ନିଃସଙ୍ଗତା
ନିଃସଙ୍ଗତା
ଜୀବନ ର ରାସ୍ତା ଵହୁତ ଜଟିଳ। କିନ୍ତୁ ଜଦି ସେହି ରାସ୍ତା ରେ ଚାଲିବା ପାଇଁ ଆମ ସହିତ ଆମ ମନ ପସନ୍ଦ ର ଜୀବନସାଥୀ ଟେ ମିଳିଯାଏ ତାହା ହେଲେ ଜୀବନ ଟା ସରଳ ଆଉ ସୁନ୍ଦର ହୋଇଯାଏ।
କଲେଜ ଵେଳର କଥା। ଦିନେ ଜାଣିବାକୁ ପାଇଲି କେହିଜଣେ ମତେ ଭଲ ପାଉଛନ୍ତି।ତାଙ୍କ ନା ନିଖିଲେଶ୍। ସେ ଅପେକ୍ଷା କରିଛନ୍ତି ତାଙ୍କ ପ୍ରେମ ମୋ ଆଗରେ ପ୍ରକାଶ କରିବାକୁ।
ମତେ ଵିଶ୍ୱାସ ହେଉ ନଥାଏ ମତେ ଵି କେହି ଭଲ ପାଇପାରେ। ନା ମୁ ସୁନ୍ଦର ଥିଲି ନା ସ୍ମାର୍ଟ। ଏଣୁ ମୁଁ ଭାବିଥିଲି ଵୋଧହୁଏ କେହି ମୋ ସହିତ ମଜାକ୍ କରୁଛନ୍ତି।
କିଛି ଦିନ ପରେ ମୋ ସାଙ୍ଗ ମାନେ ମତେ ସେଇ ପିଲା କୁ ଦେଖାଇ ଦେଲେ। ଦେଖିବାକୁ ତ ଠିକ ଠିକ ଥିଲା। କିନ୍ତୁ ମୁଁ ନୀରବ ଥିଲି, କାରଣ ସେ ସମ୍ମୁଖରେ ମତେ କେଵେ କିଛି କହି ନଥିଲେ। କଲେଜ ରେ ସେ ମୋ ସିନିୟର ଥିଲେ, ଏଣୁ ଆମେ ତାଙ୍କୁ ଭାଇ ଡାକୁଥିଲୁ ।
ସେ ମୋ ସହିତ ଵେଳେ ଵେଳେ କଥା ହୁଅନ୍ତି। ଆମର ସୁବିଧା ଅସୁବିଧା ଵୁଝନ୍ତି। କେଵେ କିନ୍ତୁ ମତେ କହି ନଥିଲେ ସେ ମତେ ଭଲ ପାଉଛନ୍ତି ଵୋଲି। ହଁ ମତେ ଏଇଟା କୁହନ୍ତି ଯେ, ମୁଁ ତାଙ୍କୁ ଭାଇ ନ ଡାକିବା ପାଇଁ। କିନ୍ତୁ ମୁଁ ଯାହାକୁ ଭାଇ ଡାକେ ତା ପାଇଁ ଅନ୍ୟ କିଛି ଫିଲିଗ୍ସ ଆସିବ କେମିତି?
ଏମିତି କିଛି ଦିନ ଗଲେ। ସେ ରାସ୍ତାରେ ମତେ ଦେଖିଵା ପାଇଁ ଅପେକ୍ଷା କରନ୍ତି। କ୍ଲାସ ରେ କଥା ହେଵା ପାଇଁ ଆସନ୍ତି। ତଥାପି ତାଙ୍କ ପାଇଁ କିଛି ଫିଲ୍ ହୁଏନି ମୋ ହୃଦୟ ରେ।
ସେହି ସମୟରେ ମୋର ଗୋଟିଏ ପୁଅ ଵେଷ୍ଟ ଫ୍ରେଣ୍ଡ ଥିଲା। ଯିଏକି ଛୋଟ ଵେଳର ସାଙ୍ଗ। ଵେଳେ ଵେଳେ ମୁଁ ତା ସହ କଥାବାର୍ତ୍ତା କରେ। ଆଉ ନିଖିଲେଶ୍ ଭାଇ ରାଗି ଯାଆନ୍ତି। ଦିନେ ମୋ ସମ୍ମୁଖରେ ଆସି କହିଲେ ତୁ ମୋ ଛଡା ଅନ୍ୟ କୌଣସି ପୁଅ ସହ କଥା ହେଲେ ମତେ ଭଲ ଲାଗେ ନାହିଁ। ମୁଁ କହିଲି ସେ ମୋ ଵେଷ୍ଟ ଫ୍ରେଣ୍ଡ। ମୋ ଇଛା ଯେତେବେଳେ ହେଵ ମୁଁ ତା ସହିତ କଥା ହେଵି ,ତମେ କାହିଁକି ଖରାପ ଭାବୁଛ?
ତାପରେ ସେଇଠି ସେ ମତେ କହିଥିଲେ ପ୍ରଥମ ଥର ଯେ ସେ ମତେ ଭଲ ପାଆନ୍ତି। ଆଉ ମୁଁ ତାଙ୍କୁ କହିଥିଲି, ମୁଁ ଯାହାକୁ ଵାହାହେଵି ତାକୁ ହିଁ ଭଲ ପାଇବି। ଅନ୍ୟ କାହାକୁ ନୁହେଁ। ଆଉ ମୋ ଜୀବନସାଥୀ ଖୋଜିବାର ହକ୍ କେବଳ ମୋ ମା ଵାପା ଙ୍କର ଅଛି।
ତା ପରେ ସେ କହିଲେ ସେ ମୋ ଵାପା ମା ଙ୍କ ସହ କଥାବାର୍ତ୍ତା କରିବେ। ମୁଁ କହିଲି କିଛି ଲାଭ ହେବନାହିଁ। ମୋ ଘରେ ଜାତିପ୍ରଥା କୁ ଵହୁତ ମାନନ୍ତି। ଯେହେତୁ ମୁଁ ଏକ ଵ୍ରାହ୍ମଣ କନ୍ୟା, ଏଣୁ ଏକ ଵ୍ରାହ୍ମଣ କୂଳ ରେ ହିଁ ମୋର ଵିଵାହ ହେଵ।
ସେହି ଦିନଠାରୁ ମୁଁ ତାଙ୍କ ସହ କଥାବାର୍ତ୍ତା ବନ୍ଧ କରିଦେଲି। ଆଉ ସେତେବେଳେ ତାଙ୍କ ପ୍ରେମ ପାଗଳାମି ରେ ପରିଣତ ହୋଇ ସାରିଥିଲା। କେତେଥର ହାତ କାଟି ହସ୍ପିଟାଲ ରେ ପଡିଛନ୍ତି ସେ। କିନ୍ତୁ ମୁଁ ନିରୁପାୟ ଥିଲି। ପ୍ରେମ ଉପରେ ଅଭିଜ୍ଞତା ଯଦିଓ ନଥିଲା, ତଥାପି ଏତିକି ଜାଣିଥିଲି ପ୍ରେମ ଶାଶ୍ଵତ ଆଉ ଵାଧ୍ୟ ଵାଧ୍ୟକତା ରେ କରା ଯାଏ ନାହିଁ। ତାଙ୍କ ସାଙ୍ଗ ମାନେ ମତେ ବହୁତ ଵୁଝାଉଥିଲେ। କିନ୍ତୁ ମୋର ଉତ୍ତର ସମାନ ଥିଲା।
ଏହି କଥା ଭାଈ କାନ କୁ ଯାଇ ଘରେ ପହଞ୍ଚିଲା। ଘରେ ମତେ ଵୁଝିଵେ କଣ ମୋ ଗାଲ ରେ ଶକ୍ତ ଚାପୁଡ଼ା ଵସିଲା, ସେମାନଙ୍କ କହିଵା କଥା ଏତେ ଝିଅ କଲେଜ ରେ ଅଛନ୍ତି, ତୋ ପାଇଁ ସେ କାହିଁ ପାଗଳାମୀ କରୁଛି। ସେତେବେଳେ ମୋ ପାଖରେ ଉତ୍ତର ନଥିଲା।
ତା ପରେ କିଛି ଦିନ ମୋର କଲେଜ ଯିବା ବନ୍ଦ ହୋଇଗଲା। ତା ପରେ ମୋ ସାଙ୍ଗ ହାତରେ ସେ ତା ମୋବାଇଲ ନମ୍ବର ଦେଲେ। ଆଉ ମୋ ରାଗ ପଞ୍ଚମ କୁ ଉଠିଗଲା। ସିଧା ତାଙ୍କ ଘରେ ଯାଇ କହିଲି, ତମ ପୁଅ ଯୋଗୁ ମୋ ଘରେ ମୋ କଲେଜ ବନ୍ଦ କରି ଦେଇଛନ୍ତି। ଆଉ କିଛି ଦିନ ପର୍ଯ୍ୟନ୍ତ ସେ ଆଉ କିଛି କହିଲେନି।
କିନ୍ତୁ ଅପେକ୍ଷା କରିଥିଲେ ମୋ ଉତ୍ତର କୁ। କିନ୍ତୁ ମୋ ହୃଦୟ ରେ କୌଣସି ପରିବର୍ତ୍ତନ ନଥିଲା। ଏମିତି କଲେଜ ସରିଗଲା, ଯିଵା ପୂର୍ବରୁ ସେ ଏତିକି କହିଥିଲେ ଏଇଟା ତମ ହୃଦୟ ନା ପଥର। ଆଉ ଵହୁତ କାନ୍ଦି ଥିଲେ। ଆଉ ପ୍ରଥମ ଥର ପାଇଁ ମତେ ନିଜକୁ ଦୋଷୀ ଲାଗୁଥିଲା, କାହାର ଲୁହ ର କାରଣ ହୋଇଥିବାରୁ।
ସମୟ ଆଗକୁ ବଢି ଚାଲିଥିଲା। ମୁଁ କିନ୍ତୁ ପଛକୁ ଚାହିଁ ନଥିଲି। ଘର ଇଚ୍ଛାରେ ମୋର ଵିଵାହ ହେଲା। ଏମିତି ଏକ ପୁରୁଷ ସହ ଯାହାର ନିଜ ପାଇଁ ସ୍ତ୍ରୀ ଦରକାର ନଥିଲା, ବରଂ ବାପା ମା ଙ୍କ ପାଇଁ ଵୋହୂ, ନିଜ ପୁଅ ପାଇଁ ମା ,ଆଉ ଘର ପାଇଁ ନିଜ ସ୍ୱପ୍ନ କୁ ଭୁଲି ଘର କାମ କରୁଥିବା ଵିନା ଵେତନ ର ଚାକରାଣୀ।
ଏହି ଭିତରେ ନିଃସଙ୍ଗତା ମନେ ହେଉଥିଲା। ଭାଵୁଥିଲି ଭୁଲ୍ କେଉଁଠି ରହି ଯାଇଛି। ଭାରି ଶ୍ୱାସରୁଦ୍ଧ ଲାଗୁଥିଲା। ପତି ଙ୍କୁ କହିଲି ଟିକିଏ ପୁଅ କୁ ନେଇ ପାର୍କ ଆଡେ ଵୁଲି ଆସନ୍ତେ କି? ସେ ସଫା ସଫା କହିଦେଲେ ମୋର ଏତେ ଫାଲତୁ ସମୟ ନାହିଁ। ନିଜେ ନେଇଯାଅ ତାକୁ।
ଭାରି ଖରାପ ଲାଗିଲା, କିନ୍ତୁ ଏହା ନୂଆଁ ନଥିଲା, ଵୋଧହୁଏ ଏଇସବୁର ଅଭ୍ୟସ୍ତ ହୋଇ ସାରିଥିଲା ମୁଁ। ନିଜେ ପୁଅ କୁ ନେଇ ପାର୍କ ଗଲି। ହଠାତ୍ ଗୋଟିଏ ଛୋଟ ପିଲା ହାତରେ ବଲ ଟିଏ ନେଇ ମୋ ପାଖକୁ ଆସିଗଲା, ପଛରେ ସେ ଛୁଆର ଵାପା ମା। ମୁହଁ ରୁ ମାସ୍କ କାଢି କହିଲି ନିଖିଲେଶ୍ ଭାଈ ତମେ ଏଇଠି।
ସେ କହିଲେ ହଁ ଏଇ ହାଇକୋର୍ଟ ରେ ଜବ କରୁଛି। ଆଉ ତୁ ଏଇଠି ...
ମୁଁ କହିଲି ମୋ ଶାଶୁଘର ଏଇ ପାଖରେ। ପୁଅ କୁ ଵୁଲାଇ ଆଣିଥିଲି। ପୁଅ କୁ ନେଇ ଆଗକୁ ଚାଲି ଆସିଲି। ପଛକୁ ଵୁଲି ଚାହୁଁଥାଏ । ନିଖିଲେଶ୍ ଭାଇ ଭାଉଜ ଆଉ ତାଙ୍କ ପୁଅ ଭାରି ଖୁସି ରେ ପାର୍କ କୁ ଉପଭୋଗ କରୁଥିଲେ। ଠିକ୍ ମୋ ସ୍ୱପ୍ନ ର ପରିବାର ପରି।
ସମୟ ବଦଳି ଯାଇଥିଲା, ସେ ତାଙ୍କ ଜୀବନରେ ଖୁସି ଥିଲାବେଳେ ମୁଁ ଅନୁଭବ କରୁଥିଲି କୌଣସି ଏକ ଅଭାବକୁ। ଠିକ୍ ସେଇ ସମୟ ରେ ମୋ ପୁଅ କହିଲା, ମାମା ପାପା କାହିଁକି ଆସିଲେ ନାହିଁ.....
ମୁଁ କଣ ଵି ଉତ୍ତର ଦେଇଥାନ୍ତି...
. କହିଲି ତୋ ପାପା ର ଵହୁତ କାମ, ତାଙ୍କ ପାଖରେ ଆମ ପାଇଁ ସମୟ ନାହିଁ। ଅଜାଣତରେ ଆଖି ରୁ ଦୁଇଠୋପା ଲୁହ ଗଡି ଆସିଲା.... ଆଉ ଭାଵିନେଲି ନିଖିଲେଶ୍ ଭାଇ ଙ୍କ ଲୁହ ମୋ ଉପରେ ପଡି ଯାଇଛି... ଆଗକୁ ଆଗେଇ ଚାଲୁଥାଏ ତାଙ୍କ ଖୁସି ର ପରିବାର କୁ ଦେଖି ଦେଖି.....

