ପିଲା ସାର
ପିଲା ସାର
ନବୀନ...
ନବୀନ...
କିଏ ଡାକୁଛି ମୋ ନା ଧରି। ମୁଁ ତ ଏ ସହର ରେ ସମ୍ପୂର୍ଣ ନୂଆ। ପଢା ସରିବା ପରେ ମୋର ଏଇଟା ଫାଷ୍ଟ ପୋଷ୍ଟିଂଗ। ଏବେ ଦୁଇ ଦିନ ହେଲା ଜଏନ କରିଛି ମୋ କାର୍ଯ୍ୟ କ୍ଷେତ୍ର ରେ। କିଏ ହେଇଥିବ ?------ ବୋଧହୁଏ ଆଉ କାହାକୁ ଡାକୁଥିବ... ଏଇଆ ଭାବି ଦୁଇ କଦମ ଆଗକୁ ଯାଇଛି କି ନାହିଁ ପୁଣି ଥରେ ଶୁଭିଲା ନବୀନ.......। ପଛ କୁ ଚାହିଁଲି-----ଦେଖିଲି ଜଣେ ମଧ୍ୟ ବୟସ୍କ ବ୍ୟକ୍ତି ଫ୍ରେଞ୍ଚ କଟ ଦାଢ଼ି ସାଙ୍ଗ କୁ ମୁହଁ ରେ ଚଷମା। ଦେହରେ ସମ୍ଭ୍ରାନ୍ତ ପୋଷାକ। ଚିହ୍ନା ଚିହ୍ନା ଲାଗିଲେ ବି ମନ ପଡୁନି କୋଉଠି ଦେଖିଛି ତାଙ୍କୁ। କିଏ ହୋଇ ଥାଇ ପାରନ୍ତି!!!!!! ଆଶ୍ଚର୍ଯ୍ୟ ଲାଗିଲା ଦୋ ଦୋ ପାଞ୍ଚ ହୋଇ ପଚାରିଲି ------ ସରି ସାର। କାହାକୁ ଖୋଜୁଛନ୍ତି?
ଉତ୍ତର ମିଳିଲା------ ଆରେ ତୁମକୁ ନବୀନ ,ତୁମକୁ ହି ଡାକୁଛି।
ଚିନ୍ହି ପାରିଲନି କି?
ନା----- ସରି ସାର ଚିନ୍ହି ପାରିଲିନି।
ଆରେ ମୁଁ ତୁମ ପିଲା ସାର । (ତୁମ ଦି ର କ୍ଲାସ ମେଟ)କ୍ଲାସ ୮ ରେ ପଢ଼ାଉନଥିଲି ତୁମକୁ।
ଫେରିଗଲି ୧୪ ବର୍ଷ ତଳକୁ--------
ମୁଁ ପିଲା ବେଳେ ବହତ ଦୁଷ୍ଟ ଥିଲି ତା ସହ ବୁଦ୍ଧିମାନ ବି। ଥରେ ପଢି ଦେଲେ ଦ୍ୱିତୀୟ ଥର ପଢିବା ଆବଶ୍ୟକ ପଡେ ନାହି ମତେ। ସବୁ କଥା ରେ ଯୁକ୍ତି କରିବା ମୋର ଗୋଟେ ବଦଭ୍ୟାସ। ବିଶେଷ କରି ପଢା ପଢି କ୍ଷେତ୍ର ରେ ଶିକ୍ଷକ ମାନଙ୍କୁ ଗୋଟେ ବିଷୟ ସମ୍ପୂର୍ଣ୍ଣ ବୁଝିଲା ଯାଏ ବାରମ୍ବାର ପଚାରି ବିରକ୍ତ କରି ଦିଏ ମୁଁ ସେଥିପାଇଁ ସବୁ ଶିକ୍ଷକ ଟିକେ ଡରନ୍ତି ମତେ ।
ବିଭିନ୍ନ ପ୍ରଶ୍ନ ପଚାରି ବ୍ୟତିବ୍ୟସ୍ତ କରୁଥିବା ରୁ କୌଣସି ଶିକ୍ଷକ ରାଜି ହେଉ ନଥିଲେ ମତେ ପଢେଇବାକୁ। ବାପା ଘର କୁ ଯେଉଁ ଶିକ୍ଷକ ଙ୍କୁ ଡାକି ଆଣିବେ (ପଢା ଦାୟିତ୍ୱ ନେବା ପାଇଁ)ଦୁଇ ଦିନ ଆସିବା ପରେ ଆଉ କେହି ଆସିବ କୁ ରାଜି ହୁଅନ୍ତିନି। ଏମିତିକା ଦୁଷ୍ଟ ପିଲା ଥିଲି ମୁଁ । ବାପା ବି ବିରକ୍ତ ହୋଇ ଯାଇଥିଲେ ମୋ ଉପରେ। ବାପା ଏହି ସାର ଙ୍କୁ ଆଣିଥିଲେ ମତେ ପଢେଇବା ପାଇଁ। କେଜାଣି କାହିଁକି ଏ ସାର ମତେ ବହୁତ ଭଲ ଲାଗିଥିଲେ। ଆଉ ମୁଁ ମନ ଦେଇ ପଢିବା ଆରମ୍ଭ କରିଥିଲି।
ହଁ ତାଙ୍କୁ ପିଲା ସାର ଡାକିବା ର କାରଣ ଥିଲା ------ସେ ଥିଲେ ବହୁତ ଛୋଟ ଯୁକ୍ତ ୩ ରେ ପଢୁଥିଲେ। କିଛି ପ୍ରବ୍ଲେମ ଯୋଗୁ ବୋଧେ ସେ ଟିଉସନ ପଢାଉଥିଲେ। ବହୁତ ଭଲ ଲାଗୁଥିଲେ ମତେ ସେ ସାର।
ହଁ ଆଉ ଗୋଟେ କଥା ସେ ମୋ ଦି ର କ୍ଲାସ ମେଟ ବି ଥିଲେ।
ଦି ଆଉ ସେ ଭଲ ସାଙ୍ଗ ବି ଥିଲେ। ପଢା ପଢି ଠାରୁ ଆରମ୍ଭ କରି ନୋଟ ପ୍ରସ୍ତୁତ କରିବା ପର୍ଯ୍ୟନ୍ତ ସବୁ କାମ ମିଶି କି କରୁଥିଲେ। ମୋର ମଧ୍ୟ ପଢା ପଢି ଭଲ ରେ ଚାଲିଥାଏ।
ହଠାତ କଣ ହେଲା କେଜାଣି ସାର ଆଉ ଆସିଲେ ନାହିଁ। ମନ ଦୁଃଖ ହେଲା। ସମସ୍ତ ଙ୍କୁ ପଚାରିଲି କାହାଠାରୁ ସଠିକ ଉତ୍ତର କିଛି ପାଇଲି ନାହିଁ। ବାପା ଆଉ ଗୋଟେ ନୂଆ ସାର ଡାକି ଆଣିଲେ ପଢା ର ତଦାରଖ ପାଇଁ।
ଛୋଟ ଥିବାରୁ ମୋର ଝାପସା ମନ ଅଛି--- ବୋଉ ଦିନେ ଟିଉସନ ଚାଲିଥିବା ବେଳେ ସାର ଙ୍କୁ କିଛି ଗୋଟେ ପଚାରିଲା ଅସ୍ପଷ୍ଟ ସ୍ୱର ରେ। ସାର କିଛି ବି କହିନଥିଲେ । ଏପରିକି ହାତ ଉଠେଇଥିଲା ମଧ୍ୟ ସାର ଙ୍କ ଉପରକୁ। ତଥାପି ବି ସାର ଥିଲେ ନିରବ। ତା ପରେ ବାପା ବୋଉ ଦି ଉପରେ ଉତ୍ତମ ମଧ୍ୟମ ବି ଦେଇଥିଲେ। ଦି ତ ମୋର ଥିଲା ପୁରା ଡରେଇ। ହଁ ନାହିଁ କିଛି ନ କହି ସେପରି ଚୁପ ରହିଥିଲା।
ପ୍ରକୃତରେ କଥା ଟି କିଛି ବଡ କଥା ନ ଥିଲା। ସାର ଦି ଙ୍କ ନୋଟ ରେ ଗୋଟେ ଲଭ ସିମ୍ବଲ କରିଥିଲେ ଯାହା କି ପଢା ତଦାରଖ କରିବା ବେଳେ ବାପା ଙ୍କ ଆଖି ରେ ପଡିଥିଲା। ବାପା ନିଜେ କିଛି ନ କହି ବୋଉ ଙ୍କ ହାତ ରେ ଏ ସବୁ କରାଇଥିଲେ । ଏବଂ ସାର ବି ଦୋଷୀ ଭଳି ମୁଣ୍ଡ ପୋତି ଚୁପ ଚାପ ରହି ଯାଇଥିଲେ। ଦି କୁ ବି ସେତେବେଳେ ମାଡ଼ ବାଜିଥିଲା ଦି କିଛି ନ ଜାଣି ବି ଡର ରେ ଚୁପ ରହିଥିଲା।
ଆରମ୍ଭ ହୋଇଥିବା ଗୋଟେ ପ୍ରେମ କାହାଣୀ ର ବୀଜ ରୋପଣ ହେବା ପୂର୍ବ ରୁ ହି ଅନ୍ତ ହେଇ ଯାଇଥିଲା।
ବର୍ତ୍ତମାନ କୁ ଫେରି ଆସିଲି ମୁଁ------------
ସାର ଙ୍କୁ ଦେଖି ବହୁତ ଖୁସି ହେଇ ଗଲି। ସାର କଣ ମତେ ସତରେ ମନ ରଖିଛନ୍ତି!!!ପାଦ ଛୁଇଁ ପ୍ରଣାମ କଲି । ପ୍ରଶ୍ନ କଲି---କେମିତି ଅଛନ୍ତି ସାର? ଆରେ ପୁରା ପୁରି ଫାଇନ। ସାର ପଚାରିଲେ -ତୁ କେମିତି ଅଛୁ?ମୁଁ ବି ଭଲ ଅଛି। ପଢା ପଢି ସରିବା ପରେ ଏହି ସହର ରେ ମୁ ଇଂଜିନିୟର ଭାବରେ ନିଯୁକ୍ତି ପାଇଛି। ବାହାଘର ବି ହୋଇସାରିଛି। ଛୋଟ ପୁଅ ଟିଏ ଏବେ ୧ ବର୍ଷ ହେଲା ତାକୁ। ସଂକ୍ଷେପରେ ଉତ୍ତର ଦେଲି ମୁଁ। ଓକେ ଫାଇନ ସାର କହିଲେ।
ସାର କିଛି ନ ପଚାରୁଣୁ ମୁଁ ଉପରେ ପଡି କହିବା ଆରମ୍ଭ କଲି---ଦି ର ବି ବାହାଘର ହୋଇସାରିଛି ସେ ଏବେ ବିଜୟ ନଗରମ ରେ ବହୁତ ଭଲ ରେ ଅଛି । ସାର ଖୁସି ହେଲେ କି ମନ ଦୁଃଖ କଲେ ଜାଣି ହେଲାନି---- ସାର କହିଲେ ଓ କେ ନବୀନ ପୁଣି ଦେଖା ହେବ। ମୁଁ ଏହି ପାଖ କଲେଜ ରେ ପ୍ରିନସିପଲ ଅଛି କାର୍ଡ ଟି ରଖ କହି, ସାର ଆଗକୁ ଚାଲିଲେ।
ଦୁଃଖ ଲାଗିଲା ମତେ ,ସାର ଙ୍କ ର ଏପରି ଚାଲିଯିବା ଠିକ ଲାଗିଲାନି ମତେ। କାହିଁକି ମୁଁ ଆରମ୍ଭ କଲି ଦି ର କଥା----
ମତେ ଲାଗିଲା ଯଦି ମୁଁ ଦି ର କଥା ଆରମ୍ଭ କରି ନ ଥାନ୍ତି ସାର ହୁଏତ ମୋ ସହ ଆଉ କିଛି ସମୟ କଥା ହେଇଥାନ୍ତେ। ପରେ ଶୁଣିଲି ସାର ଆଜି ଯାଏ ବିବାହ କରି ନାହଁନ୍ତି ବୋଲି ବହୁତ କଷ୍ଟ ହେଲା ମନରେ। ବୋଧ ହୁଏ ବହୁତ ଭଲ ପାଉଥିଲେ ଦି ଙ୍କୁ ସେ ।

