STORYMIRROR

puspalata samantary

Classics

3  

puspalata samantary

Classics

ଭାଗବତ ଟୁଙ୍ଗି

ଭାଗବତ ଟୁଙ୍ଗି

2 mins
112

ଗ୍ରାମ ର ସାହି ମଝିରେ ଭାଗବତ ଟୁଙ୍ଗି (ଘର) ସଗୌରବେ ମଥାଟେକି ଠିଆ ହୋଇଛି ,ଗ୍ରାମ ର ଆଧ୍ୟାତ୍ମିକ ପ୍ରାଣକେନ୍ଦ୍ର ର ଐତିହ୍ୟ ବହନ କରି ।ବର୍ଷ ଯାକର ପୂଜା ପାର୍ବଣ ର ଗୁରୁତ୍ଵ ବହନ କରୁଥିବା ଦିନ ଗୁଡିକରେ ସେହି ଭାଗବତ ଘରେ ପୂଜା ହେଉଥିବା ଝାଂଜ, ଖୋଳ, ଗିନି ସହିତ ସଂକୀର୍ତ୍ତନ ମଣ୍ଡଳୀ ସଂକୀର୍ତ୍ତନ କରିବାକୁ ବାହାରିଥାଆନ୍ତି ।ଏବେ ଆମ ସରକାର ରୁଗ୍ ଣ ହୋଇ ପଡିଥିବା ଭାଗବତ ଟୁଙ୍ଗି ର ପୁନରୁଦ୍ଧାର ପାଇଁ ଗାଁ ଗାଁ କୁ ପ୍ରୋତ୍ସାହନ ରାଶି ଦେଉଛନ୍ତି ।ମୋ ପିଲାଦିନୁ ଦେଖି ଆସୁଥିବା ସେହି ପରମ୍ପରା କୁ ଏବେ ବି ବଜାୟ ରଖିଛନ୍ତି ଗ୍ରାମ ବାସୀ ମାନେ ।ସେ ଐତିହ୍ୟ ଓ ପରମ୍ପରା ର ମର୍ଯ୍ୟାଦା ନିଶ୍ଚିତ ଆବଶ୍ୟକ ହୁଏ ।ଆଜିର ଅବକ୍ଷୟ ମୁଖୀ ଜନ ସମାଜକୁ ଆଧ୍ୟାତ୍ମିକ ଚିନ୍ତା ଚେତନା ରେ ଜଡିତ କରିବାରେ ଏକ ସଂକୀର୍ତ୍ତନ ମଣ୍ଡଳୀ ର ଉଦ୍ୟମ ପ୍ରଶଂସନୀୟ ।ପର୍ବ ପର୍ବାଣୀ, ଓଷା ବ୍ରତ, ଉତ୍ସବ ର ଦିନଗୁଡ଼ିକ ଏପରିକି କାର୍ତ୍ତିକ ମାସ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଠାକୁର ମନ୍ଦିର ରେ ସଂକୀର୍ତ୍ତନ କରି ଗାଁ, ଗଣ୍ଡା, ପୁରପଲ୍ଲୀ ରେ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରି, ଗାଁ ଗଣ୍ଡା ର ଶୃଙ୍ଖଳା କୁ ମାର୍ଜିତ କରିଥାନ୍ତି ।ପାର୍ବତୀ ଦେବୀ ଙ୍କ ଗ୍ରାମ ରେ ଏଇ ସଂକୀର୍ତ୍ତନ ମଣ୍ଡଳୀ ମୁଖ୍ୟତଃ ଭାଗବତ ଠାକୁରଙ୍କୁ କେନ୍ଦ୍ର କରି ପରିଚାଳିତ ହୋଇଥାଏ ।ଭାଗବତ ଠାକୁର କହିଲେ ପିଣ୍ଡି ଉପରେ ପୋଥି ଗୁଡିକ ଭାଗବତ ରୂପେ ପୂଜା ପାଇଥାନ୍ତି ।ଅନ୍ୟ ପାଖାପାଖି ଗ୍ରାମ ମାନଙ୍କ ଠାରୁ ନିମତ୍ରଣ ପାଇ ସଂକୀର୍ତ୍ତନ ଦଳ ଯାଇଥାନ୍ତି ।ଯାତାୟତ ଖର୍ଚ୍ଚ ସହିତ କିଛି ପାରିଶ୍ରମିକ ମଧ୍ୟ ସେମାନଙ୍କୁ ମିଳିଥାଏ । ସେହି ଅର୍ଥ ରେ ଭାଗବତ ଦେବ ଙ୍କ ମାର୍ଫତ ରେ ଜମି ବାଡ଼ି କିଣି ସେ ଅନୁଷ୍ଠାନ ର କଳେବର ବୃଦ୍ଧି କରିଥାନ୍ତି ।ଗାଁ ର ଏପରି କଲ୍ୟାଣ କାରୀ ଉଦ୍ୟମ ରେ ପାର୍ବତୀ ଦେବୀ ଖୁସି ହୁଅନ୍ତି ।ଅବକ୍ଷୟ ମୁଖୀ ସମାଜ ତଥା ଦିଶାହୀନ ହେଉଥିବା ଯୁବା ବର୍ଗ ଙ୍କ ପାଇଁ ନିଶ୍ଚିତ ପଥପ୍ରଦର୍ଶକ ଭାବରେ ସେ ଅନୁଷ୍ଠାନ ଟି ଏକ ଆଦର୍ଶ ହୋଇଛି ।ଈଶ୍ୱରଙ୍କ ନାମ ସଂକୀର୍ତ୍ତନ କରି ସେ ପରମ୍ପରା ଓ ଐତିହ୍ୟକୁ ବଞ୍ଚାଇ ରଖିବା ପ୍ରତ୍ୟେକ ନାଗରିକ ର କର୍ତବ୍ୟ।ସଂସ୍କୃତି ଓ ସଭ୍ୟତାର ସୁରକ୍ଷା ଆଜିର ସମାଜ ପାଇଁ ଆହ୍ବାନ ହୋଇଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics