puspalata samantary

Abstract

3  

puspalata samantary

Abstract

ବିଳସିତ ନିବାସ

ବିଳସିତ ନିବାସ

3 mins
281


ତରୁଣୀକାର ବୋଉ ମାଟି ଅଗଣା ଟିକୁ ଲିିପା ପୋଛା କରି, ଅଗଣା ମଝିରେ ଥିବା ଚଉରାରେ ତୁଳସୀୀ ଗଛଟିରେ ନିଇତି ଗାଧୋଇ ଆସି ଚଉରାରେ ଥିବା ତୁଳସୀ ଗଛରେ ପାଣି ମନ୍ଦିଏ ଦେଇ, ମୁଣ୍ଡିଆ ମାରି ,ମଙ୍ଗଳ ମନାସି ଥାନ୍ତି ।ଏଇପ୍ରଥା କାହିଁ କେଉଁ କାଳରୁ ପ୍ରଚଳିତ ହେଇ ଆସୁୁଛି ।ଘର ଭିତରେେ ତୁଳସୀ ଗଛଟିଏ ରଖି ପୂୂଜା କରିବା ଦ୍ୱାରା ତୁଳସୀର ଔଷଧୀୟ ଗୁୁୁଣରେ ଶରୀର ନିିିରୋଗ ରହିିିିବା ସହିତ ଘରେ ସକାରାତ୍ମକ ଶକ୍ତିିିର ସୁପ୍ରଭାବ ପଡିଥାଏ ।ତରୁଣୀକାର ବୋଉ ଚଉରା ଟିକୁ ଲିିପା ପୋଛା କରି, ଅରୁଆ ଚାଉଳ ବାଟି ଚିତା ଦେଇଥାନ୍ତି ଯିଏ ଦେଖିଲେ ଘଡିଏ ଚାହିଁ ରହିବା ପରି ଆକର୍ଷଣୀୟ ହୋଇଥାଏ ପରିବେଶଟି।

କାର୍ତ୍ତିକ ମାସ କାକର ପଡିଥିବା ସକାଳର ବାଳସୂୂୂର୍ଯ୍ୟଙ୍କ ଆଭାରେ କାକର ବୁନ୍ଦା ଗୁଡିକ ଚକ୍ ଚକ୍ କରୁୁୁଥାଏ।ଶୀତ ଟିକିଏ ଛୁଇଁ ଯାଉଥାଏ ଶରୀର କୁ।ତରୁଣୀକା ସହର ରେ ରହିି କଲେଜରେ ପଢୁଛି । ଦଶରା ଛୁଟିରେ ଗାଁ କୁ ଆସିଛି ।ତାର ସାଙ୍ଗଟିଏ ଆସି ମଫସଲରେ ଗାଉଁଲି ଚଳଣି ସହିତ ପରିଚିତ ହେବା ତାର ଇଚ୍ଛା ।ସେ ଆଜି ଆସିବ,ଦୁଇଦିନ ପରେ ତରୁଣୀକା ସହିତ ଫେରିଯିବ। ସେ ତାଙ୍କ ବାପାଙ୍କ ସହିତ ସବୁ ଚାକିରି ଜାଗାରେ ବୁଲି ଗାଁଁ ସହିତ ଜମାରୁୁ ତାର ଧାରଣା ନାହିଁ।ସାଙ୍ଗ ଝିଅଟିି ଆସି ପହଞ୍ଚିଲା ।କେଡେ ସୁନ୍ଦରିଆ ଝିଅଟିଏ, ନାଁ ଟି ତାର ଅନ୍ତରା।ତରୁଣୀକା କହିଛି ମୋ ସାଙ୍ଗ ଆସିଲେ ଆମ ଘର ଦେଖି ତାର ତ ଜମା ମନକୁ ପାଇବନି, ଛାତ ଘର ଦୁଇ ବଖରା ଥିଲେ ବି ଅଗଣା ମାଟି,ଅଗଣା ମଝିରେ ଚଉରା ,ତାକୁ ଟିକିଏ ଛାଡି କଦଳୀ ବୁଦାଟିଏ,ଦୁଇ କାନ୍ଧି କଦଳୀ ପଡିଛି ।ଏସବୁ କୁ ସେ କେମିତି ଦେଖିବ କେଜାଣି ।ତରୁଣୀକାର ତାଗିଦ ବୋଉ ମୋ ସାଙ୍ଗ ଆସିଲେ ତୁ ପିଠା କରିବୁ,କାକରା, ଚକୁଳି, ଚିତଉ,ମଣ୍ଡା ପ୍ରଭୁତି କରିବୁ।ତାଙ୍କ ବାପା ବଡ ଅଫିସର, ତାଙ୍କ ଘରେ ପୁଝାରୀ ରାନ୍ଧେ,ମାଛ,ମାଂସ ପ୍ରଭୁତି ରଜାଘର ଖାନା। ସେ ତ ତାକୁ ସବୁବେଳେ ଖାଉଛି।ପିଠା ପଣା ତାଙ୍କ ଘରେ ଜମାରୁୁ ହୁଏନି, ଯେବେ ଇଛା ହୁଏ ବଜାରରୁ କିଣି ଖାଇଥାନ୍ତି । ଝିଅର କଥାକୁ ମନେରଖି ସାଙ୍ଗ ଆସିଲା ଦିନ ଠାରୁ ବିଭିନ୍ନ ପ୍ରକାରର ପିଠା କରି ଖୁଆଇଥାନ୍ତି ତାକୁ । ସେ ବହୁତ ଖୁସି ହୁଏ। ଅନ୍ତରା କହେ ତରୁଣୀକା ତୁମ ଘରଟି ମୋତେ ଗୋଟିଏ ମନ୍ଦିର ପରି ଲାଗୁଛି । ଖୋଲା ଜାଗା, ଅଗଣା, ପବନ ହେଉଛି, ପ୍ରକୃତିର ଅସରନ୍ତି ଭଣ୍ଡାରକୁ ତମେ ସାଇତି ରଖିଛ। ମୁଁ ଏଠାର ଫଟୋ ଉଠାଇ ନେଉଛି, ମୋ ବାପା ମାଙ୍କୁ ଦେଖାଇବି। ବୋଉ ତୁମର କେତେ ସୁନ୍ଦର ପିଠା, ଶାଗ ତରକାରୀ କରୁଛନ୍ତି, ଆମ ମାକୁ ଏସବୁ ଜଣା ନାହିଁ ଲୋ ତରୁଣୀକା। ମୋତେ ତୁମ ଘରଟା ସ୍ୱର୍ଗର ଶାନ୍ତି ମନ୍ଦିର ଭଳି ଲାଗୁଛି ।

ତରୁଣୀକା ମନଦୁଃଖ କରି କହିଲା ସେମିତି କଣ କହୁଛୁ,ତୁମ ଘରଟି ମୋତେ ସ୍ୱପ୍ନ ପୁରୀ ଭଳି ଲାଗେ । ହଁ ତୁ କଣ ଜାଣିଛୁ ଘରର ପ୍ରତ୍ୟେକ ପ୍ରତ୍ୟେକଙ୍କ ସ୍ନେହ ଶ୍ରଦ୍ଧାରେ ବାନ୍ଧି ହୋଇଛନ୍ତି ।ତୁମ ଘରେ ସମସ୍ତଙ୍କର ଯଥାର୍ଥ ମତାମତକୁ ସମ୍ମାନ ଦିଆଯାଉଛି । ସେଥିପାଇଁ ପରା କବି ଲେଖିଛନ୍ତି "ବୈକୁଣ୍ଠ ସମାନ ଆହା ଅଟେ ସେଇଘର,ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର ।"କଣ ଆଉ କହିବି।ବହୁତଳ ବିଶିଷ୍ଟ ଫ୍ଲାଟ୍ ଘର ଗୁଡିକ ରେ କଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଅଛି ? ଦାମୀ ଆସବାବ ପତ୍ର କିଣି ଆଣି ଘରକୁ ସଜାଇ ଦେଲେ କଣ ସ୍ୱପ୍ନପୁରୀ ହୋଇ ଯାଏ କି? ସେଥିରେ ଘରକୁ ଧୂଳି ପଶି ଆସିବ ବୋଲି ଝରକା ଗୁଡିକ ପରଦା ଆଚ୍ଛାଦିତ କରାଯାଇଛି ।ମାର୍ବଲ ଓ ଟାଇଲ ର ଚଟାଣ ରେ ଗୋଡ ଖସି ପଡିଯାଇ ଅକାମୀ ହେବାର ସମ୍ଭାବନା ଅଧିକ ।ସୂର୍ଯ୍ୟକିରଣ ଓ ପବନ ଚଳାଚଳ ହୋଇପାରେ ନାହିିଁ ।ସେଥିପାଇଁ ରୁମ୍ ଫ୍ରେସ୍ ନର୍ ସ୍ର୍ପେକରାହୁଏ।ସେ କୃତ୍ରିମ ସୁବାସିତ ଗୁଡିକ ର କେତେ ଖରାପ ପ୍ରଭାବ ସ୍ଵାସ୍ଥ୍ୟ ଉପରେ ପଡୁଛି କହିଲୁ? କିନ୍ତୁ ସେଇଟା ଗୋଟିଏ ବଡଲୋକୀ ସଭ୍ୟତା, ଆଭିଜାତ୍ୟ ର ଆଭାସ ।ସେଥିରେ କୃତିମତା ରହିଛି ସିନା ପ୍ରାକୃତିକ ପରିବେଶ କାହିଁ।ସେଇ ସବୁ ଫ୍ଲାଟ୍ କିଣିବା ପାଇଁ ଚାଳିଶ ଲକ୍ଷ,କେଉଁଠି ଅଧକୋଟିଏ,କୋଟିଏ ରେ କିଣି ନିଜର ଆର୍ଥିକ ସ୍ୱଛଳତାରେ ଉଛୁଳି ପଡୁଛନ୍ତି ସକ୍ଷମ ମାନେ ।ସେଥିରେ ପୁଣି କଣ୍ଟ୍ରାକ୍ଟର ତିଆରି ଘର,ସ୍ଥାୟିତ୍ୱ ବିଷୟରେ ନ କହିଲେ ଭଲ।ସେଇ ଘର ତତେ ସ୍ୱପ୍ନପୁରୀ ପରି ଲାଗୁଛି ।ଦିନରେ ସୂର୍ଯ୍ୟ ଦେଖି ହୁଏନି କି ରାତିରେ ଚନ୍ଦ୍ର ଦେଖି ହୁଏନି।ଯିଏ ସାରା ଦେଶ ର ଜହ୍ନ ମାମୁୁଁ,ସେ ଆମକୁ କେେେବେ ଦେଖା ଦିଅନ୍ତିି ନାହିଁ।


Rate this content
Log in

Similar oriya story from Abstract