STORYMIRROR

puspalata samantary

Classics

3  

puspalata samantary

Classics

ବ୍ୟାପକ ବ୍ୟାଧି

ବ୍ୟାପକ ବ୍ୟାଧି

3 mins
168

ଦିନା ବୋଉ ଅପା, ଡାକି ଡାକି ଯାଇ ପହଞ୍ଚିଲା ଦିନା ଘର ଅଗଣା ରେ। ଆଲୋ ମନି ଆସେଲୋ ତୋ ପାଖେ ବସିଲେ, କଥା ହେଲେ, ମନଟା ଖୁସି ହୋଇ ଯାଏ।କାହିଁକି ନା ତୁ ସବୁବେଳେ ସତକଥା କହିଥାଉ।ଅପା କି ଶାଗ ବାଛୁଛୁ କି?ପିତା ଶାଗ ପରି ତ ଦେଖାଯାଉଛି ।ଆଲୋ ହଁ ସୁଲି ଆଣି ଦେଇଥିଲା ସେଇଆକୁ ବାଛୁଛି।ଅପା ମ,ଟିକିଏ କୁରୁପା ବୋଉ ଖୁଡୀଙ୍କ ପାଖକୁ ଯାଆନ୍ତନି।ସେ ଦୁଇଦିନ ହେବ ଜ୍ଵରରେ ପଡିଛନ୍ତି, କିଛି ଖାଉନାହାନ୍ତି।ତୁ କେମିତି ଜାଣିଲୁ?ତାଙ୍କ ସାନ ବୋହୂ ମୋତେ କହିଲା ।ବଡ ଯା,ନା ରେ କେତେ ଗୁଡାଏ କହିଲା, ଏକଥା ବି କହିଲା, ତାଙ୍କ ଯୋଗୁ ଘରେ ଅଶାନ୍ତି ପାଇଁ ମାଙ୍କୁ ଜ୍ଵର ହେଇଛି । ମନକଷ୍ଟ ଯୋଗୁ ମା ଖିଆପିଆ କରୁନାହାନ୍ତି ।ବାପା ବି ମନଟାକୁ ମାରି ବସି ଥାଉଛନ୍ତି ।


ଆଲୋ ହଁ ଲୋ ଯିଏ କହୁଥିଲା ସେ ଗୋଟାପଣେ ତୁଳସୀ ଗଛ ସେମାନେ ସବୁ ବୋଲି ବୋହୂ ହୋଇ ଗୋଟାଏ ଗୋଟାଏ ଅଶାନ୍ତି ର ପସରା ଧରି ଆସିଛନ୍ତି ।କୁରୁପା ଟା ତ ବହୁତ ଭଲ ପିଲା ।ସେ କେତେ ମାନସିକ କଷ୍ଟ ପାଉଥିବ।ବୋହୂଟି ମାନେ ବାପା ମାଙ୍କ ଠୁ ଏମିତି ସଂସ୍କାର ପାଇ ଆସିଛନ୍ତି ଯେ ବର ଟି ମାନଙ୍କୁ ଆୟତରେ ରଖି ଘରଟାକୁ କେମିତି ପକାଉଠା କରିବାକୁ ହୁଏ । ତାଙ୍କୁ ଭଲ ଭାବରେ ଜଣା ।ଯଦି ସେକଥା ନ ହେଲା ତେବେ ବରଟା ଭଲ ନୁହଁ ର ଟିପ୍ପଣୀ ମିଳିବ।ପୁଅର ବାପା ମା ମାନେ ପୁଅକୁ ଅଶାନ୍ତି ନ କରିବା ପାଇଁ ସବୁ କଥାରେ ଚୁପ୍ ରହିଥାନ୍ତି ।ବୋହୂଟି ମାନେ ଜାଣିବା ଦରକାର ଯେ, ମାନସିକ ଅଶାନ୍ତି ମନ ତଥା ଦେହକୁ ତିଳ ତିଳ କରି ନଷ୍ଟ କରିଦେଇଥାଏ ।ଅନେକ ପ୍ରକାର ରୋଗ ସୃଷ୍ଟି କରିଥାଏ ।ଘରେ ଶାନ୍ତିର ବାତାବରଣ ଦେବତାଙ୍କ ଆଶୀର୍ବାଦ ସହିତ ସମାନ ।ଶରୀର ସୁସ୍ଥତାର ବରଦାନ ।ପାଠଶାଠ ପଢିଥିବା ଝିଅ ମାନେ କିପରି ଏଇ ସାଧାରଣ କଥା ବୁଝି ପାରୁ ନାହାଁନ୍ତି ।

ଏତେ ସ୍ୱାର୍ଥପର ହୋଇ, ଉଚିତ୍ ଅନୁଚିତକୁ ଭୁଲିଯାଉଛନ୍ତି କିପରି ?ମନି କହିଲା ଅପା,ସେକଥା ଏବେ ଛାଡ, ଚାଲ ଦୁଇଜଣ ଯାକ ଯାଇ କୁରୁପା ବୋଉ ଖୁଡୀକୁ ଦେଖିଆସିବା।କାଳେ ଘଟଣ ଅଘଟଣ କିଛି ଘଟିଯିବ।ଦିନା ବୋଉ ଓ ମନି ଯାଇ ଦେଖିଲେ, ଭାଗ୍ୟ ଉପରେ ଅଭିମାନ କରି ନ ଖାଇ ନ ପିଇ, ଜ୍ଵର ଏତେ ପ୍ରବଳ ଯେ କିଛି ଔଷଧ କାମକରୁନି।ବିଚରା କୁରୂପା ଟା ନା ସ୍ତ୍ରୀ ର କଥା ରଖିପାରୁଛି ନା ବାପା ମାଙ୍କୁ ଶାନ୍ତି ଦେଇ ପାରୁଛି ।ଘାଣ୍ଟି ସନ୍ତୁଳି ହଉଛି ସେ ଖାଲି ମାନସିକ ଯନ୍ତ୍ରଣା ଭୋଗୁଛି ।ବିରୁପାଟା ତ କୋଉଠି କଣ ଚାକିରି କରିଛି ସପ୍ତାହକୁ ଥରେ ଗୋଟିଏ ଦିନ ଆସି ଚାଲିଯାଉଛି ।ସେ କଣ ଜାଣୁଛି କିନାହିଁ କିଏ ଜାଣେ ?ଦିନା ବୋଉ ଡାକିଲେ ହଇଏ କୁରୁପା ବୋଉ ଖୁଡୀ କଣ ପେଇଁ କିଛି ନ ଖାଇ ନ ପିଇ ପଡିରହିଛ ନ ଖାଇ ନ ପିଇ ମରିଗଲେ କଣ ତମ ପଛରେ କିଏ ଗୋଡେଇ ଯିବ ?ଖାଲି ଯାହା ଦାଦା କଷ୍ଟ ପାଇବେ ।ଦିନା ବୋଉ ଅପା ,ଦିନା ବୋଉ ଖୁଡୀ, ଦିନା ବୋଉ ମା ବୋଲି ସେ ପାଖାପାଖି ସମସ୍ତେ ମାନନ୍ତି ।ସେ ନିର୍ଭୀକ ଭାବରେ ସତକଥା ଗୁଡାକ ଠୋ ଠା କରି କହିପକାନ୍ତି ।ଯିଏ ଦୋଷୀ ତା ମନଟା କୋରେଇ ହୋଇ ଯାଏ ।ବୁଦ୍ଧି ଥିଲେ ବଦଳିବାକୁ ଭାବେ ନ ହେଲେ ନାଇଁ।ଆଲୋ ଗୁଣବତୀ ବୋହୂମାନେ, ଆଣିବ ଟି ଶାଗୁ ଟିକିଏ, ମୁଁ ତାଙ୍କୁ ନ ଖୁଆଇଲେ ଆଜି ଏଠୁ ଯିବିନି ।ବଡବୋହୂ ଶାଗୁ କରି ଆଣି ଦେଲା ।ଜୋର କରି ଦିନା ବୋଉ, କୁରୁପା ବୋଉ ଖୁଡୀ କୁ ବସାଇ ଦେଇ ଶାଗୁ ପିଆଇଲା ।ଏଇଥି ପାଇଁ ଲକ୍ଷେ ଦିଅଁ ଦୁବ କରି ପୁଅ ଜନ୍ମ କରିବ ?ଆହେ କୁରୁପା ବୋଉ ଖୁଡୀ, ଏଇକଥା ଗୁଡାକ ତ ବ୍ୟାପକ ବ୍ୟାଧି ପରି ମାଡ଼ି ଯାଉଛି ।କିଏ ବାପା ମାଙ୍କୁ ବା ଶାଶୁ ଶଶୁର ଙ୍କୁ ନେଇ ଜରାଶ୍ରମରେ ଛାଡୁଛି।ଯଦି ଘରେ ରହିଲେ ତେବେ ଏଇପରି ହେୟ ବ୍ୟବହାର କରି ମାନସିକ ଅଶାନ୍ତି ଦେବେ।ଦିନା ବୋଉ ପୁଣି କହିଲେ, ଆଲୋ ବୋହୂମାନେ ଶାଶୁ ଶଶୁର ଅତୀତ, ତୁମେ ବର୍ତ୍ତମାନ ।ଅତୀତ ନ ଥିଲେ ବର୍ତ୍ତମାନ ସମ୍ଭବ କେମିତି ? ପୁଣି ତୁମେ ଜନ୍ମ ଦେଇଥିବା ପିଲାମାନେ ତ ତୁମର ଭବିଷ୍ୟତ ।ତୁମେ ଅତୀତ ରୂପୀ ଶାଶୁ ଶଶୁରଙ୍କୁ ଯେମିତି ବ୍ୟବହାର କରୁଛ ତୁମ ଭବିଷ୍ୟତ ପାଇଁ ତ ସେଗୁଡିକ ଆଦର୍ଶ ଭାବରେ ଶିକ୍ଷା ଦେବ।ତୁମେ ତାଙ୍କରି ଯାଗାକୁ ଆସି ନିଜକୁ ଭାବିଲ,ତୁମ ଭବିଷ୍ୟତ ର ଏ ବ୍ୟବହାର ତୁମେ ସ୍ଵାଗତ କରିବ ତ ? ଗଲା ବେଳେ କିଏ କଣ ମୁଣ୍ଡେଇ ନେଉଛି ଦେଖିପାରୁଛ? ଟିକିଏ ଭଲ ଗୁଣ, ଭଲ ବ୍ୟବହାର କରି ଅପବିତ୍ର ମନଟା କୁ ପବିତ୍ର କରୁନ କାହିଁକି ? ଏବେ ତୁମ ଶାଶୁ ଭଲ ହେବା ପର୍ଯ୍ୟନ୍ତ ମୁଁ ସବୁଦିନ ଆସି ତାଙ୍କୁ ଖୁଆଇ ଦେଇ ଯିବି ।ଏସବୁ ଶୁଣି ତାଙ୍କ ପାଖରେ ବସିଥିବା କୁରୁପା ବାପା, ତାଙ୍କ ଆଖିର ଲୁହ ଗୁଡାକ କାନ୍ଧରେ ପକାଇ ଥିବା ଗାମୁଛାରେ ପୋଛି ପକାଉଥିଲେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics