ଭିକାରି
ଭିକାରି
ଭିକାରି ନା କେତେ ଅଜବ ଲାଗୁଛି ନା? କେତେ ଦୁଃଖ କେତେ କଷ୍ଟ ଦାରୁଣ ଜୀବନ ଭିକାରିର।କେତେ ପାପ କରି ଥିଲେ ମଣିଷ ଭିକାରି ହୋଇ ଯାଏ।ଅନ୍ୟ ଆଗରେ ହାତ ପତାଏ।ଭିକ ମୁଠେ ପାଇଁ ବାର ଦୁଆର ବୁଲେ।ମଣିଷ କାହିଁକି ଭିକାରି ହୁଏ ।କିଏ ତାକୁ ଭିକାରି ସଜାଇ ଦିଏ।
କଥାଟି ଆରମ୍ଭ ହୁଏ ରଙ୍କ ନିଧି ମଉସା ଙ୍କ ଜୀବନ ରୁ।ପିଲା ବେଳୁ ସେ ଅଭାବ ଅସୁବିଧା ରେ ରହି ଦିନ କାଟିଛନ୍ତି।ସେ ଗରିବ ଘର ପିଲା।
ବିବାହ କରି ଥିଲେ ଗରିବ ଝିଅ ଶାନ୍ତି କୁ।ଶାନ୍ତି ବି ସ୍ୱାମୀ ର ଦୁଃଖ ଦେଖି ଦିନ ମଜୁରିଆ ହୋଇ କାମ କରନ୍ତି।ରଙ୍କ ନିଧି ମଉସା ରିକ୍ସା ଟାଣି ନିଜ ପରିବାର କୁ ଚାଳାଉ ଥିଲେ।
ନିଜ ପୁଅ ସୁମନ କୁ ପାଠ ପଢାଇ ହାକିମ କଲେ।ପୁଅ ସୁମନ ବାପା ଙ୍କ ଦୁଃଖ ଦେଖି ପିଲା ବେଳେ କାନ୍ଦି ପକାଏ।ରଙ୍କ ନିଧି ମଉସା ନିଜ ପୁଅ କୁ ଦେଖି ସବୁ ଦୁଃଖ ଭୁଲି ଯାଆନ୍ତି।
ପୁଅ ସୁମନ ଚାକିରୀ ପାଇ ସହର କୁ ଗଲା ।ନିଜ ଇଚ୍ଛା ରେ ସୁନ୍ଦରୀ ଝିଅ କୁନ୍ ମୁନ୍ କୁ ବିବାହ କରିଲା।ଏ ପଟେ ଶାନ୍ତି ଆର ପାରିକୁ ଦିନେ ଚାଲି ଗଲେ।ରଙ୍କ ନିଧି ମଉସା ବି ଦୁର୍ବଳ ହୋଇ ଯାଇ ଥିଲେ।
ଭାରି ଇଚ୍ଛା ହେଲା ଜୀବନ ର ଶେଷ ସମୟ ପୁଅ ମୁହଁ କୁ ଚାହଁି କାଟି ଦେବେ।ଦିନେ ନିଜ କୁଡ଼ିଆ ଘର କୁ ବିକି ଦେଇ ସହର ଯାଇ ପୁଅ କୁ ଦେଖା କଲେ।ପୁଅ ସୁମନ ଏବେ ହାକିମ ହୋଇ ଯାଇଛି।ଆଉ କଣ ସେ ମଳି ମୁଣ୍ଡିଆ ବାପା ଙ୍କୁ ଚିହ୍ନି ପାରିବ?ପଚାରିଲା ଏ ଭିକାରି ତୁ କିଏ ମୁ ତୋତେ ଜାଣିନି।ତୋ ସାହସ ତ କିଛି କମ ନୁହେଁ କାହାକୁ କିଛି ନ କହି ସିଧା ଘର ଭିତରକୁ ଚାଲି ଆସିଲୁ।ନିଜ ସ୍ତ୍ରୀ ଆଗରେ ସେ ନିଜ ବାପା ଙ୍କୁ ଅପମାନ ଦେଇ ଘରୁ ତଡି
ଦେଲା।
ପୁଅ ର ଧିକାର ବଚନ ଶୁଣି
ରଙ୍କ ନିଧି ମଉସା କଇଁ କଇଁ ହୋଇ କାନ୍ଦି ବାକୁ ଲାଗିଲେ।ପୁଅ ଏବେ ନିଜ ବାପା ଙ୍କୁ ଭିକାରି ସଜାଇ ଦେଲା ଭାବି ସେ ଭିକ ମାଗିବାକୁ ଲାଗିଲେ।
ସେହି ସହର ଠାରୁ ଦୂର ଜାଗା କୁ ଚାଲି ଗଲେ ।ସବୁ ଦିନ ଖାଇବାକୁ ଭିକ ମାଗିଲେ।ରାତି ହେଲେ ରାସ୍ତା କଡ଼ ରେ ଶୋଇ ଯାଉ ଥିଲେ।
ଭିକ ମାଗି ଯାହା ଆଣନ୍ତି କିଛି ନିଜେ ଖାଇବା ସହ କିଛି ଅନ୍ୟ ଅସହାୟ ଲୋକ ଙ୍କୁ ଦେଇ ଦିଅନ୍ତି।
ବେଳେ ବେଳେ ନିଜ ଭିକ ମାଗି ଥିବା ପଇସା କୁ ଅନାଥ ଆଶ୍ରମକୁ ଦେଇ ଖୁସି ହୁଅନ୍ତି।ଭିକାରି ହେଲେ ବି ତାଙ୍କ ମନ ଖୁବ ବଡ଼।ସେ ପ୍ରତି ବର୍ଷ ଯାଇ ରକ୍ତ ଦାନ କରନ୍ତି।
ନିଜ ପୁଅ ସୁମନ ଧନ ଓ ପଦବୀ ପାଇ ନିଜ ବାପା ଙ୍କୁ ପର କରି ଦେଲା।ହେଲେ ବାପା ଏବେ ବି ନିଜ ପୁଅ କୁ ଭଲ ପାଉ ଥିଲେ।କାରଣ ସେ ପରା ବାପା।କେବେ କଣ ନିର୍ଦ୍ଦୟ ହୋଇ ପାରିବେ?
ସମୟ ଆସିଲା ଗର୍ବ କରିବାର ଫଳ ଏବେ ସୁମନ ପାଇଲା।ରାସ୍ତା ରେ ଯିବା ସମୟ ରେ ଗାଡି ଧକ୍କା ହୋଇ ଗଲା।ତାର ଆଖି ଦୁଇଟି ନଷ୍ଟ ହୋଇ ଗଲା।ଭିକାରି ବାପା ଜଣକ ଜାଣି ପାରିଲେ ତାଙ୍କ ପୁଅ ଅନ୍ଧ ହୋଇ ଯାଇଛି। କାହାକୁ କିଛି ପରିଚୟ ନ ଦେଇ ନିଜ ଆଖି କୁ ଦେଇ ଦେଲେ ।ପୁଅ ତାଙ୍କ ଆଖିରେ ଏବେ ଦୁନିଆ ଦେଖିବ।ସତ କୁ ସତ ତାହାହିଁ ହେଲା।ସୁମନ ଏବେ ବାପା ଙ୍କ ଆଖିରେ ଦୁନିଆ ଦେଖିଲା।
କେବେ ବି ଜାଣିବାକୁ ଚାହଁିଲାନି ଏ ଆଖି କିଏ ଦେଇଛି।
ରଙ୍କ ନିଧି ବାବୁ ଙ୍କ ଶେଷ ସମୟ ଆସି ଗଲା।ଥରେ ସୁମନ ନିଜ ସ୍ତ୍ରୀ କୁ ଧରି ମେଡ଼ିକେଲ୍ କୁ ଯାଇ ଥିବା ବେଳେ ନିଜ ବାପା ଙ୍କୁ ଦେଖି ଚିହ୍ନି ପାରିଲା।ମଲା ବେଳେ ବାପା ଙ୍କ ମୁହଁ ରେ ପାଣି ଟୋପାଏ ବି ଦେଲା ନି।
ଦିନ ଆସିଲା ସେ ତାର ଚାକିରୀ ହରାଇ ଦେଲା।ସେ ବହୁତ ଲାଞ୍ଜୁଆ ଥିଲା।ଏବେ ତାର ଘର ଦ୍ୱାର ସବୁ କିଛି ଚାଲି ଗଲା।ସେ ଏବେ ବାକି ହୋଇ ଗଲା।ଲୋକେ ତାକୁ ମାରି ବାକୁ ଗୋଡ଼ାଇଲେ।ସେ ଦରିଦ୍ର ହୋଇ ପର ଆଗରେ ହାତ ପତାଇଲା।ନିଜ ବାପା ଙ୍କୁ ଯେମିତି ଭିକାରି ସଜାଇ ଦେଇ ଥିଲା।ଆଜି ତାର ଫଳ ସେ ପାଇଲା।
ସୁମନ ଏବେ ଭିକାରି ହୋଇ ନିଜ ଭୁଲ ବୁଝି ପାରିଲା।ସେ ବାକି ଜୀବନ ଦୁଃଖ କଷ୍ଟ ରେ କାଟିଲା।
ଭିକାରି ଜୀବନରେ କେତେ ଦୁଃଖ କେତେ ଯନ୍ତ୍ରଣା ସେ ଜାଣି ପାରିଲା।
ମଣିଷ ନିଜ କର୍ମ ର ଫଳ ସବୁ ବେଳେ ପାଇ ଥାଏ।ଭିକାରି କୁ ବି କେହି ହତାଦର କରିବା ନାହିଁ।
ସେ ବି ତ ଜଣେ ଅସହାୟ ମଣିଷ।