Siddhartha Tripathy

Romance Tragedy Inspirational

3  

Siddhartha Tripathy

Romance Tragedy Inspirational

ନାଆଁଟି ତାର ମଲ୍ଲି

ନାଆଁଟି ତାର ମଲ୍ଲି

5 mins
123


ଉପକ୍ରମ : ପ୍ରେମ ! ସୁନ୍ଦର ବି ଅସୁନ୍ଦର ବି। ଖୁସି ବି ଦିଏ ଆଉ ଦୁଃଖ ବି।

ହାତରେ ଦିଏ କିଛି, ଛଡ଼ାଇ ନିଏ ସବୁକିଛି।

ଆଜିକାଲି ପ୍ରେମର ପରିଭାଷା ଶାରୀରିକ ସୁଖ।


ମଲ୍ଲି, ଏ ମଲ୍ଲି ! ବିଦ୍ୟାଳୟ ଯିବୁନାହିଁ କି ? ଶୋଇଛୁ କ'ଣ ? ମୁଁ କାମକୁ ଯାଉଛି। ଜାଉ ରଖି ଦେଇଛି। ଖାଇନେବୁ। ଆଖି ମଳି ମଳି ଉଠିଲା ମଲ୍ଲି। ମାଆର ହାତଟାକୁ ଧରି କହିଲା, ମାଆଲୋ ! ଆଜି ପରା ରବିବାର। ଆମର ଛୁଟି। ତୁ ମୂଲ ଲାଗି ମୋତେ ପଢ଼ାଉଛୁ। ତୁ ମୋର ବାପା ତୁ ମୋର ମାଆ। ବୁଦ୍ଧି ଜାଣିଲା ଦିନରୁ ବାପା କିଏ ଜାଣିନି। ରହ ଆଜି ତୋ କାମ ପାଖକୁ ମିଶିକରି ଯିବା।


ଜଲଦି ପ୍ରସ୍ତୁତ ହୋଇ ମାଆସହ ଚାଲିଲା ମଲ୍ଲି। ବିରାଟ ସୁଉଚ୍ଚ ଅଟ୍ଟାଳିକାକୁ ଅନେଇ ରହିଥିଲା। ପାଖକୁ ଆସି ଚକୋଲେଟଟିଏ ବଢ଼େଇ ଦେଲା ଶିବୁ। ମନାକଲା ମଲ୍ଲି।

ପାଟିକଲା ଶିବୁ । ଏ ସେବ ମାଉସୀ ଦେଖେ ତୋ ଝିଅ ଚକୋଲେଟ ନେଉନାହିଁ। ସେବ କହିଲା, ଝିଅଲୋ!

ଏ ଶିବୁ ଆମ ମିସ୍ତ୍ରୀ। ମୋ ପୁଅ ପରି। ତାର ବି ବାପା ନାହିଁ। ମାଆ ଛୋଟ ହୋଟେଲ କରି ଖୁସିରେ ଅଛି। ପରିବାର କହିଲେ ଶିବୁ ଓ ତା ମାଆ ରମା।


ଶିବୁ ହାତରୁ ଚକୋଲେଟ ନେଲା ମଲ୍ଲି। ଶିବୁର ଲୋଲୁପ ଦୃଷ୍ଟି ମଲ୍ଲିର ଛିଣ୍ଡା ଫ୍ରକ ଭିତରୁ ଉଙ୍କି ମାରୁଥିବା ଯୌବନ ଉପରେ ଲାଖି ରହିଥିଲା। ମୁଣ୍ଡ ତଳକୁ କରି ମାଟିରେ ଗାର ଟାଣିଚାଲୁଥିଲା ମଲ୍ଲି।


ଦିନସାରା ବସି ରହିଲା ମଲ୍ଲି। ଶିବୁ ମଝିରେ ମଝିରେ ଆସି ମଲ୍ଲିକୁ ଲାଗି ବସି ଯାଉଥିଲା। କିଛି ବୁଝପାରୁନଥିଲା ମଲ୍ଲି। ଏପରିକି ମଲ୍ଲିର ହାତ ଧରି ନେଉଥିଲା ଶିବୁ। କହୁଥିଲା , ମଲ୍ଲିଲୋ ! ତୁ ପାଠ ପଢ଼େ ମୁଁ ପଇସା ଦେବି। ଫେଁ କିନା ହସିଦେଲା ମଲ୍ଲି। ତାର ପିଠି ଉପରେ ହାତ ରଖି ଚତୁରତାର ସହ ସାମ୍ନା ପଟକୁ ହାତ ଘୁରେଇଆଣି ଶିବୁ ପଚାରିଲା ହସିଲୁ କାହିଁକି ? 


ମଲ୍ଲି କହିଲା, ହସିବିନି ! ମୋ ମାଆ ତ ମୋତେ ପଢ଼ାଉଛି, ତମେ କାହିଁକି ମୋ ପାଇଁ ପଇସା ଖର୍ଚ୍ଚ କରିବ ? ତମେ ମୋର କିଏ କି ? ଶିବୁ କହିଲା, ସମୟ ଆସିଲେ କହିବି। କାମସାରି ଯେ ଝା ଘରକୁ ବାହାରିଲେ।


ଶିବୁ କହିଲା, ସେବ ମାଉସୀ ! ଆପତ୍ତି ନଥିଲେ ମଲ୍ଲିକୁ ମୁଁ ସାଇକେଲରେ ଘରେ ଛାଡ଼ିଦେବି। ପାଠ ପଢା ଝିଅ, ଏତେ ରାସ୍ତା ଚାଲିବ କାହିଁକି ? ସେବ କହିଲା ଏଇ ଗୋଟେ କଥା ? 


ସାଇକେଲ ସାମ୍ନାରେ ବସିଗଲା ମଲ୍ଲି। ମଲ୍ଲିର ସ୍ପର୍ଶ ଅନୁଭବ କରି ଉତଫୁଲ୍ଲିତ ହେଉଥିଲା ଶିବୁ


ଏହା ଆଜିକାଲିର ପ୍ରେମ ! କି ଧନୀ କି ନିର୍ଦ୍ଧନ ! ପ୍ରେମର ଆରମ୍ଭ ଶରୀର ସୁଖରୁ । ତାପରେ ସଂଯୋଗବଶତଃ ସଂସାର। ପିଲା ଛୁଆ ହେଲା ପରେ ଶରୀର ଭୋକ ମେଣ୍ଟଇବାକୁ ଆଉ ସ୍ପୃହା ନଥାଏ। ଆରମ୍ଭ ହୁଏ ଅବୁଝାମଣା । ଭାଙ୍ଗିଯାଏ ନୀଡ଼, ଉଡିଯାଏ ପକ୍ଷୀ।


ମ୍ୟାଟ୍ରିକ ପାସ କରି କଲେଜରେ ପାଦ ଦେଲା ମଲ୍ଲି। ବାରମ୍ବାର ପ୍ରେମନିବେଦନ କରୁଥିଲା ଶିବୁ। ମଲ୍ଲି ଆଇନା ଦେଖି କହୁଥିଲା, ଆଇନା କେବେ ମିଛ କହେନା । ମୁଁ ତ କାଳୀ, ଅସୁନ୍ଦରୀ । ଏ ଶିବୁ, ମୋ ପାଖରେ ଏମିତି କ'ଣ ଦେଖୁଛ ଯେ ମୋତେ ଭଲ ପାଉଛ ?


ଶିବୁ କୁହେ , ସରଳତା ! ଯାହା ଆଜିକାଲି ବିରଳ। ତମ ଉଦ୍ଧତ ଯୌବନ ମୋତେ ମତୁଆଲା ଭଅଁର ସଜେଇ ଦେଇଛି। ମଲ୍ଲି କୁହେ , ଦେଖ ମୋ ବୟସ ସତର । ମୋତେ ବହୁତ ପଢ଼ିବାର ଅଛି। ମୋର ଭବିଷ୍ୟତ ଅଛି।


ହସିଦେଇ ଶିବୁ କହିଲା , ଏ ପାଗଳି ! ମୁଁ ସେବମାଉସୀକୁ ରାଜି କରେଇବି। ତୁ ରାଜି ତ। ମଲ୍ଲି କହିଲା, ମୋତେ କିଛି ସମୟ ଦରକାର। ଠିକ୍ ଅଛି କହିଲା ଶିବୁ। ପ୍ରତ୍ୟହ ସେବ ମାଉସୀ ପାଖରେ ରହିବାକୁ ଲାଗିଲା ଶିବୁ। ପ୍ରତିଦିନ ଉପାର୍ଜିତ ଅର୍ଥ ସେବ ହାତକୁ ବଢ଼େଇ ଦେଉଥିଲା ସେ।


ଧିରେ ଧିରେ ଶିବୁର ବ୍ୟକ୍ତିତ୍ଵ ଆଡ଼କୁ ଆକର୍ଷିତ ହେଲା ମଲ୍ଲି। ସେପଟେ ଶିବୁର ମାଆ ଚମ୍ପାକୁ କିଛି ଅଛପା ନଥିଲା। ସେ ଜାଣିପାରୁଥିଲା ପୁଅର ମୁଣ୍ଡକୁ ହାତ ପାଇଗଲା। ଆକଟ କଲେ ହାତରୁ ଚାଲିଯିବ। ସେପଟେ ଲୋକଲଜ୍ଜା। ପରିସ୍ଥିତିକୁ ନଜରରେ ରଖି ଶିବୁ ସହ ମଲ୍ଲିର ବାହାଘର କରିଦେଲା ଚମ୍ପା।


ସତରବର୍ଷର ଝିଅଟିର ପାଠରେ ଡୋରି ବନ୍ଧା ହେଲା। ଶ୍ରୀଅକ୍ଷର ବିବର୍ଜିତ ସ୍ୱାମୀ କିନ୍ତୁ ସୁନ୍ଦର । ସେଇ ସୌନ୍ଦର୍ଯ୍ୟରେ ପାଗଳ ଥିଲା ମଲ୍ଲି। ପାଠଛଡ଼ା କିଛି ଜାଣିନଥିଲା ସେ। ସବୁ କାମ କରୁଥିଲା ଚମ୍ପା। ଖୁସି ଥିଲା ମଲ୍ଲି।


ବିତିଗଲା କିଛିଦିନ । ଦିନେ ପ୍ରଚୁର ମଦ୍ୟପାନ କରିଆସିଲା ଶିବୁ। ଚମ୍ପା ପଚାରିଲା , ପୁଅ ! ଆଜି ତୋର ଏ କି ରୂପ ? ଶିବୁ କହିଲା, ନା ମାଆ ! ସାଙ୍ଗମାନେ ବାଧ୍ୟକରି ପିଆଇ ଦେଲେ। ମାଆର ଗେହ୍ଲା ଥିଲା ସେ। ପଣତ କାନିରେ ମୁହଁ ପୋଛିଦେଇ ଚମ୍ପା କହିଲେ, ହଉ ବାପା ଯା ଶୋଇବୁ। ଶିହରି ଉଠୁଥିଲା ମଲ୍ଲି।

ଭୟ ପାଇଯାଇଥିଲା। ଶିବୁ କୋଳକୁ ଟାଣିଆଣିଲା। କହିଲା , ଆରେ ସାଙ୍ଗମାନେ କହିଲେ, ଟିକେ ମଦ୍ୟପାନ ପରେ ଶାରୀରିକ ମିଳନର ମଜା ନିଆରା। ଭୟ ପାଇ ଯାଇଥିଲା ମଲ୍ଲି।


ପଶୁପରି ରାତିସାରା ଶରୀରଟାକୁ ଝୁଣି ଚାଲିଲା ଶିବୁ। ମଦର ଉତ୍କଟ ଗନ୍ଧ ମଲ୍ଲିର ପାଟି ଭିତରେ ପଶି ଯାଉଥିଲା। ଛଟପଟ ହୋଇ ଶିବୁ କବଳରୁ ମୁକୁଳିବାକୁ ଚେଷ୍ଟା କରୁଥିଲା ମଲ୍ଲି। କିନ୍ତୁ ଏକପ୍ରକାର ବଳାତ୍କାର କରି ଚାଲିଥିଲା ଶିବୁ।


ଏମିତି ଚାଲିଲା କିଛିଦିନ। ଧିରେ ଧିରେ ଅଭ୍ୟାସରେ ପଡ଼ିଗଲା ସଭିଙ୍କର। ଅଦ୍ଭୁତ ଥିଲା ଶିବୁ। ମାଆକୁ ବହୁତ ଭକ୍ତି କରୁଥିଲା ଓ ସ୍ତ୍ରୀକୁ ଅମାପ ପ୍ରେମ। ସବୁ ଅର୍ଥ ମଦ୍ୟପାନରେ ଉଡେଇ ଦିଏ ସେ। ଘର ଚାଲେ ଚମ୍ପାର ଅର୍ଥରେ।


ୟା ଭିତରେ ଦୁଇଟି ସନ୍ତାନର ଜନକ ବନି ଯାଇଥିଲା ଶିବୁ। ତଥାପି ଭଲ ପାଉଥିଲା ମଲ୍ଲିକୁ । କିନ୍ତୁ ମଦ୍ୟ ତାକୁ ପିଇବାରେ ଲାଗିଥିଲା। ମାଆ ଘର ଚଳାଉଥିଲେ। ତେଣୁ ମାଆଙ୍କ ଆଜ୍ଞାଧୀନ ଛାତ୍ର ଥିଲା ସେ।


ମଲ୍ଲି ଦୁଇଟି କନ୍ୟା ସନ୍ତାନକୁ ଜନ୍ମ ଦେଲା। ବେଳେ ବେଳେ ମଦ୍ୟପାନ କଲେ ଟିକେ ରୁକ୍ଷ ବ୍ୟବହାର କରେ ଶିବୁ। କିନ୍ତୁ କେମିତି କେଜାଣି ଦୁହିଁଙ୍କ ପ୍ରେମ ଅକ୍ଷୁର୍ଣ୍ଣ। ସହି ପାରେନି ମାଆ ଚମ୍ପା। ଗୋଟିଏ ସହରର ହୋଇ ବି ମଲ୍ଲି ତା ମାଆ ସେବ ପାଖକୁ ଯାଇପାରେନା। 


ମନ କଥା କାହାକୁ କହିବ ? କେତେ ପ୍ରେମ କଲେ ବି ତ ମଲ୍ଲି ମୌଳିକ ସୁବିଧାରୁ ବଞ୍ଚିତ। ମଦ୍ୟପ ସ୍ୱାମୀ, କଳିହୁଡି ଶାଶୂ। ଭାଗ୍ୟକୁ ଆଦରି ଚୁପ ରହେ ମଲ୍ଲି। ନିଜେ ତ ପ୍ରେମ ବିବାହ କରିଛି। ଗରିବ ହେଲେ ସୁଦ୍ଧା କୁଟାଖଣ୍ଡକୁ ଦିଖଣ୍ଡ କରିନଥିଲା ସେ।


ହଠାତ ଦିନେ ଅସୁସ୍ଥ ହେଲା ସେବ। ମାଆ ଘରକୁ ଯିବାକୁ ଅନୁମତି ପାଇନଥିଲା ସେ। ଧୈର୍ଯ୍ୟର ବନ୍ଧ ଭାଙ୍ଗିଗଲା। ସେବ ପାଖକୁ ଚାଲିଗଲା ମଲ୍ଲି। ମାଆର ଏ କି ଅବସ୍ଥା ?

ହାଡ଼ ଦିଖଣ୍ଡ ଅଛି। ସେପଟୁ ଶାଶୁ ଚମ୍ପାର କର୍କଶ ସ୍ବର, ଯାଇଛୁ କାହାକୁ ନକହି ତ ଯାଆ, ଆଉ ଫେରିବୁନି। ଆଖିର ଲୁହ ବୋଲ ମାନୁନଥିଲା ମଲ୍ଲିର।


ବେଳେ ବେଳେ ଶିବୁ ଲୁଚି ଛପି ଯାଏ ମଲ୍ଲିକୁ ଦେଖାକରିବାକୁ। ମଲ୍ଲି ପଚାରିଲା, ମାଆ ମନା କରୁଛନ୍ତି ଘରକୁ ଯିବାକୁ। କ'ଣ କରିବା ଉପାୟ କୁହ। ଶିବୁ ମୁଣ୍ତ କୁଣ୍ଡେଇ କହିଲା, ରୁହ ମୁଁ ଚେଷ୍ଟା କରୁଛି।


ବିତିଗଲା କିଛିଦିନ। ସେବ ଟିକେ ସୁସ୍ଥ ହେଲା। ଦିନେ ଶିବୁ ଆସି ପହଞ୍ଚିଲା ମଲ୍ଲିକୁ ନେବାକୁ। ମଲ୍ଲି ପଚାରିଲା, ମାଆ ରାଜି ହେଲା କେମିତି ? ଶିବୁ କହିଲା, ମାଆ କହିବା କଥା ମାନିନେଲି।ତୁ କାଲିଠାରୁ ମାଆ ସହ ଦୋକାନକୁ ଯିବୁ। ଚମକି ଉଠିଲା ମଲ୍ଲି। ଉପାୟ ବି ନାହିଁ।


ମଲ୍ଲି ଚାଲିଗଲା ଶିବୁସହ । ସେବ ଟିକେ ସୁସ୍ଥ ଥିଲା। ମଲ୍ଲି ଶାଶୁସହ ଚାଲିଲା ହୋଟେଲ୍। ହୋଟେଲ୍ କହିଲେ ଛୋଟ କେବିନଟିଏ। ଦୁଃଖର କଥା, ସେପଟେ କଲେଜ ଯିବା ଆସିବା କରନ୍ତି ତାର ପୁରୁଣା ପଢା ସାଙ୍ଗ। ଲାଜେଇ ଯାଇ ମୁହଁ ଘୁରାଇ ଦିଏ ସେ।


ସମୟ ଅତିବାହିତ ହେଲା।

ଶାଶୁସହ ତିକ୍ତତା ବଢ଼ିବାରେ ଲାଗିଲା। ମନେ ପଡ଼ୁଥିଲା ଶିବୁର ପ୍ରଥମ ସାକ୍ଷାତ। ପ୍ରେମ ଆରମ୍ଭରେ ପ୍ରେମିକର ବ୍ୟବହାର ଓ ସରିଲା ପରେ ବ୍ୟବହାର ଭିତରେ ଆକାଶ ପାତାଳ ଫରକ।

ପୁଣି ଥରେ ରୋଗଗ୍ରସ୍ତ ହେଲା ମଲ୍ଲିର ମାଆ ସେବ। ଏଥର ଅନୁମତି ନେଇ ଘରକୁ ଗଲା ମଲ୍ଲି, ସାଙ୍ଗରେ ଦୁଇଟି କୁନି କୁନି ଛୁଆ। କିନ୍ତୁ ସ୍ୱାମୀକୁ ଅନୁମତି ଦେଲେନି ଶାଶୁ। କାହାକୁ କହିବ କ'ଣ କରିବ ? ଘରୁ ଗୋଡ କାଢ଼ି ନଥିବା ଝିଅଟି ମାଆକୁ ଧରି ବୁଲିଲା ସହର, ସହର।ସ୍ୱାମୀ ମାଆ କାନିରେ ବନ୍ଧା। ଏପଟେ ଆର୍ଥିକ ସଙ୍କଟ। ଭୋ ଭୋ କାନ୍ଦୁଥାଏ ମଲ୍ଲି। ମୋ ମାଆକୁ କେହି ବଞ୍ଚେଇ ଦିଅ। ମୋ ମାଆ ଛଡା ଏ ଦୁନିଆରେ କେହି ନାହିଁ।


ପରୀକ୍ଷାରୁ ଜଣା ପଡ଼ିଲା ମାଆର ବଞ୍ଚିବା ଆଶା କ୍ଷୀଣ। ଶେଷରେ ପ୍ରସ୍ତୁତ ହେଲା ବ୍ରହ୍ମପୁର ପାଇଁ। ଗୋଡ ଧରି ଶାଶୁ ଚମ୍ପାକୁ କହିଲା, ମାଆ ମୁଁ ବ୍ରହ୍ମପୁର କେବେ ଯାଇନି ତାଛଡ଼ା ରୋଗିଣା ମାଆ। ତେଣୁ ତମେ ଚାଲ ନଚେତ ତମପୁଅଙ୍କୁ ଆମସହ ଯିବାକୁ ଦିଅ।


ମନାକଲା ଚମ୍ପା। କହିଲା, କି ରୋଗ, କ'ଣ। ଆମେ କାହିଁକି ଯିବୁ ? ତୋ ମାଆ କଥା ନିଜେ ବୁଝ। ଦୋହଲି ଗଲା ଅନ୍ତରାତ୍ମା। ପଚାରିଲା, ସମସ୍ତେ କୁହନ୍ତି ପୁଅ ଝିଅ ସମାନ। ଝିଅଟିଏ ସବୁ ସମ୍ପର୍କ ଛାଡ଼ି ପର ଘରକୁ ନିଜର କରେ। ପୁଅ କରେନା। ଆଜି ଯଦି ତମର ଏମିତି କିଛି ହୋଇଥାନ୍ତା ମୋର କ'ଣ ଅଧିକାର ଥାନ୍ତା ତମ ପୁଅକୁ ଅଟକେଇ ପାରିଥାନ୍ତି ? ତମ ସେବା ମୁଁ କରିନଥାନ୍ତି ? ଯଦି ବା କରିନଥାନ୍ତି, ତମେ, ତମ ପରିବାର ଅଥବା ଭଦ୍ରମୁଖା ତଥାକଥିତ ସମାଜ ମୋତେ ଗ୍ରହଣ କରିଥାନ୍ତା ? ବୋଧେ ନା ! କାରଣ ମୁଁ ପରା ଝିଅ !


ଦୀର୍ଘଶ୍ୱାସ ମାରି ରୋଗିଣାମାଆକୁ ଧରି ବାହାରିଲା ବ୍ରହ୍ମପୁର। ପାଖରେ ସ୍ଵଳ୍ପ ଧନ। ନୂଆଁ ଜାଗା। ଓହ୍ଲେଇ ପଡ଼ିଲା ବସଷ୍ଟାଣ୍ଡରେ । ମାଆର ଅବସ୍ଥା ସଙ୍କଟାପନ୍ନ। ହଠାତ କିଏ ଜଣେ ହାତରୁ ପଇସା ଟାଣି ନେଇଗଲା।

ଭୋ ଭୋ କାନ୍ଦୁଥିଲା ମଲ୍ଲି। ଆଜି ବି ଘୂରିବୁଲେ ବସଷ୍ଟାଣ୍ଡରେ ଚିଣ୍ଡା ଅସନା ବସ୍ତ୍ର ପରିହିତା ସ୍ତ୍ରଲୋକଟିଏ ( ଅନ୍ୟ ଭାଷାରେ କହିଲେ ପାଗଳି) କହିବୁଲେ ।

ନାଆଁ ଟି ମୋର ମଲ୍ଲି


Rate this content
Log in

Similar oriya story from Romance