Suresh chandra Padhy

Inspirational

3  

Suresh chandra Padhy

Inspirational

ବୁଢା ବାପା

ବୁଢା ବାପା

2 mins
156


ବହୁତ ଦିନ ତଳର କଥା ।ବୀର ପୁର ଗାଁରେ ଶ୍ୟାମ ସୁନ୍ଦରଙ୍କ ଘର। ସେ ବହୁତ ସ୍ଵାଭିମାନି ମଣିଷ। କାହାର ଦୁଃଖ ଦେଖି ସହି ପାରନ୍ତି ନାହିଁ। ତାଙ୍କ ଘରେ ସ୍ତ୍ରୀ ଓ ଏକ ମାତ୍ର ପୁଅ ରାହୁଲ ରୁହେ।କିଛି ଦିନ ପରେ ସ୍ତ୍ରୀ ଙ୍କ ବିୟୋଗ ଘଟିଲା।ନିଜ ପିଲା ର ମୁହଁ କୁ ଚାହିଁ ଦ୍ଵିତୀୟ ବିବାହ କଲେ ନାହିଁ । ସେ ପିଲାଟିକୁ ଉଭୟ ବାପା ଓ ମାଆର ସ୍ନେହ ଦେଲେ। ପିଲାକୁ ଇଞ୍ଜିନିଅର କଲେ । ପିଲାଟି ଚାକିରୀ କରି ବିଦେଶକୁ ଚାଲିଗଲା।

     ସେଠାରେ ଏକ ବିଦେଶିନୀ ସହ ରହି ତାକୁ ବିବାହ କରିଲା।କେବେ ବାପା କଥା ଭାବେ ନାହିଁ। ସେଥି ରହି ତାର ଏକ ପୁଅ ହେଲା। ସେ ତାର ପୁଅ ର ନାମ ଆକାଶ ରଖିଲା।

ରାହୁଲ୍ କୁ ତା ପୁଅ ଜେଜେ ବାପା ବିଷୟରେ ପଚାରେ।ସେ ନିରବ ରୁହେ। ଥରେ ରାହୁଲ ବିଦେଶ ରୁ ଫେରି ଆସି ରାଜଧାନୀ ଭୁବନେଶ୍ୱର ରେ ରହିଲା।ଘର କାମ କରିବାକୁ ତା ସ୍ତ୍ରୀ ଏକ ଲୋକ ଖୋଜିଲା।ରାହୁଲ କୁ ଏପଟେ ଗାଁ ଲୋକଙ୍କ କଥା ଶୁଣି ବୁଢା ବାପାଙ୍କୁ ଘରକୁ ଆଣିଲା। ବାପା ଖୁସିରେ ଆସିଲେ।ରାହୁଲ୍ କହିଲା ମୁଁ ତୁମକୁ ଘରକୁ ଚାକର କରି ଆଣିଛି। ଆମ ଘର କାମ ସବୁ ତମେ କରିବ।କିଏ ପଚାରିଲେ ତୁମେ ଏ ଘର ଚାକର କହିବ।

   ବୁଢା ବାପା ଚାକର ପରି ସବୁ କାମ କଲେ। କିଏ ପଚାରିଲେ ଚାକର୍ ବୋଲି ନିଜକୁ କହିଲେ। ବୁଢା ବାପା ଘରେ ସବୁ କାମ କଲେ ରାହୁଲ ଓ ତାର ସ୍ତ୍ରୀ ଭଲ ଭାବେ ଖାଇବାକୁ ଦିଅନ୍ତି ନାହିଁ।ସେମାନେ ଏସି ଘରେ ରହୁନ୍ତି।ବୁଢା ବାପା ଙ୍କୁ ନେଇ ଏକ ଚାକର ରହିବା ଘରେ ରଖନ୍ତି। ଥରେ ବୁଢା ବାପାଙ୍କ ଦେହ ଖରାପ ହେଲା। ସେ ଶେଜରୁ ଉଠି ପାରିଲେ ନାହିଁ।ଏହା ଦେଖି ରାହୁଲ ଓ ତାର ସ୍ତ୍ରୀ ରାଗରେ ତମ ତମ ହେଲେ।ରାହୁଲ ତା ବୁଢା ବାପା ଙ୍କୁ ଘରୁ ବାହାର କରିଦେଲା । ସେ ପେଟ ପାଇଁ ଭିକ ବି ମାଗିଲେ। ଶେଷରେ ଜଣେ ବ୍ୟକ୍ତି ବୁଢା ବାପାଙ୍କ ସହ ଭେଟ ହେଲେ।ସେ ବହୁତ ଦୟାଳୁ ଥିଲେ।ତାଙ୍କ ଘରେ ସେ ଏକା ରୁହନ୍ତି । ବାହା ନ ହୋଇ ସାରା ଜୀବନ ରହିଛନ୍ତି।ବୁଢା ବାପା ଙ୍କୁ ସେ ତାଙ୍କ ଘର କୁ ଆଣି ବହୁତ ସେବା କରିଲେ।ବୁଢା ବାପା କହିଲେ ପୁଅ ତୁ ମୋର କିଛି ନ ହୋଇ ଆଜି ମୋ ପାଇଁ ସବୁ କରିଲୁ।ଈଶ୍ୱର ତୋତେ କୋଟି ପରମାୟୁ ଦିଅନ୍ତୁ।ବୁଢା ବାପା ତାଙ୍କ ପୁଅ ର କଥା ସବୁ କହିଲେ । ଏହା ଶୁଣି ସେ ଭଦ୍ର ବ୍ୟକ୍ତି କାନ୍ଦି ପକାଇଲେ। ଶେଷ ସମୟରେ ବୁଢା ବାପା ସେହି ଭଦ୍ର ବ୍ୟକ୍ତି ପାଖରେ ଶେଷ ନିଶ୍ୱାସ ତ୍ୟାଗ କଲେ। ବୁଢା ବାପା ଙ୍କ କଥା କେବେ ରାହୁଲ ଭାବେ ନାହିଁ । ଥରେ ସେ ଭଦ୍ର ବ୍ୟକ୍ତି ରାହୁଲ ପାଖକୁ ଆସି ସବୁ ଘଟଣା କହିଲେ।ରାହୁଲ କୁ କହିଲେ ଯିଏ ବାପା ମାଆଙ୍କ ସେବା କରେ ନାହିଁ ସେ ନର୍କକୁ ଯାଏ।ପିତାଙ୍କ ସେବା କଲେ ମଣିଷ ସ୍ୱର୍ଗ ସୁଖ ପାଏ।ଯିଏ ପିତା ମାତା ଙ୍କ ସେବା ଛାଡି ବ୍ରତ ,ଉପବାସ,ତୀର୍ଥ କରେ ସେ କିଛି ଫଳ ପାଏ ନାହିଁ।ବାପା ମାଆ ଙ୍କ ପାଦ ତଳେ ସବୁ ତୀର୍ଥ ରହିଛି।ସେ ଆମ ଜନ୍ମ ଦାତା । ଧିକ ତୋ ପରି ପୁଅ ଯିଏ ବୁଢା ବାପାଙ୍କୁ ଏତେ କଷ୍ଟ ଦେଲା । ରାହୁଲ ତା ଭୁଲ ବୁଝିଗଲା ଓ ଲଜ୍ଜିତ ହୋଇଲା। ଜୀବନରେ କେବେ ବାପା ମାଆଙ୍କୁ ଭୁଲିବା ନାହିଁ।


Rate this content
Log in

Similar oriya story from Inspirational