତ ପତେଇବା ଚାହୁଁ ନଥିଲେ, ହେଲେ ଈଶ୍ୱର ବିଶ୍ୱାସୀ ଥିଲେ ଓ ସାହସୀ ଥିଲେ।ଏହିପରି ଅବସ୍ତାରେ ପାଞ୍ଚ ବର୍ଷ କଟିଗଲା। ଦୁଃଖର ସମୟ ଭିତରେ ଝିଅ ବିଟେକ ବାୟୋ ଟେକ୍ ରେ କରି ଚାକିରୀ ପାଇଲା, ଝିଅର ମଧ୍ୟ ଉଛ ଉତ୍ତମ ପରିବାରରେ ବିବାହ ହେଲା। ସେ ମଧ୍ୟ ଗୃହ ନିର୍ମାଣ କଲେ। ନିଜର ମାନସିକ ସ୍ଥିତି କ୍ରମସ ଉନ୍ନତି ହେଲା।
ବନ୍ଧୁ ଗଣ, ଏହିପରି ଅଜସ୍ର ଉଦାହରଣ ଆମ ପାଖରେ। କେବଳ ଧର୍ଯ୍ୟ ଓ ସମୟକୁ ଅପେକ୍ଷା କରିବା। ଏହାହିଁ ପରୀକ୍ଷା। ନଚେତ୍ କ୍ଷଣିକ ଉତ୍ତେଜନାରେ ସମାଜର ଘଟୁଥିବା ଆତ୍ମହତ୍ୟା ଓ ହିଂସାରେ ଆମ ସତ୍ତା ହରେଇ ବସିବା। ଯିଏ ହାରି ଯାଏ ସେ ଆତ୍ମହତ୍ୟା କରେ। ବିଶ୍ଵକର୍ମା ଆମକୁ ସାହସର ସହିତ ଲଢ଼ିବାକୁ ଦେଖୁଛନ୍ତି। ଯେ ଡରିଲା ସେ ଗଲା।
ବନ୍ଧୁଗଣ, ଅନେକ ସାଧୁ ସନ୍ଥ ଙ୍କ ଜୀବନ ଦେଖନ୍ତୁ, ନିଜର ସମସ୍ତ କଷ୍ଟକୁ ଇଶ୍ୱରଙ୍କୁ ଅର୍ପଣ କରି ଅପରର ଦୁଃଖ ଲାଘବ କରିବାରେ ସମର୍ଥ ହୁଅନ୍ତି। ରାମକୃଷ୍ଣଙ୍କୁ ଜଣେ ପ୍ରଶ୍ନ କଲେ, କାଳୀ ମାଆ ଆପଣଙ୍କ ରୋଗ ଭଲ କରିଦେବେ ନାହିଁ? ପରମ୍ ହଂସ କହିଲେ, ତାଠାରୁ ବଡ଼କାର୍ଯ୍ୟ ମାଆ ମୋତେ ଦେଇଛନ୍ତି, ତାହା ହେଲା ତାଙ୍କର ସେବକ। ତେଣୁ ଯେତେ ଦୁଃଖ ଆସୁ ଦୀନବନ୍ଧୁଙ୍କ ଉପରେ ଭରଷା ରହୁ, ନିଶ୍ଚୟ ଘୁଞ୍ଚିଯିବ। ବୋକା ଲୋକର ଭରଷା ଭଗବାନ।