ନିରିବୁଦ୍ଧିଆ
ନିରିବୁଦ୍ଧିଆ


ହଇରେ ନଟିଆ ,ତୁ ମତେ ମିଛ କହିଲୁ କାଇଁକି ? ନଟିଆ ରାଗିଯାଇ କହିଲା କି ମିଛ ତତେ କହିଲି? କାଇଁ ମୋର ତ ମନେ ନାଇଁ। ହଁ ହଁ ତୁ ମତେ ମିଛ କହିଛୁ, ମୁଁ ତୋର ଜୀବନ ଦିଆନିଆ ସାଙ୍ଗ,ହେଇ ସେଦିନ କଥା ତୋର ମନେ ନାହିଁ? ତୁ ପାଣିରେ ବୁଡି ଗଲାବେଳେ ମୁଁ ପାଣିକୁ ଡେଇଁ,ତୋ ବେକରେ ଗାମୁଛା ଟାକୁ ଭିଡି ତତେ ଘୋଷାଡି ଆଣିଥେଲି, ତୁ ଗଁ ଗଁ ହେବାରୁ ମୁଁ ଶୀଘ୍ର ଗାମୁଛା ଟାକୁ ଫିଟାଇ ଦେଲି। ହଁ ସେକଥା ସତ ଯେ ହେଲେ ମୁଁ ତତେ ମିଛ କେତେବେଳେ କହିଲି? କାଲି କହିଲୁ ତୋ ବୋଉ କହିଲେ କେତେବେଳେ ଦିନରାତି ହଉଛି ମୁଁ ଜାଣିପାରୁନି । ହଁ ବୋଉ ତ ମତେ ସେଇକଥା କହିଲା। ସେ ତ ବୋଉକଥା ହେଲା ମୋ କଥା ଜମାନୁହଁ। ଆରେ ରାତି ହେଲେ ତ ଅନ୍ଧାର ହବ,ସମତେ ଶୋଇ ପଡିବେ,ଦିନ ହେଲେ ତୋଫା ଆଲୁଅ ପଡିବ, ସମତେ ଉଠି ପଡିବେ,ଖିଆପିଆ ଆରମ୍ଭ ହେବ । ଆଉ ତୋ ବୋଉ ଏଇକଥା ଜାଣିପାରୁନି କେମିତି ? ତେବେ ଚାଲଯିବା ଦୁଇଜଣ ଯାକ ତୋ ବୋଉକୁ ପଚାରିବା ।ତା ଆଖି ଖରାପ ହେଇଛି ନା କଣ,ସେ ଅନ୍ଧ ହେଇଗଲା କି କଣ,ନଇଲେ ଦେଖିପାରୁନି କିଆଁ? ଦୁଇଜଣ ପଚାରିବାକୁ ଗଲେ,ବୋଉ କହିଲେ, ଦୁଇ ସାଙ୍ଗକୁ କଣ ବେଳ ଜଣାପଡୁନି କେତେବେଳେ ଗାଧେଇବ? ନାଇଁ ବ ବୋଉ,କେତେବେଳେ ଦିନ ଆଉ ରାତି ହଉଛି ତୁ କାଇଁ ଜାଣିପାରୁନୁ? କାଲି ସେଇକଥା କହିଲୁ। ତୋ ଆଖି ଖରାପ ହେଇଗଲା କି କଣ। ଆରେ ନିରିବୁଦ୍ଧିଆ ପିଲା,ଏତେ ପାଇଟି କରିକରି ଦିନରାତି କେତେବେଳେ ହଉଛି ଯେ ଜାଣିପାରୁନି ବୋଲି କଥା ଲେଖାକୁ କହିଲି ସିନା,ସତରେ କଣ ମୋ ଆଖିକୁ ଦିଶୁନି ? କଣ ଆଉ ତୁମ ଦୁଇଟାଙ୍କୁ କହିବି?