STORYMIRROR

Jitendra Samantara

Comedy Drama Children

3  

Jitendra Samantara

Comedy Drama Children

ଫଟା ପ୍ୟାଣ୍ଟ୍

ଫଟା ପ୍ୟାଣ୍ଟ୍

4 mins
2

  ବେଙ୍ଗଲୁରୁ ସହର ରେ ବଞ୍ଚିବା ବେସ୍ କଷ୍ଟସାଧ୍ୟ ମଧ୍ୟବିତ୍ତ ପରିବାର ଲୋକ ପାଇଁ। ମାସ ଶେଷ ହେବାର ଦଶଦିନ ବିତିଗଲାଣି, ତଥାପି ସାଲେରି ଆସିନାହିଁ। କେମତି ଯିବି ଗାଁ କୁ । ଆଉ ମାତ୍ର ଛଅଦିନ ରହିଲା। ବହୁତ୍ ଜିନିଷ କିଣାକିଣି କରିବାର ଆଛି। ଏମେତି ମନକୁ ମନ କହୁଥାଏ ମୁଁ ନିଜେ ନିଜକୁ।

      ହଁ ଆଜ୍ଞା ମୁଁ ଆଲୋକ। ମୋ ଘର ଓଡିଶା ର ଗଞ୍ଜାମ ଜିଲ୍ଲାର ଭୋଗରାଇ ଗାଁ ରେ। ଗାଁ କୁ ଜିବିବୋଲି ଚାରି ମାସ ଆଗରୁ ୩ୟ ଶ୍ରେଣୀ ଏସି ଟିକେଟ ବୁକ୍ କରିଥିଲି।କିନ୍ତୁ ଏବେ ଯାଏଁ ସାଲେରୀ ଆସିନି ଆକାଉଣ୍ଟକୁ। ହଉ ଯାହା ହବ ଦେଖା ଯିବ।

  ସନ୍ଧ୍ୟରେ ସାଲେରି ଆସିଗଲା। ପରଦିନ ରବିବାର, କମ୍ପାନୀ ଛୁଟି ଥିଲା। ଜିନିଷ ପତ୍ର କିଣାକିଣି କରି ପ୍ୟକ୍ କରି ରଖି ଦେଲି। ମନ ବହୁତ ଖୁସି ଥାଏ ଗାଁକୁ ଯିବି ବୋଲି। ଆଖି ଆଗରେ ନାଚି ଉଠୁଥାଏ ଗାଁର ଦୃଶ୍ୟ। କେମିତି ଶିଘ୍ର ପହଞ୍ଚିବି ଭାବି ମନ ଉତ୍କୁଣ୍ଠା ହେଉଥାଏ। 

  ପିଲାଦିନ କଥା ଭାବିଲେ ବହୁତ୍ ଖୁସି ଲାଗେ। ଯେତେବେଳେ ମୁଁ ପଞ୍ଚମ ଶ୍ରେଣୀରେ ପାଠ ପଢ଼ୁଥିଲି ପରିସ୍ଥିତି ସେତେଟା ସ୍ଵାଭାବିକ ନଥିଲା। ବାବା ବାହାରେ ରହି କାମ କରି ଟଙ୍କା ପଠାଉ ଥିଲେ। ଆଉ ସେତିକରେ ଆମେ ମାଁ ପୁଅ ତିନିଜଣ ଚଳୁଥିଲୁ। ଆମ ଘର ମାଟି ରେ ତିଆରି ଥିଲା। ଏବେ ଅବଶ୍ୟ ପକ୍କା ଘର ହୋଇସାରିଛି। ମୋର ମନେ ଅଛି, ବୋଉ ପ୍ରତ୍ୟେକ ସଂକ୍ରାନ୍ତି ରେ ଗୋବର ଆଉ ମାଟିରେ ଘର ଲିପୁ ଥାଏ। ଘର ଲିପିବା ପରେ କି ବାସ୍ନା ଓଃ ହୋ...ବର୍ଣ୍ଣନା କରିବା କୁ ମୋ ପାଖରେ ଶବ୍ଦ ନାହିଁ। 

             ସ୍ଵଳ୍ପ ଟଙ୍କାରେ ଚଳିବାକୁ ଟିକେ ଆସୁବିଧା ହେଉଥିଲା। ମୋର ପ୍ୟାଣ୍ଟ୍ ପଛ ପଟୁ ଫାଟି ଯାଉଥାଏ। ବୋଉ ଆମ ସାହି ଟିକି ନାନୀ କୁ ପ୍ୟାଣ୍ଟ୍ ସିଲେଇ କରିବାକୁ ଦିଏ ସେବି ଅନ୍ୟ କପଡା ପ୍ୟାଚ ପକେଇ। ଆଉ ମୋ ଫଟା ପ୍ୟାଣ୍ଟ୍ ପୁଣି ନୂଆଁ ହେଇ ଯାଏ। ଅବଶ୍ୟ ଆମ ସାହିର ଧନୀ ଘର ପିଲା ଦେଖିକି ହସନ୍ତି ଏବଂ ଚିଡାନ୍ତି। କିନ୍ତୁ ମୁଁ କେବେ ମନ ଦୁଃଖ କରେନି। 

      ମୁଁ ଟିଉସନ୍ ଯାଉଥାଏ ମାମି ନାନୀ ପାଖକୁ। ମାମି ନାନୀ ଯେତିକି ଭଲ ତାଠାରୁ ବହୁତ୍ ଖରାପ। ଦିନେ ପ୍ରଶାନ୍ତ କହିଲା ଚାଲେ ଯିବା ତେନ୍ତୁଳି ଖାଇବାକୁ। ମୁଁ ବି ତା କଥାରେ ହଁ ମାରି ଚାଲିଗଲି। ଆମ ଗାଁ ଦେଇ ବହି ଯାଇଛି ବାଘୁଆ ନଦୀ। ବେଶ୍ ସୁନ୍ଦର ନଦୀ ଟିଏ। ବର୍ଷା ଦିନେ ଦୁଇ କୂଳ କୁ ଲାଗି ପାଣି ଗର୍ଜନ କରି ବହୁଥାଏ। ହେଲେ ବସନ୍ତ ଋତୁ ରେ ଚିତ୍ର କିନ୍ତୁ ନିଆରା। ବଘୁଆ ନଦୀ ଚିର ଶ୍ରୋତା ନୁହେଁ। ତେଣୁ ବସନ୍ତ ଋତୁ ରେ ପାଣିର ପ୍ରବାହ ବହୁତ୍ କମିଯାଏ। କେବଳ ଆଣ୍ଠୁଏ ଆଣ୍ଠୁଏ ପାଣି ପ୍ରବାହିତ ହୁଏ। ଆଉ ନଦୀ ମଝିରେ କସତଣ୍ଡି ଫୁଲର ସେ ଅପୂର୍ବ ଦୃଶ୍ୟ ମନକୁ ମୋହିନୀଏ। ପ୍ରଶାନ୍ତ ଆଉ ମୁଁ ନଦୀ ପାର ହେଇ ଆରପାରି ବିଲ ମାଳ କୁ ଗଲୁ। ବିରାଟ ତେନ୍ତୁଳି ଗଛ। ଚଢିବା ସମ୍ଭବ ନୁହେଁ। ମୁଁ ଗୋଟେ ଫାଗୁଡ ମାରିଲି ତେନ୍ତୁଳି ଗଛକୁ। ଗୁଡ଼ାଏ ତେନ୍ତୁଳି ଝଡି ବିଲରେ ପଡ଼ିଲା। ପ୍ରଶାନ୍ତ ମଧ୍ୟ ଚାରି ପଞ୍ଚଟି ଫାଗୁଡ଼ ମାରିଲା। ବହୁତ ତେନ୍ତୁଳି ଝଡି ତଳେ ପଡ଼ିଲା। ମୁଁ ଖୁସିରେ ମୋ ଗାମୁଛାରେ ଗୋଟେଇ ଥୋଇବାକୁ ଲାଗିଲି। ହେଲେ ଏ ଖୁସି ଆମ ଦୁହିଁଙ୍କର ବେସି ସମୟ ରହିଲାନି।

     ପଛ ପଟୁ ଶୁଭିଲା - ହଇରେ ... ତମେ ମାନେ ଏଇଆ କରୁଛ ନାହିଁ। ଆମେ ଦୁହେଁ ପଛକୁ ଚାହିଁଲୁ ..... । ଦେଖି କାନ ଠିଆ ଠିଆ ହେଇ ଗଲା। ପଛରେ ଠିଆ ହେଇଥାନ୍ତି ମାମି ନାନୀ। ମାନେ ଆମ ଟିଉସନ୍ ଦିଦି ମାମି ନାନୀ। କଣ କରିବୁ କିଛି ଭାବି ପାରୁ ନଥାଉ। ପ୍ରଶାନ୍ତ ଜୋର୍ ଜୋର୍ ରେ ଧାଇଁ ବାକୁ ଲାଗିଲା। ମୁଁ ବି ମୋ ଗାମୁଛା ଧରି ଧାଇଁଲି। ସବୁ ତେନ୍ତୁଳି ସେ ବିଲରେ ପଡ଼ିଥାଏ। ସନ୍ଧ୍ୟା ବେଳେ ଟିଉସନ୍ ଗଲି ଆଉ ପ୍ରଶାନ୍ତ ବି ଆସିଥାଏ। ଆମେ ଖାଲି ମାମି ନାନୀ କୁ କଣେଇ କଣେଇ ଦେଖୁ ଥାଉ। କିଛି ସମୟ ପରେ ମାମି ନାନୀ ଆମକୁ ଡାକିଲେ। ମୋ ଗୋଡ଼ ଥରୁ ଥାଏ। ପାଖକୁ ଦୁହେଁ ଗଲୁ। ମାମି ନାନୀ କହିଲେ ତମେ ମାନେ ଉଦୁଉଦିଆ ଖରା ବେଳେ ତେନ୍ତୁଳି ଖାଇବାକୁ ଯାଇଥିଲ କଣ ପାଇଁ... କହି ପଛପଟୁ ତେନ୍ତୁଳି ଛାଟ ବାହାର କରିଲେ। ହାତ ଦେଖା ବୋଲି ପ୍ରଶାନ୍ତ କୁ କହିଲେ। ପ୍ରଶାନ୍ତ ହାତ ନଦେଖେଇବାରୁ ତା ପିଠିକି ଗୋଡ଼କୁ ତେନ୍ତୁଳି ଛାଟରେ ପାହର ପରେ ପାହର ଲଦି ଚାଲିଲେ। ପାଳି ଆସିଲା ମୋର। ତୁ ପାଖକୁଆ... ବୋଲି ଡାକିଲେ ମତେ। ତୁ କଣ ପାଇଁ ଯାଇଥିଲୁ। ମୁଁ କହିଲି ନାନୀ ମୋତେ ପ୍ରଶାନ୍ତ ଡାକିଲା। ମାମି ନାନୀ ମୋତେ ତେନ୍ତୁଳି ଛାଟ ରେ ଗୋଡ଼କୁ ହାତକୁ ପିଟି ଚାଲିଲେ। ହେଲେ ମୋ ଭାଗ୍ୟ ବୋଧେ ଭଲ ଥିଲା, ତିନି ଚାରି ବାଡି ଖାଇଛି ନା କଣ ତେନ୍ତୁଳି ଛାଟଟା ମାମି ନାନୀ ହାତରୁ ଖସି ଉଡ଼ି ପଳେଇଲା ବାହାରକୁ। ତାପରେ ପ୍ରଶାନ୍ତ କୁ ବିଧା ଚାପୁଡ଼ା ପୁଣି ମାଡ ପଡିଲା। ମତେ ଡାକିଥିଲା ବୋଲି। 

     ସତରେ ଗାଁ ର ପରିବେଶ ବେଶ୍ ନିଆରା। ପିଲାବେଳ କୁ ମନେ ପକେଇଲେ ଗାଁ ଆହୁରି ନୂଆଁ ଲାଗେ। ଛୋଟ ବେଳେ ଗଣେଷ ପୂଜା ଆମ ସାହିରେ ହୁଏ। ଆମେ ଛୋଟ ଛୋଟ ପିଲା ମାନେ ଚାନ୍ଦା ମାଗି ଗଣେଷ ପୂଜା କରୁ। ସ୍କୁଲ ଛୁଟି ହେଲେ ଗାଁ ବାହାର ରାସ୍ତାରେ ଥାଳି ଟିଏ ଧରି ସେଥିରେ ଗଣେଷ ଫଟୋ ରଖି ରାସ୍ତାରେ ସାଇକେଲ ଚାଳକ ଏବଂ ଗାଡି ଚାଳକ ମାନଙ୍କୁ ଅଟକାଇ ଚାନ୍ଦା ମାଗୁ। କିଏ ଟଙ୍କା ଟିଏ ତ କିଏ ଦୁଇ ଟଙ୍କା ଦିଅନ୍ତି। ସେତିକିରେ ଆମେ ବହୁତ୍ ଖୁସି ଥାଉ। ବାକି କମ୍ ପଡ଼ିଲେ କିଏ ଚାଉଳ କିଏ ମରିଚ ଘରୁ ଲୁଚେଇ ଆଣି ଗାଁ ଶେଷ ଛୋଟା ଦୋକାନ ରେ ବିକି ଟଙ୍କା ଆଣି ପୂଜାରେ ଲଗାଉ। ସେ ଖୁସି ଥିଲା ବେଶ୍ ନିଆରା। ଆଜିର ଲକ୍ଷ ଲକ୍ଷ ଟଙ୍କାର ପୂଜା ପଣ୍ଡାଲବି ସେ ଖୁସି ଆଗରେ ଫେଲ ମାରିବ।

   ଅଷ୍ଟମ ଶ୍ରେଣୀରେ ପଡୁଥାଏ ମୁଁ। ସରସ୍ଵତୀ ପୂଜା ପାଇଁ ସ୍କୁଲ୍ ଯିବି ବୋଲି ବୋଉକୁ କହି ଡ୍ରେସ୍ ସଫା କରି ଦେଇଥାଏ।

ଆମ ଗାଁର ଜଣେ ହରିଜନ ସାଙ୍ଗ ନିର ଘରେ ଡ୍ରେସ୍ ଆଇରନ କରୁଥାଏ। ମତେ କହିଲା ତୁ ଡ୍ରେସ୍ ଆଇରନ କରିବୁନି କି?? ମୁଁ କହିଲି ମୋ ପାଖରେ ପଇସା ନାହିଁ ଡ୍ରେସ୍ ଆଇରନ କରିବାକୁ। ସେ କହିଲା ଗୋଟେ ଉପାୟ ଅଛି। ତୁ ଗୋଟେ ପିତଳ ତାଟିଆ ରେ ଚୁଲି ଆଙ୍ଗର କୁ ଢାଳି ଡ୍ରେସ୍ ରେ ବୁଲାଇଲେ ଆଇରନ ହେଇଯିବ। ମୁଁ ତାରି କଥାକୁ ଶୁଣି ଘରେ ପିତଳ ତାଟିଆ ରେ ଚୁଲିରୁ ଢାଉ ଢାଉ ଅଙ୍ଗାର ବାହାର କରି ମୋ ସାର୍ଟ ରେ ବୁଲେଇ ଦେଲି। ହେଲେ ମୁଁ କଣ ଯାଣିଥିଲି ଯେ ମୋ ଡ୍ରେସ୍ ପଡିଯିବ ବୋଲି। ମୋ ସାର୍ଟ ର କଲର ତଳପଟ ଜଉ ହେଇ ପୋଡ଼ିଗଲା। କଣ କରିବି କିଛି ଉପାୟ ନାହିଁ। ସକାଳୁ ସରସ୍ୱତୀ ପୂଜା, ସ୍କୁଲ ଯିବାକୁ ହବ। ଭୟ ବୋଉକୁ ମଧ୍ୟ। ଆର୍ଥିକ ସ୍ଥିତି ମଧ୍ୟ ଭଲ ନୁହଁ। ସକାଳୁ ଉଠି ସେଇ ପୋଡ଼ା ସାର୍ଟ ପିନ୍ଧି ସ୍କୁଲ କୁ ଗଲି। ବୋଧେ କେହି ଦେଖି ପରିଲେନାହି। କେହି କିଛି ମତେ ପଚାରିଲେ ନାହିଁ। ହେଲେ ବୋଉ ଜାଣି ସାରିଥାଏ ମୁଁ ସାର୍ଟ ପୋଡ଼ିଦେଇଛି ବୋଲି। ସନ୍ଧ୍ୟା ବେଳେ ଘରକୁ ଫେରିଲି। ବୋଉ ଛାଞ୍ଚୁଣି ବାଡ଼ିରେ ପିଟିଲା। ପରଦିନ ଗାଁ କାଞ୍ଚରା ଦୋକାନ ରୁ ଧାର କରି ନୂଆଁ ସାର୍ଟ କିନିଦେଲା।

   ଆଜିବି ଆମ ଘର ପୁରୁଣା ଟିଣ ପେଡିରେ ମୋର ସେଇ ପୋଡ଼ା ସାର୍ଟ ଆଉ ଫଟା ପ୍ୟାଣ୍ଟ୍ ଅଛି। ଦେଖିଲେ ଖୁସି ଲାଗେ। ଆଉ ହଜି ଯିବାକୁ ଇଚ୍ଛା ହୁଏ ସେଇ ଫଟା ପ୍ୟାଣ୍ଟ୍ ଭିତରେ।


Rate this content
Log in

Similar oriya story from Comedy