STORYMIRROR

Satyabati Swain

Romance

4  

Satyabati Swain

Romance

ମୁଗ୍ଧା

ମୁଗ୍ଧା

4 mins
252


ଏ ଦେହ ତୁମର ବିଜନ ! କିନ୍ତୁ ମନ ତ ମୋ ସ୍ୱାଧୀନ ପକ୍ଷୀ । ତାକୁ ବାନ୍ଧିବାକୁ ସୃଷ୍ଟିରେ ପଞ୍ଜୁରୀ କାହିଁ ?


ଅଛି ଏଇ ଦେଖ କହି, ଟି ସାର୍ଟ ଖୋଲି ଛାତିର ବାଁ ପଟ ପିଞ୍ଜରା ଦେଖାଇଲେ ବିଜନ। ଏହା ସହ ମୁକୁଳା ଛାତିକୁ ଆଉଜାଇ ନେଲେ ମୋତେ।


ଓଃ ସବୁବେଳେ ବାବୁଙ୍କ ମଉକା ମୋତେ ଦେହ ସହ ଯୋଡି ରଖିବାକୁ, ନୁହେଁ?


ହଁ ତ ମୋ ସ୍ତ୍ରୀକୁ ମୋ ଛାତିରେ ଆଉଜାଇ ଟୋଣ୍ଟି ଫୋର ଆୱାରସ୍ ରଖିବି, ତ ତୁମର କଣ ଗଲା ?


ମୁଁ ବିଜନ ନାକକୁ ଧରି ହଲାଇ ଦେଇ କହିଲି କି ସ୍ତ୍ରୀ ରଙ୍କୁଣା ମ। କେମିତି ଏକା ଏକା ଥିଲ କିହୋ ମିଷ୍ଟର୍ !


ଏକା କେତେବେଳେ ଥିଲି !


ମାନେ ମୋ ପୂର୍ବରୁ ....ମୋ ପାଟିରୁ କଥା ଛଡେଇ ନେଇ ବିଜନ କହିଲେ, ତୁମ ପୂର୍ବରୁ ପିଲାଦିନେ ମା ଥିଲା ତାପରେ ପାଠ, ତାପରେ କ୍ୟାରିଅର୍, ପରେ ପରେ କମ୍ପିଟେଟିଭ୍ ପରୀକ୍ଷା, ଚାକିରୀ କରୁ କରୁ ଅଣ ତିରିଶି ବୟସ କଣ୍ଟା ପହଞ୍ଚି ଗଲା। ତାପରେ ଜୀବନ ସାଥୀର ସ୍ୱପ୍ନଟିଏ ମୋ ସହ ରହିଲା। କେତେ ଭାବିଛି ମୁଁ ଯାହାକୁ ବାହା ହେବି ସେ କେମିତି ହୋଇଥିବ। କେତେ ଛବି ଆଙ୍କିଛି ଏ ମନରେ। ଶହେ ସାତ ଝିଅ ପରେ ତୁମେ ଯାଇ ମୋର ପସନ୍ଦ ହେଲ। ଏଥର ତୁମେ କହୁନ, କେତେବେଳେ ଏକା ଥିଲି ମୁଁ।


ଆଛା ଆଛା! ଏଇ ମାନେ ତାହେଲେ ମୋର ସଉତୁଣୀ।ସତ କହିଲ ମୋ ପାଖେ କଣ ଏମିତି ଦେଖିଲ ଯେ ମୁଁ ତୁମର ଚଏସ୍ ହୋଇ ଗଲି। ଏମିତିରେ ମୁଁ ତ ମିସ୍ ୟୁନିଭର୍ସ ନୁହେଁ ।


ବୁଝିଲ ଇଭା ! ଜଣେ ପୁରୁଷର ଷଷ୍ଠ ଇନ୍ଦ୍ରିୟ ଥାଏ। ସେ ଇଣ୍ଡିକେଟର ଜଳାଇ ମନ ଭିତରେ ସୂଚନା ଦେଇ ଦିଏ କେଉଁ ଝିଅ ତା ଜୀବନ ସାଥୀ ହେବ। ଟାଇମ୍ ପାସ୍ ପାଇଁ ଗୋରୀ ଚମ ଦରକାର ଇଭା। କିନ୍ତୁ ସାରା ଜୀବନ ପାଇ ବିଶ୍ଵ ସୁନ୍ଦରୀ ହେବା ଯେତେ ଜରୁରୀ ନୁହେଁ ବିଶ୍ୱ ମନ ଚିହ୍ନୁଥିବା ସରଳ, ସୁନ୍ଦର, ସ୍ନେହର ହାର୍ଟଟିଏ ବେଶୀ ଲୋଡ଼ା।


ଆଉ ଇଭା ମୋ ଡାର୍ଲିଂଗ ତୁମ କଥା ! ତୁମେ ତ କେଉଁ ବିଶ୍ୱ ସୁନ୍ଦରୀଠାରୁ କମ୍ ନା କଣ ? ମୋ ସାଙ୍ଗମାନେ ସମସ୍ତେ ପରା ଈର୍ଷା କରୁଛନ୍ତି, ମୁଁ କୁଆଡେ କପାଳିଆଟା । ବିୟୁଟି, ଲବ୍ ଓ କେୟାର ଅର୍ଥାତ ଥ୍ରୀ ଇନ୍ ୱାନ୍ ପ୍ୟାକେଜ ତୁମେ।


ଓହୋ ଏମିତି କି !


ବୁଝିଲ ମିଷ୍ଟର୍ ଯେତେ ତେଲେଇଲେ ବା ଭୁଲେଇଲେ

ମୁଁ କଣ ଆଜି ଛାଡ଼ୁଛି। କହିବାକୁ ପଡିବ ଏ ମୁଗ୍ଧା କିଏ ?


ମୁଗ୍ଧାକୁ ନେଇ ମୋ ମିଷ୍ଟର ଓ ମୋ ଭିତରେ ବାଡ଼ିଆ ପିଟା ଲାଗିଗଲା।


ବିଜନକୁ ମୁଁ ଓ ବିଜନ ମୋତେ ପରସ୍ପର ସନ୍ଦେହ କରୁଥିଲୁ। କିଏ ହୋଇ ପାରେ ଏ ମୁଗ୍ଧା ?


ମୁଗ୍ଧା ତୁମ ଏକ୍ସ ଲଭର୍ ହୋଇଥିବ ବିଜନ।


କାଇଁ, ମୁଗ୍ଧା ତୁମ ଗାର୍ଲ ଫ୍ରେଣ୍ଡ୍ ହୋଇ ନଥିବ ଇଭା !ମେଞ୍ଚେ ଗାର୍ଲଫ୍ରେଣ୍ଡ ବନେଇଛ। କେତେ ଜଣ ଏବେ ବି ତୁମକୁ ମାଇଁ ଡାର୍ଲିଂଗ, ସୁଇଟି ହାର୍ଟ, ମାଇଁ ବେବି ତୋ କିସ୍ କଥା ମନେ ପଡୁଛି କହୁଛନ୍ତି। ତୁମକୁ ଖୁବ୍ ମିସ୍ କରୁଛନ୍ତି ବି। ଏଇ ବେଲଜ୍ୟା ଝିଅଙ୍କ ମଧ୍ୟରୁ ମୁଗ୍ଧା କେହି ବି ହୋଇ ଥାଇ ପାରେ।


ମୋ ଗାର୍ଲଫ୍ରେଣ୍ଡ !


ହଁ ହେଲେ ହେଲା। ତୁମେ ଏତେ ଈର୍ଷା କାଇଁ କରୁଛ ମିଷ୍ଟର ?


ମୋ ଇଭାକୁ ଝିଅ ପୁଅ ମାଟି, ଗୋଡି କେହି ବି ଭଲ ପାଉ ଏକଥା ମୁଁ ଆଦୌ ହଜମ କରି ପାରିବି ନାହିଁ।


ତେବେ ତ ତୁମେ ମୋ ପ୍ରେମକୁ ନେଇ ଅସୁରକ୍ଷିତ ବିଜନ।


ହଁ, ଅସୁରକ୍ଷିତ।


ସୁନ୍ଦର ଗୁଣର ଓ କେୟାରିଂ ସ୍ତ୍ରୀଟିଏ ଯିଏ ପାଏ ସେ ସବୁବେଳେ ଅସୁରକ୍ଷିତ ରୁହେ, କାଳେ କିଏ ଭଲ ପାଇଁ ବସିବ ତା ପ୍ରିୟ ମଣିଷଟିକୁ।


ନାଇଁ ରେ ମୋ ରାମଚନ୍ଦ୍ର ପତିଦେଵ ବିଜନ ବିଶ୍ବାଳ, ଏତେ ଭଲ ପାଏ ନାହିଁ, କାହା ନଜର ଲାଗିଯିବ।


ନୂଆ ନୂଆ ବାହା ଏଇ ଦୁଇମାସ ହେବ। ଦାମ୍ପତ୍ୟ ଝରୁଥିଲା ମହୁଥୋପା ହୋଇ। ସେଥିରେ ପତି ଯଦି ପତ୍ନୀକୁ ଏତେ ଭଲ ପାଇଲା ଏଇଟାକୁ ଭାଗ୍ୟ କହିବାକୁ ପଡିବ।ପତ୍ନୀଟିଏ ସବୁବେଳେ ତ ଭୋକିଲା ତା ପତି ତା ରୂପ, ଗୁଣ ଓ ପ୍ରେମର ପ୍ରଶଂସା କରୁ। ଏପରି ଚିର ଇପ୍ସିତ ନାରୀ ସୁଲଭ ଲୁକାୟିତ ଆମୋଦ ଭିତରେ ବୁଡି ଯାଉ ଯାଉ ବିଜନଙ୍କୁ ସେଣ୍ଟି ମେଣ୍ଟାଲ କରି ଦେଇ ମୁଁ ତାଙ୍କ ହାତରୁ ନେଇ ଆସିଲି ମୋ ନାଁରେ ଆସିଥିବା ଚିଜଟି।


ଚିଟିଂ କଲ ଇଭା, ହେବନି ନା ଜମା ଭଲ କଥା ନୁହେଁ।


ଓହୋ ରୁହତ ମୁଁ ଦେଖେ ଆଗେ।


ଈଷତ୍ ପିଙ୍କ ତାର ରଙ୍ଗ। ଅଦ୍ଭୁତ ଗୋଟେ ମହକ ନେସି ହୋଇ ଥିଲା ତା ଦେହରେ। ତା ଢଙ୍ଗ ଥିଲା ଅପୂର୍ବ।ଦେଖିବାକୁ ଖୁବ୍ ସୁନ୍ଦର। ତାକୁ ଦେଖୁ ଦେଖୁ ମୋ ଭିତରେ କୌତୁହଳ ଭାଵ ଉତୁରା ପେଜ ପରି ଉତ୍ତୁରି ଆସିଲା। ଜିଜ୍ଞାସା ଲହଡି ଛୁଇଁଲା ମୋ ହୃଦ ଉପକୂଳ। ଉତ୍କଣ୍ଠା ଭୟଙ୍କର ଜ୍ୱର ପରି ବଢିଗଲା ଶହେ ଆଠ ଡ଼ିଗ୍ରୀ। ମୁଁ ଅଥୟ, ଅଧୀର ପଣରେ ତାକୁ ନିଜ ହାତରେ ଧଇଲି।ଅଦ୍ଭୁତ ସମ୍ମୋହନ ତାକୁ ଦେଖୁ ଦେଖୁ ମୋତେ ଜଗଡି ଧଇଲେ । ବାସ୍ ଆଉ କି ଅପେକ୍ଷା କରି ହୁଏ। ଖୁ ଗୋଟେ ସଂଶୟ ଓ ସନ୍ଦେହ ଭିତରେ ଖୋଲିଲି ତାକୁ।


ମୋ ମିଷ୍ଟର ସେଇଟିକୁ ଅତି ଚତୁରତାର ସହ ମୋ ଠାରୁ ଝାମ୍ପିନେଲେ।


ମୁଁ ଗୋଡେଇଲି ତାଙ୍କ ପଛେ ପଛେ। ସେ କହିଲେ, ସେଥିରେ କଣ ଅଛି ସେ ଆଗ ଦେଖିବେ।


ମୁଁ କହିଲି ନା ମୁଁ ଆଗ ଦେଖିବି।


ଇଭା ତୁମେ ମୋର। ଏଣୁ ଯାହା ତୁମର ତା ବି ମୋର।


ଅବଶ୍ୟ। ମନ କଥା ମୁଁ ଗ୍ୟାରେଣ୍ଟି ଦେଇ ନ ପାରେ, ଓଠ ଚିପି ହସି କହିଲି ମୁଁ।


ତା ଅର୍ଥ ଏଇଆ ଯେ ତୁମ ମନ ମୋର ନୁହେଁ ଇଭା!


ଧେତ୍ ! ଇଏ ଗୋଟେ ଲୋକ ଯେ ସବୁବେଳେ ନେଗେଟିଭ୍। ପଜିଟିଭ୍ ହୁଅ ପତିଦେଵ। ଆଶଙ୍କାଠୁ କରିଦିଅ। ଇଭା ଗୋଟା ସୁଦ୍ଧା ତୁମର ବାବା।


କିନ୍ତୁ ମନ ଟି !


ଦେହ ଭିତରେ ମନଟି ଅଛି। ଏ ଦେହ ତୁମର ଯେତେବେଳେ ମନ କଣ ଆଉ କାର ?


ପକ୍କା।


ପକ୍କା ବାବା।


ଏଥର ମୋ ଚିଜଟି ଦିଅ ତ।


ପ୍ରଥମେ ରୂପରେ, ତାପରେ ନାମରେ ଓ ସର୍ବଶେଷରେ ତା ଭିତରର ଥିବା ଅନ୍ତର୍ନିହିତ ଶକ୍ତିରେ ସେ ମୋତେ ଆକର୍ଷଣ କରି ତା ଆଡକୁ ଟାଣିନେଲା।


ଆରେ ଏ କଣ ନିଆରା ଢଙ୍ଗରେ କିଏ ଏମିତି ଉପହାର ଟିଏ ଦେଇ ପାରେ! ଉପହାର ଦେଖିଲେ କାହାର ଓଠକୁ ହସ ଓ ମନକୁ ଆନନ୍ଦ ପ୍ରେମ ନ କରେ ଯେ...! ଖୁସିର ପ୍ରସନ୍ନତା ଢେର ବଢିଗଲା ମୋ ନାଁ ଦେଖି ! ଓ ମାଇଁ ଗଡ୍...!! କି ଅଭିନବ ପ୍ରୟାସ...! ନିଜକୁ ରୋକି ପାରିଲି ନି। ତନ୍ମୟ ହୋଇ ଦେଖିଲି ତାକୁ। ମନ ନାଚିଗଲା। ବାଃ ଏମିତି ବାଗରେ କେହିତ ମୋତେ ଆଗରୁ ଗୁରୁତ୍ୱ ଆଜିଯାଏ ଦେଇ ନଥିଲେ ? ସବୁ ପ୍ରଥମ ଆଜୀବନ ମନ ରହେ ପା..!


ଆରେ ଜାଣନ୍ତି ନା ମୁଁ ଗୋଟେ ଇମୋସନାଲ୍ ଷ୍ଟୁପିଡି ହାର୍ଟ।ଚହଲି ଯାଇ ନିଗିଡି ହୋଇ ବହି ଗଲି । ତାକୁ ଅନ୍ତରଙ୍ଗ ତାର ଚଦର ଘୋଡେଇ ଦେଲି ଆତ୍ମୀୟତାର ସ୍ପର୍ଶ ଦେଇ।


ବୁଝି ପାରିଲେ କି ନାହିଁ ଏଇ ବୋକୀ ହୃଦୟଧାରୀ ହାତରେ କେଉଁ 'ଉପହାର' ଥିଲା ? 


କହିଲେ...କଣ ?


ଚିଠି ଟିଏ।


ଜାଣନ୍ତି ସେ ଉପହାରରେ ଗୋଟିଏ ହୃଦୟ ଧକ୍ ଧକ୍ କରୁଥିଲା। ସଂଶୟ ନଥିଲା ଯେହେତୁ ନାଁ ଟା ପରିଚିତ ଥିଲା । ଚକିତ କିନ୍ତୁ ହେଲି ମନ ସ୍ୟାହିରେ ପ୍ରିୟ ମଣିଷଠାରୁ ଉପହାର ପାଇଁ ଅପେକ୍ଷା ମନର ଉଦ୍ ବେଳନକୁ ଚିଠିରେ ପାଗେଳି ପରି ଲେଖାଟି ପଢି ।


ଚିଠିଟି ଖୋଲିଲି। ଚିଠି ତ ନୁହେଁ ଭାଵପ୍ରବଣ ହୃଦୟଟିଏ ଖୋଲି ଥିଲ ତୁମେ। ଈଶ୍ୱର ରୂପ, ଗୁଣ ପୁଣି ସୁନ୍ଦର ହୃଦୟ ଗୋଟିଏ ସ୍ଥାନରେ ଠୁଳ କରିଥାନ୍ତି ଭାବି ବିହ୍ୱଳ ହେଲି।ଚିଠିରେ ଅତର ପଡ଼ି ନଥିଲା କିନ୍ତୁ ଏତେ ବାସୁଥିଲା, ଏତେ ବାସୁଥିଲା ଯେ ମୋ ନାକ ଅପେକ୍ଷା ଅଧିକ ହୃଦୟ ଆଘ୍ରାଣ କରୁଥିଲା ନିରୁତା ନିଃସର୍ତ୍ତ ଭଲ ପାଇବାକୁ।


ପ୍ରିୟ ମଣିଷ ଉପହାର ତୁମକୁ ଆକାଶେ ଖୁସି ଦେଉ। ବନ୍ଦ ଘରେ ଉପହାରକୁ ଛୁଅଁ ପ୍ରିୟ ମଣିଷଟିକୁ ନିଜ ଭିତରେ ଅନୁଭବ କରିବା ମଜା ନିଅ।


ଆଶା ଉପହାର ତୁମ ଦେହ, ମନ, ହୃଦୟ ଓ ମସ୍ତିଷ୍କ କରେ ନିଃସର୍ତ୍ତ ପ୍ରେମର ଫଲ୍ଗୁ ବୁହାଇବ।


ଇତି

ତୁମର

'ମୁଗ୍ଧା'


ମୁଗ୍ଧା ଗୋଟିଏ ଲିଙ୍କ୍ କହି ଦୁହେଁ ହୋ ହୋ ହୋଇ ହସି ଉଠିଲୁ।



Rate this content
Log in

Similar oriya story from Romance