STORYMIRROR

Sunanda Mohanty

Drama Action Thriller

3  

Sunanda Mohanty

Drama Action Thriller

ପ୍ରେମ ପୁଲକ

ପ୍ରେମ ପୁଲକ

2 mins
938

   ପ୍ରେମ ସ୍ଥାନ କାଳ ପାତ୍ର ଦେଖେନା ବୋଲି ଶୁଣିଥିଲି କିନ୍ତୁ ସାଙ୍ଗଟିର ଜୀବନରେ ଆସିଥିବା ପ୍ରେମ ଯେ ଏମିତି ହୋଇପାରେ ଭାବିନଥିଲି. ସାଙ୍ଗ ଟି କହିଚାଲିଥିଲା ତା କାହାଣୀ, ଆଉ ଅସମ୍ଭବ କଥାଟାକୁ ସତ ବୋଲି ଭାବିବାକୁ ମୁଁ ପ୍ରସ୍ତୁତ ନଥିଲା ବେଳେ ସାଙ୍ଗ ଟି କହୁଥିଲା, କେଜାଣି କେମିତି, କୋଉ ସମ୍ମୋହନରେ ମୁଁ ଆମ କମ୍ପାନୀର "ବସ" ଙ୍କୁ ପସନ୍ଦ କରିବାକୁ ଲାଗିଲି ତୋ ଆଗରେ କହି ପାରୁନି କି ନକହି ରହିପାରୁନି, କିନ୍ତୁ ଦିନଟିଏ ତାଙ୍କ ସଙ୍ଗେ କଥା ନହେଲେ ମତେ ନିଦ ହେଉନି. 

   ପ୍ରେମ ହେଲେ ଏମିତି ହୁଏ ବୋଲି ଜାଣିଛି, ପଢିଛି, ଶୁଣିଛି ବି କିନ୍ତୁ ମୋ ସାଙ୍ଗ ଥିଲା ବିବାହିତା ଆଉ ପୁଅ ଝିଅର ମାଆ, ଆଉ ତା ବସ ବି ଥିଲେ ବିବାହିତ, ତ ଏସବୁ ସମ୍ଭବ ହେବାର କାରଣ କଣ ବୋଲି ସାଙ୍ଗ ନିବେଦିତା କୁ ପଚାରି, ମୁଁ ଯେତିକି ଅନୁଭବ କଲି, ବିବାହିତ ଜୀବନର କିଛି ନା କିଛି ଅସଫଳତା, ହୁଏତ ସ୍ୱାମୀର ନିଷ୍କ୍ରିୟତା, ଅଥବା ସ୍ୱାର୍ଥପରତା ଯେ ସବୁଠୁ ବଡ଼ ଦୋଷ, ବୋଲି ତା କଥା ଶୁଣି, ମୁଁ ଭାବିବାକୁ ଲାଗିଲି l

  ଯଦିଓ ସେ ବସ ତାର କମ୍ପାନୀ ଛାଡି ଅନ୍ୟତ୍ର ଚାଲିଗଲେଣି, ତଥାପି ବି, ନିବେଦିତା ତାଙ୍କୁ ଫୋନ କରୁଥିଲା, ଆଉ ତାଙ୍କ ଫୋନ କୁ ଅପେକ୍ଷା କରୁଥିଲା, ହେଲେ ସେଦିନ ବସ, ଯେବେ, ଏତେ ଦିନ ପରେ ମୋ ଝିଅ ସଙ୍ଗେ ସାଙ୍ଗ ହୋଇ ଖାଉଛି କହି କହିଥିଲେଯେ ପରେ ଫୋନ କରିବ, ଏଵେ ରଖିଦିଅ, ଆଉ ଥରେ ଯେବେ ନିବେଦିତା ଫୋନ କଲାବେଳେ ବସଙ୍କ ସ୍ତ୍ରୀ ତାଙ୍କୁ ଚା କରି ଆଣିବି କି? ପଚାରୁଥିଲେ, ତ ନିବେଦିତା ବି ନିଜ ସ୍ୱାମୀଙ୍କୁ ଚା ଦେଇ, ଝିଅ ସହ ଏକତ୍ରିତ ହୋଇ ଖାଇ ବସିଥିଲେ ବି କେମିତି ଗୋଟେ ଅଜଣା ପୁଲକ ତାଙ୍କୁ ମୋହିତ କରି ରଖୁଥିଲା ତ ସେ ମୋ ପରାମର୍ଶ ମାଗୁଥିଲା, ଏଥିରୁ କେମିତି ରକ୍ଷା ପାଇବ, ତ ମୁଁ ଗୋଟେ ପରାମର୍ଶ ଦେଇଥିଲି ତାକୁ l

  ସେଦିନ ସ୍ୱାମୀଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଢେର ରାତିରେ ମୋ ପରାମର୍ଶ କ୍ରମେ ନିବେଦିତା ଫୋନ କରିଥିଲା ବସଙ୍କୁ, ଆଉ ସେ ଯେବେ କହିଥିଲେ, ଏତେ ରାତିରେ? ଚମକି ପଡି ଫୋନ କାଟିଦେଇଥିଲା ନିବେଦିତା, ଆଉ ତା ପରଠୁ ଫୋନ ବନ୍ଦ, ଆଉ ଆସ୍ତେ ଆସ୍ତେ ସଂସାରେ ସଂସାରୀ ହୋଇ ଚଳିବାକୁ ନିବେଦିତା ପ୍ରସ୍ତୁତ କରୁଥିଲା ନିଜକୁ, କିନ୍ତୁ ସେଇ କିଛି ଦିନର ଅନୁରାଗର ପୁଲକ ତାକୁ ତା ଜୀବନର ପ୍ରଥମ ପ୍ରେମ ପରି ମନେ ହେଉଥିଲା ବୋଲି ସେ ସ୍ୱୀକାର କରିଥିଲା ମୋ ଆଗେ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama