Trushna Das

Action Inspirational Thriller

4.1  

Trushna Das

Action Inspirational Thriller

କବୀର ସିଂ

କବୀର ସିଂ

4 mins
489


କବୀର ସିଂ ଶହୀଦ ରାଜବୀର ସିଂଙ୍କ ପୁଅ। ରାଜବୀର ସିଂଙ୍କ ଇଚ୍ଛା ଥିବ ପୁଅ ମଧ୍ୟ ବଡ଼ ହୋଇ ଦେଶ ସେବା କରୁ, ସେ ବି ସୈନିକ ହେଉ। କବୀର ତାଙ୍କ ବାପାଙ୍କ ବହୁତ ଗେହ୍ଲା ହୋଇଥିଲେ। ଛୁଟିରେ ରାଜବୀର ଆସିଲେ କବୀର ପୁରା ଛୁଟି ଯାକ ବାପା ସହ କାଟୁ ଥାନ୍ତି। ସେ ବି ବାପାଙ୍କୁ କହୁ ଥାନ୍ତି ବଡ଼ ହେଲେ ସୈନିକ ହେବେ। 


କବୀର ଯେତେବେଳେ ଦଶ ବର୍ଷର ହୋଇଥାନ୍ତି ହଠାତ୍ ସେ ଜାଣିବାକୁ ପାଇଲେ ତାଙ୍କ ବାପା ଯୁଦ୍ଧରେ ଶହୀଦ ହୋଇଛନ୍ତି। ଏକଥା ଗଭୀର ଭାବରେ ତାଙ୍କ ଉପରେ ମାନସିକ ପ୍ରଭାବ ପକାଇଛି।ସାଧାରଣ ଜର ପାଟିରେ ବିକେହି କହିଲେ ସେ ଡରି ଯାଇ ମାଆ ସୁଧାଙ୍କ ପଛରେ ଲୁଚି ଯାଆନ୍ତି। ସୁଧା ବିଚାରି କଣ କରିବେ ଏପଟେ ସ୍ୱାମୀଙ୍କୁ ହରାଇବା ଦୁଃଖ ତ ସେ ପଟେ କବୀରଙ୍କ ମାନସିକ ଅବସ୍ଥା। କବୀର ଜେଜେବାପା, ଜେଜେମା, କାକାଖୁଡୀଙ୍କ ଗେହ୍ଲ ପାଇ ବଢି ଥିଲେ ମଧ୍ୟ ବାପାଙ୍କ କମି ତାଙ୍କ ଜୀବନରେ ରହିଥାଏ। 


ପୂଜା କବୀରଙ୍କ ବାପାଙ୍କ ସାଙ୍ଗର ଝିଅ। କବୀର ମାଆ ପରେ ପୂଜା ସହ ବେଶି ମିଶନ୍ତି। ପୂଜା ଓ କବୀର ପରସ୍ପରକୁ ବହୁତ ଭଲ ପାଆନ୍ତି। କବୀର ବଡ଼ ହୋଇ ଗାଁରେ ଜେଜେବାପାଙ୍କ ବ୍ୟବସାୟ ସମ୍ଭାଳୁ ଥିଲେ। କବୀର ପୁରା ଶାନ୍ତଶିଷ୍ଟ ସ୍ୱଭାବକୁ ପୂଜା ପୁରା ନଟଖଟ ସ୍ୱଭାବର। କବୀର ସମୟ ପାଇଲେ ପୂଜା ସହ ସମୟ କାଟିବାକୁ ଭଲ ପାଉଥିଲେ। 


କବୀରଙ୍କ ମନରେ କିନ୍ତୁ ଜର ଶବ୍ଦକୁ ନେଇ ଡର ବଢିବାକୁ ଲାଗିଲା। ତେଣୁ ସୁଧା ଘରେ କବୀରଙ୍କ ବାହାଘର ଜଲଦି କରିବା ପାଇଁ ଭାବିଲେ। କବୀରଙ୍କ ବିବାହ ତେଇଶି ବର୍ଷରେ ପୂଜାଙ୍କ ସହ ହୋଇ ଗଲା। ପୂଜା ସବୁବେଳେ କବୀରଙ୍କ ମନରୁ ସେ ଡର ଦୂର କରିବାକୁ ଚାହୁଁଥିଲେ। 


କବୀରଙ୍କ ସାଂସାରିକ ଜୀବନ ଭଲ ହସ ଖୁସିରେ ଚାଲୁଥାଏ। ପୂଜା ଏବେ କବୀରଙ୍କ ଜୀବନ। ବାହାଘର ବର୍ଷେ ହେଉ ହେଉ ପୂଜା ଗର୍ଭବତୀ ହେଲେ। କବୀରଙ୍କ ଖୁସି କହିଲେ ନ ସରେ। ସେ ପୂଜାଙ୍କର ସେବାଯତ୍ନ ପୁରା କରିଛନ୍ତି। 


ଏମିତି ନଅ ମାସ କଟି ଯାଇଛି। କବୀର ଦୋକାନରେ ଥାଆନ୍ତି। ହଠାତ୍ ଜରେ ଧମାକା ଶବ୍ଦ ଶୁଣି ସେ ଡରି ଗଲେ। ସାଙ୍ଗେସାଙ୍ଗ ଚାରିଆଡ଼େ କର୍ଫୁ ହୋଇଗଲା ଯେ ଆତଙ୍କବାଦୀ ଆକ୍ରମଣ ହୋଇଛି। କବୀରଙ୍କ ଡର ବଢି ଗଲା।ସାଙ୍ଗରେ ତାଙ୍କ କାକା ଥାଆନ୍ତି। ସେ କବୀରଙ୍କୁ ବୁଝାଉଥାନ୍ତି। ହେଲେ କବୀର ବୁଝିବା ଅବସ୍ଥାରେ ନ ଥାନ୍ତି। ଶେଷରେ ପୂଜା ତାଙ୍କୁ ଫୋନରେ ବୁଝାଉ ଥାଆନ୍ତି। ଠିକ ସେତିକିବେଳେ ପୂଜାଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଛି। ସେ ଯନ୍ତ୍ରଣାରେ କାନ୍ଦିବାକୁ ଲାଗିଛନ୍ତି। 


ଏହା ଶୁଣି କବୀର ଅସ୍ଥିର।ନିଜ ଡରକୁ ଭୁଲି ସେ ବାହାରକୁ ବାହାରିଛନ୍ତି ପୂଜା ପାଖକୁ ଯିବା ପାଇଁ। ହେଲେ କର୍ଫ୍ୟୁ ପାଇଁ ଯାଇ ପାରୁ ନାହାଁନ୍ତି। ଫୋନରେ ସେ କଥା ହେଉ ଥାନ୍ତି ମା ସୁଧାଙ୍କ ସହ। ଠିକ ସେତିକିବେଳେ କବୀର ଗୁଳି ଚାଳିବା ଶବ୍ଦ ଶୁଣିଛନ୍ତି। ସୁଧା ଏତିକି କହିଲେ ଘରେ ଆତଙ୍କବାଦୀ ପଶି ଆସିଛନ୍ତି। ମୋତେ ଗୁଳି ଲାଗିଛି।ତୁ ସିଂ ବଂଶର ଛୁଆ.... ତୁ ଶହୀଦ ରାଜବୀରଙ୍କ ପୁଅ।ତୋ ଦେହରେ ବୀରଙ୍କ ରକ୍ତ ପ୍ରବାହିତ। ତୁ ଆସିକି ସମସ୍ତଙ୍କୁ ଏଠୁ ଉଦ୍ଧାର କର। ତ ସ୍ତ୍ରୀ ପିଲା ତ ଅପେକ୍ଷାରେ।ତୁ ପାରିବୁ କହି ସୁଧା ରହିଗଲେ। କବୀରଙ୍କ ଆଖିରୁ ଲୁହ ବହି ଯାଉଥାଏ। ମାଆ ମାଆ କହି ଚିତ୍କାର କରୁ ଥାନ୍ତି। ଫୋନରେ ସେ ଘର ଲୋକଙ୍କ ଚିତ୍କାର ଶୁଣୁ ଥାଆନ୍ତି।


କବୀର ନିଜର ସବୁ ଡର ଭୁଲି ଯାଇ ବାହାରକୁ ଯାଇ ପୋଲିସକୁ ସବୁ କହିଲେ। ପୋଲିସର ସାହାଯ୍ୟ ନେଲେ। ପୋଲିସ ଠାରୁ ଜାଣିବାକୁ ପାଇଲେ ଏଇ ଆତଙ୍କବାଦୀଙ୍କ ଆକ୍ରମଣରେ ତାଙ୍କ ବାପା ଶହୀଦ ହୋଇଛନ୍ତି। ଗୋଟିଏ ପଟେ ତାଙ୍କ ବାପାଙ୍କ ଆତଙ୍କବାଦୀ ପୁଣି ସେମାନେ ତାଙ୍କ ମାଆଙ୍କୁ ବି ମାରି ଦେଲେ। ସେ ଏବେ ରାଗରେ ତମତମ। ତାଙ୍କର ରକ୍ତ ଗରମ ହୋଇଗଲା। ସେ ପୋଲିସ ଆଉ କାକାଙ୍କ ସହ ନିଜ ଘର ପାଖକୁ ଗଲେ। ସେତେବେଳକୁ ସେ ପୂଜାର ଚିତ୍କାର ଶୁଣି ଆହୁରି ଅସ୍ଥିର ହୋଇ ଗଲେ। 


କବୀର ପୋଲିସଙ୍କୁ ଧରି ଘରର ପଛପଟୁ ଛାତକୁ ଚଢ଼ି ଘର ଭିତରକୁ ଗଲେ। ସେ ଦେଖିଲେ ଆତଙ୍କବାଦୀମାନେ ପୂଜାଙ୍କ ହାତଗୋଡ଼ ବାନ୍ଧି ଦେଇଛନ୍ତି ଏବଂ ପୂଜା ତଳେ ଗଡି ଗଡି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ବାକି ସମସ୍ତଙ୍କୁ ବାନ୍ଧି ଗୋଟିଏ ଜାଗାରେ ବସାଇଛନ୍ତି। କବୀର ସାଙ୍ଗରେ ଗୋଟିଏ ଛୁରୀ ଆଣି ଥିଲେ। ଯେମିତି ଗୋଟିଏ ଆତଙ୍କବାଦୀକୁ ସେ ଏକୁଟିଆ ପାଇଲେ ତା ମୁହଁକୁ ଯାକି ଧରି ତାକୁ ଛୁରୀରେ ମାରି ଦେଲେ। ନିଜେ ସେ ଆତଙ୍କବାଦୀର ଡ୍ରେସ ପିନ୍ଧି ମୁହଁରେ କଳା କପଡା ଲଗାଇଲେ ଏବଂ ସେ ଆତଙ୍କବାଦୀର ଶରୀରକୁ ଲୁଚାଇ ଦେଲେ। ତାପରେ ପୋଲିସ ସହ କରିଥିବା ଯୋଜନା ଅନୁଯାୟୀ ସେ ଭିତରକୁ ଗଲେ। ଆତଙ୍କବାଦୀ ମାନେ ମଧ୍ୟ ତାଙ୍କୁ ଚିହ୍ନି ପାରିଲେ ନାହିଁ। କିନ୍ତୁ ପୂଜା ଜାଣି ଗଲେ ଯେ ସେ କବୀର ବୋଲି। 


କବୀର ଦେଖିଲେ ତାଙ୍କ ମାଆ ସୁଧା ମରି ନାହାଁନ୍ତି। ସେ ଅଚେତ ହୋଇ ଯାଇଛନ୍ତି। ସେ ଅନ୍ୟ ଆତଙ୍କବାଦୀଙ୍କୁ କହିଛନ୍ତି ଯେ ସୁଧା ମରି ଯାଇଛନ୍ତି। ତାଙ୍କ ଶବକୁ ବାହାରକୁ ପକାଇ ଦେଲେ ଲୋକମାନେ ଡରିଯିବେ। ତେଣୁ ସେ ସୁଧାଙ୍କୁ ନେଇ ବାହାରେ ଶୁଆଇ ଦେଲେ। 


ସେପଟେ ପୋଲିସ ସାଙ୍ଗେ ସାଙ୍ଗ ସୁଧାଙ୍କୁ ଡାକ୍ତରଖାନା ନେଇଗଲେ। ସନ୍ଧ୍ୟା ହୋଇଗଲାଣି। ପୂଜାର ଅବସ୍ଥା ଗୁରୁତର ହେବାକୁ ଲାଗିଲାଣି। 


କବୀର ନିଜ ଯୋଜନା ଅନୁଯାୟୀ ବାଡି ପଛପଟ କବାଟ ଧିରକି ଖୋଲି ଦେଲେ। ସେତେବେଳେ ଲାଇନ ବି କାଟି ଦିଆ ହେଲା। ଆତଙ୍କବାଦୀମାନେ କିଛି ବୁଝିବା ଆଗରୁ ପୂଜାଙ୍କୁ ଛାଡି ଘରର ଅନ୍ୟମାନଙ୍କୁ ସେ ଘରର ସବୁଠାରୁ ଭିତରେ ଥିବା ଷ୍ଟୋର ରୁମରେ ପୁରାଇ ଦେଲେ। ପୂଜାଙ୍କୁ ନେଇ ସେ ପଳାଇବାକୁ ବାହାରୁ ଥିବା ସମୟରେ ଗୋଟିଏ ଆତଙ୍କବାଦୀ ତାଙ୍କୁ ଦେଖି ନେବାରୁ କବୀର ତା ଠାରୁ ତା ବନ୍ଧୁକ ଛଡାଇ ତାକୁ ମାରି ଦେଲେ। ପୂଜା ପୁରା ଆଶ୍ଚର୍ଯ୍ୟ ଯେ ତାଙ୍କ କବୀର ପୁରା ଅଲଗା ରୂପ ଧାରଣ କରିଛନ୍ତି। ଗୁଳି ମାଡ ଶୁଣି ଅନ୍ୟ ଆତଙ୍କବାଦୀ ତାଙ୍କ ପାଖକୁ ଆସୁ ଆସୁ କବୀର ପୂଜାଙ୍କୁ ନେଇ ବାହାରକୁ ପଳାଇଥିଲେ ଏବଂ ପୋଲିସ ଭିତରକୁ ପଶି ଯାଇ ଥିଲେ। ପୋଲିସ ସବୁ ଆତଙ୍କବାଦୀଙ୍କୁ ସେଠାରୁ ଗିରଫ କରି ନେଇଗଲା। 


କବୀର ଆମ୍ବୁଲାନ୍ସ ଆଗରୁ ଡାକି ରଖିଥିଲେ। ଆମ୍ବୁଲାନ୍ସ ଭିତରେ ପୂଜା ଗୋଟିଏ ପୁଅକୁ ଜନ୍ମ ଦେଲେ। କବୀରଙ୍କ ପାଖକୁ ଫୋନ ଆସିଲା ଯେ ତାଙ୍କ ମାଆ ସୁଧା ଏବେ ପୁରା ସୁସ୍ଥ। କବୀରଙ୍କ ବାକି ପରିବାର ଲୋକଙ୍କୁ ପୋଲିସ ଠିକରେ ସେ ଘରୁ କାଢି ଆଣିଲା। 


ସମସ୍ତେ କବୀରଙ୍କ ପ୍ରଶଂସା କଲେ। ସବୁ କହିଲେ ଯେମିତି ସେତେବେଳେ ସେଠି କବୀର ସିଂ ନ ଥିଲେ, ତାଙ୍କ ଭିତରେ ତାଙ୍କ ବାପା ରାଜବୀରଙ୍କର ବୀରତ୍ୱ ଦେଖିବାକୁ ମିଳି ଥିଲା। କବୀରଙ୍କୁ ତାଙ୍କ ବୀରତ୍ୱ ପାଇଁ ସରକାର ପୁରଷ୍କାର ଦେଲା ଏବଂ କବୀରଙ୍କ ଫଟୋ ଓ ବୀରତ୍ବର କାହାଣୀ ଟିଭି, ଖବରକାଗଜରେ ବାହାରିଲା। 


ଏ ଘଟଣାର କିଛି ଦିନ ପରେ କବୀର ଘରେ ସମସ୍ତଙ୍କୁ କହିଲେ ସେ ତାଙ୍କ ବାପାଙ୍କ ଇଚ୍ଛା ପୂରଣ କରିବା ପାଇଁ ଚାହାଁନ୍ତି। ସେ ଭାରତର ସେନାବାହିନୀରେ ଯୋଗ ଦେବେ। ଘରେ ସମସ୍ତେ ଖୁସିରେ ତାଙ୍କ କଥାକୁ ସମର୍ଥନ କଲେ। କିଛି ବର୍ଷ ମଧ୍ୟରେ କବୀର ସିଂ ଭାରତ ସେନାବାହିନୀର ମେଜର ହୋଇ ଗଲେ।


ସେ ଘଟଣାଟି କବୀରଙ୍କୁ ବାପା ହେବାର ଖୁସି ଦେବା ସହ ତାଙ୍କୁ ତାଙ୍କ ଭିତରେ ଥିବା ବୀରତ୍ୱକୁ ପରିପ୍ରକାଶ କଲା ଏବଂ ତାଙ୍କୁ ତାଙ୍କର ପ୍ରକୃତ ପରିଚୟ ପାଇବାକୁ ସାହାଯ୍ୟ କଲା।


Rate this content
Log in

Similar oriya story from Action