Kamal Kumar Dash

Fantasy

3  

Kamal Kumar Dash

Fantasy

ପୋକ

ପୋକ

2 mins
12K



ଶାନ୍ତନୁ ବାବୁ ସକାଳୁ ଅନୁଭବ କଲେ ଯେ ସେ ଗୋଟିଏ ପୋକ ହୋଇଯାଇଛନ୍ତି । କଣ କଣ କରିବେ ଭାବି ବାକୁ ଲାଗିଲେ ପାଖରେ ଶୋଇଥିବା ସ୍ତ୍ରୀଙ୍କୁ କିଛି କହିବାକୁ ଚେଷ୍ଟା କଲେ ହେଲେ ଫଳ କିଛି ହେଲାନି । ଅଫିସରେ ଥିବା ମିଟିଂ କଥା ମନେ ପଡିଲା । ଘରଠୁ ଅଫିସ 10 କିମି ଉଡି ଉଡି ଗଲେ 10ଘଣ୍ଟା ଲାଗିବ । ସେ ପକ୍ଷି ଝାଡ଼ି ଉଡିବାକୁ ଚେଷ୍ଟା କଲେ ଟିକେ ଉଡ଼ିଛନ୍ତି କି ନାହିଁ ଫ୍ୟାନ ପବନରେ ତଳେ ପଡିଗଲେ ଓ ଗୋଡ଼ ବାଡେଇ ହୋଇଗଲା ବହୁତ କାଟିଲା । ଶ୍ରୀମତୀ ଉଠିଲେ ଓ ତାଙ୍କୁ ଟିକେ ଖୋଜିଲେ ତାପରେ କହିଲେ ହଇଓ କୁଆଡେ ଗଲ । ଶାନ୍ତନୁ ବାବୁ ଖଟ ତଳୁ କିଛି କହିବାକୁ ଚେଷ୍ଟା କଲେ ହେଲେ କିଛି ଲାଭ ହେଲାନି । ତାପରେ ଶ୍ରୀମତୀ ଉଠି ବାଥ ରୁମ ଦେଖିଲେ ଓ ଆଶ୍ଚର୍ଯ୍ୟ ହୋଇ କହିଲେ ଆରେ ବାବା ସକାଳୁ ସକାଳୁ କୁଆଡେ ଗଲେ , ସେ ବହୁତ ଡରିଗଲେ ଯେତେବେଳେ ଦେଖିଲେ ଶୋଇବାଘର କବାଟ ଭିତରୁ ବନ୍ଦଥିଲା । ସେ ଯାଇ ପୁଅ ସୋନୁ କୁ ଉଠାଇଲେ 7ଟା ବାଜି ସାରିଥିଲା । ତାକୁ ପଚାରିଲେ ଆରେ ସୋନୁ ବାବାଙ୍କୁ ଦେଖିଚୁ? ସେ ଆଖି ମଳି ମଳି କହିଲା ମୁଁତ ଏବେ ଉଠୁଛି ମୁଁ କିଛି ଜାଣିନି ସେ ଦଉଡି ଆସି କହିଲା ମାମା ଛାତ ଉପରକୁ ଯାଇଥିବେ ଟିକେ ଦେଖିଦେ ।


ଶ୍ରୀମତୀ ଦୌଡ଼ିଗଲେ ଦେଖିବାକୁ ,ହେଲେ ସିଡ଼ି ଘର ଦୁଆର ବନ୍ଦଥିଲା । ସୋନୁ ଦୌଡ଼ି ଦୌଡ଼ି ଘରଯାକ ବାବା ବାବା ହୋଇ , ଦୌଡ଼ି ଖୋଜିଲା ଓ ଖଟ ତଳେ ପୋକ କୁ ଦେଖିଲା ଓ ମାମାକୁ ମଜାରେ କହିଲା ବାବା ପୋକ ହୋଇ ଯାଇଛନ୍ତି । ମାମା ଙ୍କ ମୁଡ଼ ଖରାପ ଥିଲା ତାକୁ ଗୋଟେ ଚାପୁଡ଼ା ବସାଇ ଦେଲେ । ତା ପରେ ସେ ସମସ୍ତଙ୍କୁ ଫୋନ କରି ପଚାରିଲେ । କିଏ କହିଲା ଶାନ୍ତନୁ ବାବୁ ମର୍ଣ୍ଣି ୱାକ ଯାଇଥିବେ । ଶାନ୍ତନୁ ଭାବୁଥିଲେ ସୋନୁ ସ୍କୁଲ ଯିବ କେମିତି ? ମାମା ଫୋନ୍ ରେ ବିଜି ଦେଖି ସୋନୁ ପୋକ ପାଖକୁ ଗଲା ଓ ପଚାରିଲା ତମେ କଣ ମୋ ବାପା । ପୋକ ରୁପି ଶାନ୍ତନୁ ଟିକେ ଉଡି ତା ସIର୍ଟରେ ବସିଗଲା । ଏତିକିବେଳେ ତାଙ୍କ ମୋବାଇଲରେ ଫୋନ ଆସିଲା ଆଫିସ ସାଙ୍ଗଙ୍କର ,ସୋନୁ ଉଠାଇ କହିଲା ବାବା ଘରେ ନାହାଁନ୍ତି , ଶାନ୍ତନୁ ସବୁ ଶୁଣି ଚୁପ ରହିଲା ।ସୋନୁ ମୋବାଇଲ ଟା ରଖିଲା ବେଳେ ଟେବୁଲ ଉପରୁ ତଳକୁ ଖସି ପଡିଲା ଓ ଭାଙ୍ଗିଗଲା । ଜୋରରେ ଚିଲେଇଲେ କଣ କଲୁ କିରେ ଚଣ୍ଡାଳ । ତାଙ୍କର ନିଦଟା ଭାଙ୍ଗିଗଲା ସେ ଧଡ଼ କରି ଉଠି ବସିଲେ ଓ ନିଜ ଓ ଗୋଡ଼ ଓ ହାତକୁ ଦେଖୁଥିଲେ ,ପୋକରୁ ମଣିଷ ହୋଇ ।ତାଙ୍କ ମୁଣ୍ଡଟା ଝିମ ଝିମ କରୁଥିଲା ।


Rate this content
Log in

Similar oriya story from Fantasy