Suresh chandra Padhy

Classics

3  

Suresh chandra Padhy

Classics

ଗାନ୍ଧୀ ଜି

ଗାନ୍ଧୀ ଜି

3 mins
146


ଆମ ସମସ୍ତଙ୍କ ଅତି ପ୍ରିୟ ଗାନ୍ଧୀ ଜି ଅକ୍ଟୋବର ୨ ତାରିଖରେ ଗୁଜୁରାଟ ର ପୋର ବନ୍ଦର ରେ ଜନ୍ମ ନେଇ ଥିଲେ।ତାଙ୍କ ପିତା ଥିଲେ କରମ୍ ଚାନ୍ଦ୍ ଗାନ୍ଧୀ ମାତା ଥିଲେ ପୁତୁଳୀ ବାଇ। ଗାନ୍ଧି ଜି ଙ୍କୁ ସମସ୍ତେ ଆଦର ରେ ବାପୁ ଡାକୁ ଥିଲେ।ସେ ପିଲା ବେଳେ ଭାରି ଲାଜ କୁଳା ଥିଲେ।ତାଙ୍କର ଲାଜୁଆ ସ୍ଵଭାଵ ଯୋଗୁ ସେ ପିଲା ବେଳେ କାହା ସହ ଖୋଲା ଖୋଲି ମିଶି ପାରୁ ନ ଥିଲେ।

     ପିଲା ବେଳେ ଥରେ ତାଙ୍କ ଗାଁ କୁ ଶ୍ରବଣ କୁମାର ଓ ରାଜା ହରିସ୍ ଚନ୍ଦ୍ର ନାମରେ ଦୁଇ ନାଟକ ଆସି ଥିଲା।ସେ ଏହି ନାଟକ ଦେଖି ଅନୁ ପ୍ରାଣୀତ ହୋଇ ଥିଲେ।ସେ ପିଲା ଟି ବେଳୁ ସମୟନୁବର୍ତ୍ତିତା ହୋଇ ପାରି ଥିଲେ।ସେ ଠିକ ସମୟ ରେ ଠିକ କାମ କରୁ ଥିଲେ।ସେତେ ବେଳେ ସେ ଆକାଶ ଓ ସୂର୍ଯ୍ୟ ଚନ୍ଦ୍ରକୁ ଦେଖି ସମୟ ଜାଣି ପାରୁ ଥିଲେ।ପରେ ପରେ ଟେବୁଲ ଘଣ୍ଟା ଆସିଥିଲା।

    ଥରେ ସେ ତାଙ୍କ ପିତା ଙ୍କ ସେବା କରୁ କରୁ ସମୟ ହୋଇ ଯାଇ ଥିଲା।ବିଦ୍ୟାଳୟ କୁ ଯିବାକୁ ଗୁରୁଜୀ ବିଲମ୍ବ କାହିଁକି କଲ କହି ପ୍ରହାର କରି ଥିଲେ।ପର ବର୍ତ୍ତି ସମୟ ରେ ପ୍ରକୃତ କଥା ସେ ଜାଣି ପାରି ଥିଲେ। ପିଲ ବେଳୁ ଗାନ୍ଧିଜୀ ସତ୍ୟ ବାଦି ଥିଲେ।ଥରେ ସେ ତାଙ୍କ ସାଙ୍ଗ ମେହେତାବ ସହ ଯାଇ ମାଂସ ଖାଇ ଦେଇ ଥିଲେ।ସେ ଦିନ ରାତ୍ରି ରେ ଗାନ୍ଧୀ ଜି ଅନୁଭବ କଲେ ଯେ ସେହି ଛେଳି ଟି ଯେପରି ପେଟ ଭିତରେ ତାଙ୍କର ଚିତ୍କାର କରୁଛି।ସେହି ଦିନ ଠାରୁ ସେ ଆମିଷ ଖାଇବା ଛାଡି ଦେଇ ଥିଲେ।ତା ପର ଦିନ ସକାଳୁ ସେ ତାଙ୍କ ମା ଙ୍କୁ ସତ କଥା କହି ଥିଲେ।ପିଲା ଟି ର ସତ୍ୟ ବାଦିତା ଗୁଣ ଦେଖି ମା ଖୁସିରେ କାନ୍ଦି  କୋଳାଇ ପକାଇ ଥିଲେ।

ସେ ଆଇନ ପାଠ ପଢିବାକୁ ବିଲାତ ଯାଇ ଥିଲେ।ସେ ଦକ୍ଷିଣ ଆଫ୍ରିକା ରେ ଥିବା ବେଳେ ସେଠାକାର ବର୍ଣ ବୈସମ୍ୟ ନୀତି ଦେଖି ମର୍ମାହତ ହୋଇ ଥିଲେ।ସେଠାରେ ଗୋରା ସାହେବ ମାନେ କଳା ଲୋକ ଙ୍କୁ ଘୃଣା କରୁ ଥିଲେ।ଏହା ଗାନ୍ଧୀଜିଙ୍କୁ ପ୍ରଭାବିତ କରି ଥିଲା। ସେ ସେଠାରେ ଏହାର ସ୍ୱର ଉତ୍ତୋଳନ କରିଥିଲେ। ସେ ଭାରତକୁ ଫେରି ଦେଖିଲେ ଗୋରା ସରକାର ଏଠି କିଭଳି ଅତ୍ୟାଚର କରୁଛି । ନିରିହ ଲୋକ କେତେ ଦୁଃଖ ପାଉଛନ୍ତି।ସେ ପ୍ରଥମେ ଶାବରମତି ଆସ୍ରମ ରୁ ଲୁଣ ମାରିବା ଅଭିଯାନ ଆରମ୍ଭ କରି ଥିଲେ।

ଗାନ୍ଧି ଜି ଙ୍କ ନେତୃତ୍ୱ ରେ ହଜାର ହଜାର ଲୋକ ଏଥିରେ ସାମିଲ ହେଲେ, ଯାହାକୁ ଇତିହାସ ରେ ଲବଣ ସତ୍ୟାଗ୍ରହ ବା ଦଣ୍ଡି ଯାତ୍ରା କୁହା ଯାଏ।

ଗାନ୍ଧୀଜି ନିଜ ସ୍ୱାଭିମାନକୁ ରଖିବା ପାଇଁ ଅସହଯୋଗ ଆନ୍ଦୋଳନ କରି ଥିଲେ।ଏହାର ଅର୍ଥ ଇଂରେଜ୍ ମାନଙ୍କୁ

ସହ ଯୋଗ ନ କରିବା।ଗାନ୍ଧୀ ଜି ସେତେ ବେଳେ ଚାରଖା ମାଧ୍ୟମ ରେ ସୁତା କଟୁ ଥିଲେ।ସେ ସମସ୍ତ ଙ୍କୁ କହି ଥିଲେ କାଟି ପିନ୍ଧ କୁଟି ଖାଅ ଅସହୋଯୋଗ ରେ ହଜାର ହଜାର ଲୋକ ସାମିଲ ହୋଇ ଥିଲେ ।ବିଦେଶୀ ଜିନିଷ କୁ ବର୍ଜନ କରି ଥିଲେ।

ଗାନ୍ଧୀ ଜି ଶ୍ରୀମଦ୍ ଭଗବତ୍ ଗିତା ପ୍ରତ୍ୟହ ପାଠ କରୁ ଥିଲେ।ସେ ଥିଲେ ସତ୍ୟ ଅହିଂସା ର ପୂଜାରୀ।ସେ ପ୍ରତି ଦିନ ସନ୍ଧ୍ୟାରେ ରାମ ଧୁନ୍ ଗାଉ ଥିଲେ। ଗାନ୍ଧୀ ଜି କହିବା ଆଗରୁ ସବୁ କଥା କୁ ନିଜେ କରୁ ଥିଲେ।ଥରେ ତାଙ୍କ ସ୍ତ୍ରୀ କସ୍ତୁରୀ ବାଇ ଙ୍କୁ ସେ ଲୁଣ ଖାଇବା କୁ ମନା କରି ଥିଲେ।ସେ କହିବା ଆଗରୁ ନିଜେ ବି ଲୁଣ ଛାଡି ଥିଲେ।

କସ୍ତୁରୀ ବାଇ ନାରୀ ଜାତି ର ସ୍ୱାଭିମାନ ଥିଲେ।ସେ ମଧ୍ୟ ଗାନ୍ଧୀ ଙ୍କ ଭଳି ପାଠ ପଢି ଦେଶ ପାଇଁ ଲଢୁ ଥିଲେ।


ଗାନ୍ଧୀ ଜି ସବୁ ଭାରତୀୟ ମାନଙ୍କୁ ଏକାଠି କରି ଭାରତ ଛାଡ଼ ଆନ୍ଦୋଳନ କରି ଥିଲେ।ଶେଷରେ ସତ୍ୟ ର ହିଁ ବିଜୟ ହୋଇ ଥିଲା।

୧୯୪୭ ମସିହା ଅଗଷ୍ଟ ୧୫ ରେ ଆମ ଦେଶ ସ୍ୱାଧୀନ ହୋଇ ଥିଲା।ଆମ ଜାତୀୟ ପତାକା ତ୍ରି ରଙ୍ଗା ଫର

ଫର ହୋଇ ଉଡିଲା।


ଗାନ୍ଧୀ ଜି ସବୁ ଦିନ ପରି ସେ ଦିନ ମଧ୍ୟ ସନ୍ଧ୍ୟା ରେ ରାମ ଧୁନ୍ କରିବାକୁ ବିରଳା ଭବନ କୁ ଯାଇ ଥିଲେ।

ସେ ସମୟ ରେ ଏକ ପଚିସ୍ ବର୍ଷ ର ଯୁବକ ନାଥୁ ରାମ ଗଡ଼ସେ ଗାନ୍ଧୀ ଜି ଙ୍କୁ ଗୁଳି କରି ଦେଇ ଥିଲା ।ଗାନ୍ଧିଜୀ ହା ରାମ କହି ଆତତାୟି ର ଗୁଳି ରେ 

ଟଳି ପଡି ଥିଲେ।


ଗାନ୍ଧିଜୀ ଙ୍କ ଆଦର୍ଶ ଏବେ ବି କୋଟି ଜନତା ଙ୍କ ସାଥିରେ ରହିଛି ରହିବ।

ସେ ଆମ ପରମ ପୂଜ୍ୟ ଜାତିର ଜନକ ମହା ମାନବ ମହାତ୍ମା ଗାନ୍ଧୀ।

ଗାନ୍ଧୀ ଜି ଙ୍କୁ ଆମର କୋଟି ପ୍ରଣତି।


Rate this content
Log in

Similar oriya story from Classics