Suresh chandra Padhy

Abstract

4.0  

Suresh chandra Padhy

Abstract

ଅନୁ ଭୂତି ରେ ଦିବ୍ୟ ସାହିତ୍ୟ ଯାତ୍ରା

ଅନୁ ଭୂତି ରେ ଦିବ୍ୟ ସାହିତ୍ୟ ଯାତ୍ରା

4 mins
240



ସେ ଦିନ ଥିଲା ମେ ୧୫ ତାରିଖ ଠିକ ସେହି ଦିନ ମୋର ଜଣେ କବି ବନ୍ଧୁ ଶ୍ରୀ ନିବାସ ପଣ୍ଡା ମୋତେ କଟକ ଯିବା ପାଇଁ କହିଥିଲେ। କଟକ ଯିବାକୁ ସୁଯୋଗ ମିଳିଲା ପରେ ଖୁସି ରେ ରାଜି ହେଲି ଯିବା ପାଇଁ।

    ଆମେ ମେ ୨୧ ତାରିଖ ରେ ତିନି ଜଣ ବନ୍ଧୁ ବାହାରିଲୁ। ଗଞ୍ଜାମ ରୁ ବାହାରି କେଶପୁର ଷ୍ଟେସନ ରେ ସକାଳ ୧୦ ଟା ସୁଦ୍ଧା ପହଁଞ୍ଚି ଥିଲୁ। ଟ୍ରେନ ଆସିବାରେ ବିଳମ୍ବ ହୋଇ ଥିଲା। ଟ୍ରେନ ଆସିଲା, ହେଲେ ଏତେ ଲୋକ ଭିଡ଼ ଯେ ଠିଆ ହୋଇ ଭୁବନେଶ୍ଵର ଯାଏଁ ଗଲୁ। କଟକ ରୁ ଆମ ସହ ଆଉ ଦୁଇ ଜଣ ବନ୍ଧୁ ଭେଟ ହେଲେ ସେମାନେ ଛତ୍ରପୁର ରୁ ଆସିଥିଲେ।

ସେଠାରୁ ଏକ ଅଟୋ ଯୋଗେ ଆମେ ପହଞ୍ଚି ଥିଲୁ କଟକ ର ଚାହଟେଶ୍ୱର ମନ୍ଦିରରେ। ଶହ ଶହ ସାରସ୍ୱତ ସାଧକ ସାଧିକା ଙ୍କୁ ଏକାଠି ଦେଖି ବାର ସୁଯୋଗ ମିଳିଲା।ଯେଉଁ ମାନଙ୍କ ନାମ ଅନ ଲାଇନ ରେ ଦେଖୁ ଥିଲୁ ସେମାନଙ୍କ ସହ ସାକ୍ଷାତ ହେବାର ସୁଯୋଗ ମିଳିଲା।

ରଥ ପଥ ଜଗନ୍ନାଥ ସେହି କାଯ୍ୟକ୍ରମର ନାମ ଥିଲା।କୈବଲ୍ୟ ସାହିତ୍ୟ ସାଂସଦ ଏକ ଆଧ୍ୟାତ୍ମିକ ଅନୁଷ୍ଠାନ।ସେହି ସ୍ଥାନ ରେ ଦିନ ସାରା ରହିଲୁ । ପ୍ରବଳ ଖରା ରେ ଅସ୍ତ ବ୍ୟସ୍ତ ଲାଗୁଥାଏ। ମଧ୍ୟାନ ଭୋଜନ ପରେ କବିତା ଆସର ହୋଇଥିଲା। ସବୁ କବି କବିୟତ୍ରି ମାନଙ୍କ ଭକ୍ତି କବିତା ରେ ଭାବ ମୟ ପରିବେଶ ସୃଷ୍ଟି ହୋଇ ଥିଲା।

ଏହା ସହ ଅତିଥି ବକ୍ତାମାନଙ୍କ ଭବ୍ୟ ବକ୍ତବ୍ୟରେ ମନ ପବିତ୍ର ହୋଇ ଯାଇ ଥିଲା। ସେହି ସ୍ଥାନ ରେ ଆଗନ୍ତୁକ ସବୁ କବି ବନ୍ଧୁ ମାନଙ୍କୁ କୈବଲ୍ୟ ସାହିତ୍ୟ ସଂସଦ ମାନ ପତ୍ର ସହ ମେଡ଼େଲ ଦେଇ ସମ୍ମାନିତ କରି ଥିଲେ।

   ଆମେ ସେହି ସ୍ଥାନ ରୁ ବିଦାୟ ନେଇ ସ୍ଥିର କଲୁ ଶ୍ରୀ କ୍ଷେତ୍ର ଯିବା ପାଇଁ।ଅନେକ ଦିନ ପରେ ପୁରୀ ଯିବା କଥା ଜାଣି ବହୁତ ଭାବ ପ୍ରବଣ ହୋଇ ଗଲି।ମନେ ମନେ ମହାପ୍ରଭୁ ଙ୍କ ଅପାର କରୁଣା କୁ ଅନୁ ଭବ କଲି।ସବୁ ବେଳେ ମହାପ୍ରଭୁ ଙ୍କ ଧାମ କୁ ଯିବା କୁ ଇଚ୍ଛା ହେଲେ ବି କେବେ ଯାଇ ପାରୁ ନ ଥିଲି।ଅଚାନକ ମହାପ୍ରଭୁ ଆମକୁ ତାଙ୍କ ଶ୍ରୀ କ୍ଷେତ୍ର କୁ ଯିବାକୁ ଡୋରି ଲଗାଇ ଦେଲେ।

    ମୋ ବସ୍ ରେ ବସି ଆମେ ଷ୍ଟେସନ ରେ ପହଞ୍ଚି ଥିଲୁ।

ସେହି ଟ୍ରେନ ରେ ଆମ ସହ କିଛି ଓଡିଆ ଲୋକ ବି ବାଲେଶ୍ୱର ରୁ ପୁରୀ ଯାଉ ଥିଲେ।ରାତି ପ୍ରାୟ ୮ ଟା ବେଳ କୁ ଶ୍ରୀ କ୍ଷେତ୍ର ରେ ପାଦ ଦେଲୁ।ସେଠାରୁ ଆଉ ଦୁଇ ଜଣ ଯାତ୍ରୀ ଙ୍କ ସହ ଅଟୋ ରେ ବସି ବଡ଼ ଦାଣ୍ଡ ରେ ପହଞ୍ଚି ଥିଲୁ।ରାତ୍ରି ସମୟ ରେ ଆମକୁ ରହି ବାକୁ ଘର ଖୋଜି ବାକୁ ପଡିଲା।ଶେଷରେ ଆଠ ଗଡ଼ ମଠ ରେ ରାତ୍ରି ଯାପନ କରିଲୁ।ରାତ୍ରି ରେ ଇଚ୍ଛା ଥିଲା ମହା ପ୍ରଭୁ ଙ୍କ ବଡ଼ ସିଂଙ୍ଘାର ବେଶ ଦେଖି ବାକୁ ,ହେଲେ ଭାଗ୍ୟ ରେ ନ ଥିଲା।ସକାଳୁ ସକାଳୁ ସ୍ନାନ ସାରି ବାହାରିଲୁ ଶ୍ରୀ ମନ୍ଦିର ବୁଲିବାକୁ।ଏତେ ଲମ୍ବା ଧାଡି ରେ ଅନେକ ସମୟ ପ୍ରତୀକ୍ଷା କରି ବାକୁ 

ପଡିଥିଲା।ମୁ ନୀଳ ଚକ୍ର କୁ ଦେଖି କିଛି ଭକ୍ତି ଗୀତ ମନେ ମନେ ଗାଉ ଥିଲି।ମହା ପ୍ରଭୁ ଙ୍କ ଅବକାଶ ନୀତି ପରେ ଭକ୍ତ ଙ୍କ ପାଇଁ ସାହାଣ ମେଲା ହୋଇ ଥିଲା।ଜୟ ଜଗନ୍ନାଥ ଧ୍ଵନି ରେ ପରିବେଶ ଟି ଭକ୍ତି ମୟ ହୋଇ ପଡ଼ୁ ଥିଲା।ଆମେ ସିଂହ ଦ୍ୱାର ରେ ଥିବା ସୁଚନା କେନ୍ଦ୍ରରୁ କିଛି ଜଗନ୍ନାଥ ଙ୍କ ତତ୍ତ୍ବଜ୍ଞାନ ଥିବା ପୁସ୍ତକ କିଣି ଥିଲୁ।

ମୋ ମନରେ ଏତେ ଆନନ୍ଦ ଥିଲା ସେ କଥା ବଣ୍ଣନା କରି ହେବ ନାହିଁ ।ନିଜକୁ ବିଶ୍ୱାସ ହେଉ ନ ଥାଏ ସତରେ ମହା ପ୍ରଭୁ ମୋ ପରି ଦୀନ ଅକିଞ୍ଚନ କୁ ତାଙ୍କ ପାଖକୁ ଆଣିଛନ୍ତି ।

 ସେ ତ ଭକ୍ତ ବାଞ୍ଛା କଲ୍ପ ତରୁ ତାଙ୍କ ଲୀଳା କୁ ବା ଜାଣିବ କିଏ? ମୋ କବି ବନ୍ଧୁ, କୁନା ସେଠୀ ସେ ମହା ପ୍ରଭୁ ଙ୍କ ଆଶ୍ରିତ ଓ ପରମ ଭକ୍ତ। ସେ ଆମକୁ ଶ୍ରୀ ମନ୍ଦିର ପରିସର ରେ ଥିବା ସମସ୍ତ ମନ୍ଦିର କୁ ନେଇ ଦର୍ଶନ କରାଇ ଦେଲେ ।ଆମେ କଲ୍ପ ବଟ କୁ ଦର୍ଶନ କରି ବାର ସୋଭାଗ୍ୟ ପାଇ ଥିଲୁ।ଶ୍ରୀ ମନ୍ଦିର ମୁକ୍ତି ମଣ୍ଡପ ରେ କିଛି ସମୟ ବରେଣ୍ୟ ପୂଜ୍ୟ ପଣ୍ଡିତ ମାନଙ୍କ ସମ୍ମୁଖରେ ବସି ଥିଲୁ।ରୋହିଣୀ କୁଣ୍ଡ ଦର୍ଶନ କରିବା ପରେ ମା ବିମଳା ଙ୍କ ଦର୍ଶନ କରିଲୁ।ତା ପରେ ମା ସରସ୍ବତୀ ଙ୍କ ଦର୍ଶନ ଓ ବେଶ ଦେଖିଲୁ।ମା ଜଗତ ଜନନୀ ମହା ଲକ୍ଷ୍ମୀ ଯିଏ ଶ୍ରୀ କ୍ଷେତ୍ର ର ସାଆନ୍ତାଣୀ, ତାଙ୍କ ଦିବ୍ୟ ହସ ହସ ମୁଖ ଦର୍ଶନ କରି କୋଟି ପୁଣ୍ୟ ଲଭି ଥିଲୁ।ମା ଙ୍କ ମନ୍ଦିର ରେ କିଛି ସମୟ ବିଶ୍ରାମ କରି ବଡ଼ ଦେଉଳ ର ଅଧିପତି ମୋ କାଳିଆ ଠାକୁର ଙ୍କ ଆଡକୁ ଗଲୁ ।

ଏତେ ଗହଳି ଥିଲା ସେହି ଭକ୍ତ ଙ୍କ ସହ ମିଶି ଗଲୁ ।ଯେତେ କଷ୍ଟ ହେଲେ ବି ଶ୍ରୀ ମନ୍ଦିର ଭିତର କୁ ଗଲୁ।ଯାଉ ଯାଉ ଗରୁଡ଼ ସ୍ତମ୍ଭ କୁ କୋଳାଇ ଧରିଲି। କିଛି ବଙ୍ଗାଳି ଲୋକଙ୍କ ବ୍ୟବହାର ଖରାପ ଲାଗିଥିଲା। ମହାପ୍ରଭୁ ଙ୍କ ଆଗରେ ଶାଳୀନତା ରଖି ନ ଥିଲେ। ମହାପ୍ରଭୁଙ୍କ ଦର୍ଶନ ମନ ଭରି କରି ପାରିଲି ନାହିଁ ।ଟିକେ ଠିଆ ହେବାକୁ କୁ ବି ସୁବିଧା ମିଳି ଲାନି।ମହା ପ୍ରଭୁ କି ଫୁଲ ଲାଗଇ ଛନ୍ତି, କି ବେଶ ହୋଇ ଛନ୍ତି, ଦେଖି ପାରିଲି ନାହିଁ ।ଦୁଃଖ ରହି ଗଲା ମନରେ।ତଥାପି ମହା ପ୍ରଭୁ ଡୋରି ଲଗାଇ ଶ୍ରୀ କ୍ଷେତ୍ର କୁ ଆଣିଲେ ଏକ ଝଲକ୍ ହେଉ ପଛେ ମହା ପ୍ରଭୁ ଙ୍କ ପାଇଲି ।

    ଆନନ୍ଦ ବଜାର ରେ ମହା ପ୍ରସାଦ ଆମେ ତିନି ବନ୍ଧୁ ଏକାଠି ହୋଇ ପାଇଲୁ।ଏହା ପରେ ବଡ଼ ଦାଣ୍ଡ ସାରା ବୁଲି ବୁଲି ମହୋଦଧୀ ରେ ମଧ୍ୟାନ ବେଳା ରେ ପହଞ୍ଚି ଥିଲୁ।ସେଠାରୁ ପୁଣି ଏକ ଅଟୋ ଭାଇ ଙ୍କୁ କହିଲୁ ଷ୍ଟେସନ ଯିବାକୁ କିନ୍ତୁ ସେ ଆମକୁ ଶ୍ୱେତ ଗଙ୍ଗା ରେ ପହଁଞ୍ଚାଇ ଦେଲେ ।ପୁଣି ଆମ ସହ ଖରାପ ବ୍ୟବହାର କଲେ ।ଶ୍ରୀ କ୍ଷେତ୍ର ବାସି ହୋଇ ଏମିତି ଯାତ୍ରୀ ମାନଙ୍କ ସହ ବ୍ୟବହାର କରିବା ଅତ୍ୟନ୍ତ ଦୁଃଖ ଦାୟକ।ସେ ଯାହା ହେଉ ଆମେ ପୁଣି 

ଅନ୍ୟ ଅଟୋ ରେ ଯାଇ ଷ୍ଟେସନ ରେ ପହଁଞ୍ଚିଲୁ।ଖୋର୍ଦ୍ଦା ରେ ଓହ୍ଲାଇ ପୁଣି ଏକ ବସ ରେ ବସି ରାତ୍ରି ସମୟ ରେ ନିଜ ନିଜ ଗାଁ କୁ ଆସିଲୁ।

   ଏବେ ବି ସେ କଥା ମନେ ରହିଛି ଓ ରହି ଥିବ।ସେ ଅଭୁଲା ଅନୁଭୂତି କେବେ ଭୁଲି ହେବ ନାହିଁ।ସତରେ ସେ ତ ଭକ୍ତ ର ଭଗବାନ।ଆମେ ଯାଇ ଥିଲୁ କଟକ ଜଗନ୍ନାଥ ଙ୍କ ଗୀତ ଗାଇ ବାକୁ ହେଲେ ସେ ଏତେ କୃପାମୟ ତାଙ୍କ ଧାମ କୁ ନେଇ ଗଲେ।

ସେହି ବିଶ୍ୱ ବ୍ରହ୍ମାଣ୍ତ ର ମାଲିକ କୋଟି ଓଡ଼ିଆ ର ମଉଡ ମଣୀ ମହା ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କୁ ଅନନ୍ତ କୋଟି ଦଣ୍ଡବତ।


Rate this content
Log in

Similar oriya story from Abstract