STORYMIRROR

Sunanda Mohanty

Drama Action Thriller

3  

Sunanda Mohanty

Drama Action Thriller

ଫଟୋ କଥା କହେ

ଫଟୋ କଥା କହେ

2 mins
205

ଫଟୋ କେତେ କଥା କହେ। ସବୁ ପୁରୁଣା ସ୍ମୃତିକୁ ଜୀବନ୍ତ କରେ। ଅନେକ ଭୁଲିଯାଇଥିବା କଥାକୁ ମନେପକାଇଦିଏ। ସେଦିନ ଭାଇଯାଗ ନାଲକୋ ଗେଷ୍ଟ ହାଉସରୁ ନିତ୍ୟକର୍ମ ସାରି ଦେଇ ସକାଳୁ ସକାଳୁ ବାହାରିପଡିଲୁ ସମସ୍ତେ। ଘାଟି ପାର ହୋଇ ପହଁଚିଗଲୁ ନୃସିଂହ ମନ୍ଦିରରେ। ଧାଡ଼ିରେ ଜଣ ପିଛା ଶହେ ଟଙ୍କା ଲେଖାଏଁ ଦେଇ ସ୍ୱତନ୍ତ୍ର ଧାଡ଼ିରେ ଯାଇ ସୁବିଧାରେ ଦର୍ଶନ ସାରି ବେଢ଼ା ପରିକ୍ରମା କରିବା ସହ ଖେଚେଡ଼ି ପ୍ରସାଦ ସେବନ କରିବା ଯାଏଁ ଫଟୋଟିଏ ଉଠାଇବାର ସୁଯୋଗ ନଥିଲା। ଭିତର ବେଢ଼ା କଳା ମୁଗୁନି ପଥରରେ ନିର୍ମିତ ହେଇଥିଲା ବେଳେ, ବାହାର କାରୁକାର୍ଯ୍ୟ ପ୍ରାୟ କୋଣାର୍କ ଶିଳ୍ପ କଳା ଶୈଳୀ ଭଳି ଅଳ୍ପ ଅଳ୍ପ ଲାଗୁଥିଲା। ବାହାରକୁ ଆସି ଫୋଟୋ କିଛି ଉଠାଇ ସାରିବା ପରେ ମଧ୍ୟ ଶାନ୍ତି ଲାଗୁନଥିଲା। ସବୁ ତ ଭୁଲି ହୋଇଯିବ, କେବଳ ଫୋଟୋ ହିଁ କଥା କହିବ ଭବିଷ୍ୟତରେ। ଗତକାଲି ଭାଇଜାଗର ସମୁଦ୍ର କୂଳରେ ବୁଲୁବୁଲୁ ଅନେକ ପ୍ରତିମୂର୍ତ୍ତି ନିକଟରେ ଉଠାଇଥିବା ଜୀବନ୍ତ ଫୋଟୋ ଗୁଡିକ ଦେଖି ଖୁସି ହେଉଥିଲା ବେଳେ ଗୋଟେ ଜାଗାରେ ଗାନ୍ଧୀଙ୍କ ଫଟୋ ଦେଖି ଅଟକି ଗଲୁ। ସେଇ ଚଷମା ପିନ୍ଧା ଠାଣିରେ ଅରଟରୁ ସୂତା କାଟୁଥିଲେ। ତଥାପି କାହା ପ୍ରତିମୂର୍ତ୍ତି ବୋଲି ସନ୍ଦେହ ଭିତରେ ଯାଇ ଦେଖିଲା ବେଳକୁ, ଅରଟ ଭଳି ଲାଗୁଥିବା ସେହି ଜିନିଷ ଟି ସଂଗୀତ ବାଦ୍ୟଯନ୍ତ୍ର ଭଳି ଲାଗୁଥିଲା, ଟିକେ ଛାଇ ଆଲୁଅ ଖେଳ ଭିତରେ ତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି କି ନୁହେଁ କାଲି ଟିକେ ଚଞ୍ଚଳ ଆସି ଅନୁସନ୍ଧାନ କରିବୁ ଭାବି ଫେରିଆସିଥିଲୁ ସତ ହେଲେ ଗୋଟେ ଦିଟା ଫୋଟୋ ଉଠାଇବାକୁ ଭୁଲିନଥିଲୁ l ସୀମାଞ୍ଚଳରୁ ଫେରିବା ବାଟରେ ଦିନର ଆଲୋକ ଭିତରେ ଆମ୍ବେଦକର ଙ୍କ ମୂର୍ତ୍ତି ଦେଖି ଗାଡ଼ି ଅଟକାଇ କେତେଗୁଡ଼ିଏ ସ୍ନାପ ନେଇ, ହୋଟେଲ୍ ରେ ଖାଇ କିଛି ଟା ଅତ୍ୟାବଶ୍ୟକ ସାମଗ୍ରୀ କିଣି ପୁଣି ସମୁଦ୍ର କୁଳ ଆଡେ ମୁଁହାଇଲା ବେଳେ ଦିନ ଗଡିଯାଇଥିଲା ।ସନ୍ଧ୍ୟା ପୁର୍ବରୁ ରୁମ୍ କୁ ଫେରି ନାତୁଣୀର ଦ୍ୱିତୀୟବାର୍ଷିକ ଜନ୍ମଦିନ କେକ କାଟି ଫୋଟୋ ସବୁ ଉଠାଉଥିଲୁ, ଯେଉଁଗୁଡିକ ଖୁବ ଜୀବନ୍ତ ଲାଗୁଥିଲା। ପ୍ରକୃତରେ ନୀରବ ଫୋଟୋ ଗୁଡିକ କେତେ ଜୀବନ୍ତ ଲାଗୁଥିଲା ପରବର୍ତ୍ତୀ ସମୟରେ ।

ଆଜି ଅଜା ଆଈ ନଥିଲେ କିନ୍ତୁ ନାତୁଣୀକୁ ଫୋଟୋ ଦେଖାଇ ତା ବାପା ମାଆ ଚିହ୍ନାଇ ଦେଲାବେଳେ ସେ ଅଜା ଆଇଙ୍କୁ ଚିହ୍ନି ପାରୁଥିଲା ଠିକ ଠିକ, କେବେ ନୃସିଂହ ମନ୍ଦିର ସାମ୍ନାରେ ତ କେବେ ଆମ୍ବେଦକର ଓ ମହାତ୍ମା ଗାନ୍ଧୀଙ୍କ ଫଟୋ ପାଖରେ ତ କେବେ ଅତୀତର ଯୁଦ୍ଧ କାଳୀନ ବୁଡ଼ାଯାହାଜ ନିକଟରେ। ନାତୁଣୀ ସବୁଠି ଥିଲା କେବେ ଆଈଙ୍କ କାଖରେ ତ କେବେ ଅଜାଙ୍କ କାନ୍ଧରେ l



ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ

Similar oriya story from Drama