Satyabati Swain

Romance

2  

Satyabati Swain

Romance

ପାଉଁଶ ତଳର ନିଆଁ

ପାଉଁଶ ତଳର ନିଆଁ

6 mins
381


ସମୟ ଅପରାହ୍ନ ପାଞ୍ଚଟା। ଭାଉଜ କହିଲେ ଦେଖତ କିଏ ଜଣେ କାହାକୁ ଖୋଜୁଛନ୍ତି। ମୁଁ ଦାଣ୍ଡକୁ ଯାଇ ଦେଖେତ ଜଣେ ଛଅ ଫୁଟିଆ କି ତା ଠାରୁ ଉଚ୍ଚ ସୁନ୍ଦର ଯୁବକ ଜଣେ କାହାକୁ ଅପେକ୍ଷା ଆଖିରେ ଠିଆ ହୋଇଛନ୍ତି।


କାହାକୁ ଖୋଜୁଛନ୍ତି?


ଭାଇଙ୍କୁ ସେ ନାହାନ୍ତି ଆର ପଚାୟତ ରେ ମିଟିଂ ଅଛି।


ସେ ମୁଣ୍ଡ ହଲାଇଲେ।


ବାପାଙ୍କୁ ଯଦି ଖୋଜୁଥାନ୍ତି ସେ ନାହାନ୍ତି ମିକି ନାନୀ ଘରକୁ ଯାଇଛନ୍ତି।


ସେ କହିଲେ ନା


ଆଉ ଟାଟାକୁ ମୋ ସାନ ଭାଇକୁ ଖୋଜୁଛନ୍ତି କି। ସେ ନାହିଁ କ୍ରିକେଟ ବାଡେଇବାକୁ ଯାଇଛି,ତାର କଣ ଗୋଟେ ମ୍ୟାଚ ଅଛି।


ସେ ତେବେ ବି କହିଲେ ନା


ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ଆମ ଘରେ ଏଇ ତିନି ଜଣଙ୍କୁ ଅଚିହ୍ନା ଲୋକ ଆସନ୍ତି ଦେଖା କରିବାକୁ। ଭାଉଜଙ୍କୁ ଯିଏ ଦେଖା କରିବାକୁ ଆସନ୍ତି ସିଧା ଘର ଭିତରକୁ ବିନା ଅନୁମତିରେ ପଶନ୍ତି। କାରଣ ତାଙ୍କ ଯେତେକ ଚିହ୍ନା ତାଙ୍କୁ ଆମେ ଚିହ୍ନିଛୁ। ତେବେ ଇଏ ଭୁଲ୍ ରେ ବୋଧେ ଏଠିକୁ ଆସିଛନ୍ତି।


ତାହେଲେ ଆପଣ କାହାକୁ ଖୋଜୁଛନ୍ତି


ବୁଇ ନାନୀକୁ।


ମୁଁ ଧଡ଼ାସ୍ କରି ଆକାଶରୁ ତଳେ କଚାଡି ପଡିଲା ପରି ଅନୁଭବ କଲି। ମୋ ପରି ତୁଛ ଜୀବକୁ କିଏ କାହିଁକି ଖୋଜିବ ପୁଣି ପାଖାପାଖି ସମ ବୟସ୍କ ଜଣେ ଯୁବକ ଭୟ ବି ଲାଗିଲା ମୋତେ। କାହିଁକିନା ସମସ୍ତେ ଭାବିବେ ବୁଇ କଟକ ପାଠ ପଢିବା ନାଁରେ ପୁଅ ବନ୍ଧୁ କରିବାକୁ ଯାଇଥିଲା।


ମୁଁ ଯଥା ସମ୍ଭବ ନିଜ ମନ କଥା ଗୋପନ ରଖି କହିଲି ବୁ ଇ ତାକୁ କେମିତି ଚିହ୍ନିଲ ସେ କଣ ତୁମକୁ ଜାଣେ


ହଁ ବୁଇ ନାନୀ ମୋତେ ଜାଣନ୍ତି।


କେମିତି


ପିୟୁ ନାନୀ କ୍ଲାସମେଣ୍ଟ ସେ। ରେଭେନ୍ସା କଲେଜ ମେଗାଜିନର ସେ ଏଡିଟର୍। ପିୟୁ ନାନୀ ମେଗାଜିନ୍ ନିଏ ଓ ମୁଁ ସବୁ ମେଗାଜିନ୍ ପଡେ। ବହୁତି ବଢ଼ିଆ ଲେଖନ୍ତି ବୁଇ ନାନୀ। ବୁଇ ନାନୀ ଙ୍କୁ ଦେଖା କରିବାକୁ ଆସିଛି।


ମାନେ ପିୟୁର ତୁମେ


ହଁ ପିୟୁ ନାନୀ ମାମୁଁ ପୁଅ ଭାଇ ମୁଁ ନିର୍ଭୟ ନିବୁ। ବାଲେଶ୍ୱରରୁ ଆସିଛି।


ବଡ଼ ଧର୍ମ ସଂକଟରେ ପଡିଲି ମୁଁ। ଆଜିକାଲି ଯାହା ବେଳ କାଳ ଏତିକି ପରିଚୟରେ ଜଣେ ଅଚିହ୍ନା ଲୋକକୁ ଘରେ ପୁରେଇବା ଉଚିତ ହେବ ନାହିଁ କଣ କରିବି ଚିନ୍ତା କଲି। ଅବଶ୍ୟ ନିର୍ଭୟ ନାମରେ ପିୟୁର ଜଣେ ସାନ ଭାଇକୁ ମୁଁ ଜାଣେ। ଦେଖି ନଥିଲି କେବେ ପିୟୁ ତା ବିଷୟରେ ଯାହା କୁହେ ସେଥିରୁ ସେ ଛୋଟ ପିଲାଟା ଲାଗେ। ଥରେ ଚିଠିଟିଏ କେଖିଥିଲା ମୋ ପାଖକୁ। ଭାଷାରୁ ସେ ସପ୍ତମ କି ଅଷ୍ଟମ ଶ୍ରେଣୀରେ ପଢିବା ପିଲା ପରି ଅନୁଭବ ହେଉଥିଲା। ଚିଠିରେ ସେ ମୋ ଲେଖାକୁ ପ୍ରଶଂସା କରି ବାହାବା ଦେଇଥିଲା ଯାହା। କିନ୍ତୁ ସେ ଯେ ଏତେ ବଡ଼ ଭେଣ୍ଡିଆ ହୋଇଥିବ ମୋ କଳ୍ପନା ବାହାରେ। ମୋତେ କାଇଁ କେମିତି କେମିତି ଲାଗିଲା। ଘରକୁ ଡାକି ପାରୁନି କି କହି ପାରୁନି ବୁଇ ଫୁଇ କେହି ନାହାନ୍ତି ଏଠି ଯା ବୋଲି। ସେତେବେଳେ ଫୋନ୍ ନଥିଲା ଗୋଟେ ସେକେଣ୍ଡରେ ସତ ମିଛ ପରୀକ୍ଷା କରିବାକୁ।


ମୁଁ ଦ୍ୱନ୍ଦରେ ପଡିଲି। ଗୋଟେ ବଢ଼ିଲା ଝିଅର ପୁଅ ସାଙ୍ଗ ମାନେ ତା ସହ ଝିଅର ପ୍ରେମ ସମ୍ପର୍କ ଥିବ ଏଇଟା ଗୋଟେ ଚିରାଚରିତ ଭ୍ରାନ୍ତ ଧାରଣା ଲୋକଙ୍କର। ସମ୍ପର୍କ ଯେତେ ପବିତ୍ର ହେଉ ନା କାହିଁକି ସନ୍ଦେହ ଆଖିରେ ଦେଖିବା ଥୟ। ହେ ପ୍ରଭୁ ମୁଁ କଣ କରିବି


ମୋ ଥମ ଥମ ଭାଵ ଦେଖି ସେ କହିଲା"କଣ ଏମିତି ଭାବୁଛନ୍ତି ମ। ମୁଁ ନିବୁ ଚିଠି ଲେଖେନି ତୁମ ପାଖକୁ


ଭାରି ଚଳାଖ ଅଛି ଟୋକାଟା। ମୋତେ ବୁଇ ବୋଲି ଚିହ୍ନି ସାରିଲାଣି।


ହଁ ଯେ......


ମୁଁ ଭାବିଥିଲି ସେ ଛୁଆଟା ହୋଇଥିବ। କିନ୍ତୁ ....


ଓହୋ ନାନୀ ତୁମେ ବି ନା। ଏତେ ବାଟରୁ ଆସିଛି,ଘରକୁ ନ ଡାକି ଦାଣ୍ଡଟାରେ ଠିଆ କରାଇ କେତେ ପ୍ରଶ୍ନ ପଚାରୁଛନ୍ତି? ଏତକ କହି ମାଉସୀ,ଭାଉଜ ଡାକି ଡାକି ସେ ଘର ଭିତରକୁ ପଶିଗଲା।


ମୁଁ କାବା।


ବୋଉ ଓ ଭାଉଜଙ୍କୁ କିଛି କହିବାକୁ ଅବକାଶ ନ ଦେଇ କହିଲା ମୋ ପିୟୁ ନାନୀ ମୋତେ ପଠାଇଛି ବୁଇ ନାନୀ ପାଖକୁ। ମୁଁ ପିୟୁ ନାନୀର ସାନ ଭାଇ। ବୁଇ ନାନୀ ବାଲେଶ୍ଵର ପାଳୁଅ ଲଡୁ ଓ ମୁଢି ଭଲ ପାଏ ତ,ସେଇତକ ଦେଇ ମୋ ନାନୀ ପଠାଇଛି। ନିଅ ରଖ। ମୁଁ ସକାଳୁ ଆସିଲିଣି। କଣ ଦିଟା ଖାଇବାକୁ ଦିଅନ୍ତୁ।


ବୋଉ ତ ମୋର ପୁରୁଣା କାଳିଆ ଲୋକ। ଭୋକ କଥା ଶୁଣି ଆଉ କି ରୁହେ। ଯା ବୋହୁ ପିଲାଟାକୁ କଣ ଦିଟା ଖାଇବାକୁ ଦେ କହି ଉଛନ୍ନ କରିଦେଲା।


କେଜାଣି ମୋତେ କାଇଁ ଆଦୌ ଭଲ ଲାଗୁ ନ ଥାଏ। ପିୟୁ ଉପରେ ରାଗ ଆସୁଥାଏ। ମୋତେ ନ ଜଣାଇଁ ତା ଭାଇକୁ ପଠାଇବା ଉଚିତ ହେଲା କି? ତା ଛାଡ ମୁଁ ତ ଭାବିଥିଲି ନିବୁ ସ୍କୁଲ ଯିବା ଛୁଆଟା ହୋଇଥିବ। ସେ କଣ ଏତେ ବଡ଼ ଟୋକା


ଖାଇ ପିଇ ସାରିଲା। ଯେହେତୁ ସନ୍ଧ୍ୟା ହୋଇ ଯାଇଥାଏ ଆଉ ଆଜି ଫେରିବା ତାର ସମ୍ଭବ ନୁହେଁ। ଯେମିତି ହେଲେ ରହିବ। ବାପା ଯେଉଁ ରାଢ କେତେ କଥା ପଚାରିବେ ମୋତେ। ଭାଇ ବି ଜେରା କରିବେ। ଏ ଗ୍ରହ ଟା କାଇଁକି ଆସିଲା କେଜାଣି।


ଭାଉଜ ମୋର ମୁଚକି ମୁଚୁକି ହସୁ ଥାନ୍ତି।


ବଦମାସ ଟୋକା ଖାଇ ସାରି ଡାକିଲା ନାନୀ ଆସ କଥା ହେବା। ଆଉ ସବୁ କଣ ଲେଖିଛ ଆଣ ପଢିବା।


ବୋଉ ବି କହିଲା ହଁ ତୁମେ କଥା ହୁଅ। ଆମେ ସଂଧ୍ୟା ଦେବୁ ଯାଉଛୁ। ସେ ଏଇ ମଉକାରେ ଥିଲା। ଅଗତ୍ୟା ତାର ମୋର ମୋ ପଢା ଘରେ ବସିଲୁ। ସେ କି ଗପୁଡା କେତେ କଣ ଗପୁଥାଏ। ତା କଲେଜ ଠାରୁ ଆରମ୍ଭ କରି ପିୟୁ ଯାଏ। ତାର ସ୍ବପ୍ନ,ଇଚ୍ଛା,ତା ଭବିଷ୍ୟତ ସବୁ କଥା।


ପୁଣି କହିଲା ଜାଣିଛ ନାନୀ ମୁଁ ଜଣକୁ ଭଲ ପାଏ। ଆହୁରି ମଜା କଥା ମୁଁ ତାକୁ ଭଲ ପାଏ ବୋଲି ସେ ଜାଣେ ନାହିଁ। ଭାରି ଇଚ୍ଛା ସେ ମୋ ଭଲ ପାଇବାକୁ ଜାଣନ୍ତାକି। ମୁଁ ହୁଁ ହାଁ ମାରୁ ଥାଏ। ପିଲାଟା ଖୋଲା ,

ଅମାୟିକ ବୁଝା ଯାଉଥାଏ ତା କଥାରୁ। ଭବିଷ୍ୟତ ଯୋଜନା ବି କରି ସାରିଲାଣି। ମୋଟା ମୋଟି ପିଲାଟି ପ୍ରତି ଖରାପ ଧାରଣା ମୋର ଦୂର ହୋଇଗଲା ତା ସଂଗେ କଥା ହୋଇ।


ମୋ ବାପା,ଭାଇଙ୍କ ସାଙ୍ଗେ ଖୁବ୍ ମିଶିଗଲା। ତୁଚ୍ଛାଟାରେ ମୁଁ ଡରୁଥିଲି। ସମସ୍ତେ ନିବୁକୁ ଭଲ ପାଇଲେ। ଭଲ ପିଲାଟା ବୋଲି ସାର୍ଟିଫିକେଟ୍ ଦେଲେ। ବାପା କହିଲେ ଏତେ ବାଟରୁ ଆସିଛି ନିବୁ;ତାକୁ କାଲି ନେଇ ଟିକେ ଶାରଳା ଦର୍ଶନ କରାଇ ଆଣିବୁ ବୁଇ। ଗାଡିଟିଏ କରିଦେଲେ ମୁଁ ଓ ନିବୁ ଶାରଳା ଦର୍ଶନ ପାଇଁ ଗଲୁ।


ନିବୁ ପ୍ରଗଳ୍ଭ ହୋଇ କଣ କଣ ଗପୁଥାଏ ତାର ଇୟତା ନାହିଁ। ଏପରି ତିନି ଦିନ ରହି ସେ ତାଙ୍କ ଘରକୁ ଫେରିଗଲା। ବୋଉ ପିୟୁ ପାଇଁ ଆମ୍ବୁଳ,ବଡି ଦେଲା। ପିୟୁର ଫେଭରିଟ୍ ଖାଦ୍ୟ ଏ ସବୁ।


ତାପରେ ତ ପୁଅ ସପ୍ତାହକୁ ଖଣ୍ଡେ ଚିଠି ପଠାଇବା ରୁଟି ନ୍ ବନ୍ଧା ଜୀବନ ହୋଇଗଲା ତାର। ମୁଁ ଉତ୍ତର ଦିଏ ବା ନ ଦିଏ। ମଝିରେ ମଙ୍କଡାମୀ କଲା।


ଥରେ ଗୋଟିଏ ଚିଠିରେ କେଖିଥିଲା "ନାନୀ ଆମ ବାଡ଼ିରେ ଅନେକ ମଲ୍ଲୀ ଫୁଲ ଭର୍ତ୍ତୀ। କିଛି ପଠାଇଲି ବେଡ୍ ରେ ପକାଇ ଶୋଇଯିବେ।"


ଆଉ ଗୋଟେ ଚିଠିରେ ଲେଖିଥିଲା "ନାନୀ ଦିନକୁ ଦିନ ତୁମେ ମୋ ଆଗେ ବିରାଟ ସମୁଦ୍ର ପାଲଟି ଯାଉଛ। ମୁଁ ବେଳାଭୂମି ପରେ ଜଣେ ନିରବ ଦର୍ଶକ ହୋଇ ତୁମକୁ କେବଳ ଦେଖୁଛି ହିଁ ଦେଖୁଛି।"


ତାର ଶେଷ ଚିଠିଟି ଥିଲା" ନାନୀ ତୁମକୁ ଯେତେ ଭାବୁଛି ଶୋଷ ମୋ ସେତେ ବଢୁଛି। "ତୁମେ ରାଗ କି ଯାହା କର ତୁମେ ଆଜିକାଲି ମୋତେ ରଖାଇ ଦେଉନ। ସବୁ ବେଳେ ମୋ ପାଖେ ପାଖେ ରହୁଛ। ଭାରି ଇଚ୍ଛା ହେଉଛି ତୁମକୁ ଭିଡି ଆଣି କିସ୍ଟିଏ କରିଦେବାକୁ। ନାନୀ ମୁଁ ପାଗଳା ହୋଇଯିବି। ଏତେ ଭଲ ଝିଅ ତୁମେ ହେଉଥିଲା କାହିଁକି"


ବାସ୍ ପିୟୁକୁ ଏ ସବୁ ଜଣାଇଁଲି। ସେତେବେଳେକୁ ମୋର ସର୍ଭିସ ହୋଇ ଯାଇଥିଲା ନିବୁ ବି ରେଳୱେରେ ଭଲ ପୋଷ୍ଟରେ ଚାକିରି ପାଇଁ ଯାଇଥିଲା।


ତା ପରଠାରୁ ନିବୁ ଆଉ ଚିଠି ଲେଖିନି। ମୁଁ ଏବେ ଯଥେଷ୍ଟ ବଡ଼ ହୋଇଛି। ତାରୁଣ୍ୟ ସରିବା ଉପରେ। କିନ୍ତୁ ଯେବେ ଆଖି ବୁଜେ ନିବୁ ଚେହେରା ଓ ତା ଚିଠି ମୋର ଖୁବ୍ ମନ ପଡେ। ଇଛାଟିଏ ଜାଗେ ତା ବିଷୟରେ ଜାଣିବାକୁ। ତା ପ୍ରତି ଦୟା ଭାଵ ସୃଷ୍ଟି ହୁଏ। ବିଚରା ପ୍ରଥମ କରି ପ୍ରେମ କରି ବସିଲା ଯେ ସେ ପୁଣି ତା ନାନୀର ସାଙ୍ଗକୁ


ଏବେ ଥରେ ପିୟୁ କେଉଁଠୁ ମୋ ଫୋନ୍ ନମ୍ବର ସଂଗ୍ରହ କରି ଚମକେଇ ମୋତେ ଫୋନ୍ କଲା। ଆଃ କି ଖୁସି ଲାଗିଲା ସେଦିନ। ମନ ଭରି ଗପିଲୁ। ନିଜ ତିନି"ସ" ମାନେ ସ୍ୱାମୀ ,ସର୍ଭିସ ଓ ସନ୍ତାନ ବିଷୟରେ କଥା ହେଲୁ। ମୁଁ ପଚାରି ଦେଲି ପିୟୁକୁ ତୋ ପାଗଳା ଭାଇ ନିବୁର ଖବର କଣ??


ସେ କହିଲା କହନା ତା କଥା ତୋ ପାଖେ କଣ ଥିଲା କେଜାଣି ଦୁନିଆଁର ସବୁ ଲୋକ ତୋତେ କିଆଁ ଭଲ ପାଆନ୍ତି ଲୋ ଆଉ ନିବୁ ନାନୀ ପ୍ରେମରେ ଏମିତି ପାଗଳ କହନି। ତୋ ଠାରୁ ତା ଚିଠି ବିଷୟରେ ଜାଣିଲା ପରେ ତା ନନା ବହେ କଷିଲେ ତାକୁ। କହିଲେ "ହଇରେ କୁଳାଙ୍ଗର ନାନୀକୁ କେହି ପ୍ରେମ କରନ୍ତି ତୋତେ ଆଉ କେହି ମିଳିଲେ ନାହିଁ ଆଉ ଯଦି ବୁଇ କୁ ଚିଠି ଲେଖିଛୁ,ଦେଖିବୁ ତୋ ପୁଅ ପଣିଆଁ ଛଡାଇ ଦେବି।"


ନିବୁ ସତରେ ତୋତେ ଭାରି ଭଲ ପାଏ ଲୋ। କେତେ କାନ୍ଦିଛି ମୋ ପାଖେ ତୋ ଗୁଣ ବାହୁନି। ବେଶୀ ତୋ ଲେଖା ତାକୁ ଚହଲାଏ। ତା ନନା ଏମିତି ବାଡେଇଲେ ପିଠି,ଗୋଡ଼ ଫାଟି ରକ୍ତ ବୋହିଲା। ଶୋଇ ପାରି ନାହିଁ ତିନି ଚାରି ମାସ ପିଠି ମାଡି। ତାପରେ ନିବୁ ପୁରା ଗମ୍ଭୀର ଚୁପ୍ ଚାପ୍ ହୋଇଗଲା। କାହା ସଂଗେ କଥା ହେଲାନି। ପରୀକ୍ଷା ଦେଇଥିଲା । ଚାକିରି ଟା ହୋଇଗଲା। ଭଲ ଝିଅଟିଏ ଦେଖି ନନା ତାର ବୁଝା ବୁଝି କରି ବାହା କରେଇ ଦେଲେ। ଆଉ କିନ୍ତୁ ସେ ହସ,ଖୁସିଆ,ଗପୁଡି ନିବୁ ରହିଲା ନାହିଁ। ଏକଦମ ଉଦାସ,ଗମ୍ଭୀର। ଏବେ ତାର ଦୁଇଟି ପୁଅ।


ଏତକ ପିଉ ଠାରୁ ଶୁଣି ଜାଣିନି ଦୀର୍ଘଶ୍ୱାସଟିଏ କାହିଁକି ମୋ ମଞ୍ଜ ଦୋହଲାଇ ଦେଲା। ଆହା ନିବୁ ତା ଅପରିପକ୍ୱ ବୟସର ଭୁଲ୍ ତାକୁ ସବୁଦିନ ଉଦାସ କରିଦେଲା ସବୁଦିନ ପାଉଁଶ ତଳର ନିଆଁ ହୋଇ ରହିଗଲା ତା ପ୍ରେମ। ଏକତରଫିଆ ପ୍ରେମର ଭାଗ୍ୟ ଓ ଆୟୁଷ ଏମିତି ହିଁ ହୋଇଥାଏ। ଅପ୍ରାପ୍ତି ଅସୁଖ ନିଜେ ଅର୍ଜିବା ରୋଜଗାର ସ୍ୱରୂପ ମିଳେ ଆଜୀବନ।


ପ୍ରେମ ଟା ଏମିତିଆ ଚିଜ ଟେ କାହିଁକି ଯେ


Rate this content
Log in

Similar oriya story from Romance