STORYMIRROR

Lalita Mohan Mishra

Children Stories Classics Others

3  

Lalita Mohan Mishra

Children Stories Classics Others

ପ୍ରଥମ ରୋଜଗାର

ପ୍ରଥମ ରୋଜଗାର

2 mins
5


ମୋର ପ୍ରଥମ ଦରମା ନନାଙ୍କୁ ଦେଇଥିଲି, ଏବଂ ସେଥିରୁ ମାତ୍ର ପାଞ୍ଚ ଶହ ଟଙ୍କା କାଢି ବୋଉକୁ ଅଲଗା ଦେଇଥିଲି । ମୋର ଜନ୍ମ ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ କୁରାଳ ଗ୍ରାମରେ । ନନା ଆର୍ତ୍ତବନ୍ଧୁ ମିଶ୍ର ବୋଉ ଶୈଳବାଳା ମିଶ୍ର । ତିନିଭାଇଙ୍କ ମଧ୍ୟରେ ମୁଁ ମଝିଆ । ମୋର ଗୋଟିଏ ବୋଲି ଭଉଣୀ ।ମଧ୍ୟବିତ୍ତ ପରିବାରର ଆର୍ଥିକ ଅବସ୍ଥା ଦେଇ ମୋ କୈଶୋର ଅତିବାହିତ।ଜୀବନର ବିଭିନ୍ନ ପର୍ଯ୍ୟାୟରେ ଘାତ ପ୍ରତିଘାତ ଦେଇ ଶେଷରେ ପୁରୀ ସଦାଶିବ କେନ୍ଦ୍ରୀୟ ସଂସ୍କୃତ ବିଦ୍ୟାଳୟରେ ଅଧ୍ୟୟନ କଲି । ମୋ ପୂର୍ବରୁ ବଡ ଭାଇ ସେହି କଲେଜରେ ପଢୁଥିଲେ । ତେଣୁ ଚଳିବାକୁ ମୋତେ ସେତେ ଅସୁବିଧା ନ ଥିଲା । ନନା ଚଳିବାକୁ ଏବଂ ହଷ୍ଟେଲ ଖର୍ଚ୍ଚ ବାବଦକୁ... ମାସକୁ ତିନି ଶହଟଙ୍କା... ଆମ ଗାଁ ଚପଳା ବସ୍ ର କଣ୍ଡକ୍ଟର ହାତରେ ପୁରୀ ପଠାଇ ଦିଅନ୍ତି । ସେଥିରେ ଯେନତେନ ପ୍ରକାରେ ମାସିକ ଚଳିବାକୁ ହୁଏ । କଲେଜରୁ ଛାତ୍ରବୃତ୍ତି ସେତେବେଳେ ପଚାଶ ଟଙ୍କା ମିଳୁଥାଏ । ପୁରୀରେ ଶାସ୍ତ୍ରୀ ଉତ୍ତିର୍ଣ୍ଣ ପରେ ସାଗର ବିଶ୍ବବିଦ୍ୟାଳୟରେ ଏମ୍ ଏ, ଏବଂ ଏମ୍ ଫିଲ୍ କଲି । ନନା ସେତେବେଳେ ପ୍ରାଥମିକ ଶିକ୍ଷକରୁ ଅବସର ନେଇଥିଲେ କିନ୍ତୁ ଅବସର ପରେ ମଧ୍ୟ ମାସିକ ହଜାର ଟଙ୍କା ଲେଖାଏଁ ଡ୍ରାଫ୍ଟ କରି ପଠାଇ ଦିଅନ୍ତି ।ମୋର ଚାକିରୀର ପ୍ରଥମ ସ୍ଥାନ ନବରଙ୍ଗପୁର ଜିଲ୍ଲା ପାତ୍ରପୁଟରେ । ନନା ମୋତେ ସାଥିରେ ନେଇ ସେଠାରେ ଜଏନ୍ କରାଇଥିଲେ । ନନା ହିଁ ମୋର ଆଦର୍ଶ । ନନାଙ୍କ ପ୍ରେରଣା.. ମୋତେ ସାହିତ୍ୟ ପ୍ରତି ଅଧିକ ରୁଚିଶୀଳ କ

ରାଇଥିଲା । ମୁଁ ବୃତ୍ତିଗତ ଜୀବନରୁ ଟିକିଏ ସମୟ ପାଇଲେ ସାହିତ୍ୟ ସର୍ଜନା କରେ । ସେତେବେଳେ ଖବର କାଗଜ କିମ୍ବା ପତ୍ର ପତ୍ରିକା ସେତେ ଉପଲବ୍ଧ ନଥିଲା। ମୁଁ ନବରଙ୍ଗପୁରରୁ ଗାଁ କୁ ଆସିଲା ବେଳେ ଭବାନୀପାଟଣା ବସ୍ ଷ୍ଟାଣ୍ଡରୁ ପତ୍ରିକା କିଣୁଥିଲି । ଅମୃତାୟନ, ଝଙ୍କାର, ନବନୀତା ଏବଂ କଥା ପତ୍ରିକା ପୂଜା ବିଶେଷାଙ୍କ ପାଉଥିଲି । ସେଗୁଡିକୁ ପାଠକରି ଗଳ୍ପ ଲେଖିବାର ଶୈଳୀ ପାଇଥିଲି । ସେତେବେଳେ ପତ୍ରିକା ଗୁଡ଼ିକୁ ଲେଖା ଦେଲେ ମଧ୍ୟ ପ୍ରକାଶିତ ହୁଏ କି ନାହିଁ ଜାଣି ହୁଏ ନାହିଁ । ନବରଙ୍ଗପୁର ଜିଲ୍ଲା ଛାଡିବା ପରେ ଗଜପତି ଜିଲ୍ଲାରେ ସାହିତ୍ୟ ପ୍ରତି ଅଧିକ ମନୋନିବେଶ କଲି । ବର୍ତ୍ତମାନ ସୁଦ୍ଧା ମୋର ଚାରୋଟି ଗଳ୍ପ ସଙ୍କଳନ - ପରିଣୀତା, ଜୀବନ ଜ୍ୟାମିତି, ମଧ୍ୟାହ୍ନର ଛାଇ ଏବଂ ବିଭାବରୀ କୃଷ୍ଣ ପଣତରେ । ଗୋଟିଏ ମାତ୍ର ଉପନ୍ୟାସ - ଅନ୍ଧ ଗଳିର ନାୟିକା । ଦୁଇଟି ଆଧ୍ୟାତ୍ମିକ ସଂକଳନ - ଅମୃତ ଗଣ୍ଠିଲି ଏବଂ ଚେତନାର ଚଉହଦି ଏତତ୍ ବ୍ୟତୀତ ଗୋଟିଏ ଶିଶୁ ଗଳ୍ପ ସଙ୍କଳନ - ମୋତେ ଏତିକି ଶିଖାଅ ସାଇଁ ଏବଂ ପ୍ରବନ୍ଧ ସଙ୍କଳନ - ସୃଜନ ବେଣୁର ମେଘମହ୍ଲାର ।ସମୂଦାୟ ଏବେ ସୁଦ୍ଧା ମୋର ନଅଟି ପୁସ୍ତକ ସଂକଳିତ । ମୋର ଧର୍ମପତ୍ନୀ ପ୍ରଣତି ଆଚାର୍ଯ୍ୟ ମିଶ୍ର ଜଣେ ଲେଖିକା ହେଲେ ସୁଦ୍ଧା ସେ ମୋର ପ୍ରଥମ ପାଠିକା ମୁଁ ତାର ପ୍ରଥମ ପାଠକ । ଧରିତ୍ରୀ ଖବରକାଗଜ ଏଭଳି ଏକ ନିଆରା ପୃଷ୍ଠା ସୃଷ୍ଟି କରି ସର୍ଜନଶୀଳ ବ୍ଯକ୍ତିକୁ ପ୍ରେରଣା ଯୋଗାଉଛି ।ସେଥିପାଇଁ ମୁଁ ସମସ୍ତଙ୍କ ପାଖରେ କୃତଜ୍ଞ୍।


Rate this content
Log in