STORYMIRROR

puspalata samantary

Tragedy

4  

puspalata samantary

Tragedy

ବଣ୍ଟୁଆରା

ବଣ୍ଟୁଆରା

2 mins
493

ବିପିନ୍ ଦାସ, ଛୋଟିଆ ଚାଷୀ ଟିଏ, ନିଜର ଦୁଇ ଏକର ଜମି ସହିତ ଗାଁର ଜଣେ ଜମିଦାର ଙ୍କ ଠୁ ଗୋଟିଏ ଏକର ଚାଷ କରି ସେଇଥିରୁ ଯାହା ଆୟ ଅମଳ ହୁଏ ସେଥିରେ ସୁରୁଖୁରୁରେ ଚଢିଯାଏ ତାଙ୍କ ତେଲ ଲୁଣ ର ସଂସାର ।ପୁଅ ଦୁଇଜଣ ବସନ୍ତ ଓ ବିବେକ, ଝିଅଟି ସାନ ।ଚାଟଶାଳୀରେ ଦାମମାଷ୍ଟ୍ରେଙ୍କ ପାଖରେ ପାଠ ଆରମ୍ଭ କରି ପୁଅ ଦୁଇଜଣ ସେଠାରୁ ଯାଇ ଗାଁ ସରକାରୀ ସ୍କୁଲରେ ପଢିଲେ ।ସେଠାରୁ ସପ୍ତମ ଶ୍ରେଣୀ ଉତ୍ତୀର୍ଣ୍ଣ ହେବା ପରେ ଗାଁ ନିକଟରେ ଥିବା ହାଇସ୍କୁଲ ରେ ପଢିଲେ ।ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନ ଥିବାରୁ ଉପଯୁକ୍ତ ଟିଉସନ ପାଇ ପାରିଲେ ନାହିଁ।ସାଧାରଣ ଭାବରେ ମାଟ୍ରିକ ପାସ୍ କରି ବାପାଙ୍କୁ ଚାଷ କାମରେ ସହଯୋଗ କଲେ ।ଝିଅଟି କିନ୍ତୁ ବହୁ ପରିଶ୍ରମ କରି ମାଟ୍ରିକ ହାୟର ସେକେଣ୍ଡ ଡିଭିଜନ ରେ ପାସ୍ କଲା।ନିଜେ ପ୍ରସ୍ତୁତ ହୋଇ ସିଟି ପ୍ରବେଶିକାପରୀକ୍ଷା ଦେଇ ସେଥିରେ ଉତ୍ତୀର୍ଣ୍ଣ ହୋଇ ମାଷ୍ଟ୍ରାଣୀ ଚାକିରି ଖଣ୍ଡିଏ କଲା।


ବୟସ ହେବାରୁ ପୁଅ ଦୁଇଜଣଙ୍କୁ ବିଭା କରିଦେଲେ ବିପିନ।ଦୁଇବୋହୂ ଘରକୁ ଆସିବା ପରେ ଘରର ପରିସ୍ଥିତି ବଦଳି ଗଲା ।ସେ ଦୁଇଜଣଙ୍କ ମଧ୍ୟରେ ବୁଝାମଣା ଠିକ୍ ନ ରହିବାରୁ ସବୁବେଳେ ପାଟିତୁଣ୍ଡ, ଅଶାନ୍ତି ଲାଗି ରହିଲା ।ଦୁହେଁ ଦୁହିଁଙ୍କର ଦୋଷ ବାଛିବାରେ ସମୟ ଅପଚୟ ହେଉଥାଏ ।ଶାଶୁ ଜାନକୀ ମନଦୁଃଖରେ ବିପିନ ଙ୍କୁ କହିଲେ କେମିତି ଏ ମାନସିକ କଷ୍ଟ ଭୋଗିବା ?ପୁଅ ଦୁଇଜଣ ତ ସ୍ତ୍ରୀ ମାନଙ୍କୁ ସମର୍ଥନ କରୁଛନ୍ତି, ଠିକ୍ ଭୁଲ୍ ବିଚାର କରିବା ପରି ଶ୍ରେଷ୍ଠ ବିଚାର ବୋଧକୁ ଭୁଲିଯାଉଛନ୍ତି ।ବିପିନ କହିଲେ ନାଇଁମ ଏକଥା ବି ହୋଇପାରେ ଯେ ସେମାନଙ୍କ ଦାମ୍ପତ୍ୟ ସମ୍ପର୍କକୁ ଅତୁଟ ରଖିବାକୁ ସେମାନେ ଅନ୍ଧ ଭାବରେ ସ୍ତ୍ରୀ ମାନଙ୍କୁ ସମର୍ଥନ କରୁଛନ୍ତି ।ସ୍ତ୍ରୀ ମାନେ ଏହି ସୁବିଧା ର ଫାଇଦା ନେଉଛନ୍ତି ।ଅଧିକ ଦିନ ଅଶାନ୍ତିରେ ନ ରହି ଦୁଇପୁଅ ଅଲଗା ହେବା ପାଇଁ ଠିକ୍ କଲେ।ପିତୃ ଅର୍ଜିତ ସମ୍ପତ୍ତି ବଣ୍ଟୁଆରା ହେଲା ।


ତେବେ ବାପା ମା ଙ୍କ ଦାୟିତ୍ୱ କିଏ ନେବ ?କଥା ଛିଡିଲା ବଡପୁଅ ପାଖରେ ବାପା, ସାନପୁଅ ପାଖରେ ମା ରହିବେ। ବାପା ମା ଉଭୟେ ବଞ୍ଚି ଥାଉଥାଉ ପୁଅ ବୋହୂ ମାନଙ୍କ ହିସାବ ନିକାଶ ପାଇଁ ଦୁଇଜଣ ନିଃସଙ୍ଗ ଜୀବନ ବଞ୍ଚିବାକୁ ବାଧ୍ୟ ହେଲେ ।ଝିଅ ଦେବକୀ ଏକା ସ୍କୁଲରେ ଶିକ୍ଷକ ଥିବା ଗୋଟିଏ ପୁଅକୁ ବିଭା ହୋଇ ଖୁସିରେ ଅଛି ।ଶଶୁର ନାହାଁନ୍ତି, ଶାଶୁ ଙ୍କୁ ବହୁତ ସମ୍ମାନ କରେ ଦେବକୀ ।ଝିଅଟି ସ୍ୱାମୀ ସହିତ ବାପଘରକୁ ବୁଲିବାକୁ ଯାଇ ବାପା ମା ଙ୍କ ଦୁରାବସ୍ଥା ଦେଖି ଦୁଃଖ ରେ ଭାଙ୍ଗିପଡିଲା ।ଦେବକୀ ଆଖିରୁ ଲୁହ ଶୁଖିଲା ନାହିଁ।ସ୍ୱାମୀ ଅନୁପମ କହିଲେ ମୁଁ ଗୋଟିଏ ପ୍ରସ୍ତାବ ଦେବି ତୁମେ ମାନିବ ତ?ସ୍ୱାମୀ ଙ୍କ ମୁହଁକୁ ଚାହିଁଲା ଦେବକୀ ।ଆମ ସହିତ ବାପା ମା ଙ୍କୁ ବୁଲାଇବାକୁ ନେଇ,ବୁଝାସୁଝା କରି ଆମ ପାଖରେ ରଖିବା ଆଉ ଏଠାକୁ ଛାଡିବା ନାହିଁ।ଦେବକୀ ରାଜି ହେଲା ନାହିଁ।ଶାଶୁ ଙ୍କ ଠାରୁ ଅନୁମତି ନ ନେଇ ମୁଁ ଏଡେବଡ ନିଷ୍ପତ୍ତି ନେଇପାରିବିନି। ସେ ମୋତେ ବହୁତ ଭଲ ପାଆନ୍ତି, ତାର ଅପବ୍ୟବହାର କରି ମୁଁ ମୋ ନିଜ ପାଖରେ ଦୋଷୀ ହେବାକୁ ଚାହୁଁନି।ଘରକୁ ଯିବା ପରେ ଅନୁପମ ମାଙ୍କୁ ସବୁକିଛି ବୁଝାଇ କହିଲେ ।ମା କହିଲେ ତୁମେ ଯେଉଁ ନିଷ୍ପତ୍ତି ନେବାକୁ ଚାହୁଁଛ ,ବହୁତ ଭଲକଥା, ମୁଁ ଏକୁଟିଆ ହୋଇ ଯାଇଛି, ମୋତେ ସାଙ୍ଗ ଦୁଇଜଣ ମିଳିଯିବେ।ତୀର୍ଥ କରିବା କଥା କହି ଦେବକୀ ବାପାମା ଙ୍କୁ ସାଙ୍ଗରେ ନେଇ ଆସିଲା ।ଘରେ ସବୁକଥା ଶୁଣି ବିପିନ ଜାନକୀ ଉଭୟେ କଥା ହେଲେ ପୁଅ ପାଇଁ କେତେ ଦିଅଁ ଦୁବ କରି, ପୂଜା ପାଠ କରି,ଠାକୁରଙ୍କୁ ମନାସି ଫଳ ଏଇଆ ମିଳିଲା ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy