Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Lalita Mohan Mishra

Romance

2  

Lalita Mohan Mishra

Romance

ଓଢଣୀ

ଓଢଣୀ

7 mins
276


ଫଗୁଣ ମାସର ଶେଷ ସରିକି । କୋଇଲି ର କୁହୁକୁହୁ ତାନ ସାଙ୍ଗକୁ ରୋମାଞ୍ଚିତ କରୁଥାଏ ମଳୟ ପବନ । ଗାଁ ମୁଣ୍ଡ ଆମ୍ବ ତୋଟାରୁ ଭାସି ଆସୁଥାଏ କୋଇଲିର ଶଦ୍ଦ । ପବନ ସହ ତାଳ ଦେଇ ମନକୁ ପୁଲକିତ କରୁଥାଏ ସେ ଶଦ୍ଦ । ତୋଟା ପାଖ ଦେଇ ଯାଇଥିବା ଅଙ୍କାବଙ୍କା ମାଟି ସଡକ ଉପରେ ଚାଲି ଚାଲି ଯାଉଥାଏ ଅବିନାଶ । ମନ ମନ୍ଦିରରେ ଅସରନ୍ତି ଆଶା ଆକାଂକ୍ଷା । ବୟସ ବେଶୀ ନହେଲେ ବି ଚବିଶି ପଚିଶି । ସୁନ୍ଦର , ଦୀପ୍ତିବନ୍ତ ତେଜସ୍କ୍ରିୟ ଚେହେରା।


ଗୋଟିଏ ବୋଲି ନାତି ଅବିନାଶ । ତେଣୁ ଅଜା ଆଇଙ୍କର ସ୍ନେହ ଶ୍ରଦ୍ଧାରେ ବନ୍ଧା । ଏ ଗଲା ସନ ଗାଁ ପାଖ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାସହାୟକ ଭାବରେ ନିଯୁକ୍ତି ପାଇଛି ଅବିନାଶ । ଗାଁ ର ଆବାଳବୃଦ୍ଧବନିତା ତାଙ୍କୁ ଅତି ଆଦରରେ ଅଭି ଅଭି ବୋଲି ଡାକନ୍ତି। ବହୁତ ଶ୍ରଦ୍ଧା ମଧ୍ୟ କରନ୍ତି ସେମାନେ । ଅବିନାଶ ମଧ୍ୟ ଭାରି ମେଳାପୀ ପିଲା । ସେ ଗାଁ ଲୋକଙ୍କ ସୁଖ ଦୁଃଖ ରେ କାନ୍ଧକୁ କାନ୍ଧ ମିଶେଇ ଚାଲେ । ସମସ୍ତଙ୍କର ଅତି ଆଦରର ପ୍ରିୟ ଅବିନାଶ ।


ବାପା ମାଆ ଛେଉଣ୍ଡ ଅବିନାଶ । ଜନ୍ମର ଚାରିବର୍ଷ ପରେ ଏକ ଅଜଣା ରୋଗରେ ଦୂହେଁ ଆର ପାରିକୁ ଚାଲିଗଲେ । ପିଲାଟି ଦିନରୁ ଅଜା ଆଇଙ୍କ ଆଦରରେ ବଡ ହୋଇଛି ଅବିନାଶ । ଅଜା ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଭାରି ନୈଷ୍ଟିକ । ଗାଁ ରେ ତାଙ୍କର ଢେର ଖାତିରି। ଅବିନାଶ ଗାଁ ସାଙ୍ଗ ସାଥି ମେଳରେ ସମୟ ବିତାଏ । ଘରକୁ ଫେରିବାକୁ ରାତି କରିଦିଏ । କିନ୍ତୁ ଟିକିଏ ସନ୍ଧ୍ୟା ହେଇଗଲେ ନାତିଆ କୁ ଜମା ଘରୁ ବାହାରକୁ ବାହାର କରି ଦିଅନ୍ତିନି ଅଜା । କାଳେ ଭୂତ, ପ୍ରେତ ଲାଗିଯିବ ଛେଉଣ୍ଡ ପିଲାଟିକୁ। ସେଥିପାଇଁ ସଦାସର୍ବଦା ଯତ୍ନଶୀଳ ମହାପାତ୍ରେ । ହେଲେ ଅବିନାଶ ତ ଆଧୁନିକ ଯୁଗର ପିଲା ସେ ବା କାହିଁ ମାନିବ ଏ ସବୁ କଥା । ତେଣୁ ସବୁବେଳେ ଅଜା ନାତିଙ୍କର କଟର ମଟର ।


ସ୍କୁଲରୁ ଫେରି ବଜାର ବାଟ ସାରି ଅବିନାଶ ଯାଇ ନିଜର ପୋଷାକ ବଦଳାଇ, ମୁଁହ ହାତ ଧୋଇ ଆସିଲା । ଅଜା ସନ୍ଧ୍ୟା ଆଳତି ସାରି ଚୌକି ଉପରେ ବସିଥାନ୍ତି। ଉଦାସ ଜଣା ପଡୁଥିଲେ। ଅବିନାଶ ଯାଇ ଅଜାଙ୍କ ପାଖରେ ବସିଲା । ସନ୍ତକଟିକୁ ଛାଡି ସବୁଦିନ ପାଇଁ ଚାଲିଗଲା ଝିଅ। ଅଜା ଚିନ୍ତିତ ହେବାର ଦେଖାଯାଉଥିଲେ ।


ଅଜାଙ୍କର ହାତକୁ ଧରିପକାଇ ପଚାରିଲା ଅବିନାଶ -


କ'ଣ ହୋଇଛି ଅଜା । ମନରେ ସରସତା ନାହିଁ । ଜୀବନର ସବୁ ଦୁଃଖ କୁ ମଥା ପାତିସହିଯାଏ ମଣିଷ । ତଥାପି ନିର୍ବିକାର ଭାବରେ ଜୀବନର ଅଙ୍କାବଙ୍କା ପଥରେ ଚାଲୁଥିବା ମଣିଷଟା ବେଳେ ବେଳେ ଅଟକିଗଲା ଭଳି ମନେ ହୁଏ ।


କିଛି ସମୟ ନିରବ ରହିବା ପରେ ଅଜା କହିଲେ," ନାହିଁ ରେ ଅଭି, ମୁଁ ବୟସର ସାୟାହ୍ନରେ । କେତେବେଳେ ଯେ ମୋର କଣ ହବ ମୁଁ ବି ଜାଣିନି। ତୁ ଚାରି ବର୍ଷ ର ହୋଇଥିଲୁ ତୋ ମା' ଚାଲିଗଲା, ତାର କିଛି ଦିନ ପରେ ତୋ ବାପା ବି ଚାଲିଗଲେ । ତୋ ବାପାଙ୍କୁ କଥା ଦେଇଥିଲି ତୋତେ ଭଲ ମଣିଷଟେ କରିବି ବୋଲି। ସେ କଥା ଆଜି ପୁରା ହୋଇସାରିଛି କହିଲେ ଚଳେ , ତୁ କୂଳରେ ଲାଗୁସାରିଛୁ"।


"ଯଦି ସବୁକଥା ହୋଇଛି ତେବେ , ତୁମ ମନରେ କାହିଁକି ଦୁଃଖ ? ସେହି କଥାଟି କହୁନ... " ଅବିନାଶ ପଚାରିଲା" ! ହୋଇଛି ବୋଲି କହିଲେ" ସବୁ ହେଲା ଯେ.......... ତୋତେ ହାତକୁ ଦି ହାତ ନ କଲା ପର୍ଯ୍ୟନ୍ତ ମୋ ମନରେ ଶାନ୍ତି ନାହିଁ। ଏ ବୟସରେ ମୁଁ ଆଉ ତୋ କଥା ବୁଝିପାରିବି ନାହିଁ। ଯେଉଁ ବୟସରେ ମୁଁ ବସିକି ଖାଇବା କଥା ; ଏବେ ଏତେ ଜଞ୍ଜାଳ କରିପାରିବି ନାହିଁ ମୁଁ । "


ତାହାଲେ ଗୋଟେ କାମ କରିବା ଅଜା ! ଘରେ ରୋଷେଇ ବାସ କରିବାକୁ କାହାକୁ ଗୋଟେ ରଖିଦେବା"। 


ମହାପାତ୍ରେ ପୁରା ରାଗିଗଲେ, " ଏ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ବଞ୍ଚିଥିଲା ପର୍ଯ୍ୟନ୍ତ ହାଣ୍ଡିଶାଳରେ ତା ନାତୁଣୀ ବୋହୁ ବ୍ୟତୀତ ଅନ୍ୟ କାହାକୁ ପ୍ରବେଶ କରାଇ ଦେବ ନାହିଁ" ।


"ତେବେ ଆଛା ମୁସ୍କିଲ କଥା.... କହୁଛ ଅଜା , କାଲି ସକାଳେ କଣ ତମ ନାତୁଣୀ ବୋହୁ ଆସିବ.... ଯେ ତୁମକୁ ରାନ୍ଧିକି ଦେବ। ତା ପାଇଁ ତ କିଛି ଦିନ ଅପେକ୍ଷା କରିବାକୁ ପଡିବ ନା"।


ତୁ ବ୍ୟସ୍ତ ହେବାର କିଛି ଦରକାର ନାହିଁ । ସେ ବ୍ୟବସ୍ଥା ମୁଁ କରିସାରିଛି । ଆଜି ସକାଳେ ବାଙ୍କନିଧି ଆଚାର୍ଯ୍ୟଙ୍କୁ ଖବର ଦେଇଛି । ତାଙ୍କ ଝିଅ ସହିତ ତୋ ବାହାଘର କରିବାକୁ ସେ ଇଛୁକ ଅଛନ୍ତି। ଭାରି ସଂସ୍କାରି ମଣିଷ ସେ, ଅଭିଜାତ୍ୟ ସମ୍ପନ୍ନ ବ୍ୟକ୍ତି । ତାଙ୍କ ଝିଅ ବି ଠିକ୍ ସେମିତି ସର୍ବଗୁଣ ସମ୍ପନ୍ନା । ଦେଖିବାକୁ ପୁରା ଗୋଟିଏ ଚାଉଳରେ ଗଢ଼ା । କଲେଜରେ ପଢୁଛି, ଡଉଲ ଡାଉଲ ଚେହେରା। ତୋ ସହ ତାର ଯୋଡି ଭଲ ଜମିଵ।


" ଏ କ'ଣ ଅଜା.... ତମର ସବୁକଥାରେ ଏତେ ତରତର କାହିଁକି ? ମୁଁ କିଛି ବୁଝି ପାରେନି ! !  ! ତା ଛଡା ଚାକିରୀ କରିବା ତ ବର୍ଷେ ପୁରି ନାହିଁ । ଏତେ ଶୀଘ୍ର ବାହା ହେବାକୁ ମୋର ଇଛା ନାହିଁ।"


ମୁଁ ତୋର କୌଣସି କଥା ଶୁଣିବି ନାହିଁ "ମୁଁ ତାଙ୍କୁ କଥା ଦେଇଛି, ମାନେ ସେଠାରେ ହିଁ ତୋର ବାହାଘର ହେବ"। ଏତିକି କହି ଅଜା ଉଠି ଚାଲିଗଲେ। ଅବିନାଶ ମନ ଦୁଃଖରେ ବସିଲା ।ଅଜା କାହିଁକି ଏମିତି.... ନିଜ ନିଷ୍ପତ୍ତିକୁ ଅନ୍ୟ ଉପରେ ଲଦି ଦେଉଛନ୍ତି ବୁଝି ହେଉନାହିଁ "।

ଅବିନାଶ ଆଖିରେ ଆଉ ନିଦ ନାହିଁ , ମନ ବି ଭଲ ନାହିଁ। ଅଜାଙ୍କ ନିଷ୍ପତ୍ତି କୁ ସମ୍ମାନ ଦେବାକୁ ମନେ ମନେ ସ୍ଥିର କଲା । ହେଲେ..... 


ତା ପରଦିନ ରବିବାର ଥାଏ । ସକାଳୁ ଅବିନାଶର ମନ ଭଲ ଲାଗୁ ନଥାଏ । ରାତିର କଥା ପାଇଁ ଉଦାସ ଜଣାପଡୁଥାଏ । ଖାଇବାରେ ବି ମନ ନ ଥାଏ। କଣ ଟିକିଏ ଖାଇ ଦେଇ ଘରୁ ବାହାରି ଗଲା ସ୍କୁଲ ଅଭିମୁଖେ । 


ସ୍କୁଲ ଯିବା ବାଟରେ ଏକ ଦୂର୍ଘଟଣା ଦେଖିଲା । କେହିଜଣେ ମଟର ସାଇକେଲରେ ଝିଅଟିକୁ ବାଡେଇ ଦେଇ ପଳାଇ ଯାଇଅଛି । ଝିଅଟି କିଛି ଦୂରରେ ପଡିଛି । ଗୋଟିଏ ଅପରୂପ ସୁନ୍ଦରୀ ଲଳନା ନିଜକୁ ହଜେଇ ଦେଲା ଅବିନାଶ । ସଙ୍ଗେ ସଙ୍ଗେ ଅବିନାଶ ଗାଡି ଡିକିରୁ ପାଣି ବଟଲ କାଢି ତା ମୁହଁରେ ପକାଇଲା । କିଛି ସମୟ ପରେ ଝିଅଟିର ଚେତା ଫେରିଲା ।


ଅବିନାଶକୁ ପାଖରେ ଦେଖି ଚମକି ଗଲା ଝିଅଟି। ପ୍ରକୃତିସ୍ଥ ହେଲା ଝିଅ ଅବିନାଶ ତାକୁ ସେମିତି ଚାହିଁ ରହିଥାଏ। କି ଅବା ରୂପ ବର୍ଣ୍ଣନା କରିବ.... ଯୁଗେ ଯୁଗେ ନାରୀର ରୂପ ବର୍ଣ୍ଣନା କରିବାରେ ସମସ୍ତେ ବିଫଳ। ସୃଷ୍ଟି କର୍ତ୍ତା ବ୍ରହ୍ମା ଚାରି ମୁଖରେ ନାରୀର ରୂପକୁ ବର୍ଣ୍ଣନା କରି ପାରିଲେନି। ଭଗବାନ ଆଶୁତୋଷ ପଞ୍ଚ ମୁଖ ହେଲେ, କାର୍ତ୍ତିକେୟ ଷଡ଼ ମୁଖରେ ବି ତାହା କରି ପାରିଲେନି । ତଥାପି ଝିଅ ଟିର ରୂପ ଲବଣ୍ୟ ଅବିନାଶକୁ ବିମୋହିତ କଲା। ସେମିତି ଅପଲକ ନୟନରେ ଚାହିଁ ରହିଥାଏ । ବେଶ କିଛି ସମୟ ପରେ ଦୁହେଁ ବାସ୍ତବ ଦୁନିଆ କୁ ଫେରିଲେ। ଅବିନାଶ କିଛି କହିବା ପୂର୍ବରୁ ମେଡିକାଲକୁ ନେବା ପାଇଁ ଝିଅଟି କହିଲା ଏବଂ ଅବିନାଶ କାଳ ବିଳମ୍ବ ନ କରି ମେଡିକାଲ ନେଲା ।


ମେଡିକାଲ ନେବା ସମୟରେ ଝିଅଟିର ଓଢ଼ଣୀଟି ଖସି ପଡୁଥିବାରୁ ଅବିନାଶ ନିଜ ଗାଡି ଡିକିରେ ରଖିଦେଲା । ମେଡିକାଲରେ ସାମାନ୍ୟ ଚିକିତ୍ସା ପରେ ଝିଅଟି ଭଲ ହୋଇ ଗଲା । ଝିଅଟିକୁ ଭଲ କରାଇ କଲେଜରେ ଛାଡିଦେଲା ଅବିନାଶ। ଗଲାବେଳେ ଝିଅଟି ବହୁତ କୃତଜ୍ଞତା ଜ୍ଞାପନ କଲା । କୃତଜ୍ଞତା ଭିତରେ ଝିଅଟିର ଅବିନାଶ ପ୍ରତି ଦୁର୍ବଳତା ରହିଗଲା । ଝିଅଟି ମନେ ମନେ ଅବିନାଶକୁ ଭଲ ପାଇ ବସିଲା । ଅବିନାଶ ଘରେ ଯାଇ ଦେଖେ ତ... ଝିଅଟିର ଓଢ଼ଣୀଟି ରହି ଯାଇଛି । 


ଓଢଣୀ ଟାକୁ ହାତରେ ଧରି ମୁରୁକି ମୁରୁକି ହସୁଥାଏ ଅବିନାଶ । ଓଢଣୀ ଟିକୁ ନେଇ ନିଜ ତକିଆ ତଳେ ରଖିଦେଲା। ମନେ ମନେ ଭାରି ହସୁଥାଏ ସେ ଝିଅକୁ ନେଇ। ଅଗଣାରେ ପଡିଥିବା ଚୌକିରେ ବସି ଢେର କଥା ଭାବୁଥାଏ ଆଉ ହସୁଥାଏ। କେତେବେଳୁ ଅଜା ଆସି ତା ପାଖରେ ଠିଆ ହେଲେଣି ତାର ନଜର ନାହିଁ ।


ଅଭି..........ଏ ଅଭି......... ଅଜାଙ୍କ ଡାକରେ ଚମକି ପଡି ଠିଆ ହେଲା । 

କଣ ହେଲା ଅଜା ; ଆରେ ବାପା ! ଏ ସଞ୍ଜ ବେଳଟାରେ ଏମିତି କୋଉ ସ୍ୱପ୍ନ ଦୁନିଆରେ ଭାସି ଯାଇଥିଲୁ କି। ଡାକି ଡାକି ମୋ ତଣ୍ଟି ପଡିଗଲାଣି ତଥାପି ତୋର ଦିବା ସ୍ବପ୍ନ ଭଙ୍ଗୁନି।


ନାହିଁ ମ.... ଅଜା ! ମୁଁ କାହିଁକି ସ୍ବପ୍ନ ଦେଖିବି ? ସ୍ବପ୍ନ ଦେଖିବାକୁ ପରା ବହୁତ ରାତି ଅଛି। ଏବେ ସ୍ବପ ଦେଖିବାକୁ ମନ ନାହିଁ।ଏତିକି କହି ଚାଲିଗଲା ଅବିନାଶ । ଓଢଣୀ କୁ ତକିଆ ତଳୁ ଆଣି ଏକ ଲୟରେ ଚାହିଁ ରହିଲା, ବହୁତ ରାତି ପର୍ଯ୍ୟନ୍ତ ଓଢଣୀ ସହିତ ଭାବ ବିନିମୟ । ଓଢଣୀ କୁ ଛାତିରେ ଚାପି କେତେବେଳେ ନିଦ ହୋଇ ଯାଇଛି ତାକୁ ଜଣାନାହିଁ । ସକାଳ ହୋଇଗଲାଣି ଆଖି ଫିଟୁନି ।


 ଅଜାଙ୍କର ଦୁଆର ଖଡ଼ ଖଡ଼ ଶଦ୍ଦରେ ନିଦ ଭାଙ୍ଗିଗଲା । ଉଠିପଡ଼ି ଓଢଣୀ ଟାକୁ ତକିଆ ତଳେ ରଖିଦେଇ ଦୁଆର ଖୋଲିଲା। ସ୍କୁଲକୁ ଠିକ୍ ସମୟରେ ଯିବାକୁ ବାହାରି ପଡିଲା । 


କଲେଜ ଯିବା ବାଟରେ ଅବିନାଶକୁ ପ୍ରତୀକ୍ଷା କରିଥିଲା ଝିଅଟି । ଦେଖା ଚାହାଁରୁ ଧିରେ ଧିରେ ଦୁହିଁଙ୍କ ମଧ୍ୟରେ ସୃଷ୍ଟି ହେଲା ଆପଣା ପଣ । ଦୁହେଁ ଦୁହିଁଙ୍କୁ ନ ଦେଖିଲେ ରହି ପାରିଲେ ନାହିଁ । ପ୍ରେମ ଏକ ଅଫୁରନ୍ତ ନଦୀ। ପ୍ରେମ ଯେପରିକି କଇଁ ଆକାଶର ଜହ୍ନକୁ, ନଦୀ ସାଗରକୁ, ତୁଷାର୍ତ୍ତ ଜଳକୁ, ଶିଶୁ ଜନନୀକୁ ଆଉ ପ୍ରେମିକ ପ୍ରେମିକାକୁ । କିନ୍ତୁ ଗଭୀର ହୃଦୟ ତଳର ନିଃସ୍ବାର୍ଥ ଆକର୍ଷଣ ହିଁ ପ୍ରେମ । ସ୍ବାର୍ଥର ଚିହ୍ନ ନଥାଏ ପ୍ରେମରେ । ଜଳିବାର ସାମର୍ଥ ଭରିଥାଏ ରକ୍ତରେ । ଦୃଶ୍ୟମାନ ହୁଏ ନାହିଁ କିଛି । ପ୍ରେମ ଇଶ୍ବରଙ୍କ ପ୍ରାପ୍ତି ଏବଂ ଜୀବନର ଆରମ୍ଭ ଓ ଶେଷ। ଚହଲା ଯୌବନ ଏବଂ ମନ ତଳର କମ୍ପନ; ହୃଦୟ ପରଖି ନିଏ । ଗୋଟିଏ ମନରେ ବନ୍ଧନର ଭାବ ଜନ୍ମ ପାଇଁ ବାନ୍ଧି ଯାଏ । 


ପ୍ରେମ ଶାଶ୍ବତ ଓ ଚିରନ୍ତନ । ପ୍ରେମ ବିନା ଏ ଜୀବନ ଅର୍ଥହୀନ । ପ୍ରେମ ଜୀବନର ଜୀବନ ଓ ହୃଦୟର ସ୍ପନ୍ଦନ। ପୁନେଇଁ ଚାନ୍ଦରେ ମେଘର ଆବରଣ । ପ୍ରେମ ଜାଣେନା ମିଛ ଓ ଜାଣେନା ଅହଂକାର। ସତେକି ସେ ଶୀତ ସକାଳର ବିନ୍ଦୁଏ କାକର । ପ୍ରେମ ରାଧାର ଶୃଙ୍ଗାର ଏବଂ ରାସ କୃଷ୍ଣର । ପ୍ରେମ ମଧ୍ୟ ମୀରା ବୀଣାର ଝଙ୍କାର । ପ୍ରେମ ହିଁ ସାଜି ଦେଇଛି ଜୀବନର ସାର୍ଥକ ଅର୍ଥ ।


ନିଜ ଆଖି ଆଗରେ ଖାଲି ସେ ଝିଅର ହସ ହସ ମୁଁହଟି ଚାଲିଆସୁଥିବା ଅବିନାଶର। ରୋମାଞ୍ଚିତ କରିଦେଉଥାଏ ତାର ମନକୁ। ସେ ପ୍ରଥମ ସ୍ପର୍ଶ ର ଅନୁଭୂତିରେ ନିଜକୁ ହଜେଇ ଦେଇ ସ୍ୱପ୍ନ ଦୁନିଆରେ ଭାସି ବୁଲୁଥାଏ ।


ପ୍ରେମର ପ୍ରଥମାର୍ଦ୍ଧରେ ଅବିନାଶର କଣ ହେଲା କେଜାଣି ? ? ? ଝିଅଟିର ଦୁଇ ପଦ କଥାରେ ଅବିନାଶର ତନ ମନକୁ ଚଳଚଞ୍ଚଳ କରିଦେଲା । ମନ ପକ୍ଷୀ ଉଡି ବୁଲିଲା ଅନ୍ତ ହୀନ ଆକାଶରେ ଅନେକ ଦୂରକୁ । ପ୍ରେମର ସାତ ରଙ୍ଗରେ ରଙ୍ଗୀନ ହେଲା ମନ । ସେଇ ଦୁଇ ପଦ କଥାରେ ସେଦିନ ହଜିଲା ଦିବାରାତ୍ର। ଝିଅଟିର ସେଇ ସ୍ମିତହାସ୍ୟ ଅବିନାଶ ମନର ଉନ୍ମାଦନା ଓ ଉତ୍ସୁକତାକୁ ଅନେକ ଗୁଣ ବଢ଼ାଇ ଦେଲା । ଝିଅଟି ପାଇଁ ସ୍ବପ୍ନର ସୌଧଟିଏ ଗଢିଥିଲା ଅତି ଗୋପନ ଭାବରେ ସେହିଦିନ ଠାରୁ ।


ଅଜା ବାଙ୍କନିଧି ଆଚାର୍ଯ୍ୟଙ୍କ ଝିଅ ସହିତ ବିବାହ କରାଇ ଦେଲେ ଅବିନାଶର । ସେତେବେଳେ ଅଜାଙ୍କୁ କିଛି କହି ପାରିଲି ନାହିଁ । ସେ ସମୟରେ ସେ ଥିଲା ନିରୁପାୟ । ଶେଷ ଥର ପାଇଁ ସେହି ଝିଅଟିକୁ ପଦେ ସାନ୍ତ୍ବନା ମଧ୍ୟ ଦେଇ ପାରିଲା ନାହିଁ ବୋଲି ଚିନ୍ତିତ ଥାଏ ଅବିନାଶ । 


ସମାଜର ପରନିନ୍ଦାକୁ ଡରି ମଧ୍ୟ ଝିଅଟି ବୋଧହୁଏ ରହିଗଲା ନିରବ। ସାତ ଦୀପ,ଆଠ କଳସକୁ ସାକ୍ଷୀ ରଖି ଧରିଲା ଅନ୍ୟର ହାତ । ଚତୁର୍ଥୀ ରାତିରେ ମିଞ୍ଜିମିଞ୍ଜି ଆଲୁଅରେ ଅବିନାଶ ଯାହାକୁ ଦେଖିଲା ସେ ଚିହ୍ନା ଚିହ୍ନା ଲାଗୁଥିଲା । ଆଖିକୁ ବିଶ୍ବାସ କରି ପାରିଲି ନାହିଁ । ସେ ଆଉ କେହି ନୁହେଁ ସେହି ଝିଅଟି ଯାହାର ନାମ ଭାବନା । ସେ ବାଙ୍କନିଧି ଆଚାର୍ଯ୍ୟଙ୍କ ଝିଅ । ଖୁସିରେ ଗଦଗଦ ହୋଇ ଗଲା ସେ । ଭାବନା ବି ଅବିନାଶକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲା । ଲୁଚାଇ କରି ରଖିଥିବା ଓଢ଼ଣୀଟି ଦେଇ ଭାବନାକୁ କହିଲା । ବାସ୍ତବରେ ଆମ ପ୍ରେମ ଅଜାଣତରେ ସଫଳତା ଲାଭ କରିଛି ।

ସତରେ ତୁମ ଓଢ଼ଣୀଟି ବାସ୍ତବ ପ୍ରେମ ।


ଏବେ ଅଜା ନାତି ଭାରି ଖୁସି । ଅଜାଙ୍କର ମନଲାଖି ନାତୁଣୀ ବୋହୁଟିଏ ମିଳିଗଲା । ଆଉ ନାତିଆକୁ ଅଜାଣତରେ ନିଜର ପ୍ରେମିକା ମିଳିଗଲା । କଥାରେ ଅଛି ପରା - ମନ ଜାଣି ପ୍ରଭୁ.... 


Rate this content
Log in

More oriya story from Lalita Mohan Mishra

Similar oriya story from Romance