Siddhartha Tripathy

Romance Tragedy Inspirational

3  

Siddhartha Tripathy

Romance Tragedy Inspirational

ମୁଁ ଦେହଜୀବୀ କହୁଛି

ମୁଁ ଦେହଜୀବୀ କହୁଛି

5 mins
142



ପ୍ରାରମ୍ଭ :


ଦେହଜିବୀ, ଗଣିକା, ବେଶ୍ୟା, ବାରଙ୍ଗନା ।ଶରୀର ବିକିଦିଅନ୍ତି ପେଟ ଚାଖଣ୍ଡକ ପାଇଁ। ଅର୍ଥର ତାଡନା, ପେଟର ଭୋକ ସଜେଇଦିଏ ଆମ ପରି ମଣିଷମାନଙ୍କ ଭୋଗ୍ୟା।


ଅଜବ, ଅଦ୍ଭୁତ ସାକ୍ଷାତ।ଅଜବ ସହର ଇଏ।ଶୋଇଥାଏ।କଡଲେଉଟାଏ। ଅଲୋଡା ଯୁବତୀ ପରି ଆଖିଖୋଲି ସ୍ୱପ୍ନ ଦେଖୁଥାଏ।ନିଶାର୍ଦ୍ଧରେ ବିବେକକୁ ହତ୍ୟାକାରୀ,ନାରୀଟିକୁ ଭୁ ଲୁଣ୍ଠିତାକରି ସକାଳୁ ସକାଳୁ ସୂର୍ଯ୍ୟ ସ୍ନାନ ସାରି ସଜାଡ଼ି ନିଏ ନିଜକୁ। କଇଁଛ ଖୋଳପା ଭିତରେ ପଶିଲା ପରି ପଶିଯାଏ ଭଦ୍ର ଖୋଳପାରେ...! 


ପ୍ରେମର ସଂଜ୍ଞା ଏବେ ତୁମଠୁ ବୁଝିଲି।ହେଇ ଦେଖ ଜାକିଜୁକି ଭିଡ଼ି ଧରି ଆପଣା ପୈାରୁଷ ମୁଁ ସଭ୍ୟ ସମାଜର ସଭ୍ୟ ମନୁଷ୍ୟ କେମିତି ଠୋ ଠୋ ହସୁଛି।


    ମନ ଜାଣେ ସ୍ଵାଦ କେତେ ନିଶାର୍ଦ୍ଧରେ ପକ୍ଷୀ ଶୀକାରର!! ବିବେକର ବିଶୁଦ୍ଧ ଶରୀର ଜଳିଗଲାପରେ ବାରି ହୂଏ କ୍ଷତି କ'ଣ??? 


ଏମିତି ଭଦ୍ରମଣିଷ ଅନ୍ଧାର ରାତିରେ ପାଦ ଚିପି ଚିପି ଚାରିଆଡ଼କୁ ଅନେଇ କିଛି ଅର୍ଥ ବିନିମୟରେ ସଜେଇ ଦିଅନ୍ତି ନାରୀଟିକୁ ବେଶ୍ୟା, ବାରାଙ୍ଗନା, ଦେହଜୀବୀ ।


କାହାଣୀକୁ ପ୍ରଵେଶ କରିବା :-


ବ୍ରହ୍ମପୁରର ଲାଞ୍ଜିପଲ୍ଳି ଛକ। ଚାକିରୀ ଜଞ୍ଜାଳରୁ ଫୁରୁସତ ମିଳିଲେ ମୁଁ ଆସେ ଗଜପତିରୁ ଘରକୁ। ବୋଉ ଦେହ ଭଲ ନଥିଲା, ତେଣୁ ଆସିଥିଲି। ଦୁଇଦିନ ହେଲା ଛକକୁ ଯାଇ ଗୁପଚୁପ ଖାଏ ସନ୍ଧ୍ୟାରେ।


ଗୁପଚୁପ ଦୋକାନରେ ପ୍ରବଳ ଭିଡ଼। ବୋଧେ ସୁନ୍ଦରୀ ଯୁବତୀଟି ଗୁପଚୁପ ବିକେ ସେଇଥିପାଇଁ । ଲେଖକମନ ଖୋଜିବୁଲେ ଲେଖାର ଖୋରାକ। ସଞ୍ଜ ନଇଁଲେ ଭିଡ ବଢେ। ମୁଁ ଆଜି ଜଲଦି ଚାଲିଗଲି। ଏକା ସ୍ତ୍ରୀ ଲୋକଟି ପ୍ରସ୍ତୁତ କରୁଥିଲା।


ମୋତେ ପଚାରିଲା, ବାବୁ ! ବିଳମ୍ବ ଅଛି ମୋ ସ୍ବାମୀ ଆସିଲେ ବେପାର ଆରମ୍ଭ। ମୁଁ କହିଲି, ହଁ ମୁଁ ଜାଣିଛି ମୋ ଘର ଏଇ ପାଖରେ। ସେ ଉତ୍ତର ଦେଲା ଅସୁବିଧା ନାହିଁ ଏହି ପଛରେ ଆମର ଭଡା ଘର ଅଛି ଦଶମିନଟକୁ ତିନିଶହ ମାତ୍ର। ପ୍ରସ୍ତୁତ କି ? ତମ ସମ୍ମାନରେ ଆଞ୍ଚ ଆସିବନି କେହି ଜାଣିବେନି ଆନନ୍ଦର ଗ୍ୟାରେଣ୍ଟି ଦେବି।


ବୁଝିଗଲି ହସିଦେଲି ତଥାପି ଚମକିଗଲି ମୁଁ। ମୁଁ କହିଲି, ମୁଁ ସରକାରୀ ଚାକିରିଆ ତଥା ଲେଖାଲେଖି କରେ। ତମକୁ ଦେଖିଲେ ସମ୍ଭ୍ରାନ୍ତ ଶିକ୍ଷିତ ଲାଗ କିନ୍ତୁ ଏ ଘୃଣ୍ୟ କାମ କାହିଁକି ଆପଣେଇନେଇଛ ? 


ବସିବାକୁ ଷ୍ଟୁଲ ବଢ଼େଇଲା ସେ। କହିଲା ମୋ କଥା କହିବି, ଲେଖିବ ନା ବାବୁ ! ହଁ ଭରିଲି ମୁଁ । ମିଳିଗଲା କାହାଣୀ। ଆରମ୍ଭ କଲା ସେ।


ତିନି ବର୍ଷ ପୂର୍ବେ --


ମୁଁ ମହିଳା ମହାବିଦ୍ୟାଳୟର ମେଧାବୀ ଛାତ୍ରୀ ତଥା ବିଶିଷ୍ଟ ମସଲା ବ୍ୟବସାୟୀଙ୍କ ଏକମାତ୍ର ଉତ୍ତରାଧିକାରୀ। ହଷ୍ଟେଲରେ ରହି ପଢ଼େ। ସନ୍ଧ୍ୟାସମୟରେ ଉପର ମହଲାର ଝରକାରୁ ତଳକୁ ଅନେଇଥାଏ। ଚାଟବାଲା ସନିଆ ଆସିବ ଆଉ ମୁଁ ଚାଟ ଖାଇବି।


ଚାଟପ୍ଲେଟ ବଢ଼େଇ ସାନିଆ ଏକଲୟରେ ଅନେଇ ରୁହେ। ଦିନେ ପଚାରିଲି, କ'ଣ ଦେଖୁଛ ? ତା ଉତ୍ତର ;

ସୁନ୍ଦରେ ତୃପ୍ତିରେ ଅବସାଦ ନାହିଁ,

ଯେତେ ଦେଖୁଥିଲେ ନୂଆଁ ଦିଶୁଥାଇ।

ତମେ ବହୁତ୍ ସୁନ୍ଦର, ଆଉ ତମ ସୌନ୍ଦର୍ଯ୍ୟ ଉପଭୋଗ କରୁଛି।

ସନିଆ ବାପାମାଆ ଛେଉଣ୍ଡ ଆଉ ଇଞ୍ଜିନିୟରିଂ ପଢ଼ି ଚାକିରୀ ଅଭାବରୁ ଚାଟ ବିକି ପେଟ ପୋଶେ ।


କିଛିଦିନ ପରେ, ସନିଆ ମୋ ହାତକୁ ଡ଼ାଏରୀଟିଏ ବଢ଼େଇ ଦେଇ କହିଲା , ଏହି କାହାଣୀ ଲେଖିଛି, ଅର୍ଥାଭାବରୁ ତାକୁ ପୁସ୍ତକରେ ପରିଣତ କରି ପାରୁନାହିଁ। ତା ହାତରୁ ଡ଼ାଏରୀଟି ନେଲି।


ରାତିରେ ପଢିଲି। ଖୁବ ସୁନ୍ଦର ଲେଖା।ପରଦିନ ସନିଆ ଡ଼ାଏରୀ ମାଗିଲେ। ମୁଁ କହିଲି, ନା ପଢ଼ିନି ସେଟା ମୋ ପାଖରେ ଥାଉ। ମୂରୁକି ହସି ହଁ ଭରିଲା ସେ। ଧିରେ ଧିରେ ଚାଟ ଦେବା ସମୟରେ ତା ହାତ ମୋ ହାତକୁ ସ୍ପର୍ଶ କରିବା ଅନୁଭବ କଲି। ପ୍ରଥମଥର ମୋ ହାତ ଥରି ଗୁପଚୁପ ତଳେ ପଡ଼ିଗଲା।


ତାପରେ......


ସନିଆ ହାତ ସ୍ପର୍ଶକୁ ମୁଁ ଅନେଇ ରହୁଥିଲି। ସନ୍ଧ୍ୟା ପାଞ୍ଚଟା ହେଲେ ମୋ ପାଦ ସ୍ଥିର ହେଉନଥିଲା, ବାରମ୍ବାର ଝରକା ପଟେ ବାହାରକୁ ଅନେଇ ରହୁଥିଲି । ଏମିତି ବି ଘଟୁଥିଲା ବ୍ରହ୍ମପୁରର କିଛି ଶୁକ୍ଳକେଶୀ ଯୁବକ ମୋତେ ଦେଖି ଇଶରା କରିବା ସହ ଦେଖେଇ ଦେଖେଇ ପରିସ୍ରା କରୁଥିଲେ। କିନ୍ତୁ ମୋର ଧ୍ୟାନ ସେସବୁରେ ନରହି ସନିଆର ଗୁପଚୁପ ଗାଡ଼ିକୁ ଅପେକ୍ଷାରେ ଥିଲା।


ସନିଆ ପହଞ୍ଚୁ ପହଞ୍ଚୁ ମୁଁ ପହଞ୍ଚି ଯାଉଥିଲି। ସେହି ସମୟରେ କିଛି ଯୁବକ ପହଞ୍ଚି ଅଶ୍ଳିଳ ଇଙ୍ଗିତ କରନ୍ତି। ବ୍ରହ୍ମପୁର ସହର, ଯେ ଝା ହାତରେ ଚଉଦ ପା । ରେଶମସହର ବଦଳି ନୂତନ ଆଖ୍ୟା ପାଇଛି ଅପରାଧପ୍ରବଣ ସହର।


ସନିଆ ମୋତେ ଗେଟ ଭିତରକୁ ଯିବାକୁ ଇଶାରା କରେ ଓ ମୋ ହାତକୁ କୋମଳ ସ୍ପର୍ଶ ଦେଇ ଚାଟ ବଢ଼େଇଦିଏ। ତାର ମୁରୂକି ହସରେ ପୁଲକି ଉଠେ ମୋ ଅଙ୍ଗ ପ୍ରତ୍ୟଙ୍ଗ।


ସେଦିନ ଗେଟ ଭିତରେ ଚାଟ ବଢ଼େଇ ଦେଉ ଦେଉ ସନିଆ କହିଲେ :-


ମନରେ ପ୍ରେମର ପ୍ରଲେପ ଲଗେଇ ଆଗକୁ ବଢିଚାଲିଲେ ପ୍ରେମ ଅଜର, ଅମର ନିଶ୍ଚିତ। 


ସମୁଦ୍ର ପାଖରେ ଅଛି ଚିରଯୌବନ। ମଣିଷ କ'ଣ ତା ପାଇଛି ? ସମୁଦ୍ରରୁ ଅମୃତନେଇ ବଞ୍ଚିଲେ ଦେବତାମାନେ, ମଣିଷକୁ ଦେଲେ ନାହିଁ। ସମୁଦ୍ର ମରଣକୁ ସ୍ୱୀକାର କରେନାହିଁ ମୁର୍ଦ୍ଦାରକୁ ଧରି କୂଳରେ ଆଣି ଫୋପାଡିଦିଏ। ମଣିଷ ଝିଣ୍ଟିକା ପରି ବଞ୍ଚି ବଳର ପ୍ରାବଲ୍ୟରେ ଫୁଲିଉଠେ ,ଦୁର୍ବଳକୁ ଗଞ୍ଜଣା ଦିଏ ।


କିନ୍ତୁ ସମୁଦ୍ର......


ବଳର ଅବତାର ହୋଇ ବି ବେଳାକୁ ଲଙ୍ଘେ ନାହିଁ। 

ଆମେ ପ୍ରେମର ସାଗର ହୋଇ ଅମୃତ ପାନ କରି ପ୍ରେମକୁ ସରସ ସୁନ୍ଦର କରିଦେବା। 


ସେପଟୁ କିଏ ଜଣେ ପଟିକଲା ଆବେ ଚାଟବାଲା ! ସେ ଭିତରେ କ'ଣ ରାଶଲୀଳା କରୁଛୁ, ଆସେ ଚାଟ ଦେବୁ। ବାହାରି ଆସିଲା ସେ ଓ କହିଲା ବାବୁ ! ସେମିତି କ'ଣ କହୁଛ ?


ସେଦିନ ହଷ୍ଟେଲଗେଟ ଭିତରେ ଚାଟ ବଢ଼େଇ ଆଲିଙ୍ଗନ କରିବା ସମୟରେ ମୋ ସାଙ୍ଗ ତଥା ଆମ ପଡ଼ୋଶୀ ଲିଜା ଦେଖିନେଲା ଓ ରାତିରେ ମୋତେ ତାଗିଦ କଲା।ମୁଁ ସେଦିନ ଆପତ୍ତି କରିବାକୁ ଚାହିଁ ବି ଆପତ୍ତି କରିପାରିନଥିଲି। ଯୌବନ ଶରୀରସାରା ଲହଡ଼ି ଭାଙ୍ଗୁଥିଲା ।


ମିଳାମିଶା ବଢ଼ିଲା, ସମ୍ପର୍କ ଗଢିଉଠିଲା। ନକହିଲେ ବି କେମିତି କେଜାଣି ଶାରୀରିକ ମିଳନର ବଂଶୀ ବାରମ୍ବାର ଶରୀରର ଅଙ୍ଗପ୍ରତ୍ୟଙ୍ଗରେ ସଙ୍ଗୀତର ମୂର୍ଚ୍ଛନା ଦେବାରେ ଲାଗିଥିଲା କିନ୍ତୁ ସୁଯୋଗ ମିଳୁନଥିଲା। 


ପ୍ରେମୀଯୁଗଳ ଯେତେବେଳେ ପ୍ରେମ କରନ୍ତି ଭୂଲିଯାଆନ୍ତି ହିତାହିତ ଜ୍ଞାନ। ନଚେତ ବିରାଟ ବ୍ୟବସାୟୀର ଧନାଢ୍ୟ, ସୁନ୍ଦରୀ ଝିଅ କେମିତି ପ୍ରେମ କରିବସନ୍ତା ଚାଟବାଲାକୁ।


ଦିନେ ଅନ୍ଧକାରରେ କଲେଜ ସାମ୍ନା ପରିତ୍ୟକ୍ତ କୋଠାରେ ପହଞ୍ଚିଲୁ ଦୁହେଁ। ମୁହଁକୁ ମୁହଁ ଦିଶୁନାହିଁ। ମୋ ଶରୀରରେ କେବଳ ରାତ୍ରୀ ପୋଷାକ, ଅନ୍ତବସ୍ତ୍ରରହିତ ଓ ସନିଆ ଟ୍ରାଉଜରରେ ।


ଦୁହେଁ ଦୁହିଁଙ୍କୁ ଅତିନିକଟରେ ଅନୁଭବ କରୁଥିଲୁ। ଅସନା ବାରଣ୍ଡାରେ ବିଛଣା ସାଜିଥିଲା ମୋ ରାତ୍ରି ପୋଷାକ। ସନିଆଇ ତତଲା ଓଠ ମୋ ଓଠ ଉପରେ ଥିଲା। ମୋ ଶରୀର ଉତ୍ତେଜନାରେ ଥରି ଉଠୁଥିଲା।


ହଠାତ.....


ସେଇ ଅନ୍ଧାରରେ ଯୁବକ ଯୁବତୀଙ୍କ ପାଟି ଶୁଣାଗଲା । ଯୁବତୀଟି କହୁଥିଲା ଦୁଇଜଣ ସହବାସ କରିବାକୁ ପାଞ୍ଚଶହ ଦେଇ ତିନିଜଣ ସହବାସ କଲା ପରେ ପୁଣି ଦୁଇଜଣ କ'ଣ ? ମୁଁ ଚାଲିଯିବି। ରହ ବେ କହୁଥିଲେ ଯୁବକଗୁଡ଼ାକ। 


ମୋ ଅନ୍ତରାତ୍ମା କାନ୍ଦି ଉଠିଲା । ମୁଁ କରୁଛି କ'ଣ ? ବିବାହ ପୂର୍ବରୁ ଶାରୀରିକ ସଂପର୍କ କେତେ ଯୁକ୍ତିଯୁକ୍ତ ? ସେ ଯୁବତୀ ବୋଧେ ବେଶ୍ୟା ଓ ମୋ ଭିତରେ ଫରକ କ'ଣ ? ସନିଆକୁ ଜବରଦସ୍ତି ମୋ ଉପରୁ ଠେଲି କପଡ଼ା ପିନ୍ଧି ଦୌଡିଚାଲିଲି ହଷ୍ଟେଲ ଅଭିମୁଖେ।


ସମୟ ରାତି ସାତ। ପାପା ହଷ୍ଟେଲ ଗେଟ ସାମ୍ନାରେ। ସ୍ଥାଣୁ ହୋଇଗଲି ମୁଁ। ପାପାଙ୍କ କିଛି ବୁଝିବାକୁ ବାକି ନଥିଲା କାରଣ ଅନ୍ଧାରରେ ମୁଁ କପଡ଼ା ଓଲଟା ପିନ୍ଧି ଦେଇଥିଲି। ଚଟକଣୀଟିଏ ବସେଇଦେଲେ ସେ। ମୁଁ ସନିଆସହ ବାହାହେବା କଥା କହିଲି।


ସେଇ ମୁହୂର୍ତ୍ତରେ ମୋର କଲେଜ ସରିଲା। ଘରେ ବନ୍ଦ ହୋଇ ରହିଲି। ଦିନେ ସୁଯୋଗ ଦେଖି ସନିଆକୁ ଫୋନ କରି ତା ଘରକୁ ଚାଲି ଆସିଲି। ତା ଭିତରେ ପାପା ପୋଲିସ୍ ଲଗାଇ ବହୁତ ହଇରାଣ କଲେ।


ସବୁ ସରିଗଲା। ସେ ଜାଗା ଛାଡ଼ି ଏଇ ଲାଞ୍ଜିପଲ୍ଳି ଫୁଟପାଥରେ ଶୋଇଲୁ। ଦିନେ କାରରେ ଜଣେ ବାବୁ ଏହି ରାସ୍ତା ଦେଇ ଯାଉ ଯାଉ କାର ଭିତରେ ବଳାତ୍କାର କରି ଅର୍ଥ ଦେଲେ। ଭାଙ୍ଗି ପଡ଼ିଥିଲା ସନିଆ।


ଭାଗ୍ୟକୁ ଆଦରି ଏହି ବେଉସା ଆପଣେଇ ନେଲି। ଦୋକାନ କଲୁ, ଛୋଟିଆ ଘରଟିଏ କିଣିଲୁ । ସନିଆ ଆଜି ବି ସେମିତି ଭଲ ପାଏ। ବୟସ ବଢିବା ସାଙ୍ଗକୁ ଗ୍ରାହକ ବି କମିବାରେ ଲାଗିଛନ୍ତି। କିନ୍ତୁ ବଞ୍ଚିବା ପାଇଁ ସଞ୍ଚୟ ହୋଇସାରିଛି । ଆଉ ଭୟ ନାହିଁ। ଏମିତି ତମପରି ବାବୁ ଦେଖିଲେ ଭୋକ ମେଣ୍ଟେଇବାକୁ ଆମନ୍ତ୍ରିତ କରି ମୋଟା ଅଙ୍କର ଅର୍ଥ ପାଏ।


ବାବୁ ! କେହି ମାଆ ପେଟରୁ ଦେହଜୀବୀ ନଥାଏ। ପରିସ୍ଥିତି, ପରିବେଶ ବନେଇଦିଏ ଦେହଜୀବୀ।

ସେଦିନ ସେ ବାବୁ ବଳାତ୍କାର କଲାପରେ ଏହି ଆଧୁନିକ ଯୁଗରେ କେଉଁ ସ୍ୱାମୀ ଆପଣେଇବ ? କିନ୍ତୁ ସନିଆର ପ୍ରେମ ମୋ ଶରୀର ପ୍ରତି ନଥିଲା। ନଚେତ ଆଜି ମୁଁ ବନିଯାଇଥାନ୍ତି କେଉଁ କୋଠିର ବାଈ। କଳିଯୁଗ ତଥା ଆଧୁନିକତାରେ ସବୁ ସମ୍ଭବ। ପ୍ରେମ ଅନ୍ଧୁଣିନଈ ବାବୁ । ଭସାଇ ନିଏ କ୍ଷଣିକରେ ସବୁ। ମୋ ସନିଆ ଆଜି ବି ସେଦିନ ଭଲ ପାଉଥିବା ସନିଆ। 


କିନ୍ତୁ .....


ଗାଧେଇବା ସମୟରେ ମୋ ନିଜ ଉଲଗ୍ନ ଅଙ୍ଗପ୍ରତ୍ୟଙ୍ଗ ଦେଖି ଚମକି ଉଠେ ମୁଁ। କେତେ ଲୋକଙ୍କ ଭୋଗ୍ୟା ହେଲାପରେ ମୋ ଶରୀର ନିଜେ ଦେଖି ନିଜକୁ ଘୃଣା କରେ।


ଲେଖିବ ନା ବାବୁ ! ମୁଁ ଦେହଜୀବୀ କହୁଛି!





Rate this content
Log in

Similar oriya story from Romance