ଵୋଧେ ନିରଵତା
ଵୋଧେ ନିରଵତା
୫ -ତୁମ ନିରବତା
ପାର୍ଥ ଅଫିସ୍ ଆଉ ଶ୍ରେୟା ସ୍କୁଲ୍ ଚାଲି ଯାଇଥିଲେ ।ଘରୁ ପାଦ କାଢି ଵାହାରିଲା ଅଳକା ସାଙ୍ଗରେ ନେଇଥିଲା ପ୍ରିୟଙ୍କା ଆଉ ଶ୍ରେୟା ଏକାଠି ଥିବା ଫଟୋ ଟିଏ।
ପ୍ରିୟଙ୍କା ଦୁନିଆ ଛାଡିଵାର ତିନି ବର୍ଷ ହୋଇ ଗଲାଣି। ସେଇ ଦିନ ଠାରୁ ଅଳକା ପାର୍ଥ ଆଉ ଶ୍ରେୟା ସହିତ ରହୁଥିଲା, ଏକ ପରିବାର ର ସଦସ୍ୟା ହୋଇ କେବଳ। ଅଳକା ପ୍ରିୟଙ୍କା ର ପ୍ରିୟ ଵାନ୍ଧଵି। ପ୍ରିୟଙ୍କା ର ଶେଷ ଇଛା ଥିଲା ତାର ମୃତ୍ୟୁ ପରେ ସେ ଶ୍ରେୟା ର ମା ହୋଇ ପାର୍ଥ ଙ୍କ ସହିତ ରହୁ। ଶ୍ରେୟା ର ମା ହେଵା ଅଳକା ପାଇଁ ସହଜ ଥିଲା, କିନ୍ତୁ ପାର୍ଥ ଙ୍କ ପତ୍ନୀ ସେ ହୋଇ ପାରି ନଥିଲା।
ପାର୍ଥ ଆଉ ଅଳକା ଭିତରେ ଏକ ନିରବତା ର ପାଚେରୀ ଠିଆ ହୋଇଥିଲା। ତିନି ବର୍ଷ ଭିତରେ ଦୁହେଁ ଦୁହିଁଙ୍କୁ ଚାହିଁ କଥା ପଦେ ଵି ହୋଇ ନଥିଲେ। ଏମିତି ନିରବତା ଅଳକା କୁ ପ୍ରତି ମୁହୂର୍ତ୍ତରେ ଭାଙ୍ଗି ଦେଉଥିଲା, ତଥାପି ଶ୍ରେୟା ଆଗରେ ହସିଵାର ଅଭିନୟ କରୁଥିଲା। ଶ୍ରେୟା ଵି ଏତେ ଛୋଟ ନଥିଲା ଯେ ଅଳକା ର ଏକୁଟିଆ ପଣ କୁ ଵୁଝି ପାରିଵନି। ସେ ସଵୁଵେଳେ ଚେଷ୍ଟା କରିଥିଲା ପାର୍ଥ ଙ୍କ ହୃଦୟ ରେ ଅଳକା ଛବି ଆନ୍କିଵାକୁ। କିନ୍ତୁ ଵୋଧହୁଏ ପ୍ରିୟଙ୍କା ର ଅତୀତ କଳା ଵାଦଲ ପାର୍ଥ ଙ୍କୁ ରୋକୁଥିଲା ଅଳକା ସହିତ ଭବିଷ୍ୟ ର ସୁନେଲି କିରଣ ଦେଖିବା ପାଇଁ।
ଶ୍ରେୟା ଵି ଵାପା ଙ୍କ ପଥର ହୃଦୟ ରେ ହାରିଯାଇ ଅଳକା କୁ କହୁଥିଲା, ନିଜ ଵିଷୟ ରେ ଭାଵିଵା ପାଇଁ। ଏ ପରିବାର କୁ ଭୂଲି ଅନ୍ୟ ଏକ ନୂତନ ଅଧ୍ୟାୟ ନୂତନ ଜୀବନ ସାଥି ସହିତ ଆରମ୍ଭ କରିଵା ପାଇଁ।
ଏମିତି କିଛି ଦିନ ପରେ ପାର୍ଥ ଙ୍କ ଘର ପାଖକୁ ଜଣେ ପୁରୁଷ ଆସିଲେ। ତାଙ୍କ ନା ଅଥର୍ବ। ଅଳକା ହୃଦୟ ଜିତିବାର ଗୋଟିଏ ଵି ମୁହୁର୍ତ୍ତ ମିସ୍ କରୁନଥିଲେ ସେ। ଯଦିଓ ଅଥର୍ବ ସହିତ ଅଳକା ର କୌଣସି ସମ୍ପର୍କ ନଥିଲା, ତଥାପି ଅଳକା ତାଙ୍କ ଭିତରେ ପାର୍ଥ କୁ ଖୋଜୁଥିଲା । ଇଛା ହେଉଥିଲା ଅଥର୍ବ ପ୍ରେମରେ ନିଜ କୁ ହଜାଇ ଦେଵା ପାଇଁ ,କିନ୍ତୁ ମଥାର ସିନ୍ଦୂର ଆଉ ଶଙ୍ଖା ଅଟକାଇ ଦେଉଥିଲା ପାର୍ଥ ଙ୍କ ପାଖରେ।
ଏକ ଵିଵାହିତା ନାରୀ ହୋଇ ର ଅନ୍ୟ ପୁରୁଷ ପ୍ରତି ଆକର୍ଷିତ ହେଵା ଵୋଧହୁଏ ତା ପାଇଁ ଥିଲା କଷ୍ଟକର ।କିନ୍ତୁ ଵିନା ପ୍ରେମ ରେ ଏକ ନୀରଵ ସମ୍ପର୍କ ପାଖରେ ଜୀବନସାରା ଆଉଜି ହୋଇ ରହିଵା ବି କେତେ ଯୁକ୍ତିଯୁକ୍ତ ?
ତଥାପି ନିଜ ଲକ୍ଷ୍ମଣରେଖା କୁ ଡେଇଁ ଅଥର୍ବ ସହ ଘଣ୍ଟା ଘଣ୍ଟା ଗପୁଥିଲା ସେ। ସେତେବେଳେ ତା ଆଖି ଆଗରେ ନା ସମାଜ ଥିଲା, ନା ପ୍ରିୟଙ୍କା ର ଶେଷ ଇଛା, ସେ କେବଳ ଦେଖୁଥିଲା ଅଥର୍ବ କୁ। ଆଉ ଏହାକୁ ପ୍ରଶୟ ଦେଉଥିଲା ଶ୍ରେୟା।
ଆଉ ଶେଷରେ ମନସ୍ଥ କରି ନେଇଥିଲା ପାର୍ଥ ଙ୍କ ଘର ଛାଡ଼ି ଅଥର୍ବ ଙ୍କ ସହ ପ୍ରେମ ପକ୍ଷୀ ହୋଇ ଉଡି ଵୁଲିବ ।ଆଉ ଯିଵା ପୂର୍ବ ରାତିରେ ପାର୍ଥ ଙ୍କ ଆଗରେ ଅଥର୍ବ କଥା କହିଲା। ଆଉ ପାର୍ଥ ଵି ସମ୍ମତି ଦେଇଦେଲେ ଅଳକା କୁ ଆଗକୁ ବଢିବାକୁ।
ଅଥର୍ବ ଵହୁତ ଖୁସି ଥିଲେ, କାରଣ ଏତେଦିନ ପରେ ଅଳକା କୁ ନିଜର କରିବାକୁ ଯାଉଥିବାରୁ।ଏଥି ନିମନ୍ତେ ସେ ଅନ୍ୟ ସହର କୁ ଯାଇ ଅଳକା ଆଉ ସେ ରହିଵା ପାଇଁ ସ୍ୱପ୍ନ ର ଘର କୁ ସଜାଇ ଥାନ୍ତି। ଅପେକ୍ଷା କରିଥାନ୍ତି ଅଳକା କୁ ସକାଳ ର ଟ୍ରେନ୍ ରେ ସେ ଆସିଵ ତାଙ୍କ ପାଖକୁ।
କିନ୍ତୁ ସେଦିନ ରାତି ରେ ନା ଅଳକା ସୋଇଥିଲା, ନା ପାର୍ଥ। ଯେତେବେଳେ ମଣିଷ ଯାଣେ ସେ କିଛି ଜିନିଷ ହରାଇବାକୁ ଯାଉଛି, ସେତେବେଳେ ସେଇ ଜିନିଷ ପ୍ରତି ଅଧିକା ଭଲପାଇବା ଆସିଯାଏ। କିନ୍ତୁ ଏଇଠି କୌଣସି ଜିନିଷ ନଥିଲା, ଥିଲା ତ କେବଳ ଏକ ନିରବତା ରେ ଲୁଚି ଯାଇଥିବା ପ୍ରେମ ସମ୍ପର୍କ।
ସକାଳ ହୋଇ ସନ୍ଧ୍ୟା ହେଲା। ଅଳକା ସେମିତି ଷ୍ଟେସନ ର ଵେନ୍ଚ୍ ଉପରେ ବସିଥାଏ। ଗୋଟିଏ ପରେ ଗୋଟିଏ ଟ୍ରେନ୍ ଅତିକ୍ରମ କରୁଥାଏ। କିନ୍ତୁ ଅଳକା ତାର ମାର୍ଗ ନିର୍ଧାରଣ କରି ପାରୁ ନଥାଏ। ଶେଷରେ ସୁଇଚ୍ ଅଫ୍ ହୋଇଥିବା ଫୋନ୍ ଟିକୁ ଅନ୍ କଲା। କିଛି ସେକେଣ୍ଡ ର ଵ୍ୟଵଧାନ ରେ ଅଥର୍ବ ର ଫୋନ ଆସିଲା। ଅଥର୍ବ ବ୍ୟସ୍ତ ହୋଇ କେତେ କଣ କହି ଯାଉଥାଏ। ଆଉ ଅଳକା କିଛି ସମୟ ଚୁପ ରହି କହିଲା ମତେ କ୍ଷମାକର। ମୁଁ ତମ ସହ ଆଗକୁ ପାଦ ବଢାଇ ପାରିବିନି। ତମ ସହିତ ମୋର ଏକ ଆକର୍ଷଣ ଥିଲା, ସେହି ଆକର୍ଷଣ ମୁଁ କିଛି ଦିନ ଭିତରେ ଭୁଲି ଯିଵି। କିନ୍ତୁ ପାର୍ଥ ଆଉ ତାଙ୍କ ଘର ସହିତ ମୋର ସମ୍ପର୍କ ଭିନ୍ନ,ଆଉ ମୁଁ ଅଭ୍ୟସ୍ତ ସେହି ସମ୍ପର୍କ ଭିତରେ। ମୁଁ ତାଙ୍କୁ ଛାଡି ଯାଇ ପାରିବି ନାହିଁ। ଆଜି ପ୍ରଥମ ଥର ପାଇଁ ମୁ ମୋ ହୃଦୟ ରେ ଏକ ପ୍ରେମ ଅନୁଭବ କରି ପାରୁଛି। ମୋର ହୃଦୟ ର ପ୍ରତି ଟି ସ୍ପନ୍ଦନ କେବଳ ପାର୍ଥ କୁ ଖୋଜୁଛି। ଵୋଧହୁଏ ମୋ ନିରବତା ଭିତରେ ମୁଁ ପାର୍ଥ ଙ୍କୁ ଭଲ ପାଇ ସାରିଛି। ମତେ ଭୁଲି ଯାଅ, ଆଉ କ୍ଷମାକର।
ଫୋନ୍ ରଖିବା ପରେ ଅଳକା ଲୁହଭରା ଆଖି ସହ ପଛକୁ ଵୁଲିଲା। ଆଉ ସାମ୍ନାରେ ପାଇଲା ପାର୍ଥକୁ। ସେଦିନ ପାର୍ଥ ଙ୍କ ଆଖି ଵି ଭିଜି ଯାଇଥିଲା। ଆକାଶର କଳା ଵାଦଲ ବର୍ଷା ର ରୂପ ଧାରଣ କରି ସାରିଥିଲା। ଦୁହେଁ ଦୁହିଁଙ୍କ ଆଗକୁ ଅଗ୍ରସର ହେଉଥିଲେ। ଅଜାଣତରେ ପାର୍ଥ ଙ୍କ ଓଠ ପ୍ରଥମ ଥର ପାଇଁ ଅଳକା କୁ ସ୍ପର୍ଶ କରିଥିଲା। ତଥାପି କେହି କାହାକୁ ନିଜ ହୃଦୟ ର କଥା କହିବାକୁ ସାହାସ ରଖି ନଥିଲେ। ନୀରବ ରେ ଦୁହେଁ ଵୁଝି ସାରିଥିଲେ, ଦୁହେଁ ଦୁହିଁଙ୍କୁ ଭଲ ପାଉଛନ୍ତି। ଆଉ ଵୋଧହୁଏ ସେଇଥିପାଇଁ ଭିଜୁଥିଲେ ପ୍ରେମ ର ଵର୍ଷା ରେ ,ଆଉ ଗଢିବାକୁ ଚାହୁଁଥିଲେ ଏକ ପ୍ରେମଭରା ସଂସାର ସକାଳ ର ସୁନେଲି କିରଣ ସହିତ।
ସାରାସଂ- କିଛି ପ୍ରେମ ପାଇଁ ଶବ୍ଦ ର ଆବଶ୍ୟକତା ନଥାଏ। ହୃଦୟ ର ନିରବତା ଵି ପ୍ରେମ ର ନିବେଦନ ଶିଖାଇ ଦିଏ।
ସମାପ୍ତ

