STORYMIRROR

Trushna Das

Romance Inspirational

3  

Trushna Das

Romance Inspirational

ମୁଁ କିଏ ?

ମୁଁ କିଏ ?

5 mins
370

ଶୁଭମ, ଗଗନ, ସାହିଲ, ମିଶ୍ରି ଓ ରିତୁ ପାଞ୍ଚ ସାଙ୍ଗ ଯାଉ ଥାଆନ୍ତି ଦିଲ୍ଲୀ ଛୁଟି ମନେଇବା ପାଇଁ। ଦିପହର 12.20ରେ ରାଜଧାନୀ ଟ୍ରେନ ଧରିବାର ଥିଲା। କିନ୍ତୁ ସେଦିନ ଟ୍ରେନଟି ଆସୁ ଆସୁ ଟିକିଏ ଡେରି ହୋଇଗଲା। ପାଖାପାଖି 1.30ରେ ଆସିଲା। 


ପାଞ୍ଚ ସାଙ୍ଗ ଟ୍ରନ ଧରି ନିଜ ସିଟ ପାଖକୁ ଯାଇ ବସିଲେ। ସେଥିରେ ଦେଖିଲେ ଝରକା ପାଖ ସିଟରେ ଜଣେ ବୟସ୍କ ବ୍ୟକ୍ତି ବସିଛନ୍ତି। ସେ ଲୋକ ଜଣକ ଖଦି କୁର୍ତ୍ତା ଆଉ ପାଇଜାମା ପିନ୍ଧିଛନ୍ତି। ହାତରେ ରୁଦ୍ରାକ୍ଷ ମାଳ ଧରି ବସିଛନ୍ତି। ବେଶରୁ ଲାଗୁ ଥାଏ ମଧ୍ୟମ ଘରର ବ୍ୟକ୍ତି। 


କିଛି ସମୟ ଯାଇଛି କି ନାହିଁ ଶୁଭମ ସେ ବ୍ୟକ୍ତିଙ୍କୁ କହିଲେ ମଉସା ତୁମେ ସାଇଟ ସିଟରେ ବସ ଏଇଠି ଆମ ସମସ୍ତଙ୍କୁ ଅସୁବିଧା ଲାଗୁଛି। 

ବୟସ୍କ ବ୍ୟକ୍ତି ଜଣକ ହସି ଉଠି ଯାଇ ପାଖ ସାଇଟ ତଳ ସିଟରେ ବସିଲେ। 

ତାପରେ ପାଞ୍ଚ ସାଙ୍ଗଙ୍କ ମଧ୍ୟରେ କଥା ଆରମ୍ଭ ହେଲା। କଥାରୁ ଲାଗୁ ଥାଏ ଯେ ଶୁଭମ ଓ ମିଶ୍ରି ଏବଂ ଗଗନ ଆଉ ରିତୁ ପରସ୍ପରକୁ ଭଲ ପାଉ ଥିଲେ। ସାହିଲର କେହି ବାନ୍ଧବୀ ନ ଥିବାରୁ ତାର ପରିହାସ କରୁ ଥିଲେ। ଶୁଭମ ସବୁଠାରୁ ଧନୀ ଘରର ପିଲା ଭଳି ଲାଗୁ ଥାଏ। 

ଶୁଭମ ନିଜର ବଡ ବଡ କଥା ଆରମ୍ଭ କଲା। ଡିସେମ୍ବର ବଡଦିନ ପାଇଁ ନା ମୁଁ ଫ୍ଲାଇଟରେ ପରା ଟିକଟ ପାଇଲି ନାହିଁ। ବାଧ୍ୟ ହୋଇ ଟ୍ରେନରେ କଲି। ନହେଲେ ବାପା କହୁଥିଲେ ସମସ୍ତଙ୍କ ପାଇଁ ଫ୍ଲାଇଟରେ ଟିକଟ କରିଦେବେ ବୋଲି। ଫାଷ୍ଟ ଏସି କି ସେକେଣ୍ଡ ଟାୟାର ଏସି ବି ଟିକଟ ହେଲା ନାହିଁ। ନ ହେଲେ ମୁଁ କଣ ଏ ଥାର୍ଡ ଟାୟାର ଏସିରେ ଯିବା ଲୋକ। ଏମିତି କଥା ହେଉ ହେଉ ମିଶ୍ରି ନିଜ ଭେଣ୍ଟି ବ୍ୟାଗରୁ ଗୋଟିଏ ଡାଇରିମିଲ୍କ ଚକୋଲେଟ୍ କାଢି ଆଖିରେ ଆଖିରେ ଇସାର କଲେ ଶୁଭମ କୁ। ଶୁଭମ ବି ହସି ଦେଇ ମିଶ୍ରି ପାଖକୁ ଭିଡି ଗଲେ । ମିଶ୍ରି ଚକୋଲେଟ୍ କୁ ପାଟିରେ ଧରିଲେ ଆଉ ଶୁଭମ ତାକୁ ଆସ୍ତେ ଆସ୍ତେ କରି ଖାଇଲେ। ଶେଷରେ ଶୁଭମ ସମସ୍ତଙ୍କ ସାମ୍ନାରେ ଚକୋଲେଟ୍ ଖାଉ ଖାଉ ମିଶ୍ରିଙ୍କ ଓଠକୁ କାମୁଡି ଚୁମ୍ବନ କଲେ। ସେପଟେ ଗଗନ ଓ ରିତୁ ଗୋଟିଏ ପଟ ସିଟରେ ଗୋଡ ଲମ୍ବାଇ ପରସ୍ପର ସହ ଆଉଜି ହୋଇଛନ୍ତି ଏବଂ ଗୋଟିଏ ଚଦର ତାଙ୍କ ଉପରେ ପକାଇଛନ୍ତି ।


ସାହିଲ ଉପରକୁ ଯାଇ ଧିରରେ ଶୋଇଛନ୍ତି। 

ବୟସ୍କ ବ୍ୟକ୍ତି ସବୁ ଚୁପ୍ ଚାପ୍ ହୋଇ ଦେଖୁ ଥିଲେ। ଶେଷରେ ଏମାନଙ୍କ ରୋମାନ୍ସ ଦେଖି ତାଙ୍କୁ ଅଡୁଆ ଲାଗିଲା। ସେ ସେମାନଙ୍କୁ ପଛ କରି ବସି ଥିଲେ। 

ହାୱଡା ଷ୍ଟେସନ ପାଖା ପାଖି ହୋଇ ଥାଆନ୍ତି। ହଠାତ୍ ଶୁଭମଙ୍କର ଗୋଟିଏ ଫୋନ ଆସିଲା। ସେ ଫୋନରେ କହିଲେ ହଁ ତୁମେ ଦୁହେଁ ପଳାଇ ଆସ, ଟିକଟ ପାଇଁ ବ୍ୟସ୍ତ ହୁଅ ନାହିଁ। ଆମ ପାଖ ସିଟ ଦୁଇଟି ବୋଧେ ଫାଙ୍କା ଅଛି। ଆଉ ଟିଟି କୁ ମୋ ବାପା ନାମ କହିଲେ ନ ହେଲେ କିଛି ଟଙ୍କା ଦେଇ ଟିକଟ ହୋଇ ଯିବ। ସେ ଖୁସି ହୋଇ କହିଲେ ହାୱଡା ଷ୍ଟେସନରେ ଲିସୁ ଆଉ ତାର ସ୍ୱାମୀ ନୟନ ବି ଟ୍ରେନ ଧରିବେ। ସବୁ ଖୁସିରେ ଚିଳାଇବାକୁ ଲାଗିଲେ। 

ହାୱଡା ଷ୍ଟେସନରେ ଜୁମାଟରୁ ଗୋଟିଏ ପିଲା ଆସି ଶୁଭମଙ୍କୁ ବରଗର, ପିଜା, ମଟନ ବିରିୟାନି, ଫିସ୍ କାକଲେଟ, ନାନା, ସମରୁମ ଚିଲି, ଦହି ବୁନ୍ଦି, ପନିର ହାଣ୍ଡି, ଚିକେନ ସୁପ ଆଦି ଖାଇବାର ଦେଲା। ଲିସୁ ଆଉ ନୟନ ବି ଟ୍ରେନରେ ଚଢିଲେ। ସେମାନେ ସେ ସବୁ ଖାଉ ଥାଆନ୍ତି। ଅଧା ଖାଇବା ଫିଙ୍ଗିଲେ ବି। 

ସେ ପଟେ ବୟସ୍କ ଲୋକ ଜଣକ ଘରୁ ଆଣି ଥିବା ଭାତ ଆଉ ଡାଲମାକୁ କାଢି ହାତରେ ଖାଇଲେ। ତାଙ୍କ ଖାଇବା ଦେଖି ଏମାନେ ଫୁସୁର ଫାସୁର୍ ହୋଇ କହୁ ଥାଆନ୍ତି ୟକ୍ ଏଇଠି ପାଇଁ ଟ୍ରେନରେ ଯିବା ପାଇଁ ଇଚ୍ଛା ହୁଏ ନାହିଁ। କେମିତି ହାତରେ ଖାଉଛନ୍ତି। ସିଏ ବି ଭାତ ଆଉ ଡାଲମା। 

ଟିଟି କିଛି ସମୟ ପରେ ଆସିଲେ। ଶୁଭମ ଓ ତାଙ୍କ ସାଙ୍ଗମାନେ ଶୋଇ ଥାଆନ୍ତି। ବାରମ୍ବାର ଡାକିଲାରୁ ଶୁଭମ ଉଠିଲେ ଏବଂ ଟିକଟ ଦେଇ କହିଲେ ଆଉ ଦୁଇ ଜଣଙ୍କର ଟିକଟ ହୋଇ ନାହିଁ। ଆପଣ ଟଙ୍କା ନେଇ ପାଖ ଦୁଇଟି ଟିକଟ କରି ଦିଅନ୍ତୁ। 

ଟିଟି ମନା କରି କହିଲେ ସେମିତି ହୁଏ ନାହିଁ। ଆଉ ଟ୍ରେନ ଫାଙ୍କା ନାହିଁ। 

ଗଗନ ବହୁତ ପାଟି କରି ଚିଳାଇ ଉଠିଲେ।ଆପଣ ଜାଣି ନାହାଁନ୍ତି ମୁଁ କିଏ? ମୁଁ ହେଉଛି ବାଲେଶ୍ୱରର ଏମ୍.ଏଲ୍.ଏ ରଘୁବୀରଙ୍କ ସାଙ୍ଗ ବିଜୟଙ୍କର ପୁଅ। ଆପଣ ମୋତେ ଟିକଟ ନ ଦେଲେ ଆପଣଙ୍କ ଚାକିରୀ ଚାଲି ଯିବ। 


ଟିଟି : ଆପଣ ବୁଝୁ ନାହାଁନ୍ତି। ଟିକଟ ଥିଲେ ତ ମୁଁ ଦେବି। ଦିଲ୍ଲୀରେ ପରେ ଏମ୍.ଏଲ୍.ଏ ରଘୁବୀରଙ୍କ ମିଟିଂ ଆଉ କଣ ଗୋଟେ ଅଛି। ତେଣୁ ଟ୍ରେନ ଆଜି ପୁରା ଭିଡ। ମୁଁ ଅତି ବେଶୀରେ ମୋର ଗୋଟିଏ ସିଟ ଦେଇ ପାରିବି କହି ଟିକଟ ର ଭୋଡା ନେଲେ। 

ପଛକୁ ଘୁରି ପଡି ଟିଟି ସେ ବୟସ୍କ ଲୋକଙ୍କୁ ଦେଖି କହିଲେ ନମସ୍କାର ସାର। ଆପଣ ?

ସେ ବୟସ୍କ ବ୍ୟକ୍ତି ଜଣକ କହିଲ କଣ ମୁଁ ତୁମ ଟ୍ରେନରେ ଯାଇ ପାରିବି ନାହିଁ କି ?

ଟିଟି ସାର ଆପଣ ସତରେ ବହୁତ ମଜାଳିଆ ଲୋକ କହି ଟିକଟ ଦେଖିଲେ ଏବଂ ଶୁଭମଙ୍କୁ ଚାହିଁ ଚାହିଁ ପଳାଇଲେ।

ଟାଟା ଷ୍ଟେସନରେ କିଛି ଅଙ୍ଗ ରକ୍ଷକ ଆସି ପହଞ୍ଚିଲେ ସେ ବୟସ୍କ ବ୍ୟକ୍ତିଙ୍କ ପାଖରେ। ଆଉ ପଚାରିଲେ ସାର ସବୁ ଠିକ ଅଛି ତ? 

ସେ ବୟସ୍କ ବ୍ୟକ୍ତି ଜଣକ କହିଲେ ଆରେ ତୁମେମାନେ ମୋ ପାଇଁ ବ୍ୟସ୍ତ ହୁଅ ନାହିଁ। ତୁମେମାନେ ସେଇଠି ସବୁ ଆରାମରେ ବସିଛ ତ।

ଜଣେ ଅଙ୍ଗରକ୍ଷକ : ସାର ଆମେ ଫାଷ୍ଟ ଟାୟାରରେ ଆଉ ଆପଣ ଏଇଠି। 

ବୟସ୍କ ବ୍ୟକ୍ତି : ତୁମେ ଜାଣ ମୋତେ ସାଧା ସିଧା ରହିବା ଭଲ ଲାଗେ ।ଆଉ ତୁମେମାନେ ଯାଅ ତୁମ ଜାଗାକୁ। 

ଶୁଭମ ଓ ତାଙ୍କ ସାଙ୍ଗମାନେ ସେ ବୟସ୍କ ବ୍ୟକ୍ତିଙ୍କୁ ଚାହିଁ ରହିଥାନ୍ତି। 

ଟାଟା ଷ୍ଟେସନ ଛାଡିଲା ପରେ ଶୁଭମ ସେ ବୟସ୍କ ଲୋକଙ୍କୁ ପଚାରିଲେ ସାର ଆଣ କିଏ? 

ବୟସ୍କ ବ୍ୟକ୍ତି ଟିକେ ହସି କହିଲେ ଆଉ ଟିକିଏ ଆଗରୁ ମଉସା ତୁମେ ରୁ ଏବେ ସାର ଆପଣ। ମୁଁ କିଏ ? ସବୁ ପ୍ରଶ୍ନ ମୁଁ ରୁ ହିଁ ତ ଆରମ୍ଭ। 

ମୋର ପରିଚୟ କହିଲେ ମୁଁ ଜଣେ ମଣିଷ। ଆସିଛି ଏ ଦୁନିଆକୁ ଏକୁଟିଆ ଯିବି ବି ମୁଁ ଏକୁଟିଆ। ନିଃସଙ୍ଗ ପଥିକ ଟିଏ। 

ମୋ ନାମ ହେଉଛି ରଘୁ। ମୋର ବି ତୁମମାନଙ୍କ ପରି ସାଙ୍ଗ ସାଥି ଥିଲେ। ପନ୍ଦର ବର୍ଷ ତଳର କଥା। ବାପାଙ୍କ ବହୁତ ଧନ ସମ୍ପତ୍ତି ଥିଲା। ନିଜେ ବି ଗୋଟିଏ କମ୍ପାନୀର ମ୍ୟାନେଜର ଥିଲି। ବାପା ଗଲା ପରେ ବାପାଙ୍କ ବ୍ୟବସାୟ ବନ୍ଦ ହୋଇ ଯାଇ ଥିଲା। ଏବେ ଘରେ କହିଲେ ମୁଁ ଆଉ ମୋର ମାଆ। ମୋ ସାଙ୍ଗର ଭଉଣୀ ସହ ମୋର ବିବାହ ହେଲା। ହେଲେ ମୋ ସ୍ତ୍ରୀ ମୋ ଠାରୁ ବି ବେଶୀ ଧନୀ ଲୋକକୁ ଧନ ସମ୍ପତ୍ତି ପାଇଁ ଭଲ ପାଇଲେ। ବିବାହର ସବୁ ସମ୍ପର୍କ ଭୁଲି ସେ ସେଇ ବ୍ୟକ୍ତି ସହ ସମସ୍ତ ସମ୍ପର୍କ ରଖିଲେ।ସେ ବ୍ୟକ୍ତି ଜଣକ ଆଉ କେହି ନ ଥିଲେ ମୋ କମ୍ପାନୀର ମାଳିକ। ଆଉ ଦିନେ ଆସି ଡିଭର୍ସ ସହ ମୋର ସମ୍ପତ୍ତିର ଅଧା ଭାଗ ମାଗିଲେ। ମୋତେ ବହୁତ ବଡ ଧକ୍କା ଲାଗିଲା। ଆଉ ମୁଁ ତାଙ୍କୁ ସେ ଯାହା ମାଗିଲେ ଦେଇ ଡିଭର୍ସ ଦେଲି। ଆଉ ଚାକିରୀ ଛାଡି ଦେଲି। ଏ ଦୁଃଖ ମୋ ମାଆ ସହି ନ ପାରି ହୃଦଘାତରେ ମୃତ୍ୟୁବରଣ କଲେ। ପୁଣି ଥରେ ବାପା ଙ୍କ ବ୍ୟବସାୟ ଆରମ୍ଭ କଲି। ହେଲେ ଆର୍ଥିକ ଅବସ୍ଥା ଖରାବ ହେବାରୁ କେବଳ ଜଣେ ଦୁଇଜଣ ଙ୍କୁ ଛାଡି ସବୁ ସାଙ୍ଗ ପର ହୋଇଗଲେ। ଏବେ ମୁଁ ବୁଝି ଗଲି ଜୀବନରେ କେହି ନିଜର ନୁହଁନ୍ତି। ଏକୁଟିଆ ଆସିଛି ଏକୁଟିଆ ଯିବି। କାହାକୁ ହୃଦୟରୁ ବେଶୀ ଭଲ ପାଇଲେ ବହୁତ କଷ୍ଟ ହୁଏ।ତେଣୁ ମୁଁ ମୋର ପରିଚୟ ଜଣେ ମାନବ ସେବୀ ଭାବରେ ବାଛିଲି। ଶେଷରେ ବ୍ୟବସାୟ ସହ ସମାଜର ସେବା ଆଉ ଧାର୍ମିକ ଅନୁଷ୍ଠାନରେ ଯୋଗ ଦେଲି। ନିଜକୁ ଆଧ୍ୟାତ୍ମିକ ଦିଗରେ ଆଗେଇଲି। ଆଉ ଆଜି ହେଉଛି ଏମ.ଏଲ୍.ଏ ରଘୁବୀର। 

ଏ ସବୁ ଶୁଣି ସମସ୍ତଙ୍କ ଆଖି ଛଳଛଳ ହୋଇ ଯାଇ ଥିଲା। ଶୁଭମଙ୍କ ମୁହଁ ଶୁଖିଗଲା। କାରଣ ସେ ଜାଣି ସାରିଥିଲେ ଯେ ରଘୁବୀରଙ୍କ ସ୍ତ୍ରୀ ଆଉ କେହି ନୁହଁନ୍ତି ତାଙ୍କର ନିଜ ପିଉସୀ। ହେଲେ ସବୁ ପରେ ବି ତାଙ୍କ ବାପା ବିଜୟ ଆଉ ରଘୁବୀରଙ୍କ ବନ୍ଧୁତ୍ୱ ଭଲ ଥିଲା। ହେଲେ ଛୋଟ ବେଳୁ ଶୁଭମ ବାହାରୁ ରହି ପଢୁଥିବାରୁ ରଘୁବୀରଙ୍କୁ କେବେ ଦେଖି ନ ଥିଲେ। 

କିଛି ସମୟ ପରେ ରଘୁବୀର ଶୁଭମଙ୍କୁ କହିଲେ ମୁଁ ତୁମକୁ ଛୋଟ ବେଳେ ଦେଖି ଥିଲି। ଘରେ ସବୁ କେମିତି ଅଛନ୍ତି? ଆଉ ତୁମ ପିଉସୀ ଠିକ ଅଛନ୍ତି ନା। 

ଶୁଭମ ଟିକିଏ ହସି ଦେଇ ହଁ କହିଲେ। 

ରଘୁବୀର କହିଲେ ତୁମେ ତୁମ ବାପାଙ୍କ ପରିଚୟ ଭୁଲି ନିଜର ପରିଚୟ ତିଆରି କର। ଯେମିତି ଜୀବନ ଯାତ୍ରାରେ ତୁମେ କିଏ ପଚାରିଲେ ତୁମର ପରିଚୟ ମୁଁ କିଏ ଭଲ ଭାବରେ ଦେଇ ପାରିବ।ଆଉ ପ୍ରେମ କରିବା ଭଲ..... କିନ୍ତୁ ତୁମେ ପ୍ରେମକୁ କେବେ ଅଧାରୁ ଛାଡିବ ନାହିଁ ଯଦି। ମିଶ୍ରି ଓ ଶୁଭମ ପରସ୍ପରକୁ ଚାହିଁ କହିଲେ ହଁ ଆମର ବାହାଘର ଠିକ ହୋଇ ସାରିଛି। ଶୁଭମ ଚାକିରୀ କଲା ପରେ ବିବାହ ହେବ। 

ତାପର ଦିନ ସକାଳ ହେଲାରୁ ଟ୍ରେନ ଯାଇ ଦିଲ୍ଲୀ ଷ୍ଟେସନରେ ପହଞ୍ଚିଲା। ହଠାତ୍ ଟ୍ରେନରୁ ଓହ୍ଲାଇ ଶୁଭମ ଓ ମିଶ୍ରି ଯାଇ ପଛ ପଟୁ ରଘୁବୀରଙ୍କୁ ଡାକି ପ୍ରଣାମ କଲେ ଏବଂ କହିଲେ ଆପଣଙ୍କର ଆଜିର ଇସ୍କନ ମନ୍ଦିରରେ ହେବାକୁ ଥିବା ଆଧ୍ୟାତ୍ମିକ ପ୍ରୋଗ୍ରାମକୁ ଆମେ ନିହାତି ଯିବୁ। ଆଉ ଆପଣ ଆମ ବିବାହକୁ ନିହାତି ଆସିବେ। ଆମେ ଦୁହେଁ ଯାଇ ଆପଣଙ୍କୁ ନିମନ୍ତ୍ରଣ କାର୍ଡ ଦେବୁ। ରଘୁବୀର ହସି ଦୁଇ ଜଣଙ୍କୁ ଆର୍ଶୀବାଦ ଦେଲେ। 

ବାଲେଶ୍ଵର ଓ ଦିଲ୍ଲୀର ଯାତ୍ରା ଶୁଭମ ଓ ତାଙ୍କ ସାଙ୍ଗମାନଙ୍କୁ ଏକ ବହୁତ ବଡ ଶିକ୍ଷା ଦେଲା ଯେ ମୁଁ କିଏ? 



Rate this content
Log in

Similar oriya story from Romance