STORYMIRROR

Suresh chandra Padhy

Abstract

4  

Suresh chandra Padhy

Abstract

କଥା ଦେଇଥିଲି ପ୍ରିୟାକୁ

କଥା ଦେଇଥିଲି ପ୍ରିୟାକୁ

2 mins
315


ପ୍ରତାପପୁର ଗାଁର କୁନା ।ସେ ଗାଁର ପାଠୁଆ ପୁଅ।ଗୌଡ଼ ଗାଁର ସେ ଏକା କଲେଜ ଯାଇଥିବା ପୁଅ।ସେ ବାପାଙ୍କ ସବୁ କଥା ବୁଝେ।

     ସେହି ଗାଁର ଝିଅ ମାଳତୀକୁ ସେ ମନ ଭରି ଭଲପାଏ।ହେଲେ ମାଳତୀ ସେ ଗାଁର ଅପାଠୁଆ ଝିଅ।

ମାଳତୀ ଓ କୁନା ଦୁହେଁ ସାଙ୍ଗହୋଇ ଥରେ ଦେବୀ ମନ୍ଦିରକୁ ଯାଇ କଥା ଦେଇଥିଲେ କେହି କାହା ଠାରୁ ଅଲଗା ହେବେନାହିଁ।

     ସେ ମାଳତୀ ଠାରୁ ବୟସରେ ବଡ଼।ମାଳତୀ ହେଉଛି ଏକ ଗଉଡ଼ ଜାତିର ଝିଅ।କୁନା ହେଉଛି ବ୍ରାହ୍ମଣ ଘର ପୁଅ।ସେ ପୁଣି ଏକ ଧନୀ 

ଘର ପୁଅ।ହେଲେ ମାଳତୀ ପାଖରେ ଧନ କି ଜ୍ଞାନ କିଛି ନାହିଁ।

     କୁନା ଥରେ ତା' ପ୍ରେମ କଥା ଘରେ କହିଲା।କୁନାର ବାପା ଏକ ଖଳ ପ୍ରକୃତିର ଲୋକ।ସେ ଏ ବାହାଘର ପାଇଁ ରାଜି ହେଲେନାହିଁ।କୁନା ସହ ଆଉ ଏକ ଝିଅର ବାହାଘର ଠିକ୍ କରିଦେଲେ।କୁନା ଓ ମାଳତୀ କଥା ଦେଇଛନ୍ତି କେହି କାହାକୁ ଛାଡ଼ିବେ ନାହିଁ।ଏହି ସମୟରେ ମାଳତୀ ଗର୍ଭବତୀ ହୋଇଗଲା।

     ସେ କୁନାକୁ ବାହା ହେବାକୁ କହିଲା।କୁନା କିଛି ଉପାୟ ନପାଇ କିଛି ଦିନ ପାଇଁ ଗାଁ ଛାଡି ବାହାରକୁ ଚାଲିଗଲା।ବାପା ମା' ଙ୍କ ଇଚ୍ଛାରେ ସେ ଏକ ସୁନ୍ଦର ଝିଅକୁ ବାହା ହୋଇ ସହରରେ ରହିଲା।

    ଏପଟେ କୁନାର ଛୁଆକୁ ଜନ୍ମ ଦେଲା ମାଳତୀ। ତା'ର ବାପା ମା' କାହା ଆଗରେ ମୁହଁ ଦେଖାଇ ପାରିଲେନାହିଁ।ବାପା ରୋଗରେ ପଡି ଦେହ ତ୍ୟାଗ କଲେ।ମା' ବି ସବୁ ଚିନ୍ତାରେ ରହି ଦିନେ ଆରପାରିକୁ ଚାଲିଗଲେ।

    କୁନା ବି ନିଜ ସ୍ତ୍ରୀ ଓ ପିଲାଙ୍କ ସହ ଖୁସିରେ ଥାଏ।ମାଳତୀ କୁନାର ଛୁଆ କୁ ଛୋଟରୁ ବଡ଼ କରିଲା।ସେ ପର ଘରେ ମୁଲ ଲାଗି ଦୁଃଖ କଷ୍ଟରେ ରହିଲା।

      ମାଳତୀକୁ ଥରେ ଏକ ଲୋକ କାମ ଦେବ କହି ସହରକୁ ନେଇଗଲା ଓ ତାକୁ ଏକ କୋଠିରେ ରଖି ଦେହ ବେପାରରେ ଲଗାଇ ଦେଲା।ମାଳତୀ ସବୁ କିଛି ଜାଣିଲା ପରେ ଥରେ ବହୁ କଷ୍ଟରେ ସେ ନର୍କରୁ ବାହାରି ଆସିଲା ।ହେଲେ ଆସିବା ବାଟ ରେ କୁନାର କାର୍ ସହ ତା'ର ଧକ୍କା ହୋଇଗଲା।

    କୁନା ମାଳତୀକୁ ଅନେକ ଦିନ ପରେ ଦେଖିଲା।ସେ ମାଳତୀ ଓ ତା'ର ପୁଅକୁ ନେଇ ଘରେ ରଖିଲା।ମାଳତୀ କୁନା ଘରେ ଚାକରାଣୀ ହୋଇ ରହିଲା।କୁନାର ଥରେ ଏକ ରୋଡ଼୍ ଦୁର୍ଘଟଣାରେ ଆଖି ନଷ୍ଟ ହୋଇଗଲା।ମାଳତୀ କୁନା ପାଇଁ ତା'ର ଦୁଇଟି ଆଖି ଦେଇ ନିଜେ ଅନ୍ଧୁଣୀ ହୋଇଗଲା।ମାଳତୀ ଡାକ୍ତରଖାନାରେ କିଛିଦିନ ରହି ଅସୁସ୍ଥ ହୋଇଗଲା।

     କୁନା ମାଳତୀର ପ୍ରେମ ଓ ତ୍ୟାଗ ଆଗରେ ତା'ର ମୁଣ୍ଡ ନୁଆଁଇ କହିଲା ମାଳତୀ ତୋ' ପାଇଁ ମୁଁ କିଛି କରିପାରିଲି ନାହିଁ ।ମୁଁ କଥାଦେଇ ହାରିଗଲି।ମାଳତୀ କୁନାକୁ କହିଲା ତୁମେ ମନ ଦୁଃଖ କରନାହିଁ ।ମୋର ସ୍ୱପ୍ନ ଥିଲା ମୁଁ ତୁମରି ଆଗରେ ମରିବି ।

ତୁମ ହାତରୁ ସୁହାଗ ସିନ୍ଦୂର ପିନ୍ଧିବି।

     ମୋତେ ତୁମେ ସିନ୍ଦୂର ଓ ଦୁଇଟି ଶଙ୍ଖା ପିନ୍ଧେଇ ଦିଅ ମୁଁ ହସି ହସି ଆରପାରି ଚାଲିଯିବି।

କୁନା ମାଳତୀକୁ ଶଙ୍ଖା ଓ ସିନ୍ଦୂର ଦେଇ ନିଜେ କଥା ରଖିଲା।ମାଳତୀ ଏବେ ଆରପାରି ଚାଲିଗଲା।କୁନା ମାଳତୀର ଅନ୍ତିମ ସଂସ୍କାର କରି ତା' ପୁଅକୁ ନିଜର କରିଲା।

   ମାଳତୀ ପ୍ରେମକୁ କୁନା ଜୀବନ ସାରା ମନେ ରଖିଲା।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract