Akshayakumar Dash

Action Fantasy Inspirational

3  

Akshayakumar Dash

Action Fantasy Inspirational

ଭଦ୍ରଲୋକ

ଭଦ୍ରଲୋକ

2 mins
195



ବନ୍ଧୁଗଣ, ଯେଉଁଠି ଭିଡ ସେଇଠି ଠେଲାପେଲା। ଏପରିବି ମନ୍ଦିରରେ, ଖୋଦ୍ ଠାକୁରଙ୍କ ଆଗରେ। ଆମେ ସୁଯୋଗ ହାତ ଛଡ଼ା କରିବାକୁ ଚାହୁଁନା। ପଛକେ ଯାହା କିଛି ହେଇଯାଉ। ବ୍ୟାଙ୍କ୍ କାଉଣ୍ଟର, ମେଳା, ମଉଛବ, ଏପରିକି ହାଟ, ବଜାର ଓ ସଭା ସମିତି। ଏହି ଭିଡ଼ରେ ବୟସ୍କ ବ୍ୟକ୍ତି, ଭିର୍ଣ୍ଣ ଖ୍ୟମ, ଓ କେତେକ ବୋକା ଲୋକ କ୍ଷତିରେ ପଡନ୍ତି। ଯେପରି ସରଳ ସ୍ଵଭାବ, ସହିଷ୍ଟୁ, କର୍ମ ଉପରେ ନିର୍ଭର କରୁଥିବା ବ୍ୟକ୍ତି ଅଡ଼ୁଆ ଭିତରକୁ ପଶିବାକୁ ଅନିତ୍ସା ପ୍ରକାଶ କରନ୍ତି, ଏହିମାନେ ବୋକା ଲୋକ, ଲୋକେ କେତେକଏମାନଙ୍କୁ ଭିଡ଼କୁ ନୁହେଁ ବୋଲି ବ୍ୟଙ୍ଗ କରନ୍ତି। ଅନ୍ୟ ପକ୍ଷରେ ପାରିଲା ଲୋକଙ୍କ ପରଦା ଅନ୍ତରାଳର ଦୃଶ୍ୟ ଦେଖିବା। ଯିଏ ଠକେଇ କେସରେ ଥାନା ପୋଲିସ ବାନ୍ଦିନେଇଥିବ, ଗୁଣ୍ଡା ହୋଇଥିବ, ରାଜନୀତି କରି ଶାସକ ଦଳ ସାଥିରେ ଥିବ, ବିପୁଳ ଟଙ୍କା ଦେଇ ନିଜ ସ୍ବାର୍ଥ ହାସଲ କରିପାରୁଥିବ,ଓ ଯାହ ବଂଶ ପରିବାର ନାମରେ ଖାତିର ମାରୁଥିବ, ଏହି ମାନେ ପରିବା ଲୋକ। ଏମାନେ ଠେଲି ପେଲି କାଇଦାରେ ନିଜର ଫାଇଦା ମାରନ୍ତି। ଏହି ଶ୍ରେଣୀର ଲୋକଙ୍କୁ ଆମେ ଭଦ୍ରଲୋକ କହୁ। ହେଲେ ଆଙ୍କର ଅଭିନୟ ଧରା ପଡ଼େ ନାହିଁ। ଜଦିବା କୌଣସି ବାଟର କଣ୍ଟାରେ ପମ୍ପ ଚୋର ହେଲା, ଏମାନେ ସତର୍କ ହୋଇଯାଆନ୍ତି ସତ, ହେଲେ ତାଙ୍କ କଳା ମନେ ପଡେ। କୁକୁର ଲାଞ୍ଜ ବଙ୍କା ପରି ଏମାନଙ୍କ ଚରିତ୍ର।

ବନ୍ଧୁ ଗଣ, ଓଡ଼ିଶାରେ ଯେତେ ଦୃନିତି ହେଉଛି, ତାହାର ମୂଳରେ ଏହି ଚରଣ ଚୁଟିଆ, ଚାଟୁକାର, ଆତ୍ମ ପ୍ରଚାରକ, ଲମ୍ପଟ, ଠକ ଭଦ୍ରଲୋକଙ୍କ ପାଇଁ। କୃଷକ, ଶ୍ରମିକ, କେତେକ ସାମାଜିକ କର୍ମୀ,ଓ ମହିଳା ଙ୍କ ନିଷ୍ଟା ବଳରେ ସମାଜ ଚାଲିଛି। 

ବନ୍ଧୁଗଣ, ନିକଟରେ ଗୋଟିଏ ସାହିତ୍ୟ ସଭାରେ ଜଣେ ସମ୍ମାନୀୟ ଅତିଥି ଭାଷଣ ଦେଉଥିଲେ। କିଛି ଲୋକ କଥାବାର୍ତ୍ତା ହେବାର କାନରେ ବାଜିଲା । ତାହା ସେ ସମ୍ମାନୀୟ ଅତିଥି, କିଛି ବେକାରୀ ଯୁବକଙ୍କୁ ରେଳ ବିଭାଗରେ ଚାକିରୀ କରେଇ ଦେବା କହି ବିପୁଳ ଅର୍ଥ ନେଇ ଠକେଇରେ ପଡି ବନ୍ଧା ହୋଇଥିଲେ। ଖବର କାଗଜରେ ବହାରି ଥିଲା। ସେ ପୁଣି ଗୋଟେ ସାହିତ୍ୟ ଅନୁଷ୍ଠାନର ସମ୍ପାଦକ। ଆଉଜଣେ କବି ମୋଟା ଅଙ୍କ ଲାଞ୍ଚ ଦେଇ ଏକାଡେମୀ ପୁରସ୍କାର ପ୍ରାପ୍ତ ସାହିତିକ। ଏହି ସବୁ ଚରିତ୍ର ଆମ ପଥରେ ଉଲ୍କା ପରି ପଶି ଆସି ଆମକୁ ଧକ୍କା ଦେଇ ଆଗକୁ ଦୋଉଡୁଛନ୍ତି।

ବନ୍ଧୁଗଣ, ପଛକେ ବଣ ମଲ୍ଲି ହେବା, ଏପରି ହାଇ ବ୍ରିଡ ହୋଇ ରୂପ ଦେଖେଇବା ନିତି ବିରୁଦ୍ଧ ଅଟେ। ବୋକା ଲୋକର ଜୀବନୀ ପଢିବା, ତାଙ୍କ ଭିତରୁ ସରଳ ସ୍ଵଭାବ, କର୍ମ ତତ୍ପରତା, ସହିଷ୍ଟତା, ନିର୍ଭୟ ଓ ସ୍ୱାଭାବିକ ଜୀବନ ଧାରଣର ପାଠ ପଢିବା ଉଚିତ୍ ହେବ।


Rate this content
Log in

Similar oriya story from Action