STORYMIRROR

Jitendra Samantara

Drama

4  

Jitendra Samantara

Drama

ଟିଙ୍ଗିରି

ଟିଙ୍ଗିରି

4 mins
6

  ଶ୍ରୀ ଜିତେନ୍ଦ୍ର ସାମନ୍ତରା

      ପ୍ରିଟେଷ୍ଟ ପରେ ସ୍କୁଲ ବନ୍ଦ ହୋଇ ଯାଇଥାଏ। ଆମ ଗାଁ ଟିଉସନ୍ ସାର୍ କିଛି ଗଣ୍ଡଗୋଳ ଯୋଗୁଁ ଟିଉସନ୍ ବନ୍ଦ୍ କରିଦେଲେ। ମୁଁ ମାମୁଘରେ ରହି ବାକି ତିନି ମାସ ପାଖ ଗାଁ କୋଚିଙ୍ଗ ସେଣ୍ଟର କୁ ଗଲି ବୋର୍ଡ ପରୀକ୍ଷା ପ୍ରସ୍ତୁତି ପାଇଁ। ଇଁରାଜି, ଗଣିତ ଆଉ ବିଜ୍ଞାନ ରେ ମୋର କିଛି ବି ପାଠ ହେଉନଥାଏ। ହେଲେ କୋଚିଙ୍ଗ ସେଣ୍ଟର କୁ ଯିବାପରେ ସବୁକିଛି ଯେମିତି ଧୀରେ ଧୀରେ ଠିକ୍ ହେଉଥାଏ। ଏମିତି ତିନି ମାସ ବିତିଗଲା। ପାଖେଇ ଆସିଲା ବୋର୍ଡ ପରୀକ୍ଷା। ଆଡମିଟ କାର୍ଡ ମିଳିଗଲା ସ୍କୁଲ ରୁ। କବିସୂରଯ୍ୟନଗର ବାଳିକା ଉଚ୍ଚ ବିଦ୍ୟାଳୟ ରେ ଆମର ବୋର୍ଡ ପଡ଼ିଛି। କବିସୂରଯ୍ୟନଗର ଆମ ଗାଁ ଠାରୁ ୧୩ କିମି। ପ୍ରତ୍ୟେକ ଦିନ ସେଠାକୁ ଯିବା ଆସିବା ସମ୍ଭବ ନଥିଲା। ଆମେ ୪ ଜଣ ସହପାଠୀ ଠିକ୍ କଲୁ ସେଠି ଘର ଭଡ଼ା ନେଇ ରହିବାପାଇଁ। ସବୁକିଛି ପ୍ରସ୍ତୁତି ସରିବାପରେ ବାହାରି ପଡିଲୁ କବିସୂର୍ଯ୍ୟନଗର। ବସ ଷ୍ଟାଣ୍ଡରେ ଜଣେ ମଉସା ତାଙ୍କ ଘର ଖାଲି ଅଛି କହି ଆମକୁ ନେଇଗଲେ। ପ୍ରଥମ ଘରରେ ସେ ରୁଟି ଫ୍ୟାକ୍ଟରି କରିଥାନ୍ତି, ଆଉ ପଛପଟ ଘର ଖଳିଥିବାରୁ ସେ ଆମକୁ କହିଲେ ତୁମେ ଏଇଠି ରୁହ। ଘରଭଡ଼ା ବାବଦକୁ ସେ ଆଠସହ ଟଙ୍କା କହିଲେ ପରୀକ୍ଷା ସରିବା ପର୍ଯ୍ୟନ୍ତ। 

      ସେଦିନ ଆମର ପ୍ରଥମ ଦିନ ସେଇ ଘରେ। ସନ୍ଧ୍ୟା ହେଇ ଆସୁଥାଏ। ଆମେ ଭଡ଼ା ଘରୁ ସନ୍ଧ୍ୟା ସାତଟା ରେ ବାହାରିଲୁ ହୋଟେଲ ଖୋଜିବାକୁ।ଭୋକରେ ପେଟ ଆଉଟୁ ପାଉଟୁ ହେଉଥାଏ। ସକାଳେ ଯାହା ଘରେ ଖାଇକି ବାହାରି ଆସିଥିଲୁ। ସେଇ ମଉସା ଆମକୁ କହିଲେ ଚାଲ ମୁଁ ତୁମକୁ ଭଲ ହୋଟେଲ ଟିଏ ଦେଖେଇଦେବି କମ୍ ପଇସା ରେ ତୁମ ପେଟ ପୁରିଯିବ। ଆମେ ବି ମଉସାଙ୍କ କଥାରେ ରାଜି ହେଇ ବାହାରି ପଡିଲୁ।           

      ହୋଟେଲ ରେ ଖାଇବା ଆସିଗଲା। ଭାତ,ଡାଲି,ଭଜା ଆଉ ତରକାରୀ। ଦାମ ଥିଲା ୨୫ ଟଙ୍କା।ଦାମ ଠିକ୍ ଥିଲା। ଭୋକ ହେଉ ଥିବାରୁ ୫ ମିନିଣ୍ଟ ରେ ଖାଇବା ଶେଷ। ପୁଣି ଭାତ ମାଗିବାରୁ ସେ ଭାତ ଆଣି ପରସିଦେଲେ। ହେଲେ ସେ ଭାତ ଚୂନ ଗନ୍ଧ ରେ ଫାଟି ପଡୁଥାଏ। ଇଁହିଁ କହି ସମସ୍ତେ ନାକ ଟେକି ଉଠି ପଡିଲୁ। ପଇସା ଦେଇ ମନ ଖରାପରେ ସେଠୁ ଚାଲି ଆସିଲୁ। 

       ସକାଳୁ ପ୍ରଥମ ଦିନ ପରୀକ୍ଷା ଥିବାରୁ ସମସ୍ତେ ପଢା ପଢ଼ିରେ ଲାଗିପଡିଲୁ। ଭୋର ୪ ଟାରୁ ଉଠି ପୁଣି ଟିକେ ବହି ଓଲଟାଇ ଦେଲୁ। ସ୍ନାନ ଶୌଚ ହେଇ ବାହାରି ପଡ଼ିଲୁ ପରୀକ୍ଷା ଦବାପାଇଁ। ମୋ ବାବା ଯେହେତୁ ବାହାରେ ରହି କାମ କରନ୍ତି, ସେ ମୋ ପାଇଁ ଗୋଟେ ଏକ୍ସାମ୍ ପେଡ୍ ପଠେଇଥିଲେ ମୁଁ ପରୀକ୍ଷା ରେ ଲେଖିବି ବୋଲି। ହେଲେ ପ୍ରଥମ ଦିନ ହିଁ ମୋତେ ପରୀକ୍ଷା ସେଣ୍ଟର ରେ ଅନୁମତି ଦେଲେନାହିଁ ଭିତରକୁ ନବାପାଇଁ। ମନ ଭାରି ଦୁଃଖ ହେଲା। ହେଲେ ମୁଁ ପରୀକ୍ଷା ଦବାକୁ ଭିତରକୁ ଗଲି। ପରୀକ୍ଷା ସକାଳ ୭:୩୦ ରେ ଆରମ୍ଭ ହେଇ ୧୦ ବେଳେ ସରିଲା। ଆମେ ରୁମ୍ କୁ ଆସି ଖାଇବା ପାଇଁ ବାହାରିଗଲୁ। ହେଲେ କାଲି ରାତିରେ ଯୋଉ ହୋଟେଲ ରେ ଖାଇଥିଲୁ ସେଠାକୁ ଯିବାକୁ କାହାର ବି ଇଚ୍ଛା ନାହିଁ। ନୂଆଁ ହୋଟେଲ ଦେଖିବାକୁ ସୃଶ୍ରିତ୍ କହିଲା। ଟିକେ ଆଗକୁ ଗଲୁ। ବଡ ବଡ ଅକ୍ଷର ରେ ଲେଖାଥିଲା ଖାଇବା ପ୍ରସ୍ତୁତ। ଆମେ ସେଇଠି ଅଟକିଯାଇ ବିଚାର କଲୁ ଏଇଠି ହିଁ ଖାଇବା। ଆମ ସମସ୍ତଙ୍କର ବୟସ ପାଖାପାଖି ୧୪ ରୁ ୧୫ ବର୍ଷ। ତାପରେ ପୁଣି ଆମେ ଗାଁ ରୁ ଆସିଛୁ । ସହର ବିଷୟରେ କାହାର ବି କିଛି ଅଭିଜ୍ଞତା ନାହିଁ। ଆମକୁ ଯିଏ ବି ଦେଖିଲେ ଜାଣିଯିବ ଯେ ଆମେ ପ୍ରଥମ କରି ସହରକୁ ଆସିଛୁ। ବାସ୍ତବରେ ସତକଥା।           

      ଆମେ ହୋଟେଲ ଭିତରକୁ ଗଲୁ। ପ୍ରଥମ ରୁ ନିଷ୍ପତି ହେଇଥିଲା ଆମ ମାନଙ୍କ ଭିତରେ ଆଗ ଦାମ ବୁଝିବା ତାପରେ ଖାଇବାକୁ ବସିବା। କାରଣ ଆମେ ଆଗରୁ ଶୁଣିଥିଲୁ ସହର ରେ ଖାଇବା ଦାମ୍ ନବୁଝି ଖାଇଦେଲେ ହୋଟେଲ ବାଲା କୁଆଡେ ଅଧିକ ପଇସା ନେଇ ଯାଆନ୍ତି। ଆମେ ସେଇଆ ହିଁ କଲୁ। ଖାଇବା ଦାମ୍ ଥିଲା ୨୫ ଟଙ୍କା। ଖାଇବା ପାଇଁ ବସିଗଲୁ। ଗୋଟେ ଛୋଟ ପିଲା ଟିଏ ଆମକୁ ପରସିଦେଲା ଖାଇବା ଥାଳି। ବୟସ ହବ ପାଖାପାଖି ୮ ରୁ ୯ । ଚିରା ଫଟା ଗଞ୍ଜୀ  ଥିଲା ତାର ପୋଷାକ। ସୁଶ୍ରିତ କହିଲା ବାପ, ଅଣ୍ଡା ଖାଇଲେ କେତେ ଟଙ୍କା? ପିଲାଟି ମୁଣ୍ଡ ଟୁଙ୍ଗାରି ଦେଇ ମାଲିକକୁ ପଚାରିବା ପାଇଁ ଭିତରକୁ ଚାଲିଗଲା। ପୁଣି ଫେରି କହିଲା ୨ ଟା ଅଣ୍ଡା କୁ ୧୨ ଟଙ୍କା। ଶୁଶ୍ରିତ କହିଲା ହଉ ରାତିକି ଆସିଲେ ଖାଇବା। ଆମେ ସେଠାରୁ ଚାଲି ଆସିଲୁ ରୁମ୍ କୁ । ରାସ୍ତା ସାରା ସେଇ ପିଲାଟିର କଥା ଆମ ସମସ୍ତଙ୍କୁ ବ୍ୟଥିତ କରୁଥିଲା। ଏତେ ଛୋଟ ପିଲା ପୁଣି ହୋଟେଲ ରେ କାମ କରୁଛି। ଭାବିଲୁ ରାତିକି ଖାଇବାକୁ ଆସିଲେ ତା ନାଁ ଆଉ ଗାଁ ପଚାରି ବୁଝିବା।

    ଦିନସାରା ପୁଣି ରୁମରେ ପଢା ପଢ଼ି ରେ ମାତିଲୁ। ମୁଁ, ସଦାଶିବ, ନିଳାଞ୍ଚଳ ଆମେ ସେତେଟା ପଢାପଢ଼ି ସେ ଆଗ୍ରହୀ ନଥିଲୁ। କିନ୍ତୁ, ସୁସ୍ରିତ ଗୋଟେ ମୁହୂର୍ତ୍ତ ବହି ଛାଡ଼ି ବାକୁ ନାରାଜ। ସନ୍ଧ୍ୟାରେ ପୁଣି ହୋଟେଲ କୁ ଖାଇବାକୁ ବାହାରି ପଡିଲୁ।ଖାଇବା ଆସି ଟେବୁଲ୍ ରେ ଥୁଆ ହେଲା। ଖାଇବା ମଝିରେ ସେଇ ପିଲାଟି ପାଣି ଜଗ ଆଣି ଟେବୁଲ୍ ଉପରେ ଥୋଇଦେଲା। ମୁଁ ପଚାରିଲି ବାପ ତୋ ନାଁ କଣ? ପିଲାଟି କହିଲା ସନ୍ତ। ତମର କୋଉ ଗାଁ ବୋଲି ସଦାଶିବ ପଚାରିଲା।ସନ୍ତ କହିଲା ସୁମୁଣ୍ଡଳ। ଆମେ ସମସ୍ତେ ବିଚାର କରି ପିଲାଟିକୁ ଟିଙ୍ଗିରି ଡାକିବୁ ବୋଲି ମନସ୍ତ କଲୁ। ସେଇ ଦିନ ଠାରୁ ଆମ ପରୀକ୍ଷା ସରିବା ଯାଏଁ ସିଏ ଆମ ସାଙ୍ଗ ହେଇଗଲା।

    ଧୀରେ ଧୀରେ ଆମ ପରୀକ୍ଷା ସରି ଆସୁଥାଏ। ପରୀକ୍ଷା ସାରିବାକୁ ଆଉ ଦିନ ଟିଏ ବାକି ଥାଏ। ଆମେ ସମସ୍ତେ ମନସ୍ତ କଲୁ ଟିଙ୍ଗିରି କୁ କିଛି ଉପହାର ଦବୁ ପରୀକ୍ଷା ସରିବାପରେ। ରୁମକୁ ଫେରିଲୁ ଆଉ ପଢାପଢି କରି ଶୋଇଗଲୁ।ରାତି ପାହିଲା ଆଉ ଆମେ ବାହାରି ଗଲୁ ଶେଷ ଦିନର ପରୀକ୍ଷା ଦବାକୁ। ପରୀକ୍ଷା ସରିଲା ଆଉ ଆମେ ରୁମକୁ ଫେରିଲୁ। କଣ ଉପହାର ଦବା ଟିଙ୍ଗିରି କୁ ଭାବି ଭାବି ଆମ ଆଖି ଆଗକୁ ଆସିଗଲା ଟିଙ୍ଗିରି ର ସେଇ ଫଟା ଗଞ୍ଜି କଥା। ଆମେ ଟିଙ୍ଗିରିକୁ ଡ୍ରେସ୍ ଦବାକୁ ନିଷ୍ପତି କଲୁ। କିନ୍ତୁ, ଆମେ ଛୋଟ ପିଲା, ଆମ ପାଖରେ ସେତେଟା ସମ୍ବଳ ନାହିଁ ଟିଙ୍ଗିରିକୁ ଡ୍ରେସ୍ ଦବାକୁ। ତାକୁ ଗଞ୍ଜୀ ଖଣ୍ଡେ ଦବାକୁ ହିଁ ଆମର ସମ୍ବଳ ଥିଲା। ଗୋଟେ ଦୋକାନ କୁ ଯାଇ ୨ ଖଣ୍ଡ ଗାଞ୍ଜି କିଣି ଆଣିଲୁ। ଜଣଙ୍କୁ ୨୦ ଟଙ୍କା ଲେଖାଏଁ ଚାନ୍ଦା ପଡ଼ିଲା। ହୋଟେଲ ରୁ ଖାଇସାରି ଫେରିବା ବେଳେ ଟିଙ୍ଗିରିକୁ ପାଖକୁ ଡାକି ଗଞ୍ଜୀ ୨ ଖଣ୍ଡ ଧରେଇ ଦେଇ ବିଦାୟ ନେଲୁ ଟିଙ୍ଗିରି ପାଖରୁ। ମନ ବହୁତ ଦୁଃଖ ହେଉଥାଏ ଫେରିବା ବେଳେ। କାରଣ, ଆଜି ଠାରୁ ସ୍କୁଲ ଜୀବନୀ ର ଶେଷ ଦିନ। କେତେ ଖୁସି ଥିଲା ଆମ ସ୍କୁଲ ଦିନ। ପୁଣି ଟିଙ୍ଗିରି ସହ କେବେ ଦେଖା ହବ କି ନାହିଁ ଭାବି ମନ କଷ୍ଟ ହେଉଥାଏ। 

  ଏମିତି ୧ ମାସ ବିତିଗଲା। ପରୀକ୍ଷା ଫଳ ବାହାରିବା ଦିନ ଆସିଗଲା। ମୁଁ ପାଖ ଗାଁ ଜେରକ୍ସ ଦୋକାନରେ ସକାଳ ୧୦ ଟା ରେ ପହଞ୍ଚି ଗଲି ରୋଲ ନମ୍ୱର ନେଇ। ଦୋକାନୀ ଭାଇ ଜଣଙ୍କ ମୋ ପରୀକ୍ଷା ଫଳ ବାହାର କରିଲେ। କହିଲେ ମୋର ୮୦୦ ମାର୍କ ରୁ ୪୦୦ ମାର୍କ ଆସିଛି। ମାନେ ମୁଁ ୨ୟ ଶ୍ରେଣୀରେ ଉତ୍ତୀର୍ଣ୍ଣ କରିଛି। ଦୋକାନ ଭାଇଙ୍କଠୁ ଶୁଣିବା ମାତ୍ରେ ମୋର ଖୁସିର ସୀମା କହିଲେ ନସରେ। ଏତେ ଭଲ ମାର୍କ ମୋର ଆସିଛି ଭାବି ମନ ଉଚ୍ଛନ୍ନ ରେ ଫାଟି ପଡୁଥାଏ। ଶିଘ୍ର ଯାଇ ବୋଉକୁ କହିଲି। ସନ୍ଧ୍ୟା ବେଳେ ଜାଣିବାକୁ ପାଇଲି ଯିଏ ଦିନରାତି ଏକ କରି ପଢ଼ୁ ଥିଲା,ମାନେ ସୁଶ୍ରୀତ 3ୟ ଶ୍ରେଣୀ ରେ ଉତ୍ତୀର୍ଣ୍ଣ ହେଇଛି। ହେଲେ ମନେ ପଡ଼ିଲା ସେଇ ଟିଙ୍ଗିରି କଥା। 


ମୋ. 8530095625


Rate this content
Log in

Similar oriya story from Drama