ମୁଖ ଓ ମୁଖା
ମୁଖ ଓ ମୁଖା
ପିଲା ବେଳର କଥା। ମେଲଣ ଦେଖି ଗଲୁ। ରୋଷଣୀ କରି ବିମାନ ଆସିଥାନ୍ତି। କୀର୍ତ୍ତନ କରି ହୋ ନବ ଜଡ଼ି ତେଜ କହି ଗଡାଣିରେ ଠାକୁର ବିମାନ ଗଡୁଥାନ୍ତି। ଭିଡ଼ ଭିତରେ ପଶି ଦେଖିଲି। କେଳା କେଲୁଣି ନାଚ। ଦେଖିଥାନ୍ତି ରଜା ଓ ରାଣୀ। ରାଣୀ ଚକା ମୁଁହ। ବେଣୀ ପାରିଛନ୍ତି। କାନଓ ବେକରେ ଅଳଙ୍କାର। ବେଳେ ବେଳେ ଆଗକୁ ଦେଖୁଛନ୍ତି। ରାଜା କିନ୍ତୁ ମୋଟା ନିଶ, ବଡ ପେଟ । ଠାଣି ରେ ଚାହୁଁଛନ୍ତି। ତାଙ୍କୁ ଦେଖିଲି, ଯେମିତି ଏମାନେ ନିଜ ରୂପ ଦେଖେଇ ଅତୀତର ରାଜା ପଣିଆ ମନେ ପକାଉଛନ୍ତି। ଏବେ ଏମାନଙ୍କ ମୁଖା ଆମେ ଦେଖୁଚ୍ଛେ। ଫଟରେ ବି। ଏହି ରାଜା ନିଜକୁ ଗର୍ବ କରି ଜଣେ ଦକ୍ଷବ୍ୟକ୍ତିର ପରିଚୟ ଦିଅନ୍ତି। ସଭା ସମିତିରେ ଭାସଣ ଦେଇ କୁହନ୍ତି, ସଂସ୍କୃତ ମୃତ ଭାଷା। କର୍ମ କାଣ୍ଡ ବିରୋଧ କରନ୍ତି। ନିଜେ ବ୍ରାହ୍ମଣ ଘରେ ଜନ୍ମ ନେଇ ପଇତା ପକାନ୍ତି ନାହିଁ। କିଏ ପରିବାର ରେ ମରିଗଲେ ଶୁଦ୍ଧି ହୁଅନ୍ତି ନାହିଁ। କିନ୍ତୁ ଦହିଚୁଡ଼ା ଖାଇବାକୁ ପର ଦୁଆରେ ପତ୍ର ପକାନ୍ତି। ମୁଖା ପିନ୍ଧା ବ୍ୟକ୍ତିକୁ ଆଗରୁ ଜାଣିଥିଲୁ। ତାଙ୍କ ଅଭିନୟ ଦେଖୁଥିଲୁ। ଏମିତି କିଛି ଭୟ ଆଶଙ୍କା ନଥିଲା। କାରଣ ଏଇଟା ତାଙ୍କର ଅଭିନୟ ଥିଲା। ଆଜି ଅଚିହ୍ନା କି ଚିହ୍ନା ମୁଖା ପିନ୍ଧାଙ୍କ ସମସ୍ୟା ହେଲାଣି। ବହୁ ଯୁବକ ଓ ଯୁବତୀ ନିଜର ଫେକ ଆଇ ଡି ଖୋଲି ପ୍ରେମ କି ଟଙ୍କା ଫାଶରେ ସାଧାରଣ ବିଶ୍ଵାସ ଦେଇ ଫସୋଉଛନ୍ତି। ଦିନରାତି ଏହିକାମରେ ମାତି ରହିବା ତାଙ୍କର ଲାଭ ଜନକ ବ୍ୟବସାୟ। ବିନା ମୂଳଧନରେ ଲାଭ ଅନେକ। ସାମାଜିକ ସ୍ପଲନ ଘଟୁଛି। ବିଶୃଙ୍ଖଳିତ ଜୀବନକୁ ଜାବୁଡ଼ି ଧରି ତାଙ୍କ ଅଭିନୟ ଆରମ୍ଭ କରି ପରବର୍ତ୍ତୀ ସମୟରେ ସେ ପୋଲିସ ନିକଟରେ ଧରା ପଡି ଜେଲ୍ ଭୋଗି ନିଜର କୃତ କର୍ମ ପାଇ ଟିକେବି ଶୋଚନା ନାହିଁ। ନାରୀ ଯେତେବେଳେ ବାରଙ୍ଗନା ରାସ୍ତାରେ ଯାଏ, ସେତେବେଳେ ସେ ସବୁ ନାରୀଙ୍କୁ ନିଜ ଦୃଷ୍ଟିରେ ଦେଖେ। କାରଣ ତାର ଦୃଷ୍ଟିଭଙ୍ଗୀ ଭିନ୍ନ ଉଦ୍ଦେଶ୍ୟରେ ଥାଏ। ଆମ ସାମାଜିକ ବ୍ୟବସ୍ଥାର ନାରୀ ଙ୍କୁ ପୁରୁଷ ସମ୍ମାନ ଦେଇ ଆସିଛି, ଏଇଥି ପାଇଁ ନାରୀ ଦେବୀ ଙ୍କ ଠାରୁ ଅଲଗା ନୁହନ୍ତି। ନାରୀଙ୍କ ପବିତ୍ରତା ଗଙ୍ଗା ଜଳ ସଦୃଶ। କିନ୍ତୁ ଯେଉଁଠି ଛଳନା, କପଟ, ଛନ୍ଦ ଓ ଚାରିତ୍ରିକ ଦୋଷ ଯାହା ଭିତରେ କୁହୁଳେ, ତାକୁ ସମ୍ମାନ ଦେବା ସ୍ଥଳେ ଭର୍ତ୍ସନା ଦେବକୁ ସାମୁହିକ ମୁଖ ଖୋଲେ। ପୁରୁଷ ହେଉ କି ନାରୀ ହେଉ ମୁଖା ପିନ୍ଧା ଚରିତ୍ର ନାଳ ନର୍ଦମାର ଜଳ। ତାହା କେବଳ ସୂର୍ଯ୍ୟକିରଣରେ ମରିଯିବାକୁ ଅପେକ୍ଷାରେ ଥାଏ। ପଚା ଶଢା ଜଳ ଦୃଗନ୍ଧ ଦିଏ। ସେଇଜଳରେ ପୋକ ଖେଳେ।