Padmalaya Padhy

Romance Inspirational

3  

Padmalaya Padhy

Romance Inspirational

ମଣିଷ ପଣିଆ

ମଣିଷ ପଣିଆ

4 mins
247


ଏ ବର୍ଷ କାଳୁ ନବରାତ୍ରି ଉପାସ ରଖିଛି l କାଳୁ ଓରଫ କାଳିଆ ଚାରି ବର୍ଷ ହେଲା ଆଇ.ଟି.ଆଇ.ରୁ ପାସ୍ କରି ବୁଲୁଛି l ଚାକିରୀ ନାହିଁ l ଚାକିରୀ ଖୋଜି ଦୌଡ଼ି ଦୌଡ଼ି ଚାରି ବର୍ଷରେ କମ ସେ କମ ତାର ଚାରି ହଳ ଚପଲ ଛିଣ୍ଡିଲାଣି l 

ସହରରେ ମାମୁଁଙ୍କ ତେଜରାତି ଦୋକାନରୁ ଭଲ ଆୟ ହେଉଛି l ବୟସ ହୋଇଗଲାଣି ଆଉ ପାରୁନାହାନ୍ତି l ତେଣୁ କାଳିଆକୁ ଡାକୁଛନ୍ତି ଦୋକାନ ସମ୍ଭାଳିବା ପାଇଁ l ନିଜର କେହି ଜଣେ ବିଶ୍ୱାସୀ ଲୋକ ଦରକାର l 

କାଳିଆ କିଛି କହିବା ଆଗରୁ ବୋଉ ଏଡ଼େ ପାଟି କରିଥିଲା l ମୋ ପିଲା ଏତେ ପାଠ ପଢି ଶେଷରେ ଡାଲି ଚାଉଳ ବିକିବ? ବାପା ନାହିଁ ବୋଲି ତାକୁ ଏତେ ହୀନିମାନ? ମୋ ପୁଅକୁ ମୁଁ ସରକାରୀ ଚାକିରୀ କରାଇବି ନା l ଏହା ପରେ ମାମୁଁ ଆଉ ସାହସ କରି ପାରିନଥିଲେ l

ସେ ଗଲା ପରେ ବୋଉ କାଳିଆକୁ ଦଶ ପରସ୍ତ ଶୋଧି ଥିଲା l

-ଜୀବନ ଯାକ ଫୁଲା ଫାଙ୍କିଆ ହୋଇ ଗଲା l ବାପା ନଥିବା ପୁଅ l କୁଳ କିନାରା ନାହିଁ l ଶୁଖିଲା ପତ୍ର ପରିକା ଉଡୁଛୁ l ତୋତେ କେତେ ଦିନ ପୋଷୁଥିବି? ମୋ ପରେ କରିବୁ କଣ? ଏବେ ବି ସମୟ ଅଛି l ସୁଧୁରି ଯାଆ l ମାଆ ଠାକୁରାଣୀ ନିଶ୍ଚେ ମୋ ଦୁଃଖ ବୁଝିବ l

-ଏ ବର୍ଷ ନବରାତ୍ରି ପୂଜା ତୁ ବି ମୋ ସହ କରିବୁ l ଏ ବର୍ଷ ତୋର ଉପବାସ l ମାଆର ଚରଣରେ ତୋର ସିଦ୍ଧି ପ୍ରାପ୍ତି ହେବ l

କାଳିଆ ବ୍ୟତିବ୍ୟସ୍ତ ହେଲା l ପରେ ପୁଣି ନିଜକୁ ବୁଝାଇଲା "ହଁ ଖାଇବାରେ ଟିକେ ଜଗିବାକୁ ହେବ l "

ଗାଆଁ ଶେଷରେ ଦୁର୍ଗା ମାଙ୍କ ମେଢ଼ l ପ୍ରତି ବର୍ଷ ଚାନ୍ଦା ଆଦାୟ ହୋଇ ପୂଜା ଚାଲେ l ଭୋଜି ଭାତ ହୁଏ l ପିଆ ପର୍ବ ମଧ୍ୟ ଗାଆଁ ଟୋକା ପାଳନ କରନ୍ତି l କିନ୍ତୁ ଏ ବର୍ଷ ଦୁର୍ଗା ପୂଜା କାଳିଆ ପାଇଁ ନିଆରା l ଏ ବର୍ଷ ଉପାସ କରି ସେ ମାଆ ଙ୍କୁ ସନ୍ତୁଷ୍ଟ କଲେ ଆର ବର୍ଷକୁ ଚାକିରୀ ଥୁଆ l

ରବି, ବିନୋଦ, ଗନ୍ଧିଆ ସମସ୍ତେ କାଳିଆକୁ ବୁଝାଇ ସୁଝାଇ ଏଥିରୁ ନିବର୍ତ୍ତାଇବାକୁ ଚେଷ୍ଟା କଲେଣି l 

- କାଳିଆ ଭାଇ ଏ ବର୍ଷ ଖାସି ମାଂସରେ ତୁମ ଭାଗ ବୁଡ଼ିଲା l ତଣ୍ଟି ମଧ୍ୟ ଓଦା କରି ପାରିବନି l ତୁମର କେଉଁଥିରେ ମଧ୍ୟ ଭାଗ ନାହିଁ l

- ହଉ ହଉ l ଏ ବର୍ଷ ଯାହା କରୁଛ କର l ଆର ବର୍ଷକୁ ସବୁ ଚାନ୍ଦା ମୁଁ ବହନ କରିବି ଯେ l ସରକାରୀ ଚାକିରିଆ ଯେହେତୁ l

ଗାଆଁର ଶେଷ ମୁଣ୍ଡ ପାହାଡ଼ ତଳେ ଦୁର୍ଗା ମଣ୍ଡପ l ଅତୀବ ମନୋରମ ପରିବେଶ l ପାଖରେ ମହିଳା ମହାବିଦ୍ୟାଳୟ l ପୂଜା ଛୁଟି ଚାଲିଛି l କେବଳ ଦୁଇ ଜଣ ଶିକ୍ଷକଙ୍କ ସହିତ ଚାରି ଜଣ ଛାତ୍ରୀ ନାଟକ ରିହରସଲ କରିବାକୁ ଆସୁଛନ୍ତି l ଛୁଟି ପରେ ଆନ୍ତଃ ମହାବିଦ୍ୟାଳୟ ନାଟକ ମହୋତ୍ସବ l କଲେଜର ନାଁ ରଖିବାକୁ ଆପ୍ରାଣ ଉଦ୍ୟମ l 

ସେମାନଙ୍କ ମଧ୍ୟରେ ରାଣୀ ମଧ୍ୟ ଅଛି l ରାଣୀ ହେଉଛି ଗାଆଁର ସବୁଠୁ ସୁନ୍ଦରୀ ଝିଅ l କେତେ ଜଣ ତାକୁ ହୃଦୟର ରାଣୀ କରି ରଖିଛନ୍ତି ମାତ୍ର ଆଜି ଯାଏଁ ତାକୁ କେହି ପାଇ ନାହାନ୍ତି l 

ନାଟକରେ ରାଣୀର ମୁଖ୍ୟ ଭୂମିକା ରହିଛି l କଲେଜର ସୁନାମ ରାଣୀ ହାତରେ l ସର୍ବ ଶ୍ରେଷ୍ଠ ଅଭିନେତ୍ରୀର ପୁରସ୍କାର ଯେମିତି ହେଲେ ରାଣୀକୁ ପାଇବାକୁ ହେବ l

ସେ ଦିନ ସକାଳୁ ଝିପି ଝିପି ବର୍ଷା ଲାଗି ରହିଛି l ସମସ୍ତେ ଶୀଘ୍ର ରିହରସଲ ସାରି ଚାଲି ଗଲେଣି l ରାଣୀ ନାଟକର ସଂଳାପରେ ଏମିତି ମଜ୍ଜି ଯାଇଛି ଯେ ସବୁଠୁ ପଛରେ ରହି ଗଲାଣି ଜାଣି ନାହିଁ l ଦୁର୍ଗା ମଣ୍ଡପ ଦେଇ ଆସିବା ରାସ୍ତା l

କାଳିଆ ଅନ୍ୟମାନଙ୍କ ସହ ବସିଛି l ଏବର୍ଷ କିଛି ଜମିଲା ନାହିଁ l ଉପବାସ ପାଇଁ ସବୁ ବାରଣ l ଏ ବୋଉଟା ଲାଗି ଯେତକ ନାଟ l ଦୁର୍ଗାଙ୍କ ଆଡେ ଦେଖୁଛି ସେ l ଯେତେବେଳେ ଦେଖିଲେ ମାଆ ହସୁଛନ୍ତି l ଯାହାକୁ ସବୁ ଦେଇଛନ୍ତି ତାକୁ ହସୁଛନ୍ତି ଓ ଯାହାଠୁ ସବୁ ନେଇ ଯାଇଛନ୍ତି ତାକୁ ମଧ୍ୟ ଦେଖି ହସୁଛନ୍ତି l ମାର ହସର ରହସ୍ୟ କେବଳ ମାଆ ହିଁ ଜାଣେ l

ହଠାତ ଗନ୍ଧିଆର ଡାକରେ କାଳିଆର ହୋସ ଆସିଲା l

-ଭାଇ ଦେଖରେ ! ମାଆର ତୋ ପାଇଁ ଭେଟି l ଆଗ ଭେଟି ତା ପରେ ଚାକିରୀ l

କାଳିଆ ଦେଖିଲା ଦୂରରୁ ରାଣୀ ଆସୁଛି l ପୁଣି ଗନ୍ଧିଆ ଚିଲେଇଲା l

-ଖାସି ମାଂସ ସିନା ଖାଇବାକୁ ମନା ହେଲେ ମଣିଷ ମାଂସ ତ ଚଳିବ ନା? 

କାଳିଆ ଭକୁଆଙ୍କ ଭଳି ଚାହୁଁଛି l ଏମାନେ ଆଗକୁ ମାଡି ଗଲେଣି l କାଳିଆ ଉଠି ତାଙ୍କ ସଙ୍ଗେ ଦୌଡିଲା l ରାଣୀ ମଝିରେ ଅଛି l ତାର ବୋଧହୁଏ ହୋସ ଯିବା ଉପରେ ଚାରିପଟେ ଅନ୍ଧକାର l କାଳିଆ ମଝିକୁ ଚାଲି ଆସିଲା l

-ତୁମେ ସବୁ ଛାଡରେ ମୋତେ l ଏ ବର୍ଷ ଖାସି ମାଂସଵାଲାଙ୍କ ପଛକୁ ପାଳି l ମାର ଶ୍ରଦ୍ଧାଳୁକୁ ଆଗ ଭୋଗ ଚଢିବ l 

-ହେ ହେ କାଳିଆ ଭାଇ ! ବାଜି ମାରି ନେଲା ବା ! ହଉ ତୁମ ପରେ ଆମେ l ହେଲେ ସରକାରୀ ଚାକିରୀ ପାଇଲା ପରେ ଆମ କଥା ଟିକେ ମନେ ରଖିଥିବ l

ସମସ୍ତେ ପଛକୁ ହଟିଗଲେ l ମୁହଁକୁ ମୁହଁ ଦିଶୁନି l କାଳିଆ ଯାଇ ରାଣୀକୁ ମାଡି ବସିଲା l ଆଗ କାଳିଆର ପାଳି ପରେ ଅନ୍ୟମାନେ ଆସିବେ l ରାଣୀର ଚେତା ନାହିଁ l 

ହଠାତ କାଳିଆ ରାଣୀକୁ ଟେକି ନେଇ ବିପରୀତ ଦିଗରେ ଦୌଡିଲା l ଅନ୍ୟମାନେ ଭାବିଲେ କାଳିଆ ବୋଧହୁଏ ଏକୁଟିଆ ଭୋଗ କରିବ l ସାଙ୍ଗ ବୋଲି ପ୍ରସାଦ ଟିକେ ମଧ୍ୟ ଦେଲା ନାହିଁ l 

ଏମିତି ଦୌଡ଼ି ଯାଇ କାଳିଆ ଗୋଟେ ବର ଗଛ ତଳେ ରାଣୀକୁ ଶୁଆଇ ଦେଲା l ରାଣୀର ଚେତା ଫେରିବା ଯାଏଁ ବସି ରହିଲା l ରାଣୀ ଆଖି ଖୋଲୁ ଖୋଲୁ କହିଲା 

-ଶୀଘ୍ର ସେ ଗଛରେ ଚଢ଼ିଯା l ସେମାନେ ତତେ ଖୋଜୁଥିବେ l ଏଇନେ ପହଞ୍ଚିଯିବେ l ରାଣୀକୁ ଗଛ ଉପରକୁ ଉଠାଇ ଦେଇ ତଳେ ଆଉଜି ବସି ରହିଛି l ଏତେ ଦୌଡିଲା ପରେ ଆଉ ଶକ୍ତି ନାହିଁ l ଅନ୍ୟମାନେ ଖୋଜି ଖୋଜି ଆସିଲେ l 

-ଭାଇ ଯାହା କଲ କିଛି ଭଲ ହେଲାନି l ଆମେମାନେ ତମକୁ ଏତେ ବିଶ୍ୱାସ କଲୁ ଆଉ ତମେ ମଝିରେ ବାଟ ମାରଣା କଲ? ଚାଖିବାକୁ ବି ମିଳିଲାନି l

-ମୁଁ ବି ଛୁଇଁନି l ଝିଅଟା ପକା ଚାଲୁ ଅଛି l କୁଆଡେ ଖସି ଗଲା ଜଣା ପଡିଲାନି l 

ରାଣୀ ଗଛ ଉପରେ ଥରୁ ଥାଏ l କିଛି ସମୟ ପରେ ସେମାନେ ଫେରି ଗଲେ l କାଳିଆ ରାଣୀକୁ ଗଛ ଉପରୁ ଓହ୍ଲାଇ ଅନ୍ୟ ଏକ ରାସ୍ତାରେ ମୁଖ୍ୟ ରାସ୍ତାକୁ ଯାଇ ଏକ ଅଟୋ ଭଡା କରି ସେଥିରେରେ ଆଣି ଘରେ ଛାଡି ଫେରିଲା ବେଳେ ରାଣୀ ତାର ହାତ ଧରି ପକାଇଲା l 

-ମୋତେ ମଝି ଦରିଆରେ ଛାଡି ପଳାଇବ? ମୁଁ କେମିତି ରହିବି କୁହ? ଉଦ୍ଧାର ଯଦି କଲ, ଜୀବନ ଯଦି ବଞ୍ଚାଇଲ, ଜୀବନ ସାରା ମୋର ଭାର ନେବାକୁ ହେବ l

ଏହା ପୂର୍ବରୁ କାଳିଆ କେବେ ବି ରାଣୀ ସହିତ କଥା ହୋଇ ନଥିଲା l ରାଣୀ ପ୍ରତି ତାର କିଛି ବି ଭାବନା ନାହିଁ l ହଠାତ ଏବେ ରାଣୀ ତା ହାତ ଧରି ପକାଇବାରୁ କାଳିଆର ହୃତସ୍ପନ୍ଦନ ବନ୍ଦ ହେବା ଉପରେ l ତଥାପି ନିଜକୁ ସମ୍ଭାଳି କହିଲା 

-ମୋ ପାଇଁ ଅପେକ୍ଷା କରିବୁ l ନିଜ ଗୋଡ଼ରେ ଠିଆ ହୋଇ ସାରି ଏଇ ରାସ୍ତାରେ ଆସିବି l ରହିଥିବୁ ମୋ ପାଇଁ l

ଏତକ କହି କାଳିଆ ବିଦ୍ୟୁତ ବେଗରେ ଚାଲି ଗଲା l ଘରେ ପହଞ୍ଚି ଲୁଗାପଟା ସଜାଡ଼ିଲା l କାଲି ସକାଳ ବସରେ ମାମୁଁଙ୍କ ଘରକୁ ଯିବାକୁ ହେବ l ବହୁତ ବିଳମ୍ବ ହୋଇଗଲା l



Rate this content
Log in

Similar oriya story from Romance