STORYMIRROR

Lalita Mohan Mishra

Children Stories Others

4  

Lalita Mohan Mishra

Children Stories Others

ଉତ୍କୃଷ୍ଟ ଚିନ୍ତାଧାରା

ଉତ୍କୃଷ୍ଟ ଚିନ୍ତାଧାରା

2 mins
8


ରାଜା ଭଦ୍ରସେନା ସର୍ବଦା ଚିନ୍ତିତ ରହୁଥିଲେ, ନିଜ ପ୍ରଜାମାନଙ୍କ ସୁଖ ଦୁଃଖ ପାଇଁ । ସେ ନିୟମିତ ଭାବରେ ରାଜ୍ୟ ବୁଲି ଲୋକଙ୍କ ସୁଖ ସୁବିଧା ବିଷୟରେ ପଚାରି ବୁଝିଥିଲେ । ସାଧାରଣ ଜନତା ଓ ରାଜ୍ୟ ସରକାର ମଧ୍ୟରେ ସୁସମ୍ପର୍କ ପ୍ରତିଷ୍ଠା ପାଇଁ ସେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରୁଥିଲେ । ଥରେ ରାଜା ରାଜ୍ୟରେ ସୂଚନା ଦେଲେ, ଏକ ନିଆରା ପ୍ରତିଯୋଗିତା ଅନୁଷ୍ଠିତ ହେବ । ଯିଏ ସେଥିରେ ବିଜେତା ହେବ, ସେ ହିଁ ରାଜ୍ୟର ଉତ୍ତରାଧିକାରୀ ହେବ। ଏଥିରେ ଜାତି, ଧର୍ମ, ବର୍ଣ୍ଣ ଓ ସମ୍ପ୍ରଦାୟର କୌଣସି ପ୍ରତିବନ୍ଧକ ରହିବ ନାହିଁ। ଏଥିରେ ରାଜ୍ୟର ପ୍ରତ୍ୟେକ ବ୍ୟକ୍ତି ଭାଗ ନେଇ ପାରିବେ, ଏବଂ ସେଥିରେ ସେମାନଙ୍କର ଅଧିକାର ରହିବ। ଏହାକୁ ନେଇ ସମସ୍ତଙ୍କର ମନରେ ଉତ୍ସାହ ଉଦ୍ଦୀପନା ଭରି ଗଲା । ଏଥିରେ ସାମିଲ ହେବା ପାଇଁ ରାଜ୍ୟର ସବୁ ପ୍ରକାରର ଲୋକ ଭାଗ ନେଇଥିଲେ । ରାଜକୁମାରଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକ ପର୍ଯ୍ୟନ୍ତ ସମସ୍ତେ ଏଥିପାଇଁ ପ୍ରତିଯୋଗିତା ସ୍ଥଳକୁ ଆସିଥିଲେ। ରାଜା ପ୍ରଥମେ ସମସ୍ତଙ୍କୁ ଗୋଟିଏ ପ୍ରଶ୍ନ ପଚାରିଥିଲେ ? ରାଜ୍ୟରେ ବନ-ଉପବନ ଏବଂ ପରିସରରେ କେଉଁ ବୃକ୍ଷ ଲଗାଇବା ଉଚିତ୍, ଯେଉଁଥିରୁ କି ଆମେ ସଫଳତାର ଏଭଳି ଫଳ ଖାଇପାରିବା ? ଯାହା ଦ୍ବାରା କି ରାଜ୍ୟର ଭାଗ୍ୟ ବଦଳି ଯିବ ? ଏଭଳି ପ୍ରଶ୍ନର ଉତ୍ତର ରାଜାଙ୍କୁ ଦେବାପାଇଁ ସମସ୍ତେ ପ୍ରୟାସ କରିଥିଲେ କିନ୍ତୁ ରାଜା ସେମାନଙ୍କର ଉତ୍ତରରେ ସନ୍ତୁଷ୍ଟ ହୋଇପାରିଲେ ନାହିଁ । ସମସ୍ତେ ପରସ୍ପର ମୁଖକୁ ଚାହିଁବା ବ୍ୟତୀତ ଆଉ କିଛି ଚାରା ନ ଥିଲା । ଶେଷରେ ଜନଜାତି ସମ୍ପ୍ରଦାୟର ଜଣେ ଯୁବକ ଆଗେଇ ଆସି ନମ୍ର ସ୍ୱରରେ କହିଲା, 'ମହାରାଜ ! ଆମ ରାଜ୍ୟରେ ସକାରାତ୍ମକ ଚିନ୍ତାଧାରା ରୂପକ କିଛି ବୃକ୍ଷ ରୋପଣ କରିବାର ଆବଶ୍ୟକତା ରହିଛି । ତାହାର ଫଳ ହିଁ ସଫଳତାର ଫଳ ବହନ କରିପାରିବ, ଯାହାକୁ ପ୍ରଜାଗଣ ଖାଇବା ଦ୍ୱାରା, ରାଜ୍ୟକୁ ଦୁଇ ଗୁଣରୁ ଚାରିଗୁଣରେ ପ୍ରଗତି କରିପାରିବେ । ଏହାପରେ ହିଁ ରାଜ୍ୟର ଭାଗ୍ୟ ପରିବର୍ତ୍ତନ ହୋଇପାରିବ । ଏକଥା ଶୁଣି ରାଜାଙ୍କ ମୁଖ ମଣ୍ଡଳରେ ପ୍ରସନ୍ନତା ଭରିଗଲା । ରାଜା ଅନୁଭବ କଲେ ଯେଉଁମାନଙ୍କର ଏଭଳି ଉତ୍କୃଷ୍ଟ ଚିନ୍ତାଧାରା ଅଛି, ସେମାନେ ହିଁ ଏହି ରାଜ୍ୟର ଦାୟିତ୍ୱ ନେଇ ସଠିକ୍ ଭାବରେ ପରିଚାଳନା କରିପାରିବେ । ରାଜା ତାହାପରେ ସେହି ଯୁବକଙ୍କୁ ନିଜର ଉତ୍ତରାଧିକାରୀ ଭାବେ ଘୋଷଣା କଲେ...।


Rate this content
Log in