STORYMIRROR

Jitendra Samantara

Drama Inspirational

4  

Jitendra Samantara

Drama Inspirational

ସାର୍ଥକ

ସାର୍ଥକ

2 mins
25


ମା' ବାପା ସବୁ ଦୁଖଃ କଷ୍ଟ ସମୟରେ ମଧ୍ୟ ପିଲାମାନଙ୍କୁ ନିଜଠୁ କେବେବି ଦୂରାନ୍ତି ନାହିଁ, ହେଲେ ପିଲାମାନେ ବୃଦ୍ଧ ମା' ବାପାଙ୍କୁ କାହିଁକି ହତାଦର କରନ୍ତି ମୁ ବୁଝି ପାରୁନି। ମୁଁ ବୁଝିପାରୁନି ଏସବୁ ସମୟର ବିଡମ୍ବନା ନା ପିଲାମାନଙ୍କ ଚିନ୍ତାଧାରା । ବେଳେ ବେଳେ ଭାବେ ମୁଁବି କଣ ଏମିତି ହେବି? ମୁଁବି କଣ ମୋ ମା' ବାପାଙ୍କୁ ଏମିତି ହତାଦର କରିବି ? ଏମିତି ଭାବୁ ଭାବୁ ମୋ ଦେହ ଶୀତେଇ ଉଠେ । ପିଲାମାନେ ଯେତେବେଳେ ବାଳକ ଅବସ୍ଥା ବା ଯୁବା ବସ୍ଥାରେ ଥାଆନ୍ତି...ସେତେବେଳେ ମା' କୁ ସବୁ ପୁଅ ମାନେ ମୋ ମାଁ'... ମୋ ମାଁ' କହୁ ଥାନ୍ତି, ହେଲେ ମାଁ' ବାପା ବୃଦ୍ଧ ହେଇଗଲେ ...ପୁଅମାନେ ଇଏ ତୋ ମାଁ'...ଇଏ ତୋ ମାଁ' କହୁଛନ୍ତି। ହେଲେ କେବେ ଭାବୁନାହାନ୍ତି ଯେ ଏମିତି କହିଲେ ମାଁ' ବାପାଙ୍କ ମନରେ କେତେ ଆଘାତ ଲାଗୁଥିବ। ଭାଇମାନେ, ବାପାମାଙ୍କ ମହତ୍ଵ କଣ ବୃଦ୍ଧା ହେଇଗଲେ କମିଯାଏ ? ହଁ.. ମୁଁ ଜାଣେ ବାପା ମା ବୃଦ୍ଧ ହେଇଗଲେ ସେମାନଙ୍କ ବ୍ୟବହାରରେ ପରିବର୍ତନ ଆସେ ... ସେମାନେ ଛୋଟ ଛୁଆଙ୍କ ପରି ବ୍ୟବହାର କରନ୍ତି, ସେମାନଙ୍କୁ କମ ଦେଖାଯାଏ ଏବଂ କମ ଶୁଣାଯାଏ ... ଯାହାଦ୍ଵାରାକି ସେମାନେ ଗୋଟେ କଥାକୁ ବାରମ୍ବାର କୁହନ୍ତି । ତାବୋଲି କଣ ସେମାନଙ୍କୁ ଆମେ ହତାଦର କରିବା? ହଁ, ମୁଁ ଏଥିରେ ଏକମତ ଯେ ବୋହୁ ବୃଦ୍ଧ "ଶାସୁ" ର ବ୍ୟବହାର ରେ ଏମିତି ଚିଡିଚିଡା ହେବାଟା ସ୍ବଭାବିକ । କାରଣ ସେ ପର ଝିଅ । ହେଲେ ନିଜ ପୁଅ ମାଁ' ର ବ୍ୟବହାର ରେ ଏମିତି ଚିଡିଚିଡା ହେବାଟା କେତେ ଦୂର ଠିକ ?                                     ପୁଅମାନେ ବାପା ମାଁ ଙ୍କର ସମ୍ପତ୍ତିକୁ ନିଜ ନିଜ ଭିତରେ ବାଣ୍ଟି କରି ନେଇଯାଆନ୍ତି କିନ୍ତୁ ବାପା ମାଁ ଙ୍କର ସେବା ଠିକ ସେ କରିପାରନ୍ତି ନାହିଁ । ସେମାନେ କେଵେବି ଚିନ୍ତା କରନ୍ତିନି ଯେ ସେମାନେ ବି ଦିନେ ବୃଦ୍ଧ ହେବେ ..ଏବଂ ସେମାନଙ୍କର ବି ପୁଅ ଝିଅ ଅଛନ୍ତି ... ସେମାଙ୍କୁ ବି ଦିନେ ଏମିତି ଦିନ ଦେଖିବାକୁ ପଡିପାରେ । ମୁଁ ଭାଇମାନଙ୍କୁ ଜଣେଇଦେବାକୁ ଚାହେଁ ଯେ, ତୁମମାନେ ଯେତେ ପଇସା ରୋଜଗାର କରିକି ମା ବାପାଙ୍କୁ ଦିଅନା କାହିଁକି, ସେମାନେ ଖୁସି ନିଶ୍ଚିତ ହେବେ..ହେଲେ ଶାନ୍ତି କେବେବି ହେବେନି କାରଣ, ଶାନ୍ତି ସେତେବେଳ ହେବେ, ଯେତେବେଳେ ମା ବାପା ବୃଦ୍ଧ ଅବସ୍ଥାରେ ଶଯ୍ୟା ରେ ପଡ଼ିଥିବେ ଏବଂ ନିଜ ଜନ୍ମ କଲା ପୁଅ ତାଙ୍କୁ ନିଜ ହାତରେ ସେବା କରୁ ଥିବ ।                                                   ସମସ୍ତେ ଭାବନ୍ତି "ପୁତ୍ର ଜନ୍ମ ପିଣ୍ଡ ଅର୍ଥେ " ଏ କଥା ଶାସ୍ତ୍ର ବି ଲେଖା ଅଛି । କିନ୍ତୁ ବାପା ମାଁ ଙ୍କର ମୃତୁପରେ "ଶ୍ରାଦ୍ଧ" ରେ ଯେଉଁ ଆଣ୍ଠୁ ମାଡ଼ିକରି ଓଲଟା ମୁଠାରେ ଚାଉଳକୁ ରଖା ଯାଏ ସେ "ପିଣ୍ଡ" ପିଣ୍ଡ ନୁହେଁ। ମାଁ'ବାପା ଙ୍କର ବୃଦ୍ଧ ଅବସ୍ତରେ ସେମାନଙ୍କୁ ସେବା କରିପାରିଲେ... ସେ ହେଲା ପ୍ରକୃତ ପିଣ୍ଡ । କାରଣ ପିଣ୍ଡ ଅର୍ଥ ଶରୀର । ସେତେବେଳେ ଯଦି ବୃଦ୍ଧ ମାଁ' ବାପାଙ୍କର ସେବା କରିପାରିଲେ... ସେମାନେ ଭାବିବେ ଯେ ପ୍ରକୃତରେ ପୁତ୍ର ଜନ୍ମ କରିକି ଆମେ ସାର୍ଥକ ହେଲୁ ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama