STORYMIRROR

Lalita Mohan Mishra

Children Stories Classics Others

4  

Lalita Mohan Mishra

Children Stories Classics Others

ବାପା ; ଜୀବନ ବଗିଚାର ମାଳି

ବାପା ; ଜୀବନ ବଗିଚାର ମାଳି

2 mins
5


କୁହାଯାଏ ବାପା ଲୋରୀ ଶୁଣାନ୍ତି ନାହିଁ । ମା' ଲୋରୀ ଶୁଣାଏ କିନ୍ତୁ ବାପାଙ୍କର ପିଠି ଥାପୁଡା (ଥପକ) ନିରନ୍ତର ଚାଲିଥାଏ । ଶିଶୁଟି ମା'ର ଲୋରୀ ଶୁଣିପାରେ, ବାପାଙ୍କର ସ୍ନେହ ପୂର୍ବକ ଥପକକୁ ଦେଖିପାରେ ନାହିଁ, କେବଳ ଅନୁଭବ କରେ । ବାପା ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ ପୁତ୍ର ସହିତ ଥାଆନ୍ତି। ସେଥିପାଇଁ ତ କୁହାଯାଏ - "ପିତା ବୈ ଜାୟତେ ପୁତ୍ରଃ" ଅର୍ଥାତ୍ ପିତା ହିଁ ପୁତ୍ର ରୂପରେ ଜନ୍ମ ଗ୍ରହଣ କରନ୍ତି । ବୀଜରୁ ହିଁ ବୃକ୍ଷ । ବୀଜ ରୂପ ପିତାର ସନ୍ତାନ ସନ୍ତତି ଭାବରେ ବୃକ୍ଷ । ସାରା ଜୀବନ ବାପାମାଆ ସନ୍ତାନର ଶିରାପ୍ରଶିରାରେ ପ୍ରବାହିତ ହୁଅନ୍ତି । ବାପା ହେଉଛନ୍ତି ପାଳକ, ପୋଷକ ଓ ରକ୍ଷକ। ପରିବାରର ଦାୟିତ୍ୱକୁ ଦକ୍ଷତାର ସହ ସମ୍ପାଦନ କରିବାର ଦାୟିତ୍ବ ବାପାଙ୍କ ଉପରେ । ମହାଭାରତରେ କୁହାଯାଇଛି - ବାପା ଆକାଶଠାରୁ ବି ବଡ । ଜୀବନରେ ଅନୁଶାସନ ରକ୍ଷା କରିବା ଏକ କଷ୍ଟକର କାମ, ଏଥିରେ ବ୍ୟକ୍ତିକୁ ବିଶ୍ରାମ ମିଳି ନଥାଏ । ଅନୁଶାସନ ସହିତ ବଞ୍ଚିବାକୁ କେହି ପସନ୍ଦ କରନ୍ତି ନାହିଁ। କିନ୍ତୁ ସତ କଥା ହେଉଛି ଶୃଙ୍ଖଳା ବିନା ଜୀବନର ସନ୍ତୁଳନ ରହେନାହିଁ । ଆମେ ଅନୁଶାସନ ନାମକ ଲକ୍ଷ୍ୟ ପଥରୁ ବିଚ୍ୟୁତ ହେବା ଉଚିତ୍ ନୁହେଁ । ଏହାକୁ ଆମେ ଏକ ଗୁଡିର ଉଦାହରଣ ଦ୍ୱାରା ବୁଝିପାରିବା । ଉଡ଼ୁଥିବା ଗୁଡିଟି ଆକାଶରେ ସେ ପର୍ଯ୍ୟନ୍ତ ଉଡିଥାଏ, ଯେ ପର୍ଯ୍ୟନ୍ତ ସେ ସୁତାରେ ବାନ୍ଧି ହୋଇ ରହିଥାଏ। ସୁତାଟି କଟିଗଲେ ତାର ଅସ୍ତିତ୍ୱ ହରାଇ ଦିଏ। ସେପରି ଆମ ଜୀବନ ଶୃଙ୍ଖଳାର ସୂତ୍ର ହେଉଛନ୍ତି ବାପା। ଆମ ଜୀବନକୁ ନିୟନ୍ତ୍ରଣ କରନ୍ତି ବାପା । ଶୃଙ୍ଖଳିତ ଜୀବନ ଯାପନ କରୁଥିବା ପିଲାମାନେ ଜୀବନରେ ସଫଳ ବ୍ୟକ୍ତିତ୍ୱରେ ପରିଣତ ହୁଅନ୍ତି । ପିତା ନାରୀକେଳ ସଦୃଶ । ଉପରେ ଗମ୍ଭୀର ବ୍ୟବହାର କିନ୍ତୁ ଭିତରେ କୋମଳ ସ୍ବଭାବ । ବାପାଙ୍କ ପ୍ରେମ ଦୃଶ୍ୟମାନ ହୁଏ ନାହିଁ, ଅନୁଭବ ହୁଏ । ବାହାରୁ କଠୋର ଦେଖାଯାଉଥିବା ପିତା ଆଭ୍ୟନ୍ତରୀଣ ସ୍ତରରେ ବହୁତ ଭାବପ୍ରବଣ । ସମସ୍ତଙ୍କ ସାମ୍ନାରେ ମା' କାନ୍ଦନ୍ତି କିନ୍ତୁ ବାପା କାନ୍ଦି ପାରନ୍ତି ନାହିଁ। ଝିଅ ବିଦାୟ ଅବସରରେ ବାପାଙ୍କ ଭାବପ୍ରବଣତା ଅନୁଭବ ମାତ୍ର । ବାପା ପୂର୍ଣ୍ଣ ହୃଦୟରେ ପିଲାଙ୍କୁ ଲାଳନପାଳନ କରନ୍ତି । ବାପାଙ୍କ ପରିବାର ବଗିଚାରେ ଫୁଲ ଗୁଡ଼ିକ ଫୁଟି ହସି ଉଠନ୍ତି, ସେମାନଙ୍କ ସୁଗନ୍ଧରେ ଘର ସଂସାର ମହକିତ କରିଦିଏ । ପିତୃ ଦିବସ ଏକଦିନିଆ ଉତ୍ସବ । ସନ୍ତାନ ଜୀବନରେ ବାପାଙ୍କ ଅବଦାନ ଏକ ନିରନ୍ତର ଆଧ୍ୟାତ୍ମିକ ସମ୍ମାନ । ଯେମିତି କୌଣସି ଘରର ସ୍ଥିତି ତା'ର ଭିତ୍ତିଭୂମି ଉପରେ ନିର୍ଭର କରିଥାଏ, ଠିକ୍ ସେହିପରି ବାପା ପିଲାର ସଫଳତାର ଆଧାର ପାଲଟି ଯାଆନ୍ତି। ମା' ପିତାଙ୍କ ସହ ଭାବନାତ୍ମକ ଭାବରେ ଯୋଡ଼ି ହୋଇଥାନ୍ତି ଏବଂ ସଂଘର୍ଷରେ ଢାଲ ହୋଇ ଏହାକୁ ମଜବୁତ କରିଥାନ୍ତି । କଠିନ ପରିସ୍ଥିତିରେ ଉପଯୁକ୍ତ ନିଷ୍ପତ୍ତି ନେବାରେ ସକ୍ଷମ ନହେଲେ, ବାପାଙ୍କ ପରାମର୍ଶ ଗୁରୁତ୍ୱପୂର୍ଣ୍ଣ ହୋଇଯାଏ । ବାପାଙ୍କ ମାର୍ଗଦର୍ଶନରେ, ଜୀବନର ଗଭୀରତାକୁ ବୁଝିବା ଏବଂ ଆଗକୁ ବଢିବାର ସହାୟକ ହୋଇଥାଏ ।



Rate this content
Log in