STORYMIRROR

Siddhartha Sankar Tripathy

Romance Inspirational Others

3  

Siddhartha Sankar Tripathy

Romance Inspirational Others

ପ୍ରେମ ~~ ଏମିତି ବି ହୁଏ

ପ୍ରେମ ~~ ଏମିତି ବି ହୁଏ

4 mins
208


ଆଜି ବି ପୁର୍ବ ଦିଗରେ ସୂର୍ଯ୍ୟୋଦୟ। ପକ୍ଷୀ ଗୁଡାକ ଆକାଶରେ ଏମିତି ଲାଗୁଛନ୍ତି ସତେ ଯେମିତି ସୂର୍ଯ୍ୟଦେବତାଙ୍କ ତାପରୁ ରକ୍ଷା ପାଇବା ପାଇଁ ମେଘଖଣ୍ଡ ଭିତରେ ଶୀତଳତାର ଅନ୍ୱେଷଣରେ। 


ରକ୍ଷଣଶୀଳ ପରିବାରର ଚାକିରୀଆ ଝିଅ ମେଘନା। ମଧ୍ୟବିତ୍ତ ପରିବାରର ସମ୍ପର୍କର ସୁଦୃଢ ରଜ୍ଜୁରୁ ବାହାରକୁ ଆସି ପ୍ରେମର ଅନ୍ୱେଷଣର ଅବକାଶ ପାଇନାହିଁ। 




 ପ୍ରେମର ଛାୟା ତାକୁ ବି ଗ୍ରାସ କରିବାକୁ ଯାଉଥିଲା। 


କିନ୍ତୁ

ନିୟତିକୁ ବୋଧହୁଏ ତାହା ମଞ୍ଜୁର ନଥିଲା। 

ତେଣୁ ତ....

ଘଟଣାବହୁଳ ଜୀବନରେ ଅଘଟଣ ଘଟିବା ଆଗରୁ ତା ପ୍ରେମର ଜୁଆରରେ ଭଟ୍ଟା ପଡିଲା। 


ବୟସ ବଢିବା ସହ ସଞ୍ଜମତା ଓ ବୁଦ୍ଧିମତା ବଢିଲା। ବାଧ୍ୟ ନୁହେଁ ଝିଅଟିର ଜୀବନରେ ପ୍ରେମର ସ୍ପର୍ଶ ରହିବାଟା। 

ନାହିଁ ତ ନାହିଁ ।




ଚୁକ୍ତିଭିତ୍ତିକ ଚାକିରୀରେ ଉପରିସ୍ଥ ଅଧିକାରୀଙ୍କ କାର୍ଯ୍ଯଭାରର ବୋଝରେ ଥକ୍କିଯାଇ ଘରକୁ ଫେରି ରୋଷେଇବାସ କରିବା ସହ ପରଦିନ ଦପ୍ତରର କାର୍ଯ୍ଯ ଚିନ୍ତା କରୁକରୁ ଅନ୍ୟ ଚିନ୍ତାର ଅବକାଶ ନଥିଲା ତା'ର। 


ନିପଟ ମଫସଲ ଥିଲା ମେଘନାର ଚାକିରୀକ୍ଷେତ୍ର। ପ୍ରତ୍ୟହ ବସ୍ ରେ ଯିବା ଆସିବା। 

ଆରେ !

ବସ୍ କଥା ତଥା କାହାଣୀର ଶୀର୍ଷକ ଦେଖି ଆପଣମାନେ ଭାବିନେଲେ ବୋଧହୁଏ ବସ୍ ରେ ପ୍ରେମର ଅୟମାରମ୍ଭ। 

ହଁ ।

କିଛି ଭୁଲ୍ ଭାବିନାହାନ୍ତି ଆପଣ। ବହୁତ ପ୍ରେମକାହାଣୀ ବସ୍ ରୁ ହିଁ ଆରମ୍ଭ ହୁଏ ।କିନ୍ତୁ ଏଇ କ୍ଷେତ୍ରରେ ସେମିତି କିଛି ଘଟିନଥିଲା। 

ଘଟିଥାଆନ୍ତା ବା କେମିତି ? 

ମଧ୍ୟବିତ୍ତ ପରିବାରର ଝିଅଟି ପ୍ରେମର ସଂଗ୍ୟା ଅନ୍ୱେଷଣ କରିବା ଆଗରୁ ତା ମନମନ୍ଦିରର ଦେବତାର ଅସ୍ପଷ୍ଟ ଛବି ତା ମସ୍ତିଷ୍କରେ ଅଙ୍କିତ ହୋଇସାରିଥାଏ। 


ଠିକ୍ ସେମିତି ମେଘନାର ବାହାଘର ସ୍ଥିର ହୋଇସାରିଥିଲା। ମନେମନେ ସ୍ୱପ୍ନର ତାଜମହଲ ଗଢୁଥିଲା ମେଘନା ।

ହଁ ! ଏକବିଂଶ ଶତାବ୍ଦୀର ଝିଅଟି ମନରେ ଏତିକି ଅବଶୋଷ, ପ୍ରେମର ମଜା ଚାଖିବାଟା ଏ ଜନ୍ମରେ ହୋଇପାରିଲା ନାହିଁ। ହଁ, ନହୋଇଛି ବି ଭଲ ହୋଇଛି। ପ୍ରେମର କଣ୍ଟକିତ ଶଯ୍ୟାରେ ପିତାମହ ଭୀଷ୍ମ ପରି ଛଟପଟ ହେବା ଅପେକ୍ଷା ବୈବାହିକ ଜୀବନରେ ସ୍ୱାମୀସହ ପ୍ରେମରେ ଜୀବନ ଅତିବାହିତ କରିବା ଅଧିକ ଆନନ୍ଦପ୍ରଦ।


ବସ୍ ରୁ ଓହ୍ଲେଇଲା ମେଘନା। କର୍ମକ୍ଷେତ୍ରକୁ ଯିବା ପୁର୍ବରୁ ତା'ର ମନେ ପଡିଗଲା ବାବା କହୁଥିଲେ ବାହାଘର ପାଇଁ କଦଳୀକାନ୍ଦି ଦରକାର। ଆଜି ତ ଏଇ ଗାଆଁ କୁଜାସିଙ୍ଗି ହାଟ। 


ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ନିରୀହ ସରଳ ଆଦିବାସୀ। ହାଡ଼ଭଙ୍ଗା ପରିଶ୍ରମ କରି ଫସଲ ଅମଳ କରନ୍ତି କିନ୍ତୁ ଶିକ୍ଷା ଅଭାବ,ତାଛଡା ବ୍ୟାପାର ଜାଣିନଥାନ୍ତି ସେମାନେ। ସୀମିତ ଆଶା, ସୀମିତ ସ୍ୱପ୍ନ। 

ତେଣୁ ତ

ଯାହା ହାଟରେ ବିକ୍ରିକରି ପାଇଲେ ଖୁସି। ହାଟ ଖଚାଖଚ ଭିଡ। ଏମିତି କିଛି ଭାବିଭାବି ଭିଡ ଭିତରେ ଯାଉ ଯାଉ ଭ୍ୟାନିଟି କେଉଁଠି ଗଳିପଡିଛି ଜାଣିନି ମେଘନା। 



ଭ୍ୟାନିଟି ! ପୁରୁଣାକାଳିଆ ମହିଳାମାନେ କପଡାରେ ସିଲେଇ କରି ହାତରେ ଧରି ବଜାର କରୁଥିଲେ। ଆଧୁନିକତାର ଛାପରେ ମହିଳାମାନେ ବେକରୁ ପାଦଯାଏଁ ଲମ୍ୱେଇଲେ ଚମଡା ଖୋଳ ( ଭ୍ୟାନିଟି)।ଧିରେ ଧିରେ ଋଚିରେ ପରିବର୍ତ୍ତନ। ହାତରେ ଧରିଲେ ଛୋଟ ପର୍ସ୍ ,ପୁଅମାନଙ୍କ ଢାଞ୍ଚା। ଆଶ୍ଚର୍ଯ୍ଯ ହେବାର କିଛି ନାହିଁ। କାରଣ କାଗଜପତ୍ରରେ ଲେଖାଗଲା ପୁଅଝିଅ ସମାନ। 



କଦଳୀ କିଣିବା ସମୟରେ ଜାଣିପାରିଲା ମେଘନା। 

ସତେ ଯେମିତି ପାଦତଳୁ ମାଟି ଖସିଗଲା। ପର୍ସରେ ବିଶେଷ କିଛି ନଥିଲା। 

କିନ୍ତୁ


ପ୍ରଥମତଃ ଚୁକ୍ତିଭିତ୍ତିକ ଚାକିରୀରେ କମ୍ ଦରମା। 

ଦ୍ୱିତୀୟତଃ ବାହାଘର ଖର୍ଚ୍ଚ ।

ତୃତୀୟତଃ ପର୍ସଟି ଥିଲା ଭାଇର ରାକ୍ଷୀ ଉପହାର। 

ମୁଣ୍ଡରୁ ଗମ୍ ଗମ୍ ଝାଳ ବୋହୁଥିଲା ମେଘନାର। 

ସତେକି କାନ୍ଦିପକେଇବ। ଏପଟେ ହାଟର ପେଲାଠେଲା। 

ହଠାତ୍

ପାଖରେ ପହଞ୍ଚିଲେ ଜଣେ ସୁଦର୍ଶନ ଯୁବକ। ହାତରେ ମେଘନାର ପର୍ସ୍। ଯୁବକଜଣକ ସ୍ମିତହସି କହିଲେ, ମ୍ୟାଡମ ମୁଁ ଏଠାକାର ବନବିଭାଗ କର୍ମଚାରୀ। ଦୂରରୁ ଲକ୍ଷ୍ୟ କରୁଥିଲି ବ୍ୟସ୍ତତାରେ ଆପଣଙ୍କ ପର୍ସ ଗଳିପଡିଲା। ଆପଣ ଦୃତ ଗତିରେ ଆଗକୁ ଚାଲିଆସିଲେ। ହସୁଥିଲା ମେଘନା। ଓଃ ! ହସରେ କି ମାଦକତା। ଅନେଇ ରହିଥିଲେ ବନବିଭାଗ କର୍ମଚାରୀ ସୌମ୍ୟ।


ଧିରେଧିରେ ପରିଚୟ ହେଲା ସୌମ୍ୟ ଓ ମେଘନାର। ମେଘନା ସ୍ପଷ୍ଟ ଶୁଣେଇଦେଲା, ସୌମ୍ୟବାବୁ ! ମୋର ବାହାଘର ସ୍ଥିର ହୋଇସାରିଛି। ଆପଣଙ୍କ ସହ କମ୍ ଦିନର ସାକ୍ଷାତ, ଆଳାପ, ଆଲୋଚନା। 

ମନୁଷ୍ଯ ଭିତରେ ପଶି ତ ତା ବିଷୟରେ ଜ୍ଞାନ ଆହରଣ କରିହେବନି 

କିନ୍ତୁ.


କଥାବାର୍ତ୍ତା ,ଚାଲିଚଳନରୁ ଏତିକି କହିବି ଆପଣଙ୍କ ପରି ବନ୍ଧୁ ପାଇ ମୁଁ ନିଜକୁ ଧନ୍ଯ ମନେକରୁଛି। 

ହସିଦେଇ ସୌମ୍ୟ କହିଲା, ହଁ ବିଶ୍ବାସ ମୂଳେ ଜଗନ୍ନାଥ। 


ମୋବାଇଲରେ ବାର୍ତ୍ତାଳାପ ବଢିବାରେ ଲାଗିଲା। ଧିରେଧିରେ ବନ୍ଧୁତ୍ୱର ମୂଳଦୁଆରୁ ପ୍ରେମର ଦ୍ରୁମ ସୃଷ୍ଟିହେଲା। ପ୍ରତ୍ୟହ କୌଣସି ନା କୌଣସି ସ୍ଥାନରେ ଦୁହିଁଙ୍କର ସାକ୍ଷାତ ହେବାରେ ଲାଗିଲା। 


ସଂସ୍କାରୀ ମେଘନାର ମନଆକାଶରେ ଘୁରିବୁଲୁଥାଏ ଭାବିସ୍ୱାମୀର ମୁଖମଣ୍ଡଳ। ଗୋଟିଏ ସହରର। ବାରମ୍ବାର ସେହି ବିଷୟ ଅବଗତ କରେଇବା ସହ ସୌମ୍ୟକୁ ମେଘନା କହୁଥାଏ, ବାହାଘର ସ୍ଥିର ହୋଇସାରିଲା ପରେ , ତା ପୁଣି ଗୋଟିଏ ସହରରେ ମୋ ମନରେ ପ୍ରେମର ଆଲୋଡନ ମନଟାକୁ ଅସ୍ଥିର କରିଦେଉଛି ସୌମ୍ୟବାବୁ। ଆପଣ ଆଉ କିଛିଦିନ ପୁର୍ବରୁ ମୋ ସଂସ୍ପର୍ଶରେ ଆସିଲେ ନାହିଁ କାହିଁକି ?



ହସିଦେଉଥିଲା ସୌମ୍ୟ। ନିଜକୁ ନିଜେ ପ୍ରଶ୍ନ କରୁଥିଲା ସେ ,ଅନାବିଳ, ଅନାସକ୍ତ, ସ୍ୱାର୍ଥରହିତ ପ୍ରେମର କ'ଣ ଅନ୍ତ ହୋଇଯିବ ମେଘନାର ବାହାଘର ପରେ ? 


ମେଘନାପରି ଭୟାଳୁ ଝିଅ କ'ଣ ବାହାଘର ପରେ ତା ପ୍ରେମର ତରୀକୁ ଆହୁଲାମାରି ଆଗକୁ ନେବ ?

ଏମିତି ଅନେକ ଅସାମାହିତ ପ୍ରଶ୍ନ ଯେ ଖାଲି ସୌମ୍ୟକୁ ଆଲୋଡିତ କରୁଥିଲା ତା ନୁହଁ, ସୌମ୍ୟ ବି ଜାଣିପାରୁନଥିଲା ଆଗକୁ କ'ଣ ହେବ ?


ଏସବୁ ବିଷୟ ଆଲୋଚନା ସମୟରେ ଚିନ୍ତିତ ହୋଇଯାଆନ୍ତି ଦୁହେଁ। ବିଷୟର ମୋଡବଦଳାଇ ସୌମ୍ୟ କହିଦିଏ ଭବିଷ୍ୟତ କିଏ ଜାଣିଛି ଯାହା ହେବ ଦେଖାଯିବ। 

ମେଘନା କହିଉଠେ, ଶୁଣ ! ଆମେ ଜୀବନସାରା ସାଙ୍ଗର ସଂଜ୍ଞା ନେଇ ଆଗକୁ ବଢିବା। ଦେଖା ହୋଇନପାରେ, କଥାବାର୍ତ୍ତା ହୋଇନପାରେ କିନ୍ତୁ ବନ୍ଧୁତ୍ୱର ଡୋର ତ ଜୀବନସାରା ରହିବ। 

ହସିଦିଏ ସୌମ୍ୟ। ସେହି ହସଭିତରର ଉଦାସିନତାକୁ ମାପିନିଏ ମେଘନା। 


ଏମିତି କଥାବାର୍ତ୍ତା ଭିତରେ ଦୁହିଁଙ୍କ କିଛିସମୟ ବାର୍ତ୍ତାଳାପର ସ୍ଥାନ ଓ ସମୟ ନିରୂପଣ ହୁଏ ଓ ସେହିସ୍ଥାନ ସୌମ୍ୟର ଘର। ନିର୍ଦ୍ଧାରିତ ସମୟରେ ପହଞ୍ଚିଗଲା ମେଘନା। ପୁର୍ବରୁ ମେଘନାର ପସନ୍ଦ ଗୋଲାପଫୁଲ ଦୁଇଟି ପ୍ରସ୍ତୁତ କରିରଖିଥିଲା ସୌମ୍ୟ ।ଘରେ ପହଞ୍ଚିଯିବା ସଙ୍ଗେ ସଙ୍ଗେ ମେଘନା ହାତକୁ ବଢେଇଦେଲା ଗୋଲାପ। ମେଘନା ଖୁସିରେ ଗୋଲାପ ଗ୍ରହଣ କରୁକରୁ କହିଲା, ଏ...ସୌମ୍ୟ ! ମୁଁ ତ ନେଇଯାଇପାରିବି ନାହିଁ ଏଇ ଫୁଲଦାନୀରେ ସଜେଇଦେଇଯିବି। 



ହସୁଥିଲେ ଦୁହେଁ। ଘଣ୍ଟାଏ ଯାଏଁ ଦୃଢ ଆଲିଙ୍ଗନରେ ଥିଲେ ଦୁହେଁ। କିଛିଟା ଚୁମ୍ବନ ସହ ସମାପ୍ତ ହୋଇଥିଲା ସାକ୍ଷାତ। ସୀମା ପାର କରିଯିବାକୁ ଚାହୁଁଥିଲା ସୌମ୍ୟ। ବିଶେଷ ପ୍ରତିରୋଧ ବି କରିନଥିଲା ମେଘନା। 


କିନ୍ତୁ


ମେଘନା ମନରେ ଆଶଙ୍କା ! ନିକଟ ଭବିଷ୍ୟତରେ ବାହାଘର। 

ସୌମ୍ୟ ମନରେ ଶୋଚନା ,କିଛି ଭୁଲ୍ ହୋଇଗଲେ ମେଘନା କ'ଣ ଭାବିବ ?

ଏମିତି ଭାବରେ ସରିଗଲା ଦୁଇ ଦୁଇଥର ସାକ୍ଷାତ। 


ଅଗ୍ନି ଓ ପତଙ୍ଗ ।

ମିଳନ ଅବସମ୍ଭାବୀ। 

ସୌମ୍ୟର ଅନୁରୋଧରେ ଶେଷଥର ପାଇଁ ପହଞ୍ଚିବାର ପ୍ରତିଶୃତି ଦେଲା ମେଘନା। ଦୁହିଁଙ୍କ ମନରେ ସ୍ୱପ୍ନର ବାଦଲ, କାମନାର ଇଗଲ ଉଙ୍କି ମାରୁଥିଲା। 


କାର୍ଯ୍ୟବ୍ୟସ୍ତତା ଭିତରେ ଆଉ ସୁଯୋଗ ପାଇଲେ ମିଳନ ନାହିଁ ଦୁହେଁ। 

ସରିଗଲା ମେଘନାର ବାହାଘର। 


କିନ୍ତୁ


ଭୟାଳୁ ମେଘନା ସବୁକିଛି ଭୁଲି ମିଳାମିଶା କରିବାକୁ ଲାଗିଲା ସୌମ୍ୟ ସହ। 

ସୌମ୍ୟ ପଚାରୁଥିଲା, ତମେ ବିବାହିତା। ତମ ପାଟିରେ ତାଲା, ହାତରେ ବିବାହ ବନ୍ଧନର ବେଡି ।ମୁଁ ଇତର। 


ତଥାପି ତମେ 


ମେଘନା କହିଉଠିଲା, ସୌମ୍ୟ ! ବାହାହୋଇଗଲା ପରେ ମୁଁ କ'ଣ ଇତର ପୁରୁଷ ସହ ସମ୍ଭୋଗର ମାୟାଜାଲର ଚକ୍ରବ୍ୟୁହରେ କି ?


ନା ।


ମୁଁ ଭଲପାଉଛି। ଅନାବିଳ କାମରହିତ ପ୍ରେମ ଶାଶ୍ଵତ, ସୁନ୍ଦର, ଚିରନ୍ତନ। ହୋଇପାରେ ତମକୁ ମୋ ପୁଅ, ସଖା ହିସାବରେ ଭଲପାଉଛି। କ୍ଷତି କ'ଣ ?

ଏପରି କଲେ ସମାଜ ଯଦି କହିବ ମୁଁ ଅସତୀ ତାହେଲେ ବି ତାକୁ ମଥାପାତି ସହିଯିବାସହ ମୁଁ ଛାତିଫୁଲେଇ କହିବି ମୁଁ ତମକୁ ଭଲପାଏ। କୁଣ୍ଢେଇ ଧରିଥିଲା ସୌମ୍ୟ ।ଦୁହିଁଙ୍କ ଆଖିରେ ଅଶୃର ପ୍ଳାବନ। 




      




Rate this content
Log in

Similar oriya story from Romance