Suresh chandra Padhy

Abstract Romance

4  

Suresh chandra Padhy

Abstract Romance

ପ୍ରଥମ ଚିଠି

ପ୍ରଥମ ଚିଠି

3 mins
381



ସେ ଦିନ ମିତାର ମନ ଭାରି ଖୁସି । ସେ ଗାଁର ପ୍ରଥମ ପାଠୁଆ ଝିଅ । ସେ ପରା କଲେଜ ଯିବ । ବାପା ଦୀନ ବନ୍ଧୁ ଧାର କରଜ କରି ଝିଅକୁ କଲେଜ ପଠେଇଲେ । ସେ ଜଣେ ଚାଷୀ ଲୋକ । ଘରେ କିଛି ନାହିଁ । ଭାରି ଗରିବ ପରିବାର ।


   ମିତା କଲେଜକୁ ଗଲା ପ୍ରଥମ ଦିନରେ ସମସ୍ତେ ତାକୁ ସ୍ନେହ ଆଦର ଦେଲେ । ସେ ଭଲ ପାଠ ପଢିଲା । ଗୁରୁଜୀ ଗୁରୁମା ଙ୍କ କୃପାରୁ ସେ ସବୁ ପରୀକ୍ଷାରେ ଭଲ ନମ୍ବରରଖିଲା ।


    ସେ କଲେଜକୁ ରାଜୁ ନାମରେ ଏକ ପିଲା ଆସିଲା । ସେ ଦେଖି ବାକୁ ବହୁତ ସୁନ୍ଦର ଥିଲା । ମିତା ତାକୁ ମନେମନେ ଭଲ ପାଇ ବାକୁ ଲାଗିଲା । ଦିନେ ଏକ ପ୍ରେମ ପତ୍ର ରାଜୁକୁ ମିତା ଦେଲା । ଏହା ତାର ପ୍ରେମର ପ୍ରଥମ ଚିଠି ଥିଲା ।

    ଚିଠିରେ ମିତା ଲେଖି ଦେଲା ରାଜୁ ତୁମକୁ ମୁଁ ବହୁତ ଭଲ ପାଏ । ତୁମ ବିନା ଆଉରହି ହେଉ ନାହିଁ । ତୁମେ କଣ ମୋତେ ଭଲ ପାଅ?ରାଜୁ ବି ମିତାର ପ୍ରେମ ପତ୍ର ପାଇ ଖସିରେ ତାର ଭଲ ପାଇବାକୁ ସ୍ୱୀକାର କଲା । କହିଲା ହଁ ମିତା ମୁଁ ବି ତୁମକୁ ଭଲ ପାଏ ।


   ହେଲେ ମୁ ଏକ ହରି ଜନ ଜାତିର ପୁଅ । ତୁମେ ଏକ ଉଚ୍ଚ ବଂଶର ଝିଅ । ତୁମେ କଣ ମୋତେ ଆପଣାର କରି ପାରିବ । ଏଇ କଥା ସେ ଏକ ଚିଠିରେ ଲେଖି ଥିଲା ।  ମିତା ତାର ପ୍ରେମକୁ ସଫଳ କରି ବାକୁ ଯାଇ ରାଜୁକୁ ବାହା ହେବାକୁରାଜି ହୋଇ ଗଲା । ଦୁହେଁ ଘର ଛାଡି ଚାଲି ଗଲେ । କିନ୍ତୁ ରାଜୁ ଘର ଲୋକ ଏଥିରେ ରାଜି ହେଲେ ନାହିଁ । ସେମାନେ ମିତା ଓ ରାଜୁକୁ ଅଲଗା କରି ଦେଲେ । ଦୁହିଁ ଙ୍କ ବିବାହ ହୋଇ ପାରିଲା ନାହିଁ ।


  ରାଜୁ ମିତାକୁ ନ ପାଇ ପାଗଳ ପରି ହୋଇ ଗଲା । ସେ ଘର ଛାଡି ଏଣେ ତେଣେ ବୁଲିଲା । ଏପଟେ ମିତାର ବିବାହ ଏକ ସହରୀ ପୁଅ ସଞ୍ଜୟ ସହ ହୋଇ ଗଲା । ସଞ୍ଜୟ ବହୁତ ରାଗି ଲୋକ ଥିଲେ । ସେ ମିତାକୁ ବହୁତ ଦୁଃଖ କଷ୍ଟ ଦେଉ ଥିଲେ ।


ସଞ୍ଜୟର ଅତ୍ୟାଚାର ମିତା ଆଉ ସହି ପାରିଲା ନାହିଁ ।

 ଦିନେ ରାତିରେ ସେ ଏକ ପୋଖରୀକୁ ଯାଇ ଡେଇଁ ପଡିଲା । ପୋଖରୀରୁ ଏକ ଧିବର ତାକୁ ଜାଲ ପକେଇ ଉଦ୍ଧାର କରିଲା । ମିତା ତା ଘରେ ଝିଅ ପରିରହିଲା । ଧିବର ଥରେ ମିତାର ପ୍ରେମ ବିଷୟରେ ଜାଣି ପାରିଲା । ମିତା ତାର ପ୍ରେମର ପ୍ରଥମ ଚିଠି କଥା ବି କହିଲା ।


    ସେ ଗାଁରେ ହିଁ ରାଜୁ ପାଗଳ ପରି ବୁଲୁ ଥିଲା । ଲେକେ ତାକୁ ଟେକା ପଥର ଦିନେ ମାରୁ ଥିଲେ । ମିତା ସକାଳୁ ସକାଳୁ ଗାଁରେ ବୁଲୁ ଥିବା ବେଳେ ତାର ପ୍ରେମିକରାଜୁକୁ ଚିହ୍ନି ପାରିଲା । ସେ ଦୌଡ଼ି ଯାଇ ଧିବରକୁରାଜୁ କଥା କହିଲା ।


   ଧିବରରାଜୁକୁ ଗାଁ ଲୋକ ଙ୍କ ଠାରୁରକ୍ଷା କଲେ । ମିତାରାଜୁକୁ ସ୍ଵର୍ସ କରିବା ମାତ୍ରକେ ତାର ପୂର୍ବ କଥା ମନେ ପଡିଗଲା । ମିତା ତାର ସ୍ୱାମୀକୁ ଛାଡିରାଜୁ ସହରହିଲା ।


  ଏ କଥା ଦିନେ ସଞ୍ଜୟ ବାବୁ ଜାଣି ପାରିଲେ । ସେ ମିତାକୁରାଜୁ ଠାରୁ ଅଲଗା କରିବାକୁ ଚାହିଁେଲ । ଲୋକ ଲଗାଇରାଜୁକୁ ମାରି ବାକୁ ଚେଷ୍ଟା କଲେ । ଗୋଟିଏ ଗୁଳିରାଜୁ ଉପରେ ବାଜୁ ବାଜୁ ଆର ଗୁଳି ଟି ମିତା ଉପରେ ବାଜିଲା । ଦୁହେଁ ପରସ୍ପରର ହାତ ଧରି ଟଳି ପଡିଲେ ।


   ପ୍ରେମର ବିଜୟ ହେଲା । ନିଜ ପ୍ରେମ ପାଇଁ କେହି କାହାଠୁ ଆଉ ଅଲଗା ହେଲେ ନାହିଁ । ମିତାର ପ୍ରଥମ ଚିଠି କଥା ସଞ୍ଜୟ ବାବୁ ଜାଣି ପାରିଲେ । ସେ ଦୁଇ ପ୍ରେମକ ଙ୍କ ପାଇଁ ଏକ ସମାଧି କରି ଦେଲେ ।

  ଏବେ ବିରାଜୁ ଓ ମିତାର ପ୍ରେମ ଆମର ହୋଇଛି । ପ୍ରଥମ ଚିଠି ସାକ୍ଷୀ ହୋଇରହିଲା ପ୍ରେମର ।



Rate this content
Log in

Similar oriya story from Abstract