ଟ୍ରେନ୍ ଯାତ୍ରା
ଟ୍ରେନ୍ ଯାତ୍ରା


ଭାରତ ଦେବୀ ଦେବତାଙ୍କ ସ୍ଥଳୀ। ମାଟି, ପାଣି, ପାହାଡ଼,ପର୍ବତ, ଶାଗର ମରୁଭୂମି ନଦ, ନଦୀ,ନିର୍ଝର, ସବୁଜ କ୍ଷେତ,ବୃକ୍ଷଲତାରେ ଇଶ୍ୱରୀୟ ଶକ୍ତିର ପ୍ରକାଶ । ମାତା ଗଙ୍ଗା, ହିମାଳୟ, ଶାଗର, ଠାରୁ ଜଙ୍ଗଲ, ମଠ, ମନ୍ଦିର, ଗୁମ୍ଫା, ଆଶ୍ରମ ଆରାଧନା କ୍ଷେତ୍ର ସ୍ଥଳ।
ମନରେ ଆଶା, ଏହି କ୍ଷେତ୍ର ଭ୍ରମଣ ପ୍ରାୟେକ ବ୍ୟକ୍ତି ଭିତରେ ଜାଗି ଉଠେ। ଆର୍ଥିକ ସମସ୍ୟା ଓ ପାରିବାରିକ ବନ୍ଧନ ଆଗକୁ ନେଇପାରେନାହିଁ। ପୁଣି ଏହାବି ସତ୍ୟ, କୃପା ନହେଲେ ବା ଡୋରି ନ ଲାଗିଲେ ଯାତ୍ରା ସମ୍ଭବ ନୁହେଁ।
ଝିଅଜ୍ୟାଇଁ ଟିକେଟ କରି ପଠେଇ ଦେଲେ। ଓଡ଼ିଶାରୁ ଜାମୁ ଆଗକୁ କଟ୍ରା ପଯ୍ୟନ୍ତ ଯିବା ଆସିବା ରେଳ ଗାଡ଼ି ଟିକେଟ। ମୋର ପତ୍ନୀ ଓ ମୁଁ ଚୌଦ୍ ତାରିଖ ସକାଳ ନ ଟାରେ ଭୁବନେଶ୍ୱର ରୁ ରାଜଧାନୀ ଦ୍ରୁତଗାମୀ ଗାଡ଼ିରେ ବସିଲୁ। ସକଳ ଛଅଟାରେ ଦିଲ୍ଲୀରେ ପହଂଚିଗଲୁ। ଆଗରୁ ବୁକିଙ୍ଗ ହୋଇଥିବା ନିକଟସ୍ଥ ହୋଟେଲରେ ପନ୍ଦର ତାରିଖ ଦିନ ରହିଲୁ। ସ୍ଵାଧୀନତା ଦିବସ, ମନେ ହେଲା ଆମେ ପକ୍ଷୀ ପରି ମୁକ୍ତ ହୋଇ ବୁଲୁଛୁ। ସୋଳ ତାରିଖ ସକାଳ ସାତଟାରେ ଜାମୁ ଆଗକୁ କଟ୍ର। ଉପଲକ୍ଷେ ଟ୍ରେନ ବନ୍ଦେ ଭାରତ ଧରିଲୁ। ଆମ ସହ ମିରଟରୁ ଆସିଥିବା ସମୁଦୀ ଓ ସମୁଦୂଣୀ ଯୋଗ ଦେଲେ। ଆମେ ଦିନ ଦୁଇଟା ସୁଦ୍ଧା ଜମୂରେ ପହଞ୍ଚି ଗଲୁ। ପର୍ବତ ମାଳା ଓ ଭୂମି ଉପରେ ଅଗଭୀର ନଦୀ ଶଯ୍ୟା, ବନ ବୃକ୍ଷରାଜି, ମେଘ କୁହୁଡି ଘେରା ପର୍ବତ ମାଳା ଆନନ୍ଦର ଉତ୍ସ ଥିଲା।
ଟେକ୍ସି ଧରି ଏକ ହୋଟେଲରେ ରାତ୍ରୀ ଜାପାନ କଲୁ। ସେଠାରେ ଆଗରୁ ଝିଅ ଓ ଜ୍ବାଇଁ ,ନାତି ପହଞ୍ଚି ଯାଇଥିଲେ। ଆମକୁ ସ୍ବାଗତ କଲେ। ସେମାନେ ହାଇଦ୍ରାବାଦରୁ କାଶ୍ମୀର ଯାତ୍ରାଦୁଇ ଦିନ ପୂର୍ବରୁ କରିଥିଲେ। ସମସ୍ତେ ମିଶି ହୋଟେଲରେ ଭୋଜନ କଲୁ। କିଛି ସମୟ ସେଠାରେ ବିଶ୍ରାମ ନେଇ ଚାରିଟା ସୁଦ୍ଧା କଟରା ମୁଖ୍ୟ ବିପଣୀ ଭ୍ରମଣରେ ବାହାରିଲୁ। ଯେଉଁଠାରେ ଦେବୀ ମାତାଙ୍କ ସମସ୍ତ ଉପକରଣ ଉପଲବ୍ଧ ହେଉଥିବା ମନ୍ଦିର ପରି ସଜେଇ ହୋଇଥିବା ଦୋକାନମାନ ଦେଖିଲୁ। ସୁଲଭ ମୁଲ୍ୟରେ ମୋତି ମାଳି, ସୁବାସିତ ଧୂପ, ଜରି ଲଗା ବସ୍ତ୍ର, ଆଦି ମନ୍ଦିର ସଜା ଆସବାସ ଦେଖି ମୁଗ୍ଧ ଲାଗିଲା। ହିମାଳୟରେ ଉପଲବଧ କେଶର, ମସଲା, ସିଲାଜିତ୍, କାଜୁ, କିସମିସ, ଆଦି ବନ୍ୟ ଜଡ଼ିବୁଟି ବିକ୍ରୟ କେନ୍ଦ୍ର । ଗୁଗଲ, ଶୈଳଯା, ଲବଙ୍ଗ, ଅଳେଇଚ, ଯାଇତ୍ରି, ଜାଇଫଳ, ତ୍ରିଫଳ, ଆଦି ମୂଲ୍ୟବାନ ବନ ଜାତ ଦ୍ରବ୍ୟ ଆମ ଓଡ଼ିଶାର ମୂଲ୍ୟ ଠାରୁ କମ୍ ଥିଲା। ସେଠାକାର ସମସ୍ତ ଭୋଜନାଳୟ ନିରାମିଷ ଓ ସ୍ଵାଦିଷ୍ଟ, ଆମେ ରାତ୍ରୀ ଭୋଜନ ସେଠାରୁ ସାରି ହୋଟେଲ ଫେରିଲୁ ।
ସତର ତାରିଖ ରାତ୍ରୀ ଚାରିଟାରୁ ନିତ୍ୟ କର୍ମ ଶେଷ କରି ମାତା ବୈଷ୍ଣବୀ ଦେବୀଙ୍କ ଦର୍ଶନ ଉପଲକ୍ଷେ ବାହାରିଲୁ। ଗନ୍ତବ୍ୟ ସ୍ଥଳରୁ ଆମର ଆଧାର କାଡ଼ ଯାଞ୍ଚ କରାଯାଇ ରେଜିଷ୍ଟେଶନ କରାଗଲା। ଏହି ସ୍ଥାନରୁ ମାଙ୍କ ପୀଠ ପର୍ବତ ଶିଖର ପ୍ରଦେଶ ପଯ୍ୟନ୍ତ ଚୋଉଦ କିଲୋମିଟର ବା ୧୪୦୦୦ ମିଟର ରାସ୍ତା ଉପରକୁ ଅତିକ୍ରମ କରିବାକୁ ପଡ଼େ। ପର୍ବତ ଉପରେ ସର୍ପିଳ ରାସ୍ତା ଅତିକ୍ରମ କରିବା ଆମ ପାଇଁ କଠିନ ହୋଇ ପଡ଼ିବା ଯୋଗୁ ଅଶ୍ୱ ସାହାଯ୍ୟରେ ଗଲୁ।ଅଶ୍ୱ ବା ଖଚର କୁହନ୍ତି ତାହା ଉପରେ ବସି ଯିବାକୁ ପଡ଼ିଲା। ଅବଶ୍ୟ ହେଲିକପ୍ଟର ଉପଲବ୍ଧ କିନ୍ତୁ ମାସେ ପୂର୍ବରୁ ବୁକିଙ୍ଗ କରିବାକୁ ପଡ଼େ। କେହି କେହି ପାଲିଙ୍କି ରେ ବସି ଯାତ୍ରା କରନ୍ତି। ଘୋଡାରେ ବସିବା ପ୍ରଥମ ଅନୁଭୂତି ଭୟ ରହେ। ହେଲେ ଘୋଡ଼ା ଚାଳକଙ୍କ ଉପସ୍ଥିତ ଯୋଗୁ ଗୋଟେ ଗୋଟେ ପାହୁଲ ପକେଇ ଆଗକୁ ଚାଲିଲା। ରାସ୍ତା ପ୍ରସ୍ତର ଓ ସର୍ପିଲ୍ ଥିଲା। ରାସ୍ତାର ତ୍ରିକୋଣ ସ୍ଥାନ ରୁ ପର୍ବତର ଅପୂର୍ବ ଶୋଭା ପରିପୂର୍ଣ ଅବର୍ଣ୍ଣନୀୟ। ବୃକ୍ଷ ଲତା ବେଷ୍ଟିତ କୁହୁଡି ଘେରା ମେଘ ଓ ବରଫ ଶୋଭା ପାଉଥିବା ମାତାଙ୍କର ନୀଳୟ ଲକ୍ଷ୍ମୀ ବିରାଜିତ। ପର୍ବତାରୋହଣ ଯେତିକି କଷ୍ଟପ୍ରଦ ଜଣେଇ ଦେଉଥିଲା ସେତିକି ସାଧନା ଲବ୍ଧ ଜୀବନ ସୁଖ ପ୍ରଦ। କର୍ମ କରି ଫଳ ପ୍ରାପ୍ତିର ଆଶା ସୁଗମ ହୁଏ। ପ୍ରାତ ଆସନ୍ନ। ସୂର୍ଯ୍ୟଙ୍କର ପଥମ ଆଭା ବନ ପ୍ରଦେଶରେ ପଡ଼ି ଜାଗ୍ରତ କରିଦେଲା, ମାତାଙ୍କ ମନ୍ଦୀର ଦ୍ଵାର ଉନ୍ମୁକ୍ତ ମନ୍ତ୍ର ପାଠ ଓ ବେଦ ଧ୍ଵନୀ ମୁଖରିତ ହେଲା ବନ ପ୍ରଦେଶ। ଯେପରି ସମ୍ପୂର୍ଣ୍ଣ ପର୍ବତ ମାତାଙ୍କ ବିଶ୍ଵରୂପ। ଧିର ଶାନ୍ତ, ଯୋଗ ମୁଦ୍ରାରେ ତପ ରତ। ସ୍ବାଗତ କରନ୍ତି ତାଙ୍କର ନିକଟକୁ ଆସୁଥିବା ସନ୍ତାନ ମାନଙ୍କୁ। ଏଣେ ଭାବ ବିହ୍ୱଳ ଭକ୍ତଙ୍କ କଣ୍ଠରେ ଜୟ ମାତାକି ଝଙ୍କାର ପ୍ରକମ୍ପିତ ବନ ଭୂମୀ। ଓଁୟାଇଂ ହ୍ଲିଁ କ୍ଲିଂ ଚାମୁଣ୍ଡାୟେ ବିଚେ ବୀଜ ମନ୍ତ୍ରର ଧ୍ଵନୀ। ମା ଅନ୍ତର୍ଯ୍ୟାମୀ, ପରା ଅପରା ଶକ୍ତିର ଆଧାର ଭୂତା ମହାଦେବୀ, ମହା ଲକ୍ଷ୍ମୀ, ମହା ଦୁର୍ଗା, ମହା ସରସ୍ଵତୀ ରୂପରେ ବିରାଜିତା ମାହେଶ୍ୱରୀ ବୈଷ୍ଣବୀ ନାରାୟଣୀ। ମାଆ ତାର ସନ୍ତାନ ମଙ୍ଗଳ ନିମିତ୍ତ ସଦା ତତ୍ପର। ସର୍ବ ମାଗଲ୍ୟ ମଙ୍ଗଲ୍ୟେ ସିବେ ସର୍ବାର୍ଥ ସାଧିକେ, ସରଣେ ତ୍ରୟମ୍ବିକେ ଗୌରୀ ନାରାୟଣୀ ନମସ୍କୃତେ। ଦୁଇ ଘଣ୍ଟା ଅଶ୍ୱ ଉପରେ ଯାଇ ପ୍ରଵେଶ କଲୁ ମନ୍ଦିର ଦ୍ଵାରରେ। ସହସ୍ର ଜନଙ୍କ ସମାବେଶ। ଧାଡ଼ିରେ ଯାଇଁ ମାତାଙ୍କ ଦର୍ଶନ ଲାଭ। ପର୍ବତର ଖୋଲରେ ମାତା ସ୍ଵୟଂ ଦର୍ଶନ ଦେଲେ। ଯୋଗୀ ଇଶ୍ୱରି ମାତା ବୈଷ୍ଣବୀ ପ୍ରକୃତି ସ୍ୱରୂପା ମାତା ବିଶ୍ଵ କଲ୍ୟାଣ ନିମିତ୍ତ ଶକ୍ତି ଆଧାର ଭୂତା ଜଗତ ଜନନୀ । ସାଷ୍ଟାଙ୍ଗ ପ୍ରଣିପାତ କରି ମନ ଓ ଶରୀରରେ ଆନନ୍ଦର ଲହରୀ ଖେଳିଗଲା। ଜୟ ମାତା କୀ ଧ୍ଵନୀରେ ଭକ୍ତଙ୍କ କଣ୍ଠରେ ପ୍ରକମ୍ପିତ। ମାତା ଅଭୟ ମୁଦ୍ରାରେ ଉଲ୍ଲସିତ ସନ୍ତାନଙ୍କ ନିମିତ୍ତ ବିରାଜିତ। ଏକା କାର ଜୀବ ଓପରମ୍।
ଦର୍ଶନ ଲାଭ କରି ପୁଣି ଅଶ୍ୱ ଉପରେ ବସି ସନ୍ଧ୍ୟାରେ ପର୍ବତର ନିମ୍ନ ପ୍ରଦେଶରେ ପହଞ୍ଚିଗଲୁ।
ମୁଁ ବସିଥିବା ଅଶ୍ୱରନାମ କଣ ବୋଲି ବିପିନ ଶର୍ମାଙ୍କୁ ପଚାରିଲି। ବିପିନ ଶର୍ମା ଜେକି ସେହି ଅଶ୍ୱର୍ ମାଲିକ। ତାଙ୍କ ଘର ଜାମୁ ସହର ଠାରୁ ଦଶ କିଲୋମିଟର ଦୂରରେ ଏକ ପାହାଡି ଗ୍ରାମ। ଆଜକୁ କୋଡ଼ିଏ ବର୍ଷ ଧରି ଏଠାରେ ଯାତ୍ରୀ ବହିବା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଗ୍ରାମରେ ତାଙ୍କର ପରିବାର ରୁହନ୍ତି। ମୋ ଅଶ୍ୱର ନାମ ସ୍ୱପ୍ନ। ବୋଲି କହିଲେ। ଅଶ୍ୱଟି ଶାନ୍ତ ଓ ସହନଶିଳ ଥିଲା। ମତେ ନିର୍ଭିଗ୍ନରେ ନେଇ ଆଣି ତଳେ ପହଞ୍ଚେଇ ଥିବାରୁ ବିପିନ ହାତରେ ସହେ ଟଙ୍କା ଦେଇ ସ୍ବପ୍ନ। ଅଶ୍ୱକୁ ଦାନା ଖାଇବାକୁ ଖୁସିରେ ଦେଲି। ମେଲାଣି ବେଳେ ସ୍ବପ୍ନା ମୁଣ୍ଡ ହଲାଇ ତାର ପ୍ରଣତି ଜଣାଇଲା।
ଏହି ଅଶ୍ୱରେ ଯିବା ଓ ଆସିବା ପାଇଁ ଜଣକା ଦୁଇହଜାର ଚାରିଶହ ଟଙ୍କା ଦେବାକୁ ପଡେ। ପାଲିଙ୍କି କି ହେଲିକପ୍ଟର ରେ ଗଲେ ଅଧିକ ପଡେ।
ଜାମୁ ଠାରୁ ଅସି କିଲୋମିଟର ଦୂର କଟରା ଷ୍ଟେସନ। ହିଲି ଷ୍ଟେସନ୍ ରୂପେ ମାତା ବୈଷ୍ଣବୀଙ୍କ ପାଇଁ ପ୍ରସିଦ୍ଧ। ଭାରତ ତଥା ବିଦେଶରୁ ବହୁ ଯାତ୍ରୀ ମାତାଙ୍କ ଦର୍ଶନ ନିମିତ୍ତ ଆସନ୍ତି।
ଦର୍ଶନୀୟ ସ୍ଥାନ କଟରା ମାଙ୍କ ନିବାସ ସ୍ଥାନ ତ୍ରୀକଟ ପର୍ବତ ମାଳା ଉର୍ଦ୍ଧରେ ଥିବା ଗୁମ୍ଫା ମଧ୍ୟରେ ଅବସ୍ଥିତ। ଏହି ଗୁମ୍ଫା ଭିତରକୁ ଯିବାକୁ ପଡେ। ଗୁମ୍ଫା ମଧ୍ୟ ଭାଗରେ ଲିଙ୍ଗ ସ୍ୱରୂପ ବିଶାଳ ପ୍ରସ୍ତର ଖଣ୍ଡ ଉପରେ ମାଆ ବୈଷ୍ଣବୀ ଦେବୀଙ୍କର କାୟା ଛାୟା ପରି ପ୍ରତି ବିମ୍ବିତ ହୋଇଥାଏ। ଲୋକ ଉକ୍ତିରୁ ଜଣା ପଡେ ମାତା ବୈଷ୍ଣବୀ ଦଶ ମହାବିଦ୍ୟାର ଅଧିଷ୍ଠାତ୍ରୀ ବହୁ ସନ୍ଥ ଓ ଯୋଗୀ ମୁନି ଏଠାରେ ତପସ୍ୟା କରି ମାଙ୍କ ବର୍ ପ୍ରାପ୍ତ ଲଭନ୍ତି। ସଂସାରୀ ଜନ ମାଙ୍କ ଦର୍ଶନ ଲାଭ କରି ସୁଖସମ୍ବୃଦ୍ ଲାଭ କରନ୍ତି। ମାଙ୍କ ମନ୍ଦିର ଉପରକୁ ଭ ଇରବି ମନ୍ଦିର। ସେଠାକୁ ଟ୍ରଲର ସାହାଯ୍ୟରେ ଯିବାକୁ ହୁଏ। ସେଠାରେ ମହାଦେବ ଙ୍କ ଭଇରବ ଓ ମାତାଙ୍କ ଭ ଇରବି ରୂପ ଦେଖିବାକୁ ମିଳେ। ଏକ ପିତଳ କଡାରେ ସଦାସର୍ବଦା ତପ୍ତ ଅଙ୍ଗାର ପାଉଁଶ ବିଭୂତି ଉଦୀ ଦର୍ଶକଙ୍କ ଚିତ ଆକର୍ଷଣ କରେ। କେହି କେହି ଏହି ତପ୍ତ ପାଉଁଶ ବା ଉଦିକୁ ପାଇବାକୁ ବ୍ୟଗ୍ରତା ପ୍ରକାଶ କରନ୍ତି ତ କେହି ଏହାର ରହସ୍ୟ କୁହନ୍ତି, ଶରୀର ଓ ସଂସାର ନସ୍ଵର୍ ମହାଦେବୀ ଙ୍କ ମାୟା ଦ୍ଵାରା ଆଛର୍ଣ ଭସ୍ମ ପାଉଁଶ। ତେଣୁ ମୋହରୁ ମୁକ୍ତ ପଥ ମହାଦେବ ଶିବ ଅହମ୍।
ବଂଧୁ ଗଣ, ମାତା ଦେବୀ ଙ୍କ ନିବାସ ତ୍ରିକୂଟ ପର୍ବତ ମସ୍ତକ ତୃତୀୟ ନେତ୍ର ଜ୍ଞାନଆଲୋକ ମାତା ବୈଷ୍ଣବୀ ବିଶ୍ଵର ବ୍ୟକ୍ତିର ମଙ୍ଗଳ କରନ୍ତୁ ପ୍ରାଥନା କରି ଭ୍ରମଣ କାହାଣୀ ସମାପ୍ତ କରୁଛି।