STORYMIRROR

Jitendra Samantara

Comedy Inspirational

4  

Jitendra Samantara

Comedy Inspirational

ପୁତ୍ର ଜନ୍ମ ପିଣ୍ଡ ଅର୍ଥେ

ପୁତ୍ର ଜନ୍ମ ପିଣ୍ଡ ଅର୍ଥେ

1 min
16

ଜିତେନ୍ଦ୍ର ସାମନ୍ତରା


  ବାପା ମା ଜନ୍ମ କରିଥିଲେ ପାଞ୍ଚଟି ପୁଅ,ଭାବିଥିଲେ ଜୀବନଟା ଆରାମରେ କଟିଯିବ। ହେଲେ ଶେଷ ଅବସ୍ଥାରେ ଦୁଇଓଳି ଦୁଇ ମୁଠା ଭାତ ପାଇଁ କରିବାକୁ ପଡିଲା ଆତ୍ମହତ୍ୟା।

    ପୁଅ ମାନେ ବୃଦ୍ଧ ଦମ୍ପତିଙ୍କୁ ଶେଷ ଅବସ୍ଥାରେ ପାଳି କରି ଖାଇବାକୁ ଦେବାକୁ ନିଷ୍ପତିନେଲେ। ସେଥିରେବି ବୃଦ୍ଧ ଦମ୍ପତି ଆଖି ଲୁହ ପାଟିରେ ମାରି ରାଜି ହେଲେ। ହେଲେ ବୋହୂ ମାନେ ସେଥିରେବି ପୁଣି କେଂ କାଢ଼ିଲେ....

ବୁଢ଼ା ବୁଢ଼ୀ ଙ୍କୁ  ଏକାଠି ରଖିବାକୁ ବୋହୂ ମାନେ ରାଜି ହେଲେ ନାହିଁ। ଅଲଗା ଅଲଗା ରହିବାକୁ କହିଲେ। ଶାଶୁ ଜଣଙ୍କ ପାଖରେ ପାଳି ରହିବେ ଶଶୁର ଜଣଙ୍କ ପାଖରେ ରହିବାକୁ ହେବ। 

   ଭାବନ୍ତୁ, ଯେଉଁ ଦୁଇ ଜଣ ବିବାହର ଆରମ୍ଭରୁ ଶେଷ ଅବସ୍ଥା ପର୍ଯ୍ୟନ୍ତ ସବୁ ଦୁଃଖ କଷ୍ଟକୁ ସହି କେବେ ଅଲଗା ହେଇନାହାନ୍ତି, ଆଜି ଶେଷ ଅବସ୍ଥାରେ ଦିଓଳି ଦୁଇ ମୁଠା ଆହାର ପାଇଁ ପୁଅ ବୋହୁ ମାନେ ତାଙ୍କୁ ଅଲଗା ଅଲଗା ପାଳି  କରି  ଖାଇବାକୁ ଦବାକୁ ନିଷ୍ପତି କରୁଛନ୍ତି।

     ବୁଢ଼ା ବୁଡି ଶେଷରେ ଆଉ ସହି ପାରିଲେ ନାହିଁ। କେମିତି ବା ସହିବେ। ଜୀବନରେ କେତେ ଝଡ ଖଞ୍ଜାକୁ ସାମ୍ନା କରିଛନ୍ତି। କେବେ ଭାଙ୍ଗି ପଡ଼ି ନାହାଁନ୍ତି। କେବେ ଅସହାୟ ଅନୁଭବ କରିନାହାନ୍ତି। ଏବେ ପୁଅ ବୋହୂ ମାନେ ଶେଷରେ ଅଲଗା ଅଲଗା ପାଳି କାରି ଆମକୁ ଅଲଗା କରିବାକୁ ଚେଷ୍ପଠା କରୁଛନ୍ତି। ଆଖିର ଲୁହବି ଥମିବାର ନାଁ ଧରୁନି। କେବଳ ଲୁହ ଆଉ ଲୁହ। ଛାତିର ଅକୁହା ଯନ୍ତ୍ରଣା ସତେ ଯେମିତି ସୀମା ପାର ହେବାକୁ ବ୍ୟାକୁଳ ହେଇ ଉଠୁଛି ଦୁହିଁଙ୍କ ଭିତରେ। ନାହିଁ ଆଉ ନୁହଁ। ତମେ କନ୍ଦନି ରମା। ଏମିତି କିଛି କହି ଲୁହ ପୋଛି ଦେଲେ ସ୍ବାମୀ ଉଦୟ ସାମନ୍ତରା। 

ସେମାନେ ଆମକୁ ଅଲଗା କରିବା ପୂର୍ବରୁ ଚାଲ ଆମେ ଏ ଦୁନିଆ ଛାଡି ଆର ଦୁନିଆକୁ ପଳେଇବା। ଦୁହିଁଙ୍କ ମନ ଏକ ବିଚାର ହେଇ ଯାଇଥାଏ। ଆଉ ସେଇଆ ହେଲା।

  ଶୀତ ଦିନିଆ ଅନ୍ଧାର ପୋଖ ରାତିରେ ଦୁହେଁ ଗୁହାଳ ଘର ଦୁଲାରେ ପୁରୁଣା ଲୁଗା ଲଗେଇ ଆତ୍ମା ହତ୍ୟା ଭଳି ଚରମ ନିଷ୍ପତି ନେଲେ। ଆଉ ସବୁ ଦିନ ପାଇଁ ଆର ଦୁନିଆ କୁ ଚାଲି ଗଲେ। ଆକାଶ ମଧ୍ୟ ନିଜେ ନିଜକୁ  ଅଟକେଇ ପାରିଲା ନାହିଁ। ରାତି ସାରା ଲୁହ ଢାଳୁ ଥାଏ ଆକାଶ ।

       ବାପା ମାଁ ମାନେ ସନ୍ତାନ କେମିତି ଭଲରେ ରହିବ ସେଥି ପାଇଁ ସେମାନେ ସାରା ଜୀବନ ମୁଣ୍ଡର ଝାଳ ତୁଣ୍ଡରେ ମାରି ବହୁ କଷ୍ଟ କରି ପିଲାମାନଙ୍କୁ ପାଠ ପଢ଼ା ଠାରୁ ଆରମ୍ଭ କରି ଘରଦ୍ୱାରା ବିବାହ ସବୁକିଛି କରୁଛନ୍ତି। ହେଲେ ସେମାନଙ୍କର ଶେଷ ଅବସ୍ଥାରେ ପିଲାମାନେ ସେମାନଙ୍କୁ ଶାନ୍ତିରେ ଦୁଇଓଳି ଦୁଇ ମୁଠା ଖାଇବାକୁ ଦବାକୁବି ଅସମର୍ଥ। 

   ଶାସ୍ତ୍ର ରେ ଲେଖା ଅଛି "ପୁତ୍ର ଜନ୍ମ ପିଣ୍ଡ ଅର୍ଥେ" ଏହାର ଅର୍ଥ ମା ବାପା ମାରିଲେ "ଶ୍ରାଧ" ରେ ଯୋଉ ପିଣ୍ଡ ଦିଆ ଯାଏ ସେ "ପିଣ୍ଡ" ନୁହେଁ....ବାପା ମା ଙ୍କର ଶେଷ ଅବସ୍ଥାରେ ଯୋଉଁ ଦେହ ରୂପକ ପିଣ୍ଡ ଅଛି ତାହାକୁ ସେବା ବା ସୁରକ୍ଷା ଦେବା କୁ ବୁଝାଏ।

ଏହା ନିତ୍ୟନ୍ତ ସତ୍ୟ।


ମୋ. 8530095625


Rate this content
Log in

Similar oriya story from Comedy