STORYMIRROR

Suresh chandra Padhy

Abstract

3  

Suresh chandra Padhy

Abstract

ପ୍ରେମ ଗୋଲାପ

ପ୍ରେମ ଗୋଲାପ

2 mins
202


କଥାଟିର ଅୟମାରମ୍ଭ ହୁଏ, ଦୁଇ ପ୍ରେମୀଙ୍କୁ ନେଇ।ରମା ଦେଇ ପୁର ଗାଁ ର ପୁଅ ଅଜୟ ।ସେ ପାଖ ଗାଁ ର ଝିଅ ମିତାଲିକୁ ଭାରି ଭଲ ପାଏ।ଦୁହେଁ ପିଲା ଦିନେ ଏକାଠି ସ୍କୁଲ କୁ ଯାଆନ୍ତି।ମିଶିକି ଗାଁ ଦାଣ୍ଡ ରେ ଖେଳନ୍ତି ଓ ବୁଲି ବାକୁ ଯାଆନ୍ତି।

     

    ସମୟ ବିତିଗଲା ଦୁହେଁ ଗୋଟିଏ କଲେଜ ରେ ପାଠ ପଢିଲେ।କେହି କାହାକୁ ଦିନେ ଛାଡି ରହି ପାରନ୍ତି ନାହିଁ।ଏ କଥା ମିତାଲି ର ବାପା ସଞ୍ଜୟ ମଉସା ଜାଣି ନ ଥିଲେ।ଦିନେ ଏକ ଭଲ ପ୍ରସ୍ତାପ ମିତାଲି ପାଇଁ ଆସିଲା।କଟକ ସହର ରେ ମିତାଲି ର ବାହା ଘର ଠିକ ହୋଇ ଗଲା।ମିତାଲି ଏ ବାହା ଘର ପାଇଁ ରାଜି ନ ଥିଲା।ସେ ତାର ପ୍ରେମ କୁ ବାପା ଙ୍କ ଆଗରେ ଖୋଲି କହି ପାରୁ ନ ଥାଏ।


    ଏ ସମୟ ରେ ଅଜୟ ଚାକିରୀ କରି ବାକୁ ଦିଲ୍ଲୀ ଚାଲି ଗଲା।ଦୁହେଁ ପରସ୍ପର ଠାରୁ ଅଲଗା ହୋଇ ଗଲେ।ତଥାପି ଦୁହେଁ ଏକାଠି ହେବେ ବୋଲି କଥା ଦେଇ ଥିଲେ।ବେଳେ ବେଳେ ଅଜୟ ଚିଠି ଦିଏ ।ସେ ଚିଠି କୁ ମିତାଲି ଛାତି ରେ ଲଗାଇ ଯତ୍ନ ରେ ରଖେ।


     ମିତାଲି ର ବାପା ଆଉ ଗାଁ ଲୋକ ଙ୍କ କଥା ସହି ପାରିଲେ ନାହିଁ।ଗାଁ ଲୋକ କହିଲେ ବଢିଲା ଝିଅ କୁ ଘରେ କାହିଁକି ରଖିଛ ବାହା ନ କରି ତୁମ ଉଦ୍ଦେଶ୍ୟ କଣ?ବାପା ନିଜ ସମ୍ମାନ ରଖିବା ପାଇଁ କହିଲେ ମିତାଲି ତୋ ପାଇଁ ମୁଁ ବହୁତ ନିନ୍ଦା ଶୁଣିଲି ତୁ ଆଉ ମୋତେ କଷ୍ଟ ନ ଦେଇ ଶୀଘ୍ର ବାହା ହୋଇଯା।


   ନିଜ ଅନିଚ୍ଛା ସତ୍ତ୍ଵେ ସେ କଟକ ପୁଅ ରମେଶ ସାଥିରେ  ବିବାହ କରି ବାକୁ ସ୍ଥିର କରିଲା।ଏ କଥା କିନ୍ତୁ ଅଜୟ ଜାଣି ନ ଥିଲା।ଦିନେ ସେ ଗାଁ କୁ ଆସିବାକୁ ବାହାରିଲା।ଆସିବା ବାଟ ରେ ଏକ ଗୋଲାପ ଫୁଲ କୁ କିଣି ଆଣିଲା।


     ସେ ଦିନ ଥିଲା ଗୋଲାପ ଦିବସ ।ଗୋଲପ ଵାଲା ଏକ ସଜ ଫୁଟା ଗୋଲାପ ଦେଇ କହିଲା ବାବୁ ତୁମ ପ୍ରେମ ଏଇ ଲାଲ ଗୋଲାପ ପରି ଅମର ରହିବ।ଏହା ଶୁଣି ଅଜୟ ଖୁସି ରେ ଗୋଲାପ ଧରି ଆସିଲା।


   ବିଧିର ବିଧାନ କିନ୍ତୁ କିଛି ଅଲଗା ଥିଲା।ସେ ଆସିବା ବାଟ ରେ ଏକ ସଡ଼କ ଦୁର୍ଘଟଣା ରେ ରାସ୍ତା ରେ ପଡି ଗଲା।କିଛି ଲୋକ ଅଜୟ କୁ ନେଇ ଡାକ୍ତରଖାନା ଗଲେ।ସେ ଅନ୍ତିମ ସମୟ ରେ କହିଲା ଭାଇ ମୋର ଏଇ ଗୋଲାପ କୁ ମୋ ମିତାଲି ପାଖରେ ପହଁଞ୍ଚାଇ ଦେବ ।କହିବ ସେ ମୋତେ କେବେ ଭୁଲି ଯିବ ନି।ଏତିକି କହି ଅଜୟ ଆଖି ବୁଜି ଦେଲା।


   ଏପଟେ ମିତାଲି ଲୁହ ଭିଜା ଆଖିରେ ବେଦୀ ରେ ବସି ଥାଏ।

ହାତ ଗଣ୍ଠି ପଡିବା ଆଗରୁ ସେ ଅଜୟ ର ମୃତୁ ଖବର ପାଇଲା।

ସେ ଅଜୟ ପାଇଁ କାନ୍ଦି କାନ୍ଦି ବିଭୋର ହେଲା।


    ସେ ଶେଷ ରେ କଟକ ପୁଅ କୁ ବାହା ହୋଇ ଶାଶୁ ଘର ଗଲା।ସେହି ଗୋଲାପ କୁ ଏକ ଖାତା ରେ ରଖି ଅଜୟ ର ସ୍ମୃତି ରେ ବଞ୍ଚିଲା।ଅଜୟ ତ ଆର ପାରିକୁ ଚାଲି ଗଲା।କିନ୍ତୁ ପ୍ରତି ବର୍ଷ ଗୋଲାପ ଦିବସରେ ମିତାଲି ଅଜୟ କୁ ମନେ ପକାଇ ଗୋଲାପ ଫୁଲ ତାର ସମାଧିରେ ଦିଏ।ଏବେ ବି ତାର ବିଶ୍ବାସ ଅଛି ସେ ପୁଣି ଆର ଜନ୍ମ ରେ ତାର ପ୍ରେମ କୁ ଫେରି ପାଇବ।


ସତରେ ମଣିଷ ମରି ଯାଏ କିନ୍ତୁ ପ୍ରକୃତ ପ୍ରେମ କେବେ ମରେ ନାହିଁ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract