ମନ ପଞ୍ଜୁରୀ
ମନ ପଞ୍ଜୁରୀ
ସୀତା ଭାରି ଫୁଲେଇ ଝିଅ ।ବାପା ମା ର ଗୋଟେ ଗେଲ୍ହେଇ ଝିଅ।କେବେ ସେ ନଇ କୂଳରେ ପୁଣି କେବେ ଆମ୍ବ ତୋଟା ରେ ଥାଏ।ପାଠ ପଢି ବାକୁ ତାର ଜମା ଇଛା ନାହିଁ।
ଥରେ ବାପା ଶ୍ୟାମ ସୁନ୍ଦର ତାକୁ ନେଇ ସରକାରୀବିଦ୍ୟାଳୟରେ ନାମ ଲେଖାଇଲେ।ଶିକ୍ଷକ ଙ୍କ ବେତ କୁ ତାର ଭାରି ଭୟ।ଶିକ୍ଷକ ଙ୍କ କଥା ମାନି ପାଠ ପଢେ।ପୁଣି ପଢା ସରିବା ପରେ ଆମ୍ବ ତୋଟା ରେ ବସି ଏକା ଏକା ଗୀତ ଗାଇ ବୁଲୁ ଥାଏ।
ଚଞ୍ଚଳ ମନ ତାର । ମନକୁ କିଏ କଣ ବାନ୍ଧି ପାରେ।ମନ ପକ୍ଷୀ କୁ କେଉଁ ପଞ୍ଜୁରୀ ରେ କିଏ ରଖିବ।
ଥରେ ଏକ ସୁନ୍ଦର ପୁଅ ସହ ତାର ଦେଖା ହେଲା।ସେ ସୀତା କୁ ଭଲ ପାଇ ବସିଲା।
ହୋଲି ପର୍ବ ରେ ଯେତେ ବେଳେ ସବୁ ମୁହଁ ରେ ରଙ୍ଗ ଲଗାଉ ଥିଲେ ସେ ପୁଅ ସୀତା ର ମୁହଁ ରେ ରଙ୍ଗ ଲଗାଇ କହିଲା ,ମୁ ତୁମକୁ ଭଲ ପାଏ।ସୀତା ଜୋର ରେ ପାଟି କରି କହିଲା ଏ ବାବୁ ମୁ ଜଙ୍ଗଲୀ ଝିଅ ଏ ବଣ ପାହାଡ ମୋତେ ଭାରି ଭଲ ଲାଗେ ।ମୋର ସେହି ଏକା ନିଜର।
ପୁଅ ଟି ନିଜ ପରିଚୟ ଦେଇ କହିଲା
ସେ ଜଣେ ଅଫିସର୍।ତାର ନା ଶଙ୍କର।ସୀତା କହିଲା ଏ ବାବୁ ତୁମେ ମୋ ପାଇଁ କଣ ରାମ ସାଜି ଆସିଛ କିନ୍ତୁ ମୁ ବାହା ହେବିନି।
ମୋର ସଂସାର କଣ ହେବ ।ମୁ ପରା ଜଙ୍ଗଲୀ ଝିଅ।ଏତିକି ରେ ଶଙ୍କର ସିତା କୁ କିଛି ପଇସା ଦେଇ ଖୁସି କରି ଦେଲା।କହିଲା ତତେ ରାଣୀ କରି ରଖିବି।ମୋ ପାଖକୁ ଚାଲି ଆ।
ସୀତା ପଇସା କୁ ଦେଖି ତାର ମନ କୁ ବଦଳାଇ ଦେଲା ।ସୀତାର ବାପା ଜଣେ ରୋଗୀ ଲୋକ ।ତାଙ୍କ ପାଇଁ ପଇସା ଦରକାର ଥିଲା।ନିଜ ପରିବାର କଥା ଭାବି ସେ ଶଙ୍କର କୁ ବାହା ବି ହୋଇ ଗଲା।
ଶଙ୍କର ବାହା ହେଲା ପରେ ପୁରା ବଦଳି ଗଲା।ସୀତା କୁ ରାଣୀ ପରି ନୁହେଁ ଚାକରାଣୀ ପରି ରଖିଲା।ପ୍ରତି ଦିନ ମଦ ପିଇ ମାଡ଼ ଗାଳୀ ଦେଲା।କିଛି ଦିନ ଭିତରେ ସୀତା ର ଗୋଟେ ପୁଅ ହେଲା।ହେଲେ ପୁଅ କୁ ଦିନେ ଭୀଷଣ ଜ୍ୱର ହେଲା।
ଶଙ୍କର ନିଜ ପୁଅ କୁ ସୁରକ୍ଷା ଦେଲା ନାହିଁ।ରୋଗ ରେ ପଡି ସେ ଆଖି ବୁଜି ଦେଲା।ଶଙ୍କର ସୀତା କୁ ନେଇ ଦିଲ୍ଲୀ ରେ ବିକ୍ରି କରି ଦେଲା।ସୀତା ଏକ କୋଠି ରେ ଥିବା ବେଳେ ଥରେ ରାତିରେ ଲୁଚି ସେଠାରୁ ଚାଲି ଆସିଲା।
ସେ ଦିନ ଥିଲା ହୋଲି ପର୍ବ ।ସବୁ ଆଡ଼େ ଲୋକ ହୋଲି ପାଇଁ ଲାଗି ପଡି ଥିଲେ।ଶଙ୍କର ମଧ୍ୟ ହୋଲି ଖେଳି ମଦ ପିଇ ଆସିଲା।ସେ ହୋସ୍ ରେ ନ ଥିବା ବେଳେ ସୀତା ଶଙ୍କର ସହ ହୋଲି ଖେଳିଲା।ସେ ହୋଲି ଥିଲା ରକ୍ତ ର ହୋଲି।ଶଙ୍କର ର ବେକ ରେ ଛୁରୀ ଭୁସି ଦେଇ ତାର ଦେହ କୁ ରଙ୍ଗୀନ କରି ଦେଲା ।ସୀତା ରକ୍ତ ର ହୋଲି ରେ ଗାଧୋଇ ହୋଇ ଗଲା।
ସୀତା ତାର ପ୍ରତି ଶୋଧ ନେଇ ସାରି ଥିଲା ।ପୋଲିସ ଆସିବା ବେଳ କୁ ସେ ବିଷ ପିଇ ଚିର ନିଦ୍ରା ରେ ଶୋଇଗଲା ।
ସତରେ ମଣିଷ ସମୟ ଆସିଲେ ରକ୍ତରେ ହୋଲି ଖେଳି ପିସାଚି ହୋଇ ଯାଏ।