Suresh chandra Padhy

Inspirational

2.1  

Suresh chandra Padhy

Inspirational

ନିଖୋଜ ସମ୍ପର୍କ

ନିଖୋଜ ସମ୍ପର୍କ

2 mins
154


ବହୁତ ଦିନ ତଳ ର କଥା।ମଧୁ ପୁର ଗାଁ ର ମିତା ଓ ରାଜୁ ଦୁଇ ଭାଇ ଭଉଣୀ ଥିଲେ। ଥରେ ବାପାଙ୍କ ସହ ବର୍ଷା ଦିନରେ ନଈ ପାରି ହୋଇ ଡ଼ଙ୍ଗାରେ ଆର ଗାଁକୁ ଯାଉ ଥିଲେ। ହଠାତ୍ ଏକ ଝଡ଼ ତୁଫାନ୍ ଆସିଲା।ସବୁ ଆଡ଼େ ଘନ ଅନ୍ଧାର ହୋଇ ଗଲା।ନାଉରିଆର କାତ ଆଉ ପାଇଲାନି।ଡ଼ଙ୍ଗା ଟି ଟଳ ମଳ ହୋଇ ଶେଷରେ ଓଲଟି ଗଲା।ନାଉରିଆ ବହୁତ ସାହସୀ ଥିଲା। ସେ ମିତା ଓ ତାର ବାପାଙ୍କୁ ପାଣିରୁ ଉଦ୍ଧାର କରିଲା । ହେଲେ ରାଜୁ ର ପତା ମିଳିଲାନି।ବହୁତ ଖୋଜା ଖୋଜି କରି ନିରାଶ ହୋଇ ଗଲେ। ବାପା ଓ ମିତା ମନ ଦୁଃଖରେ ଘରକୁ ଗଲେ । ମିତା ଛୋଟରୁ ବଡ ହୋଇ ଗଲା। ସେ ବାହା ହୋଇ ଶାଶୁ ଘର ଗଲା।ତାର ବାପା ଓ ମାଆ ବି ଆର ପାରିକୁ ଚାଲି ଗଲେ।

ଥରେ ଏକ ଯାତ୍ରାକୁ ମିତା ତାର ଛୋଟ ପୁଅ ସୋନୁ କୁ ନେଇ ଯାଇ ଥିଲା।ମିତା ଏକା ପୁଅକୁ ଧରି ଯାତ୍ରାକୁ ଯାଇ ଥିଲା।ମିତା ର କିଛି ଗୁପ୍ତ ଶତ୍ରୁ ଥିଲେ ।ସେମାନେ ମିତା କୁ ଏକୁଟିଆ ଦେଖି ତାର ପୁଅ ବେଲୁନ୍ କିଣୁ ଥିବା ବେଳେ ପୁଅ କୁ ଉଠାଇ ନେଇ ଗଲେ।ପୁଅ ସୋନୁ ପାଟି କରି କାନ୍ଦିଲା।ମିତା ପୁଅ କୁ ବଞ୍ଚାଇ ପାରିଲା ନାହିଁ।ସେଠାରେ ଥିବା ଲୋକ କେବଳ ଦର୍ଶକ ହୋଇ ରହିଲେ ।କେହି ସାହାଯ୍ୟ କଲେ ନାହିଁ। ସେହି ସମୟରେ ଖାକୀ ପୋଷାକରେ ଥିବା ଜଣେ ପୁଲିସ ବାବୁ ସେ ଗୁଣ୍ଡାକୁ ଧରିଲେ । ସୋନୁର ଜୀବନ ବଞ୍ଚି ଗଲା । ପୁଲିସ ବାବୁ ମିତାକୁ ଫେରାଇ ଦେଲେ ସୋନୁ କୁ ମିତା ଖୁସି ରେ ବିଭୋର ହୋଇ ଉଠିଲା । ପୁଲିସ ବାବୁଙ୍କ ଗୋଡ଼ ତଳେ ପଡ଼ି ଗଲା । ପୁଲିସ ବାବୁ ମିତାକୁ ଦେଖି ଆଖି ଛଳ ଛଳ କରି ଦେଲେ। ମିତା ବି ତାଙ୍କୁ ଚାହିଁ ରହିଲା।  ପୋଲିସ ବାବୁ କହିଲେ ମୋର ଗୋଟେ ଭଉଣୀ ଥିଲା ।ଆଜି ତାର କଥା ମୋର ମନେ ପଡୁଛି ସେ ବି ତୁମ ପରି ଥିଲା।ମିତା କହିଲା ପୁଲିସ ବାବୁ ତୁମ ଭଉଣୀର ନାମ କଣ ? ପୋଲିସ ବାବୁ କାନ୍ଦି କାନ୍ଦି କହିଲେ ମୋ ଭଉଣୀ ନା ମିତା। ଏହା ଶୁଣି ମିତା ଖୁସିରେ ପୁଲିସ ବାବୁଙ୍କ ପାଖକୁ ଆସି ତାଙ୍କ ନା ପଚାରିଲା। ସେ କହିଲେ ସେ ହେଉଛନ୍ତି ରାଜେଶ  ସମସ୍ତେ ତାଙ୍କୁ ରାଜୁ କୁହନ୍ତି। ମିତା ତାର ନିଖୋଜ ସମ୍ପର୍କ ଏତେ ଦିନ ପରେ ଖୋଜି ପାଇଲା। ସେ ପୋଲିସ ବାବୁ ଙ୍କୁ କହିଲା ମୁଁ ତମ ଭଉଣୀ ମିତା ଆଉ ତମେ ମୋ ଭାଇ ରାଜୁ। ପୋଲିସ ବାବୁ ଖୁସି ରେ ବିଭୋର ହୋଇ ଗଲେ। ମିତା କହିଲା ତମେ କେମିତି ବଞ୍ଚିଲ।ପୋଲିସ ହୋଇ ଥିବା ରାଜୁ କହିଲା।ମୋତେ ଏକ କେଉଟ ନଇ କୂଳ ରୁ ପାଇ ଥିଲା।ପୁଣି ଅର୍ଥ ଲୋଭ ରେ ସେ ମୋତେ ଏକ ଧନୀ ଘରେ ବିକ୍ରି କରି ଦେଲା।ମୁଁ ସେଇଠୀ ରହିଲି।ମୋ ପାଳିତ ପିତା ମାତା ମୋତେ ଖୁସି ରେ ରଖୀଲେ, ମୋତେ ପାଠ ପଢାଇ ପୁଲିସ ବି କରିଲେ।କିନ୍ତୁ ମୋ ମନ ରେ ଦୁଃଖ ଥିଲା ମୋ ଭଉଣୀ ଙ୍କୁ ହରାଇ।ଆଜି ସେ ଦୁଃଖ ବି ଚାଲି ଗଲା।ଈଶ୍ୱର ଆମକୁ ଆମ ନିଖୋଜ ସମ୍ପର୍କ କୁ ଫେରାଇ ଦେଲେ। ବାସ୍ତବରେ ସମୟ ବଡ଼ ବଳବାନ।ତେଣୁ ସମୟ ଆସିଲେ ନିଖୋଜ ସମ୍ପର୍କ ବି ମିଳି ଯାଏ।


Rate this content
Log in

Similar oriya story from Inspirational