STORYMIRROR

puspalata samantary

Tragedy

2  

puspalata samantary

Tragedy

ସଂକୀର୍ଣ୍ଣ ମନ

ସଂକୀର୍ଣ୍ଣ ମନ

1 min
3.4K

ବିପାଶା ଏକ ଲୟରେ ଚାହିଁ ରହିଥିଲେ ଦାଣ୍ଡରେ ଖେଳୁଥିବା ସେ ଲଙ୍ଗଳା ଓ ଅଧା ଲଙ୍ଗଳା ପିଲା ଚାରି ପାଞ୍ଚ ଟିକୁ ।ଭାବୁଥିଲେ ପିଲା ତକ ଖେଳୁଛନ୍ତି, ତାଙ୍କ ଭିତରେ ଟଣା ଓଟରା, ଝଗଡ଼ା ହେବା ସ୍ୱାଭାବିକ ।କେତେ ଝଗଡ଼ା ହେଲେ ବି ଟିକିଏ ପରେ ସେ ସବୁକୁ ଭୁଲି ସେମାନେ ପୁଣି ଏକାଠି ହୋଇ ଖେଳିବେ,ଲାଗିବ ଯେମିତି ଆଗରୁ ସେମାନଙ୍କ ଭିତରେ କେବେ କିଛି ମାରପିଟ କି ଝଗଡ଼ା ହୋଇ ନାହିଁ।ସେଇକଥା କୁ ଭାବିଚାଲିଥିଲେ ବିପାଶା ।ପ୍ରତି କ୍ଷେତ୍ରରେ ଯଦି ଝଗଡ଼ା ଝାଟି, ମନାନ୍ତର, ମତାନ୍ତରକୁ ପ୍ରତ୍ୟେକେ ଏହି ପରି ଭୁଲିଯାଆନ୍ତେ ଏବଂ ସମସ୍ତେ ସମସ୍ତଙ୍କ ପାଇଁ ଦରକାରୀ, ପ୍ରତ୍ୟେକଙ୍କ ପାଇଁ ପ୍ରତ୍ୟେକେ କାମ୍ୟ,ତେବେ କେତେ ସୁନ୍ଦର ଓ ଶାନ୍ତି ପ୍ରଦ ହୋଇପାରନ୍ତା ଏ ସଂସାର ।ଏଇ ଭାବନା ଭିତରେ ପିଲାଟିଏର କାନ୍ଦ ଶୁଭିଲା, ବୁଲି ଚାହିଁଲେ ବିପାଶା ।ଦେଖିଲେ ଭିକାରୀ ଆସି ଗୋଟିଏ ପିଲାକୁ ପିଟି ପକାଉଛି ।କିଛି ବୁଝି ନ ପାରି ଭିକାରୀକୁ ପଚାରିଲେ ବିପାଶା, ଏ କଣ କରୁଛୁ, ସେ ପିଲାଟିକୁ ପିଟିଲୁ କାହିଁକି ? ସେ ମୋ ପୁଅକୁ କାଲି ପିଟିଥିଲା।ଆଶ୍ଚର୍ଯ୍ୟ ହୋଇ ବିପାଶା କରିବା କହିଲେ ଯିଏ ଯାହା କୁ ପିଟୁ, ସେ ତ ପିଲାଲୋକ ।ଭୁଲ ଯାହାର ବି ହେଉ ତୁମେ ବଡ ଲୋକ ଜଣେ ହୋଇ ତୁମ ପିଲା ପାଇଁ ଅନ୍ୟ ପିଲାଟି କୁ ପିଟୁଛ କିପରି ? ତୁମେ କେମିତି ଜାଣିଲ ଯେ ତୁମ ପିଲାଟି ନିର୍ଦୋଷ ବୋଲି ? କେତେ ବଡ ଭୁଲ ତୁମେ କରୁଛ, ଆନନ୍ଦ ରେ ଖେଳି ନିଜର ଶୈଶବକୁ ଉପଭୋଗ କରୁଥିବା ପିଲାଙ୍କ ମଧ୍ୟରେ ତୁମେ ଗୋଟାଏ ହିଂସାର ପ୍ରାଚୀର ଠିଆ କରୁଛ କାହିଁକି ? ବୋଧହୁଏ ବିପାଶା ଙ୍କ କଥାରୁ କିଛି ବୁଝି ପାରି ଲଜ୍ଜିତ ହୋଇ ଭୁଲ ହୋଇ ଯାଇଛି ବୋଲି ସ୍ୱୀକାର କରିଲା ଭିକାରୀ ।ଏପରି ସଂକୀର୍ଣ୍ଣ ମାନସିକତାକୁ ପରିତ୍ୟାଗ କରି ସମାଜର କଲ୍ୟାଣ କରିବା ଉଚିତ୍ ବୋଲି ବିପାଶା ଭିଖାରୀ କୁ ବୁଝାଇ ଦେଲେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy