STORYMIRROR

Suresh chandra Padhy

Romance

3  

Suresh chandra Padhy

Romance

ପ୍ରେମ ନୁହେଁ ପାପ

ପ୍ରେମ ନୁହେଁ ପାପ

1 min
249

ପ୍ରେମ ଏକ ପୁଣ୍ୟ ଶବ୍ଦ ।ପ୍ରେମ. ଅନ୍ତର ଭିତରୁ ଆସେ।ପ୍ରେମ କରା ଯାଏନି ପ୍ରେମ ହୋଇ ଯାଇ ଥାଏ।

ରାମ ପୁର ଗାଁ ର ଝିଅ ସ୍ଵାତି ସେ କଲେଜ କୁ ନୂଆଁ ନୂଆଁ ପଢି ବାକୁ ଗଲା।ସେଠାରେ ଖୁବ ଭଲ ପାଠ ପଢେ।ପାଠ ସହିତ ଖେଳ ଖେଳେ।ଗୀତ ନାଚ କରେ।ତାର ଖୁବ ନା ରହିଥିଲା।ସେହି କଲେଜ ରେ ଅଜୟ ନାମ ରେ ଏକ ପିଲା ପଢୁଥିଲା ।ସେ ବହୁତ ଭଲ ଥିଲା ଓ ସେ ବହୁତ୍ ଗରିବ ଥିଲା।ସ୍ଵାତି ଆଉ ଅଜୟ ଭିତରେ ପ୍ରେମ ସମ୍ପର୍କ ହେଲା।

   ସ୍ଵାତି ଓ ଅଜୟ ସବୁ ଆଡେ ବୁଲିଲେ ।ଏ କଥା ଗାଁ ର ଲୋକ ଜାଣି ପାରିଲେ।ସ୍ଵାତି ର ବାପା ସ୍ଵାତି ର ପାଠ ପଢା ବନ୍ଦ କରି ଦେଲେ।ତାର ବାହା ଘର ଗୋଟେ ଧନୀ ପୁଅ ସହ ଠିକ କଲେ।ଅଜୟ ସେ ପୁଅ କୁ ଜାଣି ଥିଲା।ସେ ଧନୀ ଘର ପୁଅ ହେଲେ ବି ବହୁତ ଖରାପ ପିଲା ମଦ ପିଏ।ଅଜୟ ଥରେ ସ୍ଵାତି ଘର କୁ ଯାଇ ନିଜ ପ୍ରେମ କଥା କହିଲା।ବାହା ହେବାକୁ ସ୍ଵାତି ସହ ଚାହିଁଲା।

  ସ୍ଵାତିର ବାପା ବହୁତ ରାଗି ଲୋକ ଥିଲେ।ସେ ଅଜୟକୁ ଗରିବ ଭିକାରି କହି ଅପମାନ୍ ଦେଲେ।ଅଜୟ କୁ ବହୁତ. ମାଡ ମାରିଲେ।ସେ ସବୁ କଷ୍ଟ କୁ ସ୍ଵାତି ପାଇଁ ସହିଗଲା।ଅଜୟ ପାଇଁ ତା ପ୍ରେମ ସବୁ କିଛି ଥିଲା।ସ୍ଵାତି ର ବାପା ଜୋର ଜବରଦସ୍ତ ସ୍ଵାତି କୁ ବାହା କରି ବାକୁ ଚେଷ୍ଟା କଲେ।ବାହା ଘର ଦିନ ବାହା ବେଦି କୁ ଯିବା ପୂର୍ବରୁ ସ୍ଵାତି ଅଜୟ ପାଖକୁ ଚିଠି ଲେଖିଲା ସ୍ଵାତି କେବଳ ଅଜୟ ର ଆଉ କାହାର ନୁହେଁ।

ସ୍ଵାତି ଅଜୟ ର ପ୍ରେମ ରେ ବିଷ ପିଇ ଦେଲା।ଅଜୟ ସେ ଚିଠି ପାଇଲା ଓ ସ୍ଵାତି କଥା ଭାବି ଭାବି ରାସ୍ତାରେ ଯିବା ସମୟ ରେ ଏକ ଦୁର୍ଘଟଣା ରେ ତାର ବି ମୁତ୍ଯୁ ହେଲା।

ସ୍ଵାତି ର ବାପା ବୁଝି ଗଲେ ନିଜ ଭୁଲ।ନିଜ ଜିଦି ପାଇଁ ନିଜ ଝିଅ ର ଜୀବନ ଗଲା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance