STORYMIRROR

Jitendra Samantara

Drama Fantasy Inspirational

3  

Jitendra Samantara

Drama Fantasy Inspirational

ସୂର୍ଯ୍ୟୋଦୟ

ସୂର୍ଯ୍ୟୋଦୟ

2 mins
6

   ଚାରିଦିନ ଲଗାତାର କଳାହାଣ୍ଡିଆ ବର୍ଷାରେ ଗାଁ ଦାଣ୍ଡ ଶୀତ ଋତୁର ଭ୍ରମ ସୃଷ୍ଟି କରୁଥାଏ। ଆଜି ଟିକେ ମେଘ ମାଳା ଭିତରୁ ସୂର୍ଯ୍ୟଙ୍କ ସୁନେଲି ରଙ୍ଗ ଅଳ୍ପ ବାରି ହେଇ ପଡୁଛି। ଗାଁ ଲୋକଙ୍କ ସେଇ ଗୋଟିଏ କଥା, ଯାହାହେଉ ଆଜି ଖରା ହେବ।

   ଗାଁର ଶେଷ ମୁଣ୍ଡରେ ନୀଳକଣ୍ଠେଶ୍ଵର ମନ୍ଦିର। ଆଉ ପାଖରେ ବହି ଯାଇଛି ବଘୂଆ ନଦୀ। ସନ୍ଧ୍ୟା ବେଳେ ସୂର୍ଯ୍ୟାସ୍ଥ ର ଦୃଶ୍ୟ ବେଶ୍ ମନୋରମା ହେଇଥାଏ। ଖରା ଦିନେ ଦ୍ଵିପ୍ରହର ପରେ ଅନାବନା ଘାସ ଖାଇବାକୁ ପାହାଡ ପାଦତଳୁ ଛୁଟି ଆସନ୍ତି କୃଷ୍ଣସାର ମୃଗ ଆଉ ଅନ୍ୟ ଜାତିର ମୃଗ ମାନେ। ଆଉ ସୂର୍ଯ୍ୟାସ୍ଥ ପରେ ପୁଣି ଫେରି ଯାଆନ୍ତି। ବେଶ୍ ଆକୃଷ୍ଟ କରେ ଗାଁର ଏହି ଦୃଶ୍ୟ। 

   ଆଷାଢ଼ ମାସରେ ବର୍ଷାର ଆରମ୍ଭ, ସେ ପୁଣି ପ୍ରକୋପରେ। ବର୍ଷାଠାରୁ ଚାଷୀ ଭାଇମାନେ ଟିକେ ବିରତି ଆଶା ବାନ୍ଧିଥାନ୍ତି। ହେଲେ ବର୍ଷା ନଛୋଡ ବନ୍ଧା। ସକାଳୁ ଟିକେ ବର୍ଷା ଛାଡ଼ିଲା ।ଆଷାଢ଼ ମାସରେ ବିଲରୁ ଚାଷୀ ଭାଇମାନେ ରାଶି ଅମଳ କରି ରଖିଥାନ୍ତି । ଯେହେତୁ ଟିକେ ବର୍ଷା ଛାଡ଼ିଲା... ଦାଣ୍ଡରେ ସୁଖେଇବା ପାଇଁ ଯିଏ ଯାହାର ଜାଗା ଆବୁଡ଼ା ଆବୁଡ଼ି ରେ ବ୍ୟସ୍ଥ। କାରଣ ଏବେ ଗାଁ ଦାଣ୍ଡ ଆଉ ମାଟି ଦାଣ୍ଡ ହେଇ ନାହିଁ। ଏବେ କଂକ୍ରିଟ ରାସ୍ତାରେ ପରିଣତ ହେଇ ଯାଇଛି। ଆଉ ଚାଷୀ ଭାଇମାନଙ୍କୁ ରାଶି ଶୁଖେଇବାକୁ କିଛି ଅସୁବିଧା ହେଉନାହିଁ। 

     ବାଘୂଆ ନଦୀରେ ଧୀରେ ଧୀରେ ପାଣି ଫୁଲେଇବାକୁ ଲାଗିଲାଣି। ଚାଷୀଭାଇ ମାନେ ନଈ ପାର ହେଇ ବିଲକୁ ଯାଇ ପାରୁନାହାନ୍ତି। ସେପଟେ ବିଲରେ ରାଶି ଅମଳ ହୋଇ ପଡ଼ିଛି। ସବୁ ପୋଚା ହେଇଯିବଣି। ହେଲେ ନଈର ସେଇ ଉଥୁଳୁ ମୁଥୁଳୁ ପାଣିର ଗର୍ଜନ ଯେତିକି ଭୟବିତ କରେ ସେତିକି ମନମୁଗ୍ଧ କରେ। ଇଚ୍ଛା ହୁଏ ଟିଉବ ଟିଏ ଧରି ଭାଷୀ ଭାଷୀ ଆର କୂଳରେ ପହଞ୍ଚି ଯିବାକୁ।

     ଗାଁରେ ସବୁଠୁ ସୁନ୍ଦର ପର୍ବ ହେଲା ରଜ ସଂକ୍ରାନ୍ତି। ଝିଅ ମାନେ ସଜେଇ ହୋଇ ନୂଆଁ ପୋଷାକ ପିନ୍ଧି ଦୋଳି ଖେଳିବାର ଦୃଶ୍ୟ ସବୁବେଳେ ଟାଣିନିଏ ଗାଁ କୁ। ଗାଁରେ କୁନି କୁନି ଝିଅଙ୍କ ଠାରୁ ଆରମ୍ଭ କରି ବଡ ଝିଅମାନେ ବର୍ଷା ଦିନେ ଜହ୍ନି ଓଷା କରନ୍ତି। ଆଉ ଛୋଟ ପୁଅ ପିଲାମାନେ ଜହ୍ନି ଓଷା ପ୍ରସାଦ ଖାଇବା ପାଇଁ ଜହ୍ନି ଫୁଲ ବାଡି ବଗିଚାରୁ ତୋଳି ଆଣି ପୂଜା ପାଇଁ ଦିଅନ୍ତି ପ୍ରସାଦ ଖାଇବା ଲୋଭରେ। ପ୍ରସାଦରେ କେବଳ ଲିଆ ଆଉ ଚିନି। ହେଲେ ତାର ସ୍ଵାଦ ଆଜିର ପିଜ୍ଜା,ବର୍ଗର ଠୁ ଉର୍ଦ୍ଧ ରେ।

     ଏବେ ପୁଣି ବର୍ଷା ଦିନ ଧୀରେ ଧୀରେ ଉଭେଇ ଯିବ। ଗଣେଶ ପୂଜା ବର୍ଷା ରିତୁ ର ଶେଷ ବୋଲି ଧାରା ଯାଏ। ହଁ ଗଣେଶ ପୂଜା ରୁ ମାନେ ପଡେ, କେତେ ଧୁମ୍ ଧମ୍ ରେ ଗାଁ ରେ ପିଲାମାନେ ଗଣେଶ ପୂଜା କରିଥାନ୍ତି। ସତେ ଯେମିତି ଗାଁ ପିଲାମାନଙ୍କର ଏହି ପୂଜାଠାରୁ ବଡ ପୂଜା ଆଉ କିଛି ନାହିଁ।

   ଯେବେ ବସନ୍ତ ଋତୁ ଆସିବ ନଦୀରେ ପାଣି ଆଣ୍ଠୁଏ ଆଣ୍ଠୁଏ ହେଇଯିବ। ଆଉ ନଦୀ ମଝିରେ ଖାଲି ପଡିଆ ରେ କାସତଣ୍ଡି ଫୁଲ ପୁଣି ମନମୁଗ୍ଧ କରିବ। ସତରେ ଗାଁ ର ପରିବେଶ ବେଶ ନିଆରା।    

    କୁନି କୁନି ପିଲାଙ୍କ ଲଙ୍ଗଳା ହେଇ ପୋଖରୀକୁ ଡେଇଁବା ହଉ କିମ୍ବା ଶୁଖିଲା ବାଉଁଶ ରେ ବସି ପୋଖରୀ ରେ ପହଁରିବା ହଉ। ବେଶ୍ ଉତ୍ସାହ ଲାଗେ ଏ ଦୃସ୍ୟ ପୋଖରି ହିଡରେ ବସି ଦେଖିବାକୁ। ସନ୍ଧ୍ୟା ହେଲେ ଗାଁ ଚଉରା ଚାନ୍ଦିନୀ ରେ ଗୌରାଙ୍ଗ ଜେଜେ ନିଇତି ଭାଗବତ ପଢନ୍ତି ଲଣ୍ଠନ ଜାଳି। ଆଉ ପ୍ରାୟ ସବୁ ଲୋକ ନିଜ ନିଜ ପିଣ୍ଡାରେ ବସି ଭାଗବତ ଶୁଣନ୍ତି।

       ଭୋର ସକାଳୁ ଉଠି ରୋଷେଇ କରି ନିଜ ନିଜ ବିଲକୁ ଚାଲି ଯାଆନ୍ତି ମାଁ ମାଉସୀ ମାନେ। ମୁଣ୍ଡରେ ତଲାରି ପିନ୍ଧି ଆଉ ହାତରେ ଖାଇବା ମୁଣି ଧରି ଲମ୍ବା ଧାଡ଼ି ବାନ୍ଧି ବିଲ ହିଡରେ ଯିବାର ଦୃଶ୍ୟ ମଧ୍ୟ ବେସ୍ ନିଆରା। ଇଚ୍ଛା ହୁଏ ଅତ୍ୟାଧୁନିକ କେମେରା ରେ ଏହି ସବୁ ଦୃଶ୍ୟକୁ କଏଦ କରିବାକୁ।  ସତରେ କେଡେ ସୁନ୍ଦର ମୋ ଗାଁ। କେଡେ ସୁନ୍ଦର ମୋ ଗାଁର ସୁର୍ଯୋଦୟ । ଶୀତ ଦିନେ କଅଁଳ ଖରାର ତାତିରେ ବସି ନିଜକୁ ନିଜେ ଗରମ କରିବାର ମଜା ନିଆରା। 

    

       


Rate this content
Log in

Similar oriya story from Drama