The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Siddhartha Tripathy

Romance Tragedy Inspirational

4.0  

Siddhartha Tripathy

Romance Tragedy Inspirational

ପ୍ରେମ ପ୍ରେମିକ ସ୍ୱାମୀ

ପ୍ରେମ ପ୍ରେମିକ ସ୍ୱାମୀ

4 mins
21



  ଆଜି ବର୍ଷାର ମନ ଚଞ୍ଚଳ। ରୂପେଲି ପରଦାରେ ଚଳଚ୍ଚିତ୍ର ଦେଖି ମନଟା ହାଲକା କରିବାର ଅଦମ୍ଯ ପ୍ରଚେଷ୍ଟା। ବାଧକ ସାଜିଛନ୍ତି ସ୍ୱାମୀ। ଧାର୍ମିକ ଲୋକ, ଆରେ ବର୍ଷା ଆଜିପରା ଅଯୋଧ୍ୟାର ରାମମନ୍ଦିର ଶିଳାନ୍ୟାସ। ବହୁତ ଦିନର ଆଶା, ଆକାଂକ୍ଷାର ସଫଳ ରୂପାୟନ।ଶେଷରେ ସ୍ୱାମୀଙ୍କ ଅନୁମତି ପାଇ ବର୍ଷା ଚାଲିଗଲା ପ୍ରେକ୍ଷାଳୟକୁ। 


ଚଳଚ୍ଚିତ୍ର ଆରମ୍ଭ ପୁର୍ବରୁ ଗୁଟଖା, ସିଗାରେଟର ଅପକାରିତା କାହାଣୀ। ଓଃ ଏସବୁ ଦେଖିହେବନି। ଭ୍ୟାନିଟିରୁ ଅମ୍ରୁତାଂଜନ ଶିଶିଟି ବାହାର କରି କପାଳରେ ଲଗାଇ ଆଖି ବନ୍ଦ କଲା। ଚକ୍ଷୁ ସାମ୍ନାକୁ ଆସିଗଲା ଜୀବନଜଂଜାଳରେ ଅପାସୋରା ଅତୀତ। ଭାବି ଚାଲିଲା ବର୍ଷା ;;


    ମୁଁ ଥିଲି ଏକ ମଧ୍ୟବିତ୍ତ ପରିବାରର କନ୍ୟା। ମଧ୍ୟବିତ୍ତର ମନ ଓ ମଧ୍ୟବିତ୍ତ ସାମାଜିକ ଜୀବନ ଭିତରେ ମୋର ଜନ୍ମ ଓ ଯୌବନ। ବାପା ଥିଲେ ଜଣେ ଆଦର୍ଶବାଦୀ ଶିକ୍ଷକ। କଳାଟଙ୍କାର ମୁହଁ ସେ କୋଣସି ଦିନ ଦେଖିନଥିଲେ। ମୁଁ ଢେଙ୍କାନାଳର ସୁଲକ୍ଷଣାଦେବୀ ବାଳିକା ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ଥିଲି। କିନ୍ତୁ ମୁଁ ଜାଣିସାରିଥିଲି ଆଇ ଏସ ସି ପାସ କଲାପରେ କିମ୍ୱା ଖୁବ ବେଶୀ ହେଲେ ବି ଏସ ସି ପଢୁଥିଲା ବେଳେ ମତେ ବିବାହ କରିବାକୁ ହେବ। ମୋର ଭାବିସ୍ୱାମୀଙ୍କ ଅସଂପୂର୍ଣ୍ଣ ଛବିଅଙ୍କା ମନେ ପଡିଲେ ଆଜି ବି ମୋତେ ହସମାଡେ। ପ୍ରେମର ଅର୍ଥ ମୋ ପାଇଁ ଥିଲା ନିରର୍ଥକ, ଅବୋଧ୍ୟ। କୌଣସି ଯୁବକ ଲାଗୁନଥିଲେ ପୂର୍ଣାଙ୍ଗ, ସମସ୍ତେ ମନେହେଉଥିଲେ ଅପୂର୍ଣ୍ଣ, ବିକଳାଙ୍ଗ, ଅକ୍ଷମ ଯୁବକ। 


    କିନ୍ତୁ ହଠାତ କାମାକ୍ଷାନଗର ବସଷ୍ଟାଣ୍ଡରେ ସାକ୍ଷାତ ଆମର ଦୁରସମ୍ପର୍କିୟ ଅଭିଜିତ ସହ।ଧିରେ ଧିରେ ଅଭିଜିତଙ୍କ ସହ ସମ୍ପର୍କ ଓ ମିଳାମିଶାର ସୂତ୍ରପାତ ହେଲା। ଅଭିଜିତ ଦିନେ ପ୍ରେମିକ ଓ ସ୍ୱାମୀର ସଂଜ୍ଞା ବୁଝାଉଥିଲେ। ଶିଶୁପାଳନ ପାଇଁ ବେବିଫୁଡ ଓ ଘର ତୋଳିବା ପାଇଁ ସିମେଣ୍ଟ ଯୋଗାଡ କରି କରି ସ୍ୱାମୀମାନେ ଅସମୟରେ ବୁଢା ହୋଇଯାଆନ୍ତି ; କିନ୍ତୁ ନାରୀର ଆଖିରେ ପ୍ରେମିକର ବୟସ କୌଣସିଦିନ ବଢେ ନାହିଁ। ବିବାହିତା ଜୀବନରେ ନାରୀର ମନର ଅଗଣାରେ ସେଇ ସ୍ଥିରବୟସ୍କ ଅମଳିନ ପ୍ରେମିକର ଫଟୋଗ୍ରାଫ ଚିରଦିନ ଟଙ୍ଗା ହୋଇ ଝୁଲୁଥାଏ। 


    ପ୍ରତିବାଦ କରିଥିଲି ମୁଁ, ଦୀର୍ଘ ଛଅ ବର୍ଷ ପ୍ରେମ କଲା ପରେ ଏମିତି କଥା କଣ କହୁଛ? ମୋର ପ୍ରେମୀ ଓ ସ୍ୱାମୀ ଏକ ଓ ଅଭିନ୍ନ। ସେଇ ଜଣକ ତମେ। ତେଣୁ ମୋ ସ୍ୱାମୀଙ୍କ ବୟସ ମଧ୍ଯ କୌଣସିଦିନ ତାରୁଣ୍ୟର ସୀମା ଅତିକ୍ରମ କରିବ ନାହିଁ। 


   କିନ୍ତୁ ସବୁ ସ୍ୱପ୍ନ ସତ୍ୟ ହୁଏନା ଅଭିଜିତ, ତୁମେ କହିଥିଲ ତୁମେ ଜଣେ ଇଞ୍ଜିନିୟର, କିନ୍ତୁ ବାପାମାଆ କଣ ବୁଝିଲେ କେଜାଣି ଆମ ପ୍ରେମ ଓ ତମପରି ଏତେବଡ ଇଞ୍ଜିନିୟର କୁ ପଦାଘାତ କରି ମୋତେ ଛନ୍ଦିଦେଲେ ଜଣେ ଶିକ୍ଷକ ସହିତ। ମୋର ପ୍ରେମିକ ଓ ସ୍ୱାମୀ ଦୁଇଜଣ ଅଲଗା ଲୋକ ହୋଇଗଲେ। ସବୁ ଭାଗ୍ୟର ଖେଳ ଭାବି ବାପାମାଆଙ୍କ କଥାରେ ରାଜି ହେବା ଛଡା ଉପାୟ ନଥିଲା। ତମେ ବି ପ୍ରେମକୁ ସମ୍ମାନ ଦେଇ ହଜିଗଲ କେଉଁଆଡେ। ଆଜିବି ବାହାଘରର କୋଡିଏ ବର୍ଷ ପରେ ମନରୁ ଲିଭୁନି ପ୍ରଥମ ପ୍ରେମ।


    ମନେ ପଡୁଛି ଆଉ ଗୋଟିଏ କଥା। ମୋର ଗୋଟିଏ ଲେଖା ସହିତ ଛାପିବା ପାଇଁ ମୋର ଗୋଟିଏ ଫୋଟ କୌଣସି ଏକ ପତ୍ରିକାକୁ ଦେଇଥିଲି। ପତ୍ରିକାର ସମ୍ପାଦକ ଲେଖାଟି ଛାପିଥିଲେ। ତମେ ମୋ ଫୋଟ ଦେଖି ଏତେ ବିଚଳିତ ହୋଇଗଲ ଯେ, ମୋତେ କହିଥିଲ, ଲେଖାର ଯଦି କୌଣସି ବିଶେଷତ୍ୱ ଥାଏ, ପାଠକ ସ୍ୱତଃ ସେଥିରେ ଅଭିଭୂତ ହେବ,ସେଥିପାଇଁ ଲେଖିକାଙ୍କ ଫଟୋ ଲେଖା ସହିତ ଛପା ହେବା କଣ ଆବଶ୍ୟକ? କୌଣସି ଖରାପ ଲେଖାର ଦୁର୍ବଳତାକୁ, ଲେଖକ କିମ୍ୱା ଲେଖିକାଙ୍କ ଲେଖା ସହିତ ଛପା ହୋଇଥିବା ଫଟୋର ସୌନ୍ଦର୍ଯ୍ୟ ଘୋଡାଇପାରେନାହିଁ। ତୁମର ଏମିତି କେତୋଟି ଆଦର୍ଶବାଦୀ କଥାରେ ପ୍ରଭାବିତ ଥିଲି ମୁଁ। 

କିନ୍ତୁ...........

ମନୁଷ୍ଯ ଯାହା ଚାହେଁ ତାହା ପାଏନା। ପ୍ରେମର ହନନ କଲେ ବାପାମାଆ। ଅଲଗା ହୋଇଗଲେ ଆମେ। ଏଇ ଦେଖୁନ ବାହାଘରର କୋଡିଏ ବର୍ଷ ପରେ ବି ମନେ ରଖିଛି ଆମ ପ୍ରେମକୁ। ହଁ, ଆଜି ମୁଁ ଖୁସିରେ ଅଛି ହେଲେ ମୁଁ ଚାହିଁଥିଲି ମୋର ପ୍ରଥମ ପ୍ରେମ, ମୋ ଇଞ୍ଜିନିୟର ପ୍ରେମିକ ଓ ବର, ତାହେଲେ ହୁଏତ ମୋ ଚରିତ୍ର ଓ ପ୍ରେମର ହନନ ହୋଇନଥାନ୍ତା। 


       ଟ୍ରିଂ.. ଟ୍ରିଂ...ଟ୍ରିଂ

ମଧ୍ୟାନ୍ତର ଘଣ୍ଟି ବାଜିଉଠିଲା ଓ ବହୁତ କୋଳାହଳ ଓ ଗଣ୍ଡଗୋଳ ଶବ୍ଦ ଶୁଣି କୌତୁହଳ ସମ୍ୱରଣ କରିନପାରି ବାହାରକୁ ଆସିଲା ବର୍ଷା ।ଦେଖିଲା ଗୋଟିଏ ଲୋକକୁ କିଛି ବ୍ୟକ୍ତି ମାରି ଚାଲିଛନ୍ତି। ପାଖରେ ଥିବା ବ୍ୟକ୍ତିଜଣକୁ ପଚାରିବସିଲା, ଆଜ୍ଞା, ଲୋକଟାକୁ ଏମିତି ନିର୍ଦ୍ଦୟ ଭାବରେ ମାଡ କାହିଁକି ହେଉଛି? ଭଦ୍ରବ୍ୟକ୍ତିଙ୍କର ଉତ୍ତର ଥିଲା, ମ୍ୟାଡମ ଏଇଟା ଗୋଟାଏ ଚୋର, ବିଭିନ୍ନ ପରିଚୟ ଦେଇ ଝିଅମାନଙ୍କୁ ଅସଦାଚରଣ, ଚୋରୀ ଆଦିରେ ଲିପ୍ତ। ଏବେ ପୋଲିସ ଧରିନେବ। ବହୁତ ଦିନ ହେଲା ପୋଲିସ ଖୋଜୁଥିଲା। ଚମକି ଉଠିଲା ବର୍ଷା। ଦେଖିପାରିଲା ଚୋରର ମୁହଁ। ଆରେ ଏଇ ତ ଅଭିଜିତ। ଆକାଶକୁ ଅନାଇ ଧନ୍ୟବାଦ ଦେଉଥିଲା ବାପାମାଆଙ୍କୁ। ହେ, ମୋର ପିତ୍ରୁପୁରୁଷ ! ତମେ ପ୍ରେମର ହନନ କରିନାହଁ ବରଂ ଝିଅକୁ ପୁନଃ ଜୀବନଦାନ କରିଛ। ଛିଃ, ବେକାରରେ ଚଳଚ୍ଚିତ୍ର ଦେଖା ବି ଅଧାରେ ରହିଗଲା। ଚୁପଚାପ ବର୍ଷା ବାହାରକୁ ଚାହିଁ ରହିଥିଲା ଆତ୍ମତ୍ରୁପ୍ତିରେ, ଆନନ୍ଦରେ!!

ସ୍ୱାମୀ ଅନିରୁଦ୍ଧଙ୍କୁ ଫୋନ କରି ଡାକିଲା ବର୍ଷା ପ୍ରେକ୍ଷାଳୟ ପାଖରୁ ତାକୁ ଘରକୁ ନେଇଯିବାକୁ। ସାମ୍ନାରେ ଗୁପଚୁପ ଦୋକାନ ପାଖରେ ଅପେକ୍ଷା କରିରହିଲା ଅନିରୁଦ୍ଧଙ୍କୁ। ଗୁପଚୁପ ଖାଉ ଖାଉ ଶୁଣୁଥିଲା ଦେବ୍ ସୋନି, ସିଦ୍ ସୋନୁ , ଜ୍ୟୋତି ସୁଚି ପ୍ରେମିଯୁଗଳଙ୍କ କଥାବାର୍ତ୍ତା, ଶ୍ରାବଣର ବର୍ଷା ପରି ପ୍ରତିଶ୍ରୁତିର ବାର୍ତ୍ତା ଓ ସୁଖି ସଂସାରର ଆଶ୍ୱାସନା। ମନେମନେ ହସୁଥିଲା ବର୍ଷା ଓ କହୁଥିଲା, ହେ ପାଗଳ ପ୍ରେମୀଗଣ ! ବାପାମାଆ ଭୁଲ ନଥାନ୍ତି, ଭଲ ପାଇବା ଭୁଲ ନୁହଁ କିନ୍ତୁ ଭଲପାଇ ମୋରି ପରି ଆଖିରେ ଅନ୍ଧପୁଟୁଳି ବାନ୍ଧି ଆଗକୁ ବଢିଲେ ଇଞ୍ଜିନିୟର ଯାଗାରେ ଚୋର ହିଁ ପାଇବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ। ହେ ଯୁବସମାଜ ପଥଭ୍ରଷ୍ଟ ହୁଅନାହିଁ, ଏଇ ଦେଖ ମୁଁ ବି ଅନାବିଳ ପ୍ରେମ କରୁଥିଲି, ହେଲେ ବାହାଘରର କୋଡିଏ ବର୍ଷପରେ ଭଗବାନ ଗାନ୍ଧାରୀ ଆଖିର ଅନ୍ଧପୁଟୁଳି ଖୋଲି ଜଣାଇଦେଲେ ଦୀର୍ଘ ଛଅ ବର୍ଷ ଆଖିରେ ପଟିବାନ୍ଧି ଭଲପାଉଥିବା ପୁଅଟା ଇଞ୍ଜିନିୟର ନୁହଁ ଗୋଟାଏ ଚୋର। ବାଲ୍ମୀକି ନୁହଁ ଦସ୍ୟୁ ରତ୍ନାକର, ପ୍ରଜାପତି ନୁହଁ ସମ୍ୱାଳୁଆ। ପ୍ରଥମେ ନିଜକୁ ଓ ପରିବାରକୁ ପ୍ରେମ କରି ଶିଖ। 

ହାତ ହଲାଇ ସ୍ୱାମୀ ଅନିରୁଦ୍ଧ କହିଲେ ଏ... ବର୍ଷା, କଣ ଭାବୁଛ, ମୁଁ କେତେବେଳୁ ଲକ୍ଷ୍ୟ କରୁଛି। ଚଳଚ୍ଚିତ୍ର କେମିତି ଥିଲା ? ଶାନ୍ତିରେ ଦୀର୍ଘନିଃଶ୍ବାସ ମାରି ବର୍ଷା କହିଲା, ହଁ ଆଜିର ଅଧା ଚଳଚ୍ଚିତ୍ର ଜୀବନଦର୍ଶନ ଶିଖାଇ ଦେଲା। 

ମଟରସାଇକେଲ ପଛରେ ବସି ସ୍ୱାମୀଙ୍କୁ ଜାବୁଡିଧରି ବର୍ଷା କହୁଥିଲେ, 


 ଏ....... ସାଥି ହୋଇ ଚାଲୁଥିବା। 

ଚାଟ ଦୋକାନ ପାର ହୋଇ ଗଲାବେଳେ ପ୍ରେମୀଯୁଗଳଙ୍କୁ ମନେ ମନେ କହୁଥିଲେ ସ୍ୱାମୀ ଖାଲି ସାତ ଜନ୍ମର, ଇହକାଳ ପରକାଳର ଦେବତା ନୁହଁ ସର୍ବଶ୍ରେଷ୍ଠ ପ୍ରେମିକ...।।


Rate this content
Log in

More oriya story from Siddhartha Tripathy

Similar oriya story from Romance