STORYMIRROR

puspalata samantary

Abstract

3  

puspalata samantary

Abstract

ସୁଗୁଣ ର ସଂକଟ

ସୁଗୁଣ ର ସଂକଟ

2 mins
141

ବୈରାଗୀ ବାବୁ ଓ ଭୀମସେନ ବାବୁ ଦୁଇ ବନ୍ଧୁ।ଅତ୍ୟନ୍ତ ଅନ୍ତରଙ୍ଗତାରେ ବାନ୍ଧି ହୋଇଥାନ୍ତି ।ଯେତେବେଳେ ସମୟ ପାଇଲେ ଏକାଠି ହୁଅନ୍ତି ।ନାନା ପ୍ରକାର ଆଲୋଚନା ରେ ବ୍ୟସ୍ତ ରହି ଆନନ୍ଦରେ ସମୟ କଟାଉଥାନ୍ତି।ଏମିତି ବି ଜୀବନରେ ଖୁସି ର ଆବଶ୍ୟକତା ବହୁ ଗୁରୁତ୍ୱପୂର୍ଣ୍ଣ ।ସେଦିନ ଭୀମସେନ ବାବୁ କାହିଁକି ଅନ୍ୟମନସ୍କ ଲାଗୁଥାନ୍ତି, ଅନ୍ତରଙ୍ଗ ବନ୍ଧୁଙ୍କ ନିକଟରେ ସେ କିଛି ଲୁଚାଇନଥାନ୍ତି।ଉଭୟେ ଉଭୟେଙ୍କର ଉପଦେଶକୁ ମାନିଥାନ୍ତି ।କାହିଁକି ବିମର୍ଶ ଜଣାପଡୁଛ ବୋଲି ବୈରାଗୀ ବାବୁ ପଚାରିଲେ । ନ ପାଇ ପାଇବା ପାଇ କରି ନ ପାଇବାର କଷ୍ଟ ମୋତେ ବ୍ୟଥିତ କରୁଛି ।ବୁଝି ପାରୁନି ତୁମ କଥା ବନ୍ଧୁ କହିଲେ ।ଆରେ ଝିଅ ପାଇଁ ଜୋଇଁ ଘରଟିଏ ପ୍ରାୟ ଠିକଣା ହୋଇଥିଲା ।ତୁମେ ତ ଅନୁଭବ କରିଥିବ ଝିଅ ପାଇଁ ଜୋଇଁ ଘରଟିଏ ଠିକଣା କରିବା କେତେ କାଠିକର ପାଠ ।ସେ ପ୍ରସ୍ତାବଟି ମୋ ସ୍ତ୍ରୀ ଆଡୁ କାଟଖାଇଗଲା ।ସ୍ତ୍ରୀ ଙ୍କ ଆଡୁ କିପରି ଓ କାହିଁକି ପ୍ରସ୍ତାବଟି କାଟ ଖାଇଲା ?କହୁଛ ତ ଭଲ ପ୍ରସ୍ତାବଟିଏ ।


କଣ କହିବି ?ଏକଥା ମୁଁ ମାନୁଛି ଯେ ମୋ ସ୍ତ୍ରୀ ମିଛ କୁହନ୍ତି ନାହିଁ।ନୀତି, ଆଦର୍ଶ, ସତ୍ୟ, ବିଚାରବୋଧ ର ନିଷ୍ଠାପରତା ପାଇଁ ଆମଘରେ କେତେବେଳେ ଅଶାନ୍ତି କି କଳିଝଗଡା ହୁଏ ନାହିଁ ।ୟା ବୋଲି ଆମେ କଣ ଏ ସମାଜଟାକୁ ବଦଳାଇ ପାରିବା ?ସେ ଜୋଇଁ ପୁଅର ବାପା ମିଛରେ କେତେ ଗୁଡିଏ କଥା କହିଲେ ବୋଲି ପରେ ଜଣାପଡ଼ିଲା ।ମୋ ସ୍ତ୍ରୀ କହିଲା ଯେଉଁ ପରିବାରର ମୁଖ୍ୟ ସତ୍ୟର ମୂଲ୍ୟ ବୁଝନ୍ତି ନାହିଁ, ସେଠାରେ ମୋ ଝିଅ କହିଲା କଷ୍ଟ ପାଇବ,ଆମେ ସେଠି ବନ୍ଧୁ ବାନ୍ଧିବା ନାହିଁ।ବୈରାଗୀ ବାବୁ କହିଲେ, ସେ ଯାହା କହୁଛନ୍ତି ତାହା ଏକବାରେ ସତ୍ୟ , ହେଲେ କଣ କରିବା? ବାୟୁ, ଜଳ, ସ୍ଥଳ ଓ ଆକାଶ ପ୍ରଦ୍ୟୁଷିତ ହେବା ପରି, ଆଜିର ସମାଜରେ ମଣିଷ ଆଚରଣ, ନୀତି, ନିୟମ, ଭଦ୍ରତା ଓ ସତ୍ୟ କହିବା ପରି ସୁଗୁଣ ଗୁଡିକ ପ୍ରଦ୍ୟୁଷିତ ହେବାରେ ଲାଗିଛି। ବିଶ୍ୱାସ ପରି ପବିତ୍ର ଓ ମୂଲ୍ୟବାନ ସୁଗୁଣ ଧୀରେ ଧୀରେ ଲୋପ ପାଇବାକୁ ବସିଲାଣି । ସେଥିପାଇଁ ପ୍ରାୟ ପରିବାରରେ ଅଶାନ୍ତି, କଳି, ଝଗଡ଼ା ଓ ମାଡପିଟ ଲାଗି ରହିଛି । ନିଶାଖୋର ମାନଙ୍କର ଦୁର୍ଗୁଣ ବଢି ଚାଲିଛି ।ଶୁଭଚିନ୍ତକ ଓ ସତ୍ୟ ସାଧକ ପରି ସୁଗୁଣ ସମ୍ପର୍ଣ୍ଣ ମାନେ କଷ୍ଟ ପାଇବାଟା ଦେଖିବାକୁ ମିଳୁଛି ।ତଥାପି ଈଶ୍ୱରଙ୍କ ଉପରେ ଭରସା ରଖ ନିଶ୍ଚିତ ରାସ୍ତା ଦେଖାଇବେ ସେ ।

ପ୍ରାଣ ଯାଉ ଅବା ରହୁ 

ମାନବ ପ୍ରାଣରେ ଈଶ୍ୱର ଚେତନା 

ସଦା ଉଜ୍ଜୀବିତ ରହୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract